ନୂଆବଜାର ରାସ୍ତା ସମ୍ପ୍ରସାରଣ ଲାଗି ଜବରଦଖଲ ଉଚ୍ଛେଦ

ଜଳେଶ୍ୱର,୧୮ା୧୧(ଡି.ଏନ୍‌.ଏ.): ସବୁ ଆକଳନର ଶେଷ ଘଟାଇ ସ୍ଥାନୀୟ ପ୍ରଶାସନ ନୂଆବଜାରର ୫୦ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିଛନ୍ତି। ରେଳ ଓଭରବ୍ରିଜ୍‌ଠାରୁ ୬୦ନଂ. ଜାତୀୟ ରାଜପଥ ବାଇପାସ୍‌ ଯାଏ ପୂର୍ତ୍ତ ବିଭାଗର ରାସ୍ତା ସମ୍ପ୍ରସାରଣ ହେଉଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ୫୭ନଂ. ରାଜ୍ୟ ରାଜପଥର ଜଳେଶ୍ୱରର ବଡବଜାରଠାରୁ ୬୦ନଂ. ଜାତୀୟ ରାଜପଥ ଯାଏ ଏବେ ରାସ୍ତା ସମ୍ପ୍ରସାରଣ ହେଉଛି। ରାସ୍ତା ମଝିରୁ ଦୁଇପଟକୁ ୧୫ମିଟର ମଧ୍ୟରେ ଥିବା ଜବରଦଖଲ ଉଚ୍ଛେଦ କରିବାକୁ ପୌରପାଳିକା ଓ ତହସିଲ ପକ୍ଷରୁ ଘୋଷଣା କରାଯାଇଥିଲା। ପୂର୍ତ୍ତ ବିଭାଗ ଏହି ରାସ୍ତାର ପ୍ରଶସ୍ତୀକରଣ କରୁଥିବାରୁ ପୂର୍ବରୁ ଜଳେଶ୍ୱର ତହସିଲଦାର ଓ ପୌରପାଳିକାକୁ ସବିଶେଷ ଜଣାଇଥିଲା। ଫଳରେ ବଡବଜାରର କେତେକ ସ୍ଥାନରେ ୧୫ ମିଟର ଲେଖାଏଁ ସ୍ଥାନ ଜବରଦଖଲ ମୁକ୍ତ କରିବା ଲାଗି ମାପଚୁପ ହୋଇଥିଲା। ନୂଆବଜାର ଅଞ୍ଚଳରେ ସେପରି ୧୫ ମିଟର ଲେଖାଏଁ ଉଚ୍ଛେଦ ହେବାର ଥିବା ବେଳେ ସ୍ଥାନୀୟ ନେତୃବୃନ୍ଦ, ବ୍ୟବସାୟୀ ସଂଘ ଓ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇ ୧୩ ମିଟର ଲେଖାଏଁ ଉଚ୍ଛେଦ ହେବାର ନିଷ୍ପତ୍ତି ନିଆଯାଇଥିଲା। ଫଳରେ ବୁଧବାର ଦିନତମାମ ଏହି ଜବରଦଖଲ କାର୍ଯ୍ୟ ଲାଗିରହିଥିଲା। ଏଥିରେ ୧ ପ୍ଲାଟୁନ୍‌ ପୋଲିସ୍‌, ୨ଟି ଜେସିବି, ପୌରପାଳିକା କର୍ମଚାରୀ, ତହସିଲ କର୍ମଚାରୀ ଓ ପୂର୍ତ୍ତବିଭାଗ କର୍ମଚାରୀମାନେ ନିୟୋଜିତ ଥିଲେ। ପୌର ଅଧିକାରୀ ଅଜୟ ମହାପାତ୍ର, ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ଅମ୍ଳାନ ନାୟକ, ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ର ଅଶୋକ ପଣ୍ଡା, କନିଷ୍ଠଯନ୍ତ୍ରୀ ନିହାର ରଞ୍ଜନ ବେହେରା, ଆଇଆଇସି ରୋଜାଲିନ ବେହେରା, ସଦର ଆର୍‌ଆଇ ଶରତ ବେହେରା, ଇନ୍ସପେକ୍ଟର ପ୍ରତାପ ଭଞ୍ଜ ଓ ଉଜ୍ଜ୍ୱଳ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri