ସେମିକଣ୍ଡକ୍ଟର ଉତ୍ପାଦନ ଲାଗି ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୧୬|୧୨: ଭାରତରେ ଦେଖାଦେଇଥିବା ସେମିକଣ୍ଡକ୍ଟର ଚିପ୍ସ ଅଭାବ ଜନିତ ସମସ୍ୟା ଦୂର କରିବା ପାଇଁ ଆଗେଇ ଆସିଛନ୍ତି କେନ୍ଦ୍ର ସରକାର। ସେମିକଣ୍ଡକ୍ଟର ଅଭାବରୁ ଦେଶର କାର୍‌, ଫୋନ୍‌ ନିର୍ମାଣରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। ଲୋକଙ୍କ ଚାହିଦା ଥିଲେ ମଧ୍ୟ କମ୍ପାନୀଗୁଡ଼ିକ ବଜାରରେ ଗାଡ଼ି ଉପଲବ୍ଧ କରିପାରୁନାହାନ୍ତି। ଏଭଳିସ୍ଥଳେ କେନ୍ଦ୍ର କ୍ୟାବିନେଟ୍‌ ବୁଧବାର ସେମିକଣ୍ଡକ୍ଟର ଏବଂ ଡିସ୍‌ପ୍ଲେ ବୋଡର୍ର୍ ନିର୍ମାଣ ୟୁନିଟ୍‌ଗୁଡ଼ିକ ପାଇଁ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ଅନୁମୋଦନ କରିଥିବା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ଏହି ଯୋଜନାରେ ଆସନ୍ତା ୫/୬ ବର୍ଷ ମଧ୍ୟରେ ସେମିକଣ୍ଡକ୍ଟର ଉତ୍ପାଦନରେ ୭୬,୦୦୦ କୋଟି ଟଙ୍କା ବିନିଯୋଗ ହେବାର ଯୋଜନା ରହିଛି ବୋଲି ସେ କହିଛନ୍ତି।
ଟେଲିକମ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ନିଷ୍ପତ୍ତି ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ ବିକାଶ କରିବ, ଯଦ୍ଦ୍ବାରା ମାଇକ୍ରୋଚିପ୍ସର ଡିଜାଇନ, ଫାବ୍ରିକେଶନ, ପ୍ୟାକିଂ ଏବଂ ଟେଷ୍ଟିଂରେ ସହାୟକ ହେବ। ଚିପ୍ସ ଷ୍ଟାର୍ଟଅପ୍‌ କରିବା ପାଇଁ ଏହି ଯୋଜନାରେ ୮୫ ହଜାର ସେମିକଣ୍ଡକ୍ଟର ଇଞ୍ଜିିନିୟରଙ୍କୁ ତାଲିମ ଦିଆଯିବାକୁ ଯୋଜନା ରହିଛି। ସରକାର ଏହାର ୫୦% ଖର୍ଚ୍ଚ ବହନ କରିବେ ବୋଲି ବୈଷ୍ଣବ କହିଛନ୍ତି। ଗୋଟିଏ କିମ୍ବା ଦୁଇଟି ଡିସ୍‌ପ୍ଲେ ବୋର୍ଡ ଉତ୍ପାଦନ ୟୁନିଟ୍‌ ଏବଂ ୧୦ଟି ଲେଖାଏ ସେମିକଣ୍ଡକ୍ଟର ଡିଜାଇନ ଓ କମ୍ପୋନେଣ୍ଟ ୟୁନିଟ୍‌ ପ୍ରତିଷ୍ଠା ପାଇଁ ସରକାର ବର୍ତ୍ତମାନ ଟାର୍ଗେଟ୍‌ କରିଛନ୍ତି। ଏହା ମାଧ୍ୟମରେ ୩୫ ହଜାର ନିଯୁକ୍ତି ଏବଂ ପ୍ରାୟ ୧ ଲକ୍ଷ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ବୈଷ୍ଣବ କହିଛନ୍ତି। ସୂଚନାଥାଉ କି, ସେମିକଣ୍ଡକ୍ଟର ପ୍ରାୟତଃ କାର୍‌ ଓ ଫୋନଗୁଡ଼ିକରେ ବ୍ୟାପକ ଭାବେ ବ୍ୟବହାର ହେଉଛି। ଏହାସହିତ ଅନ୍ୟ ଦୈନନ୍ଦିନ ବ୍ୟବହାରଯୋଗ୍ୟ ଉପକରଣ ତଥା ଟିଭି, ଲାପ୍‌ଟପ୍‌, ଓ୍ବାଶିଂମେଶିନ ପାଇଁ ତାହା ଆବଶ୍ୟକ ହେଉଛି। ସମ୍ପ୍ରତି ସାରା ବିଶ୍ୱରେ କେତେକ କାରଣ ଯୋଗୁ ସେମିକଣ୍ଡକ୍ଟର ଚିପ୍ସ ଯୋଗାଣ ବ୍ୟାହତ ହେବା ଯୋଗୁ ଅଟୋମୋବାଇଲ, ଗାଜେଟ୍‌ସ ସମେତ ବହୁ ଉଦ୍ୟୋଗ ପାଇଁ ସଙ୍କଟ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri