ରାଜପଥରୁ ହଟୁନି ଜବରଦଖଲ

ରସୁଲପୁର,୨୩ା୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ନିକଟସ୍ଥ ବ୍ରାହ୍ମଣୀ ନଦୀଠାରୁ ଖଣ୍ଡିତର ପାର୍ଶ୍ୱସ୍ଥ ଖରସ୍ରୋତା ନଦୀ ମଧ୍ୟରେ ୧୨ କି.ମି. ପର୍ଯ୍ୟନ୍ତ ୧୬ନମ୍ବର ଜାତୀୟ ରାଜପଥ ଉପରେ ଦିନକୁ ଦିନ ଜବରଦଖଲ ବଢ଼ିବାରେ ଲାଗିଛି। ହେଲେ ଜବରଦଖଲ ହଟାଇବା ଦିଗରେ ରାଜପଥ କର୍ତ୍ତୃପକ୍ଷ, ସ୍ଥାନୀୟ ପୋଲିସ ଓ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉ ନାହିଁ। ଫଳରେ ରାଜପଥର ଏଭଳି ସ୍ଥିତି ଦୁର୍ଘଟଣା ମାତ୍ରାକୁ ବଢ଼ାଉଛି। ରାଜପଥ ଦେଇ ଯାତାୟାତ କରୁଥିବା ଧନଜୀବନ ପ୍ରତି ବିପଦ ବଢ଼ିବାରେ ଲାଗିଛି। ତେଣୁ ଏଥିପ୍ରତି ଜିଲା ପ୍ରଶାସନର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ରାଜପଥକୁ ଅନୁପ୍ରବେଶ ମନା ବୋଲି କୁହାଯାଉଛି। ଏପରି କି ବୁଲା ଗୋରୁ, ଗାଡ଼ିମୋଟର ରାଜପଥ ମଧ୍ୟକୁ ଅବାଧ ପ୍ରବେଶକୁ ବାରଣ କରାଯାଇଛି। ଏଥି ସକାଶେ ରାଜପଥର ଉଭୟ ପାର୍ଶ୍ୱରେ ଲୁହା ପ୍ଲେଟ ବାଡ଼ା ଲଗାଯାଇଛି। ରାଜପଥ ପାର୍ଶ୍ୱସ୍ଥ ଗଁା ଲୋକଙ୍କ ସୁରକ୍ଷିତ ଯାତାୟାତ ପାଇଁ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକାଧିକ ଓଭର ବ୍ରିଜ, କାର୍ଟ ଅଣ୍ଡର ପାସ(ସିୟୁପି), ଭେଇକିଲ ଅଣ୍ଡର ପାସ(ଭିୟୁପି) ନିର୍ମାଣ କରାଯାଇଛି। ମାତ୍ର ଏ ସବୁ ସତ୍ତ୍ୱେ ରାଜପଥରୁ ଜବରଦଖଲ ଉଚ୍ଛେଦ ହୋଇପାରୁନାହିଁ। ବାରବାଟୀଠାରେ ରାଜପଥ ଉପରେ ଦୈନିକ ପରିବାହାଟ ବସୁଛି। ଏହାଛଡ଼ା ୧୨ କି.ମି. ଲମ୍ବ ରାଜପଥର ଉଭୟ ପାର୍ଶ୍ୱରେ ତରଭୂଜ, ପଇଡ଼, ଚା’ପାନ, ଜଳଖିଆ ଦୋକାନ, ଠେଲାଗାଡ଼ି ଓ ହୋଟେଲ ଆଦି ବ୍ୟବସାୟ ଚାଲିଛି। ରାଜପଥ ଦେଇ ଯାଉଥିବା ଯାତ୍ରୀ ରାସ୍ତାରେ ଗାଡ଼ିଗୁଡିକୁ ବେଆଇନ ଭାବେ ପାର୍କିଂକରି ବିଭିନ୍ନ ସାମଗ୍ରୀ କିଣିବା ସହ ଜଳଖିଆ ଓ ମିଲ୍‌ ଖାଉଛନ୍ତି। ଚା’ ମଧ୍ୟ ପିଉଛନ୍ତି। ଏଭଳି ସ୍ଥିତି ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ହୋଟେଲଗୁଡ଼ିକ ସମ୍ମୁଖରେ ଘଣ୍ଟାଘଣ୍ଟା ଧରି ବେଆଇନ ପାର୍କିଂ ଯୋଗୁ ଦୈନିକ ଅଧିକାଂଶ ଦୁର୍ଘଟଣା ଘଟୁଛି। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅନେକ ମୂଲ୍ୟବାନ ଜୀବନ ଚାଲି ଯାଉଛି। ଗତ ଜାନୁୟାରୀରେ ରାଜପଥର ଗୋପାଳପୁର ଛକ ନିକଟରେ ଘଟିଥିବା ଦୁର୍ଘଟଣାକୁ ଏକ ଉଦାହରଣ ଭାବରେ ନିଆଯାଇ ପାରେ। ଏଠାରେ ଟ୍ରକ୍‌ର ବେଆଇନ ପାର୍କିଂ ଯୋଗୁ ଦୁର୍ଘଟଣା ଘଟିଥିଲା। ଏଥିରେ ଘଟଣା ସ୍ଥଳରେ ୨ କାର୍‌ ଯାତ୍ରୀ ପ୍ରାଣ ହରାଇଥିଲେ। ୩ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଗୁରୁତର ହୋଇଥିଲେ। ସଡ଼କ ଦୁର୍ଘଟଣା ଯୋଗୁ ଅଧିକାଂଶ ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି। ମୃତକଙ୍କ ମଧ୍ୟରେ ଯୁବକମାନଙ୍କ ସଂଖ୍ୟା ଅଧିକ ବୋଲି ଜଣାପଡ଼ିଛି। ଜବରଦଖଲ ଏକ ଅପରାଧ ହୋଇଥିଲେ ବି ଲୋକେ ଏଥିରୁ ନିବୃତ୍ତ ରହୁନାହାନ୍ତି।

ହେଲେ ଏ ସବୁ ପ୍ରଶାସନିକ ଅଧିକାରୀ ଦେଖି ନ ଦେଖିବା ଭଳି ହେଉଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ପୋଲିସର କୋହଳ ମନୋଭାବ ଯୋଗୁ ରାଜପଥ ଉପରେ ଜବରଦଖଲ ବଢୁଛି ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଜେ.ପି. ବର୍ମାଙ୍କୁ ପଚାରିବାରୁ ସେ ଜିଲା ପ୍ରଶାସନକୁ ଦୋଷ ଦେଇଛନ୍ତି। ସେ କହିଛନ୍ତି, ରାଜପଥ ଜବରଦଖଲ କରାଯାଇ ବ୍ୟବସାୟ ହେଉଥିବା ଖବର ସମ୍ପର୍କରେ ସେ ଅବଗତ ଅଛନ୍ତି। ରାଜପଥ ଉପରେ ଯେକୌଣସି ଜବରଦଖଲ ବେଆଇନ। ତାହାକୁ ହଟାଇବା ପାଇଁ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଯାଜପୁର ଜିଲାପାଳଙ୍କୁ ଚିଠି ଲେଖାଯାଇଛି। ଏହା ସତ୍ୱେ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ ଏ ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁଣି ରିମାଣ୍ଡର ଦିଆଯିବ। ତଥାପି କୌଣସି ପଦକ୍ଷେପ ନିଆ ନ ଗଲେ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଜରିଆରେ ଅବଗତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଜିଲା ପ୍ରଶାସନର ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri