ସେମିକଣ୍ଡକ୍ଟର ଉତ୍ପାଦନ ଲାଗି ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୧୬|୧୨: ଭାରତରେ ଦେଖାଦେଇଥିବା ସେମିକଣ୍ଡକ୍ଟର ଚିପ୍ସ ଅଭାବ ଜନିତ ସମସ୍ୟା ଦୂର କରିବା ପାଇଁ ଆଗେଇ ଆସିଛନ୍ତି କେନ୍ଦ୍ର ସରକାର। ସେମିକଣ୍ଡକ୍ଟର ଅଭାବରୁ ଦେଶର କାର୍‌, ଫୋନ୍‌ ନିର୍ମାଣରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। ଲୋକଙ୍କ ଚାହିଦା ଥିଲେ ମଧ୍ୟ କମ୍ପାନୀଗୁଡ଼ିକ ବଜାରରେ ଗାଡ଼ି ଉପଲବ୍ଧ କରିପାରୁନାହାନ୍ତି। ଏଭଳିସ୍ଥଳେ କେନ୍ଦ୍ର କ୍ୟାବିନେଟ୍‌ ବୁଧବାର ସେମିକଣ୍ଡକ୍ଟର ଏବଂ ଡିସ୍‌ପ୍ଲେ ବୋଡର୍ର୍ ନିର୍ମାଣ ୟୁନିଟ୍‌ଗୁଡ଼ିକ ପାଇଁ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ଅନୁମୋଦନ କରିଥିବା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ଏହି ଯୋଜନାରେ ଆସନ୍ତା ୫/୬ ବର୍ଷ ମଧ୍ୟରେ ସେମିକଣ୍ଡକ୍ଟର ଉତ୍ପାଦନରେ ୭୬,୦୦୦ କୋଟି ଟଙ୍କା ବିନିଯୋଗ ହେବାର ଯୋଜନା ରହିଛି ବୋଲି ସେ କହିଛନ୍ତି।
ଟେଲିକମ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ନିଷ୍ପତ୍ତି ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ ବିକାଶ କରିବ, ଯଦ୍ଦ୍ବାରା ମାଇକ୍ରୋଚିପ୍ସର ଡିଜାଇନ, ଫାବ୍ରିକେଶନ, ପ୍ୟାକିଂ ଏବଂ ଟେଷ୍ଟିଂରେ ସହାୟକ ହେବ। ଚିପ୍ସ ଷ୍ଟାର୍ଟଅପ୍‌ କରିବା ପାଇଁ ଏହି ଯୋଜନାରେ ୮୫ ହଜାର ସେମିକଣ୍ଡକ୍ଟର ଇଞ୍ଜିିନିୟରଙ୍କୁ ତାଲିମ ଦିଆଯିବାକୁ ଯୋଜନା ରହିଛି। ସରକାର ଏହାର ୫୦% ଖର୍ଚ୍ଚ ବହନ କରିବେ ବୋଲି ବୈଷ୍ଣବ କହିଛନ୍ତି। ଗୋଟିଏ କିମ୍ବା ଦୁଇଟି ଡିସ୍‌ପ୍ଲେ ବୋର୍ଡ ଉତ୍ପାଦନ ୟୁନିଟ୍‌ ଏବଂ ୧୦ଟି ଲେଖାଏ ସେମିକଣ୍ଡକ୍ଟର ଡିଜାଇନ ଓ କମ୍ପୋନେଣ୍ଟ ୟୁନିଟ୍‌ ପ୍ରତିଷ୍ଠା ପାଇଁ ସରକାର ବର୍ତ୍ତମାନ ଟାର୍ଗେଟ୍‌ କରିଛନ୍ତି। ଏହା ମାଧ୍ୟମରେ ୩୫ ହଜାର ନିଯୁକ୍ତି ଏବଂ ପ୍ରାୟ ୧ ଲକ୍ଷ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ବୈଷ୍ଣବ କହିଛନ୍ତି। ସୂଚନାଥାଉ କି, ସେମିକଣ୍ଡକ୍ଟର ପ୍ରାୟତଃ କାର୍‌ ଓ ଫୋନଗୁଡ଼ିକରେ ବ୍ୟାପକ ଭାବେ ବ୍ୟବହାର ହେଉଛି। ଏହାସହିତ ଅନ୍ୟ ଦୈନନ୍ଦିନ ବ୍ୟବହାରଯୋଗ୍ୟ ଉପକରଣ ତଥା ଟିଭି, ଲାପ୍‌ଟପ୍‌, ଓ୍ବାଶିଂମେଶିନ ପାଇଁ ତାହା ଆବଶ୍ୟକ ହେଉଛି। ସମ୍ପ୍ରତି ସାରା ବିଶ୍ୱରେ କେତେକ କାରଣ ଯୋଗୁ ସେମିକଣ୍ଡକ୍ଟର ଚିପ୍ସ ଯୋଗାଣ ବ୍ୟାହତ ହେବା ଯୋଗୁ ଅଟୋମୋବାଇଲ, ଗାଜେଟ୍‌ସ ସମେତ ବହୁ ଉଦ୍ୟୋଗ ପାଇଁ ସଙ୍କଟ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତିଥ୍ୟ, ଆନୁଷଙ୍ଗିକ କ୍ଷେତ୍ରକୁ ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୧୮।୮ (ପିଆଇବି): ଦେଶର ଅର୍ଥନୀତିକୁ ସବଳ କରିବା ପାଇଁ ପ୍ରମୁଖ କ୍ଷେତ୍ର ପ୍ରତି ସରକାର ବିଶେଷ ଦୃଷ୍ଟିଦେବା ସହ ଆବଶ୍ୟକ ସହଯୋଗ ଓ ସହାୟତା ଯୋଗାଇଦେବାକୁ...

ଓଡ଼ିଶାର ଆମ୍ବଚାଷୀଙ୍କ ଆୟ ଦ୍ୱିଗୁଣିତ କରାଇବ କୋକା-କୋଲା

ଭୁବନେଶ୍ୱର,୧୫।୧୦:କୋକା-କୋଲା ଫାଉଣ୍ଡେଶନ ପକ୍ଷରୁ ଓଡ଼ିଶାରେ କୃଷିଭିତ୍ତିକ ପ୍ରକଳ୍ପ ‘ଉନ୍ନତି ଅମ୍ରିତ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଫାଉଣ୍ଡେଶନର ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ ଉନ୍ନତି ପ୍ରକଳ୍ପ, ଯାହାକି ଫଳ...

ବନ୍ଦ ହେବନି ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୨୭-୬: ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ ବନ୍ଦ ହେବ ନାହିଁ। ଏହି କମ୍ପାନୀଗୁଡିକର ପୁନରୁଦ୍ଧାର ଲାଗି ବିସ୍ତୃତ ଯୋଜନା ବର୍ତ୍ତମାନ ପ୍ରସ୍ତୁତ ହେଉଛି।...

ବାଲିଆପାଳରେ ଟ୍ରେଣ୍ଡ୍‌ସର ସର୍ବବୃହତ୍‌ ଷ୍ଟୋର

ଭୁବନେଶ୍ୱର,୯।୫: ରିଲାଏନ୍ସ ରିଟେଲ୍‌ର ପୋଷାକ ଏବଂ ଆସେସୋରିଜ୍‌ ସ୍ପେଶାଲିଟି ଚେନ୍‌ ଟ୍ରେଣ୍ଡ୍‌ସର ସର୍ବବୃହତ୍‌ ଷ୍ଟୋର ନିକଟରେ ଉଦଘାଟିତ ହୋଇଯାଇଛି। ଏପରିକି କମ୍ପାନୀ ଓଡିଶା ୟୁନିଟ ପକ୍ଷରୁ...

ଡାଲମିଆ ଭାରତକୁ ସିଆଇଆଇ-ଆଇଟିସି ସଷ୍ଟେନେବିଲିଟି ଆୱାର୍ଡ

ଭୁବନେଶ୍ୱର,୧୨।୫: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ଡାଲମିଆ ଭାରତକୁ ନିକଟରେ ଆଉ ଏକ ଜାତୀୟ ସ୍ତରର ପୁରସ୍କାର ମିଳିଛି। ବିଶେଷକରି କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର୍‌)...

ନକାରାତ୍ମକ ରହିବ ଅଭିବୃଦ୍ଧି: ସୀତାରାମନ

ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି)ନକାରାତ୍ମକ କିମ୍ବା ଶୂନ ସ୍ତରରେ ରହିବା ଆଶଙ୍କା ରହିଛି। କରୋନା ଯୋଗୁ ଏଭଳି ସ୍ଥିତି ସାମ୍ନା...

୩୦% ବଢ଼ିଛିି ଖାଇବା ତେଲ ଦର

ନୂଆଦିଲ୍ଲୀ,୨୨।୧୧: ଉତ୍ପାଦନକାରୀ ରାଷ୍ଟ୍ରରେ ଶ୍ରମଶକ୍ତିର ଅଭାବ ଓ ଆମଦାନୀ କାରଣରୁ ଭାରତରେ କ୍ରମାଗତ ଭାବେ ଖାଇବା ତେଲର ଦର ବୃଦ୍ଧି ପାଇବାରେ ଲାଗିଛି। କରୋନା ମହାମାରୀ...

ସେନ୍‌ସେକ୍ସ ୪୦,ନିଫ୍ଟି ୧୨ ହଜାର ଟପିଲା

ମୁମ୍ବାଇ,୨୩-୫: ସାତଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଶେଷ ହେବା ପରେ ଗୁରୁବାର ଗଣନା ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏନ୍‌ଡିଏ ସଂଖ୍ୟାଗରିଷ୍ଠତା ହାସଲ କରିିବାକୁ ଯାଉଥିବା...

Advertisement
Archives

Model This Week