ହୋ ଭାଷାକୁ ସରକାରୀ ମାନ୍ୟତା ଦାବି

ବାରିପଦା ଅଫିସ,୧୮ା୧୧: ଓଡ଼ିଶାରେ ହୋ ଭାଷାକୁ ସରକାରୀ ମାନ୍ୟତା ଦାବିରେ ଡ଼ିସେମ୍ବର ୧୬ରୁ ଏକ ବାଇକ୍‌ ରାଲି ଓ ଦସ୍ତଖତ ଅଭିଯାନ ଆରମ୍ଭ କରାଯିବ। ୭ଦିନ ବ୍ୟାପି ରାଲିରେ ଜିଲା ଓ ଉପଖଣ୍ଡସ୍ତରରେ ଦାବିପତ୍ର ପ୍ରଦାନ ପରେ ରାଲି ଭୁବନେଶ୍ୱରରେ ପହଞ୍ଚତ୍ବ। ଏଥିପାଇଁ ମୟୂରଭଞ୍ଜ ଜିଲାର ବହଳଦା ଏବଂ ବାଙ୍ଗରିପୋଷିଠାରୁ ଦୁଇଟି ବାଇକ୍‌ ରାଲି ବାହାରିବ ବୋଲି ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ଜିଲା ସଭାପତି ବିର୍ସା କଣ୍ଡାକେଲ ସୂଚନା ଦେଇଛନ୍ତି। ହୋ ଭାଷା ଆନ୍ଦୋଳନକୁ ଅଧିକ ସକ୍ରିୟ କରାଯିବା ନିମନ୍ତେ କମିଟିି ତରଫରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ବହଳଦାରୁ ରଘୁବୀର କଣ୍ଡାକେଲ ବାହିନୀ ଓ ବାଙ୍ଗରିପୋଷିରୁ ମାଣ୍ଡୋ ସରଦାର ବାହିନୀ ଏହି ଦୁଇଟି ରାଲିର ନେତୃତ୍ୱ ନେବେ। ଏହି ସମୟରେ ବିଭିନ୍ନ ସ୍ଥାନରେ ଦସ୍ତଖତ ଅଭିଯାନ ସହିତ ଜିଲା ଏବଂ ଉପଖଣ୍ଡସ୍ତରରେ ଅଧିକାରୀମାନଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଓଡ଼ିଶାରେ ହୋ ଭାଷାକୁ ଦ୍ୱିତୀୟ ରାଜଭାଷାର ମାନ୍ୟତା, ସରକାରୀ ସ୍ତରରେ ବିଭକ୍ତ ହୋ ଭାଷାଭାଷୀମାନଙ୍କୁ ‘ହୋ’ ଜାତି ରୂପେ ଉଲ୍ଲେଖ କରିବା, ୮୦ ପ୍ରତିଶତରୁ ଅଧିକ ହୋ ଭାଷାଭାଷୀ ଛାତ୍ରୀଛାତ୍ର ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ବହୁଭାଷୀ ଶିକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ସ୍ବତନ୍ତ୍ର ହୋ ଭାଷା ଶିକ୍ଷକ ନିଯୁକ୍ତ କରିବା, ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ହୋ ଭାଷାରେ ସ୍ନାତକୋତ୍ତର ଏବଂ ଏହାର ଅଧୀନସ୍ଥ ମହାବିଦ୍ୟାଳୟ ଗୁଡ଼ିକରେ ହୋ ଭାଷାରେ ସ୍ନାତକ ପାଠ୍ୟକ୍ରମ ପ୍ରଚଳନ କରିବା, ହୋ ଭାଷାଭାଷୀ ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ହୋ ଭାଷାରେ ମାର୍ଗଦର୍ଶିକା ପୁସ୍ତକ ପ୍ରଚଳନ କରିବା ଆଦି ଦାବି ରହିଛି। ଏହା ସହିତ ହୋ ଭାଷାର ସରକାରୀ ମାନ୍ୟତା, ପ୍ରଗତି, ସଂହତି ଏବଂ ପରମ୍ପରାର ସୁରକ୍ଷା ପାଇଁ ଉକ୍ତ ଅଭିଯାନକୁ ଦଳମତ ନିର୍ବିଶେଷରେ ସମସ୍ତେ ସହଯୋଗ କରିବାକୁ ଅଖିଳ ଭାରତ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ଲକ୍ଷ୍ୟ ରହିଛି ବୋଲି ସଭାପତି କଣ୍ଡାକେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ମୋରଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀଙ୍କ ପ୍ରତି ଛୁଟୁଛି ବିଦ୍ରୋହର ସୁଅ: ଦଳରୁ ଇସ୍ତଫା ଦେଲେ ସାଧାରଣ ସମ୍ପାଦକ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ପାଇଁ ବିଜୁ ଜନତା ଦଳ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ...

ଅଣାୟତ୍ତ ଶିମିଳିପାଳ ନିଆଁ

ବାରିପଦା,୨୨ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଅଣାୟତ୍ତ ହେବାରେ ଲାଗିଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଓ ବଫର ଅଞ୍ଚଳରେ ନିଆଁ...

ଜିଲ୍ଲା ପରିଷଦଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୯ କୋଟି ଟଙ୍କା ଗାଏବ

ମୟୁରଭଞ୍ଜ,୨୧।୪: ମୟୂରଭଞ୍ଜ ଜିଲାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ଜିଲା ପରିଷଦ ଆକାଉଣ୍ଟରୁ ୯ କୋଟିରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି।...

ଖାଲି ପାଦରେ ପ୍ରଚାର କଲେ ପ୍ରାର୍ଥୀ

ଉଦଳା, ୨୧ା୪ (ସନ୍ତୋଷ କୁମାର ବାଚ୍ଛିନୀ): ଉଦଳା ବିଧାନସଭା ଆସନ ଲାଗି ୩୪ବର୍ଷ ପରେ କଂଗ୍ରେସରୁ ଟିକେଟ ପାଇଛନ୍ତି ଦୁର୍ଗାଚରଣ ଟୁଡୁ । ମଇଦାନରେ ଭୋଟରମାନଙ୍କୁ...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍‌ ଦେଲାନି ଭାଜପା: ପଛରେ ରହିଛି ଏଭଳି କାରଣ

ବାରିପଦା,୧୭ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବିବାଦୀୟ ମନ୍ତବ୍ୟ, ଅଶୋଭନୀୟ ଆଚରଣ ସମେତ କାର୍ଯ୍ୟଦକ୍ଷତାର ମାପକାଠିକୁ ଆଧାରକରି ଭାଜପା ଚଳିତ ନିର୍ବାଚନରେ କେତେଜଣ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ ତାଲିକାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri