ସମ୍ବଲପୁରରେ ପୁଣି ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ସମ୍ବଲପୁର/କୁଚିଣ୍ଡା,୧୩।୪(ବିରଞ୍ଚି ଦର୍କା/ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଏକମାସ ବ୍ୟବଧାନରେ ଅପରାଧିଙ୍କୁ ପୋଲିସ ଏନକାଉଣ୍ଟର ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ରଙ୍ଗିଆଟିକରା ଗ୍ରାମର ରାଜରାସ୍ତା ଉପରେ ହୋଇଛି ଏହି ବଡ଼ ଏନକାଉଣ୍ଟର। ପୋଲିସ ଏନକାଉଣ୍ଟରରେ ଗୋବିନ୍ଦପୁର ଥାନା ବାମରା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ସାର୍ଗିଡିହୀ ଗ୍ରାମର ସୀତାରାମ ଷଡଙ୍ଗୀ(୩୪) ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ସେ ବୁର୍ଲା ଭିମସାରରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ବାମଗୋଡ଼ ଆଣ୍ଠୁତଳକୁ ଗୁଳିବଦ୍ଧ ହୋଇଥିବାବେଳେ ଭିମସାରରେ ତାଙ୍କର ଚିକିତ୍ସା ଚାଲିଛି।

ସମ୍ବଲପୁର ପୋଲିସରୁ ମିଳିଥିବା ସୂଚନା ଅନୁଯାୟୀ, ଏକାଧିକ ଅପରାଧିକ ମାମଲାର ଜଡିତ ଅଭିଯୁକ୍ତ ସୀତାରାମ ସନ୍ଧାନରେ ପୋଲିସ ରହିଥିଲା। ତେବେ ତାଙ୍କ ବିରୋଧରେ ଗୋବିନ୍ଦପୁର ଥାନା କେସ ନମ୍ବର ୪୬/୨୫ରେ ଭାରତୀୟ ନ୍ୟାୟ ସଂହିତା ଦଫା ୩୧୦(୨) ଓ ଅସ୍ତ୍ରଶସ୍ତ୍ର ଆଇନରେ ରୁଜୁ ମାମଲାରେ ପୋଲିସ ତାଙ୍କ ଧରିବା ପାଇଁ ଯାଇଥିଲା। ଘଟଣା ଏମିତି ଥିଲା କି, ଭୋର ସାଢେ ୫ଟାରେ ବାଇକ୍‌ରେ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଉପରକୁ ଗୁଳି ଚଲାଇ ଥିଲେ। ତେବେ ପୋଲିସର ପାଲଟା ଗୁଳି ଚାଳନାରେ ସେ ଗୁରୁତର ଆହତ ହୋଇ ବାଇକରୁ ପଡ଼ିଯାଇଥିଲେ। ପୋଲିସର ତାଙ୍କୁ ଗୁଳିବିଦ୍ଧ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କୁଚିଣ୍ଡା ଉପଖଣ୍ଡ ଚିତ୍ସାଳୟରେ ଚିକିତ୍ସା କରାଇଥିଲା। ଏହାବାଦ ତାଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି।

ତାଙ୍କ ନାମରେ ସମ୍ବଲପୁର ସହିତ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଥାନାରେ ଡକାୟତି, ଲୁଟ, ହତ୍ୟା ଉଦ୍ୟମ ଭଳି ୨୫ ରୁ ଅଧିକ ସଙ୍ଗୀନ ମାମଲା ରହିଛି ବୋଲି ପୋଲିସ କହିଛି। ତାଙ୍କ ନିକଟରୁ ପୋଲିସ ଏକ ୭.୬୫ ମିମି ଦେଶୀ ପିସ୍ତଲ, ୧ ରାଉଣ୍ଡ ଜୀବନ୍ତ ଗୁଳି, ୨ଟି ଖାଲି କାର୍ତୁସ (ପୋଲିସ ଉପରକୁ ଚଲାଇଥିବା ଗୁଳି),ନମ୍ବର ବିହୀନ ହିରୋ ସୁପର ସ୍ପେଣ୍ଡର ବାଇକ ଓ ନଗଦ ୧ ଲକ୍ଷ ଟଙ୍କାକୁ ଜବତ କରିଛି। ଅପରପକ୍ଷରେ ପୋଲିସ ସାଇଣ୍ଟିଫିକ ଦଳ ଘଟଣାସ୍ଥଳ ପରିଦର୍ଶନ କରି ଯାଞ୍ଚ କରିବା ସହିତ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେମିକନ୍ ଇଣ୍ଡିଆରେ ବଡ଼ ଘୋଷଣା କଲେ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାରେ ହେବ…

ନୂଆଦିଲ୍ଲୀ,୧୭।୯: ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ପରବର୍ତ୍ତୀ ପର୍ଯ୍ୟାୟର ଅଭିଯାନ ଅଧିକ ବ୍ୟାପକ ହେବ। ଦେଶରେ ଅତିକମ୍‌ରେ ୨୦୦ଟି ଷ୍ଟାର୍ଟଅପ୍‌ ଓ କମ୍ପାନୀକୁ ଚିପ୍‌ ଡିଜାଇନ କାର୍ଯ୍ୟରେ ସାମିଲ…

ଆଉ ୨ ଦିନ ପରେ ୩ ରାଶିଙ୍କ ଉପରୁ କଟିଯିବ ଶନିଦଶା! ଅପାର ଧନ ଲାଭ ସହ ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚର ଓ ଗତି ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଅନ୍ୟ ଗ୍ରହମାନଙ୍କ ତୁଳନାରେ ଶନି ଧୀରେ ଗତି କରୁଥିବାରୁ ତାଙ୍କ ରାଶି ପରିବର୍ତ୍ତନର…

ଗୋଟିଏ ଯୁବତୀଙ୍କୁ ଭଲପାଉଥିଲେ, ଈର୍ଷାରେ ପାଣିଟାଙ୍କି ଉପରୁ ଠେଲି ନେଇଗଲେ ବନ୍ଧୁଙ୍କ ଜୀବନ; ତଦନ୍ତ ପରେ…

ରାଉରକେଲା,୧୭।୯(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ଲାଠିକଟା ଅଞ୍ଚଳରେ ଜଣେ ଯୁବକଙ୍କୁ ତାଙ୍କ ନିଜ ବନ୍ଧୁ ନିର୍ମାଣାଧୀନ ପାଣିଟାଙ୍କି ଉପରୁ ଠେଲି ହତ୍ୟା କରିଥିବା ଭଳି ଏକ ସାଂଘାତିକ…

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ଚାରିଆଡେ ଚର୍ଚ୍ଚା; ମୋଦିଙ୍କୁ ଏଭଳି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବନ୍ଧୁ ପୁଟିନ୍, ବିଶ୍ବରେ ଆପଣଙ୍କ….

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ରୁଷିଆରୁ ଆସିଛି ଶୁଭେଚ୍ଛା ବାର୍ତ୍ତା। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବା ସହ…

ବ୍ୟାଗରେ କୁକୁର ଧରି ଅଫିସରେ ପହଞ୍ଚିଲେ ଯୁବନେତା, ଅଫିସରଙ୍କ ଟେବୁଲ ଉପରେ ଛାଡି…

ମୁମ୍ବାଇ,୧୭।୯: ମହାରାଷ୍ଟ୍ରର ନାଶିକ ଜିଲା ନିଫାଡ଼ରେ ବୁଲା କୁକୁରଙ୍କ ସମସ୍ୟାକୁ ନେଇ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି । UBT ଶିବସେନାର ଯୁବ ନେତା ବିକ୍ରମ…

ପେଟ୍ରୋଲ ଭରାଇବା ପରେ UPIରେ ଦେଇପାରିବେନି ଟଙ୍କା! କାହିଁକି ବିରୋଧ କରୁଛନ୍ତି ପେଟ୍ରୋଲ ପମ୍ପ ଡିଲର, ଜାଣନ୍ତୁ…

ନୂଆଦିଲ୍ଲୀ,୧୭।୯: ପେଟ୍ରୋଲ କିମ୍ବା ଡିଜେଲ ଭରାଇବା ପରେ UPI ମାଧ୍ୟମରେ ପେମେଣ୍ଟ କରୁଥିବା ଗ୍ରାହକଙ୍କ ପାଇଁ ଏକ ନୂଆ ନିୟମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨,୦୦୦…

ଗ୍ରାମରେ ପଶିଗଲା ଗୋଠଛଡ଼ା ଦନ୍ତା: ଘର ଭାଙ୍ଗି ଚାଉଳ ଖାଇଲା, ଜଙ୍ଗଲରେ ୩ ହାତୀଙ୍କୁ ନେଇ ଆତଙ୍କ!

ବଣାଇଁ,୧୭।୯(ପ୍ରଦୀପ ତ୍ରିପାଠୀ): ବୁଧବାର ସନ୍ଧ୍ୟାରେ ବଣାଇଁ ବନାଞ୍ଚଳ ଅନ୍ତର୍ଗତ ବଡ଼ପୋଷ ଗ୍ରାମରେ ଏକ ଗୋଠଛଡା ଦନ୍ତା ହଠାତ୍ ଘରେ ପଶି ଯାଇଥିଲା । ଖାଦ୍ୟ ଅନ୍ୱେଷଣରେ ଘୂରିବୁଲୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?