Advertisement

ନୂଆବଜାର ରାସ୍ତା ସମ୍ପ୍ରସାରଣ ଲାଗି ଜବରଦଖଲ ଉଚ୍ଛେଦ

ଜଳେଶ୍ୱର,୧୮ା୧୧(ଡି.ଏନ୍‌.ଏ.): ସବୁ ଆକଳନର ଶେଷ ଘଟାଇ ସ୍ଥାନୀୟ ପ୍ରଶାସନ ନୂଆବଜାରର ୫୦ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିଛନ୍ତି। ରେଳ ଓଭରବ୍ରିଜ୍‌ଠାରୁ ୬୦ନଂ. ଜାତୀୟ ରାଜପଥ ବାଇପାସ୍‌ ଯାଏ ପୂର୍ତ୍ତ ବିଭାଗର ରାସ୍ତା ସମ୍ପ୍ରସାରଣ ହେଉଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ୫୭ନଂ. ରାଜ୍ୟ ରାଜପଥର ଜଳେଶ୍ୱରର ବଡବଜାରଠାରୁ ୬୦ନଂ. ଜାତୀୟ ରାଜପଥ ଯାଏ ଏବେ ରାସ୍ତା ସମ୍ପ୍ରସାରଣ ହେଉଛି। ରାସ୍ତା ମଝିରୁ ଦୁଇପଟକୁ ୧୫ମିଟର ମଧ୍ୟରେ ଥିବା ଜବରଦଖଲ ଉଚ୍ଛେଦ କରିବାକୁ ପୌରପାଳିକା ଓ ତହସିଲ ପକ୍ଷରୁ ଘୋଷଣା କରାଯାଇଥିଲା। ପୂର୍ତ୍ତ ବିଭାଗ ଏହି ରାସ୍ତାର ପ୍ରଶସ୍ତୀକରଣ କରୁଥିବାରୁ ପୂର୍ବରୁ ଜଳେଶ୍ୱର ତହସିଲଦାର ଓ ପୌରପାଳିକାକୁ ସବିଶେଷ ଜଣାଇଥିଲା। ଫଳରେ ବଡବଜାରର କେତେକ ସ୍ଥାନରେ ୧୫ ମିଟର ଲେଖାଏଁ ସ୍ଥାନ ଜବରଦଖଲ ମୁକ୍ତ କରିବା ଲାଗି ମାପଚୁପ ହୋଇଥିଲା। ନୂଆବଜାର ଅଞ୍ଚଳରେ ସେପରି ୧୫ ମିଟର ଲେଖାଏଁ ଉଚ୍ଛେଦ ହେବାର ଥିବା ବେଳେ ସ୍ଥାନୀୟ ନେତୃବୃନ୍ଦ, ବ୍ୟବସାୟୀ ସଂଘ ଓ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇ ୧୩ ମିଟର ଲେଖାଏଁ ଉଚ୍ଛେଦ ହେବାର ନିଷ୍ପତ୍ତି ନିଆଯାଇଥିଲା। ଫଳରେ ବୁଧବାର ଦିନତମାମ ଏହି ଜବରଦଖଲ କାର୍ଯ୍ୟ ଲାଗିରହିଥିଲା। ଏଥିରେ ୧ ପ୍ଲାଟୁନ୍‌ ପୋଲିସ୍‌, ୨ଟି ଜେସିବି, ପୌରପାଳିକା କର୍ମଚାରୀ, ତହସିଲ କର୍ମଚାରୀ ଓ ପୂର୍ତ୍ତବିଭାଗ କର୍ମଚାରୀମାନେ ନିୟୋଜିତ ଥିଲେ। ପୌର ଅଧିକାରୀ ଅଜୟ ମହାପାତ୍ର, ମାଜିଷ୍ଟ୍ରେଟ ଭାବେ ଅତିରିକ୍ତ ତହସିଲଦାର ଅମ୍ଳାନ ନାୟକ, ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ର ଅଶୋକ ପଣ୍ଡା, କନିଷ୍ଠଯନ୍ତ୍ରୀ ନିହାର ରଞ୍ଜନ ବେହେରା, ଆଇଆଇସି ରୋଜାଲିନ ବେହେରା, ସଦର ଆର୍‌ଆଇ ଶରତ ବେହେରା, ଇନ୍ସପେକ୍ଟର ପ୍ରତାପ ଭଞ୍ଜ ଓ ଉଜ୍ଜ୍ୱଳ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗ୍ରହରୁ ଆତ୍ମନିର୍ଭର

କାମାକ୍ଷାନଗର, ୨୩ା୪(ଡି.ଏନ୍‌.ଏ.) ଖୋଲା ଆକାଶ ତଳେ ଶତାଧିକ ନଡ଼ାର ପ୍ୟାଡ୍‌। ସେଥିରେ ଫୁଟିଛି ମେଞ୍ଚା ମେଞ୍ଚା ଛତୁ। ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏଭଳି ଓପନ୍‌...

ମହିଳାଙ୍କ ଫଟୋ ଭାଇରଲକରି ବ୍ଲାକ୍‌ମେଲ୍‌: ଯୁବକ ଗିରଫ

ଓଡ଼ଗାଁ, ୫।୪(ସ୍ବ.ପ୍ର.): ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରଲକରି ବ୍ଲାକ୍‌ମେଲ କରିବା ଅଭିଯୋଗରେ ନୟାଗଡ଼ା ଜିଲା ଆଦର୍ଶ ଥାନା ପୋଲିସ ଅଭିଯୁକ୍ତ ଯୁବକଙ୍କୁ ରବିବାର ଗିରଫକରି କୋର୍ଟ...

ଅଧ୍ୟକ୍ଷ ଆଶାୟୀ ତାଲିକା ଲମ୍ବୁଛି

ତାଳଚେର,୫ ।୩(ନି.ପ୍ର.) ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ନାମାଙ୍କନପତ୍ର ଦାଖଲ ସମୟସୀମା ଶେଷ ହେବାକୁ ଆଉ ମାତ୍ର ୩...

ମୋବାଇଲରେ ବେଶ ଫଟୋ ଉଠାଇବା ଚର୍ଚ୍ଚା

ପୁରୀ ଅଫିସ,୨୮ା୧୧: ଶ୍ରୀମନ୍ଦିର କର୍ମଚାରୀ, ସେବାୟତ ଏବଂ ସୁରକ୍ଷା କର୍ମଚାରୀ କେହି ବି ମନ୍ଦିର ଭିତରକୁ ମୋବାଇଲ ଫୋନ୍‌ ନେବେ ନାହିଁ। ସମସ୍ତଙ୍କୁ ଯାଞ୍ଚ କରାଯାଇ...

ମୁକୁଳା ପଡ଼ିଛି ତ୍ରିବେଣୀନଗର ଡ୍ରେନ୍‌

ବ୍ରହ୍ମପୁର ଅଫିସ,୯ା୬-ବ୍ରହ୍ମପୁରକୁ ସ୍ବଚ୍ଛ ଓ ସୁନ୍ଦର ସହରରେ ପରିଣତ କରିବାକୁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ବହୁ ପଦକ୍ଷେପ ନେଉଛି। ଫାଉଣ୍ଟେନଠାରୁ ଆରମ୍ଭ କରି ସହରର କାନ୍ଥଗୁଡିକରେ...

ରଥ ନିର୍ମାଣ ପ୍ରସ୍ତୁତି ଜୋରଦାର

ପାରଳାଖେମୁଣ୍ଡି,୨୯।୫(ଡି.ଏନ୍‌.ଏ.): ରଥ ଯାତ୍ରା ଲାଗି ତିନି ରଥ ପ୍ରସ୍ତୁତି ଜୋରଦାର କରାଯାଇଛି। ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିର ପ୍ରସିଦ୍ଧ ରଥଯାତ୍ରା କୋଭିଡ କଟକଣା ଲାଗି...

ବେପରୁଆ ଭାବେ ଚାଲିଛି ଗଣ୍ଡିବେଡ-ଔପଦା ରାସ୍ତା

ଖଇରା/ଔପଦା, ୨୭।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକରେ ପୂର୍ତ୍ତ ବିଭାଗ ଅଧୀନରେ ବିଭିନ୍ନ ସ୍ଥାନରେ ଚାଲିଥିବା କାର୍ଯ୍ୟକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ବିଶେଷ...

ଲୁଣାନଦୀ ମାଟି ବନ୍ଧରେ ଫାଟ

ମହାକାଳପଡ଼ା,୧୪ ।୮(ଡି.ଏନ୍‌.ଏ.): ଲଘୁଚାପଜନିତ ଲଗାଣ ବର୍ଷା ଲାଗିରହିଛି ା ଏଥିସହିତ ହୀରାକୁଦ ଉପର ମୁଣ୍ଡରେ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ା ରାତି...

Advertisement
Archives

Model This Week