ଭିତିରି ବୁଝାମଣାର ଅନ୍ତ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନ ଶେଷ ହେବାର ବର୍ଷେ ୭ ମାସ ପରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିର ବରିଷ୍ଠ ନେତାମାନେ କେନ୍ଦ୍ରର ମୋଦି ସରକାର ବିରୋଧରେ ମୁହଁ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ମିଳୁଛି। ରବିବାର ଆୟୋଜିତ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦଳର ପ୍ରାୟ ସବୁ ବରିଷ୍ଠ ନେତା କେନ୍ଦ୍ର ସରକାର ବିରୋଧରେ ଖୋଲାଖୋଲି ସ୍ବର ଉତ୍ତୋଳନ କରିଛନ୍ତି। ପୂର୍ବରୁ କେବଳ ଆର୍ଥିକ ଅବହେଳା ସମ୍ପର୍କରେ କହୁଥିବାବେଳେ ଗତ ନିର୍ବାଚନ ଠାରୁ ବିଜେଡି ସମ୍ପୂର୍ଣ୍ଣଭାବେ ମୋଦି ସରକାର ବିରୋଧରେ ନୀରବ ହୋଇଯାଇଥିଲା। ଏହି ନୀରବତାକୁ ସାଧାରଣରେ ଏକ “ଭିତିରି ବୁଝାମଣା”ର ଫଳ ବୋଲି କୁହାଯାଉଥିଲା। ହେଲେ ଗତ ୧୮ ତାରିଖରେ ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଏହି ନୀରବତା ଭାଙ୍ଗିଥିଲେ। ନବୀନ କହିଥିଲେ, ଜାତୀୟ ଦଳର ରାଜ୍ୟ ନେତାମାନେ ମୂକ। ସେମାନେ ରାଜ୍ୟ ସ୍ବାର୍ଥକୁ ଅଣଦେଖା କରି ଶୀର୍ଷ ନେତାଙ୍କୁ ଖୁସି କରି ମନ୍ତ୍ରୀ କିମ୍ବା ବଡ ପଦବୀ ହାସଲ କରିବା ସେମାନଙ୍କ ପ୍ରମୁଖ ଲକ୍ଷ୍ୟ। ରାଜ୍ୟ ସମସ୍ୟା ନେଇ ସ୍ବର ଉତ୍ତୋଳନ କରିବାରେ ସେମାନେ ଅସଫଳ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଭିମୁଖ୍ୟର ଆଭାସ ଆସିବାପରେ ରାଜ୍ୟ କାର୍ଯ୍ୟକାରିଣୀରେ କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ନେଇ ବିଜେଡି ଲୋକଙ୍କ ପାଖକୁ ଯିବାର ବାର୍ତ୍ତା ଦେଇଛି। ଏହି ବୈଠକରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, କେନ୍ଦ୍ରରେ ଥିବା କେତେଗୁଡିଏ ଦଳ ବିଜେଡି ଅପ୍ରାସଙ୍ଗିକ ବୋଲି କହୁଛନ୍ତି। ହେଲେ ବିଜେଡିର ପ୍ରାସଙ୍ଗିକତା ସବୁବେଳେ ରହିଛି ଏବଂ ରହିଥିବ। ବିଜେଡିର ଭବିଷ୍ୟତ ନେଇ ଅନେକେ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି। ହେଲେ ଦଳ ପୁଣି ଭବିଷ୍ୟତରେ ରାଜ୍ୟରେ ଲୋକଙ୍କ ଆସ୍ଥାଭାଜନ କରି ସରକାର ଗଢ଼ିବ ବୋଲି ଆଚାର୍ଯ୍ୟ କହିଛନ୍ତି। ପୁରୀ ଏମ୍‌ପି ପିନାକୀ ମିଶ୍ର କହିଛନ୍ତି, ଏକ ବଡ଼ ସର୍ଭେ ସଂସ୍ଥା ଅନୁସାରେ କୋଭିଡ୍‌ ପରିଚାଳନା କ୍ଷେତ୍ରରେ ଓଡ଼ିଶା ବିଶ୍ୱସ୍ତରରେ ୫ ନମ୍ବରରେ ରହିଛି। ଉତ୍ତରପ୍ରଦେଶ ଏବଂ ହିମାଚଳପ୍ରଦେଶ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିବା ଉକ୍ତ ସଂସ୍ଥା ଦର୍ଶାଇଛି। ଏହି ଦୁଇ ରାଜ୍ୟରେ କାହାର ସରକାର ଚାଲିଛି ସେକଥା ସମସ୍ତେ ଜାଣିଛନ୍ତି। ସ୍ବାମୀନାଥନ କମିଟି ସୁପାରିସ ଲାଗୁ, ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ସ୍ବତନ୍ତ୍ର ପ୍ୟାକେଜ ଦେବାରେ କେନ୍ଦ୍ର ଅବହେଳା କରୁଥିବା ପିନାକୀ କହିଛନ୍ତି। ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, କୋଭିଡ୍‌ ପରିଚାଳନାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏକ ନମ୍ବର। ବାହାର ରାଜ୍ୟରେ ଓଡ଼ିଶାରୁ ଯାଇ କାମ କରୁଥିବା ଶ୍ରମିକଙ୍କୁ ସେତେବେଳେ ବାହାର କରି ଦିଆଗଲା, ସେମାନେ ସୀମା ପାଖରେ ଚିତ୍କାର କଲେ। ହେଲେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ଲାଗି ଆସିବାର ବ୍ୟବସ୍ଥା କଲେ। ସମାଲୋଚନା କରିବା ବିରୋଧୀଙ୍କ କାମ। ଆମେ କିନ୍ତୁ ସେସବୁ ନ ଶୁଣି ଲୋକଙ୍କ କାମ କରିବୁ। ଆଗକୁ କେନ୍ଦ୍ର ଅବହେଳା କଥା ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ତୃଣମୂଳସ୍ତର କର୍ମୀ କାମ କରନ୍ତୁ ବୋଲି ସେ କହିଛନ୍ତି। ସେହିପରି ବରିଷ୍ଠ ନେତା କିଶୋର ମହାନ୍ତି କହିଛନ୍ତି, ୨୦୦୦ରେ ବିଜେଡି ପ୍ରଥମ ଥର ସରକାରକୁ ଆସିବାବେଳେ ଟ୍ରେଜେରିରେ ଟଙ୍କାଟିଏ ନ ଥିଲା, ହେଲେ ୨୦୦୮ ବଜେଟରେ ସପର୍‌ଲସ୍‌ ପାସ୍‌ କରିଥିଲୁ ବୋଲି ସେ କହିଛନ୍ତି। କଳିକେଶ ସିଂ ଦେଓ କହିଛନ୍ତି, ଗୋଟିଏ ଦଳ ମିସ୍‌ଡ କଲ୍‌ ଦେଇ ନିଜର ମେମ୍ବରଶିପ୍‌ କରୁଛି। ହେଲେ ବିଜେଡି ମିସ୍‌ଡ କଲ୍‌ରେ ମେମ୍ବରଶିପ କରିନାହିଁ। ବରିଷ୍ଠ ନେତା ତଥା ଦଳର ସାଧାରଣ ସମ୍ପାଦକ(ହେଡକ୍ୱାଟର୍ସ) ସଞ୍ଜୟ ଦାସବର୍ମା କହିଛନ୍ତି, ୧୯୩୬ରେ ଉତ୍କଳ ପ୍ରଦେଶ ଗଠନ ହେଲା। ମଧୁବାବୁ ଯେଉଁ ଅସ୍ମିତା କଥା କହିଥିଲେ ତାକୁ ଆଜି ନବୀନ ପଟ୍ଟନାୟକ ପୂରଣ କରିଛନ୍ତି। ବିଜୁବାବୁ କହିଥିଲେ, ମାଟିତଳେ ଖଣିଜ ସମ୍ପଦ ଭରପୂର ରହିଛି, ୪୮୨ କିମିର ବେଳାଭୂମି ରହିଛି। ତେଣୁ ଓଡ଼ିଶା କେବେହେଲେ ଗରିବ ହୋଇପାରିବ ନାହିଁ। ୫-ଟି, ମୋ ସରକାର ଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମ ଜରିଆରେ ଗରିବ ଲୋକଙ୍କ ଲାଗି ଅନେକ କିଛି କରିହେଉଛି। ପ୍ରଧାନମନ୍ତ୍ରୀ ସବୁ ରାଜ୍ୟ ପ୍ରତି ସମଦୃଷ୍ଟି ଦେବା କଥା, ହେଲେ ଓଡ଼ିଶା ପ୍ରତି ସବୁବେଳେ ଅବହେଳା କରୁଛନ୍ତି। ଚାଷୀଙ୍କ ସମସ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କଠାରୁ ସମୟ ଲୋଡ଼ାଯାଇଥିଲେ ମଧ୍ୟ ସେ ଭେଟି ନ ଥିଲେ। ଭାଜପା ଗତ ନିର୍ବାଚନରେ ସ୍ବାମୀନାଥନ କମିଟି ସୁପାରସ ଲାଗୁ କରିବା ଏବଂ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦେବା ଲାଗି ଇସ୍ତାହାରରେ ଦାବି କରିଥିଲା। ହେଲେ ଏବେ କାହିଁକି ବିରୋଧ କରୁଛି ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି। ସେହିପରି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ଆମେ ସମସ୍ତେ ନିଜ କର୍ତ୍ତବ୍ୟ ଠିକ୍‌ଭାବେ କରିବା କଥା। ନିଜେ ନିଜେ ଦାୟିତ୍ୱ ନିଅ। ଏମିତି କାମ କରିବା ଦରକାର ଯେପରି ମୁଖ୍ୟମନ୍ତ୍ରୀଙ୍କ ଛବି ମଳିନ ନ ପଡୁ। ଆପଣ ସମସ୍ତେ ଜଣେ ଜଣେ ନେତା। ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟର ବାର୍ତ୍ତା ଘରେ ପହଞ୍ଚାଇବାକୁ ପ୍ରଣବ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri