ନୂଆବଜାର ରାସ୍ତା ସମ୍ପ୍ରସାରଣ ଲାଗି ଜବରଦଖଲ ଉଚ୍ଛେଦ

ଜଳେଶ୍ୱର,୧୮ା୧୧(ଡି.ଏନ୍‌.ଏ.): ସବୁ ଆକଳନର ଶେଷ ଘଟାଇ ସ୍ଥାନୀୟ ପ୍ରଶାସନ ନୂଆବଜାରର ୫୦ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିଛନ୍ତି। ରେଳ ଓଭରବ୍ରିଜ୍‌ଠାରୁ ୬୦ନଂ. ଜାତୀୟ ରାଜପଥ ବାଇପାସ୍‌ ଯାଏ ପୂର୍ତ୍ତ ବିଭାଗର ରାସ୍ତା ସମ୍ପ୍ରସାରଣ ହେଉଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ୫୭ନଂ. ରାଜ୍ୟ ରାଜପଥର ଜଳେଶ୍ୱରର ବଡବଜାରଠାରୁ ୬୦ନଂ. ଜାତୀୟ ରାଜପଥ ଯାଏ ଏବେ ରାସ୍ତା ସମ୍ପ୍ରସାରଣ ହେଉଛି। ରାସ୍ତା ମଝିରୁ ଦୁଇପଟକୁ ୧୫ମିଟର ମଧ୍ୟରେ ଥିବା ଜବରଦଖଲ ଉଚ୍ଛେଦ କରିବାକୁ ପୌରପାଳିକା ଓ ତହସିଲ ପକ୍ଷରୁ ଘୋଷଣା କରାଯାଇଥିଲା। ପୂର୍ତ୍ତ ବିଭାଗ ଏହି ରାସ୍ତାର ପ୍ରଶସ୍ତୀକରଣ କରୁଥିବାରୁ ପୂର୍ବରୁ ଜଳେଶ୍ୱର ତହସିଲଦାର ଓ ପୌରପାଳିକାକୁ ସବିଶେଷ ଜଣାଇଥିଲା। ଫଳରେ ବଡବଜାରର କେତେକ ସ୍ଥାନରେ ୧୫ ମିଟର ଲେଖାଏଁ ସ୍ଥାନ ଜବରଦଖଲ ମୁକ୍ତ କରିବା ଲାଗି ମାପଚୁପ ହୋଇଥିଲା। ନୂଆବଜାର ଅଞ୍ଚଳରେ ସେପରି ୧୫ ମିଟର ଲେଖାଏଁ ଉଚ୍ଛେଦ ହେବାର ଥିବା ବେଳେ ସ୍ଥାନୀୟ ନେତୃବୃନ୍ଦ, ବ୍ୟବସାୟୀ ସଂଘ ଓ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇ ୧୩ ମିଟର ଲେଖାଏଁ ଉଚ୍ଛେଦ ହେବାର ନିଷ୍ପତ୍ତି ନିଆଯାଇଥିଲା। ଫଳରେ ବୁଧବାର ଦିନତମାମ ଏହି ଜବରଦଖଲ କାର୍ଯ୍ୟ ଲାଗିରହିଥିଲା। ଏଥିରେ ୧ ପ୍ଲାଟୁନ୍‌ ପୋଲିସ୍‌, ୨ଟି ଜେସିବି, ପୌରପାଳିକା କର୍ମଚାରୀ, ତହସିଲ କର୍ମଚାରୀ ଓ ପୂର୍ତ୍ତବିଭାଗ କର୍ମଚାରୀମାନେ ନିୟୋଜିତ ଥିଲେ। ପୌର ଅଧିକାରୀ ଅଜୟ ମହାପାତ୍ର, ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ଅମ୍ଳାନ ନାୟକ, ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ର ଅଶୋକ ପଣ୍ଡା, କନିଷ୍ଠଯନ୍ତ୍ରୀ ନିହାର ରଞ୍ଜନ ବେହେରା, ଆଇଆଇସି ରୋଜାଲିନ ବେହେରା, ସଦର ଆର୍‌ଆଇ ଶରତ ବେହେରା, ଇନ୍ସପେକ୍ଟର ପ୍ରତାପ ଭଞ୍ଜ ଓ ଉଜ୍ଜ୍ୱଳ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri