ଶୂନ୍ୟପୁରୁଷ ଶିଶୁଅନନ୍ତ

ଡ. ଭବାନୀ ଶଙ୍କର ଦାଶ

ସଂସ୍କୃତ ସାହିତ୍ୟ ପ୍ରତି ନୀରବ ପ୍ରତିବାଦରେ ସେଦିନ ସାରଳା ଦାସଙ୍କ ସାହିତ୍ୟ ସୃଷ୍ଟି ଥିଲା ଏକ ବୈପ୍ଳବିକ ପଦକ୍ଷେପ। ସାରଳାଙ୍କ ପରେ ଓଡ଼ିଶାର ସାହିତ୍ୟ, ସମାଜ, ସଂସ୍କୃତି ଓ ଧର୍ମ କ୍ଷେତ୍ରରେ ମଧ୍ୟ ଏକ ଯୁଗାନ୍ତକାରୀ ବିପ୍ଳବ ଆରମ୍ଭ ହୋଇଥିଲା। ଏହି ବିପ୍ଳବର କର୍ଣ୍ଣଧାର ସାଜିଥିଲେ ଓଡ଼ିଶାର ବୈଷ୍ଣବ ମହାପୁରୁଷ। ସେମାନେ ହେଲେ ବଳରାମ ଦାସ, ଯଶୋବନ୍ତ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ ଓ ଅନନ୍ତ ଦାସ। ଓଡ଼ିଆ ସାହିତ୍ୟ ଇତିହାସରେ ଏମାନେ ପଞ୍ଚସଖା ନାମରେ ନାମିତ। କେହି କେହି ପଣ୍ଡିତ ଏମାନଙ୍କୁ ପଞ୍ଚଶାଖା ବି କହିଥା’ନ୍ତି।
ପଞ୍ଚସଖା ଯୁଗର ବରେଣ୍ୟ ସାଧକମାନଙ୍କ ମଧ୍ୟରେ ଶିଶୁଅନନ୍ତ ଓଡ଼ିଆବାଣୀ ଭଣ୍ଡାର ଓ ଭକ୍ତି ପରମ୍ପରାରେ ଏକ ଅଦ୍ଭୁତ ରହସ୍ୟ ଘନ ଉଚ୍ଚାରଣ। ତାଙ୍କ ଜନ୍ମ ସମୟ, ଜନ୍ମସ୍ଥାନ, ରଚନାବଳୀ ଓ ଅଲୌକିକତା ସମ୍ପର୍କରେ ଠିକ୍‌ ପ୍ରମାଣଭିତ୍ତିକ ବିବରଣୀ ଏଯାଏ ମିଳିବା ସମ୍ଭବ ହୋଇନାହିଁ। ତଥାପି ଓଡ଼ିଶାରେ ପଞ୍ଚସଖା ବିଶ୍ଳେଷଣ ପାଇଁ ଯୋଜନାବଦ୍ଧ ଉଦ୍ୟମ ଆରମ୍ଭ ହିଁ ହୋଇନାହିଁ। ଯେତିକି ସେମାନଙ୍କ ସମ୍ପର୍କରେ ଗବେଷଣା କରାଯାଇଛି, ତାହାସବୁ ଆଦୌ ଯଥେଷ୍ଟ ନୁହେଁ କି ଯଥାଯଥ ବି ନୁହେଁ। ଓଡ଼ିଶାର ଲୋକକଥାରେ ଏବେ ବି କୁହାଯାଏ- ଅଚ୍ୟୁତ ଠାର, ଅନନ୍ତ ଗାର। ସେହି ପଞ୍ଚସାଧକ ଅନେକ ମାଳିକା, ପଟଳ, ଚଉତିଶା, ବାଖର ଇତ୍ୟାଦି ରଚନା କରିଥିଲେ ହେଁ ଅଧିକାଂଶ ରଚନାରେ ଠାରର ବ୍ୟବହାର ରହିଛି। ବିଶେଷତଃ ଅଚ୍ୟୁତାନନ୍ଦ ଠାର ବଚନ ଲେଖିବାରେ ସିଦ୍ଧହସ୍ତ ଥିଲେ। ଏମାନେ ଥିଲେ ଦୂରଦ୍ରଷ୍ଟା ଲୋକଶିକ୍ଷକ। ଆଗାମୀ କାଲିର ସୂନା ଦେଲାବେଳେ ଲୋକମାନେ ଆତଙ୍କିତ ନ ହେବା ପାଇଁ ଠାରର ଉପଯୋଗ କରିଥିଲେ। ମାତ୍ର ଏମାନଙ୍କ ମଧ୍ୟରେ ସ୍ବତନ୍ତ୍ର ଶକ୍ତିର ଅଧିକାରୀ ଥିଲେ ମହାତ୍ମା ଶିଶୁଅନନ୍ତ। ତାଙ୍କ ‘ଗାର’ କ’ଣ ତାହା ଏଯାଏ ଓଡ଼ିଶାର ବୌଦ୍ଧିକ ସ୍ତରକୁ ଆନ୍ଦୋଳିତ କରିନାହିଁ। ଅଥଚ ‘ଗାରକଟା ଯନ୍ତ୍ର’ ଉଦ୍ଭାବକ ଭାବେ ପଞ୍ଚସଖା ମଧ୍ୟରେ ତାଙ୍କର ବିଶେଷ ଖ୍ୟାତିଥିଲା। ‘ଗାରକଟା ଯନ୍ତ୍ର’ କ’ଣ ତାହା ସ୍ପଷ୍ଟ ହୋଇପାରିଲା ନାହିଁ ଏଯାଏ। ତାଙ୍କ ସମ୍ପର୍କରେ ସ୍ପଷ୍ଟ ପ୍ରାମାଣିକ ତଥ୍ୟ ମଧ୍ୟ ମିଳିପାରିନାହିଁ ।
ଶିଶୁଅନନ୍ତଙ୍କ ଜନ୍ମ ବାଲିପାଟଣାରେ। ଏହାର ଅନେକ ପ୍ରମାଣ ରହିଛି। ବଂଶାନୁକ୍ରମିକ ଭାବେ ସିଏ ଥିଲେ ବାଲିପାଟଣାର ଅଧିବାସୀ। ତାଙ୍କ ପିତାଙ୍କ ନାମ କପିଳ ମହାନ୍ତି ଓ ମାତା ଗୌରୀ ଦେବୀ । ଶିଶୁଅନନ୍ତଙ୍କ ପୁତ୍ରର ନାମ ଅକ୍ରୂର। ଏକଦା ଯଶୋବନ୍ତ ଦାସ ନିଜ ଶିଷ୍ୟମାନଙ୍କ ସହିତ ବାଲିପାଟଣାରେ କିଛିଦିନ ଅବସ୍ଥାନ କରିଥିବା କଥା ସୁଦର୍ଶନ ଦାସଙ୍କ ‘ଚୌରାଅଶୀ ଆଜ୍ଞା’ରୁ ଜାଣିବାକୁ ମିଳେ। କେବଳ ସୁଦର୍ଶନ ଦାସଙ୍କ ‘ଚୌରାଅଶୀ ଆଜ୍ଞା’ ନୁହେଁ, ଜଗନ୍ନାଥ ଦ୍ୱିଜଙ୍କ ରଚିତ ‘ଭକ୍ତି ଚନ୍ଦ୍ରିକା’ରେ ଅନନ୍ତଙ୍କ ଜନ୍ମ ବାଲିପଡ଼ା ବୋଲି ଉଲ୍ଲେଖ ଅଛି । ଅପଭ୍ରଂଶର ଗଡ୍ଡାଳିକାରେ ବାଲିପଡ଼ା ପରବର୍ତ୍ତୀ ସମୟରେ ବାଲିପାଟଣା ହୋଇଥିବା ଖୁବ୍‌ ସମ୍ଭବ। ପଞ୍ଚସଖା ଥିଲେ ଅତି ଅଲୌକିକ ଶକ୍ତିର ଅଧିକାରୀ ସିଦ୍ଧ ସାଧକ। ସେମାନଙ୍କ ଅଲୌକିକ କ୍ରିୟାକଳାପ ଆଶ୍ଚର୍ଯ୍ୟ ଚକିତ କରୁଥିଲା। ଶିଶୁଅନନ୍ତଙ୍କଠାରେ ଏ ଅଲୌକିକତା ଅତିମାତ୍ରାରେ ଦେଖିବାକୁ ମିଳୁଥିଲା। ଈଶ୍ୱର ଦାସଙ୍କ ‘ଚୈତନ୍ୟ ଭାଗବତ’ ଅନୁସାରେ ପଞ୍ଚସଖାଙ୍କ ଆବିର୍ଭାବ ପ୍ରତ୍ୟେକ ଯୁଗରେ ରହିଥାଏ। ଯିଏ ଅନନ୍ତ ଯୁଗରେ ଗାର୍ଗବ ଭାବେ ଜନ୍ମ ହୋଇଥିଲେ, ସିଏ ସତ୍ୟଯୁଗରେ ହେଲେ ଯଜୁର୍ବେଦ, ତ୍ରେତାରେ ଜାମ୍ବବ, ଦ୍ୱାପରରେ ସୁବାହୁ ଓ କଳିଯୁଗରେ ଶିଶୁଅନନ୍ତ ହୋଇ ଜନ୍ମ ନେଇଥିଲେ।
ବାଲିପାଟଣାର ଫିରିଙ୍ଗପାଟଣା ଗ୍ରାମ ମଧ୍ୟ ତାଙ୍କ ଅଲୌକିକ କାର୍ଯ୍ୟ ଲାଗି ପ୍ରସିଦ୍ଧ ହୋଇଛି। ଏକଦା କୌଣସି ଏକ ବେହେରାର ଗୋରୁ ପିର୍‌ ଖାଁ ନାମକ ବିତ୍ତଶାଳୀ ବ୍ୟକ୍ତିର ଆଖୁକିଆରିରେ ପଶି ଗଛ ସବୁ ଖାଇଦେଲା। ପିର୍‌ ଖାଁ ତତ୍କାଳୀନ ରାଜଦରବାରରେ ଅଭିଯୋଗ କଲେ। ବେହେରାଟି ବିଚରା କାନ୍ଦିକାନ୍ଦି ରାଜଦରବାରକୁ ଯିବା ବାଟରେ ଅନନ୍ତ ଗୋସେଇଁ ଭେଟ ହେଲେ। ପ୍ରବୋଧନା ଦେଇ ଭୟାତୁର ବେହେରାକୁ ବିଦାକରି ଅନନ୍ତ ଦାସ ଖଣ୍ଡିଆ କାନ୍ଥରେ ବସି ରାଜଦ୍ୱାରରେ ପହଞ୍ଚତ୍ ଅଭିଯୁକ୍ତକୁ ମୁକ୍ତ କରିଥିଲେ । ସେହି ସ୍ମୃତିକୁ ଧରି ରଖି ଆଜି ମଧ୍ୟ ପିର୍‌ ଖାଁ ପାଟଣା ଫିରିକାପାଟଣା ନାମ ଧରି ସଦର୍ପେ ଦଣ୍ଡାୟମାନ ରହିଛି । ଅନ୍ୟ ସଖାଙ୍କ ଭଳି ଅନନ୍ତ ଦାସଙ୍କ ମାଳିକାଦିର ପ୍ରଚାର ପ୍ରସାର ତଥାପି ହୋଇପାରିନାହିଁ। ତାଙ୍କ ମନ୍ତ୍ର ଯାନ ଯେ ସାମ୍ପ୍ରତିକ ଯନ୍ତ୍ରଯାନଠାରୁ ଥିଲା ଉନ୍ନତତର ଯାହା ଗବେଷଣା ସାପେକ୍ଷ। ଏଥିପାଇଁ ଶିଶୁମଠଠାରେ ଅନନ୍ତ ଗବେଷଣାଗାରଟିଏ ପ୍ରତିଷ୍ଠା କରାଯାଇ ପଞ୍ଚସଖାଙ୍କ ସମ୍ପର୍କରେ ସ୍ବତନ୍ତ୍ର ଗବେଷଣାର ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଆଗାମୀ କାଲିର ବିଶ୍ୱ ଏକ ଗରିମାମୟ ତେଜସ୍ବୀ ଓଡ଼ିଶାକୁ ଦେଖିପାରନ୍ତା।
ପ୍ରାକ୍ତନ ପ୍ରାଧ୍ୟାପକ, ଶିଶୁ ଅନନ୍ତ ମହାବିଦ୍ୟାଳୟ, ବାଲିପାଟଣା, ଖୋର୍ଦ୍ଧା
ମୋ: ୮୯୧୭୬୨୪୩୮୬


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri