୨୧ରେ କୌଶଳ ମହୋତ୍ସବ: ଭାଗନେବେ ୨୦ରୁ ଅଧିକ ଆଇଟି କମ୍ପାନୀ, ୫୦ରୁ ଊର୍ଦ୍ଧ୍ୱ ନିଯୁକ୍ତିଦାତା

ସମ୍ବଲପୁର,୧୯ା୧(ପ୍ରମୋଦ ବହିଦାର): ସମ୍ବଲପୁରର ଶିକ୍ଷିତ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିକରିବା ଲକ୍ଷ୍ୟରେ ଆସନ୍ତା ୨୧ରେ କୌଶଳ ମହୋତ୍ସବ ଅନୁଷ୍ଠିତ ହେବ। ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅନ୍ତର୍ଗତ ଜାତୀୟ ଦକ୍ଷତା ବିକାଶ ନିଗମ(ଏନ୍‌ଏସ୍‌ଡିସି) ପକ୍ଷରୁ ସ୍ଥାନୀୟ ଧନକଉଡ଼ା ପଡ଼ିଆରେ ଏହି ମହୋତ୍ସବ ଆୟୋଜନ ହେବ। ଏହାକୁ କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିବେ ବୋଲି ଏନ୍‌ଏସ୍‌ଡିସିର ମହାପ୍ରବନ୍ଧକ ନୀତିନ କାପୁର କହିଛନ୍ତି।

ସ୍ଥାନୀୟ ଏକ ହୋଟେଲରେ ଏନ୍‌ଏସ୍‌ଡିସି ପକ୍ଷରୁ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କୌଶଳ ମହୋତ୍ସବ ସମ୍ପର୍କରେ ସୂଚନା ଦେଇ ଅନ୍ୟତମ ମହାପ୍ରବନ୍ଧକ ପଙ୍ଖୁରୀ ବର୍ଗୋହେନ କହିଛନ୍ତି, ବର୍ତ୍ତମାନ ପାଖାପାଖି ୭୦୦୦ରୁ ଅଧିକ ବିଭିନ୍ନ ପଦବୀ ଖାଲି ରହିଛି। ସେଗୁଡ଼ିକ ପୂରଣ ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରଣାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିଯୁକ୍ତିଦାତା ଓ ଚାକିରି ଅନ୍ବେଷଣରେ ଥିବା ଯୁବବର୍ଗଙ୍କୁ ଗୋଟିଏ ପ୍ଲାଟ୍‌ଫର୍ମରେ ଆଣିବା ପାଇଁ ଏହି ମହୋତ୍ସବ ଆୟୋଜନ କରାଯାଇଛି।

ଏମ୍‌ବିଏ, ଆଇଟିଆଇ, ଡିପ୍ଲୋମାଧାରୀ, ସ୍ନାତକ, ସ୍ନାତକୋତ୍ତର, ମାଟ୍ରିକ ପାସ୍‌ କରିଥିବା ଯୁବବର୍ଗଙ୍କୁ ଉଚିତ ପ୍ରଶିକ୍ଷଣ ସହ ବୈଷୟିକ ଦକ୍ଷତା ବିକାଶ କରି ଦେଶର ବିଭିନ୍ନ କ୍ଷେତ୍ରରେ ରହିଥିବା ଆବଶ୍ୟକତା ପୂରଣ କରିବାର ଏହା ଏକ ପ୍ରୟାସ। ଏଥିରେ ପଞ୍ଜୀକରଣ କରିବା ପାଇଁ ୨୦ ଦିନ ପୂର୍ବରୁ ଆବେଦନ କରିବାକୁ ଅନ୍‌ଲାଇନରେ ସୂଚନା ଦିଆଯାଇଥିଲା। ଚଳିତବର୍ଷ ବିଭିନ୍ନ କ୍ଷେତ୍ରରୁ ୫୦ରୁ ଅଧିକ ନିଯୁକ୍ତିଦାତା ଏଥିରେ ଭାଗ ନେଉଥିବା ବେଳେ ନିଯୁକ୍ତି ପାଇଁ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଊର୍ଦ୍ଧ୍ୱ ଯୁବତୀଯୁବକ ପଞ୍ଜୀକରଣ ପାଇଁ ଆବେଦନ କରିସାରିଛନ୍ତି।

ଏହାବ୍ୟତୀତ ଜାନୁଆରୀ ୨୧ରେ ମଧ୍ୟ ଆଗ୍ରହୀ ଶିକ୍ଷିତ ଯୁବବର୍ଗ ମହୋତ୍ସବ ସ୍ଥଳରେ ପଞ୍ଜୀକରଣ ସୁଯୋଗ ପାଇବେ। ଉକ୍ତ ଦିନ ସକାଳ ୮ଟାରୁ ପଞ୍ଜୀକରଣ ଆରମ୍ଭ ହୋଇ ନିଯୁକ୍ତି ଆଶାୟୀଙ୍କ ସାକ୍ଷାତ୍‌କାର ପରେ କାଉନସେଲିଂ କରାଯିବ। ଅପରାହ୍ନ ୩ଟାରୁ ଚୟନ ହୋଇଥିବା ଯୁବତୀଯୁବକଙ୍କୁ ବିଭିନ୍ନ କମ୍ପାନୀ ପକ୍ଷରୁ ନିଯୁକ୍ତି ପାଇଁ ଅଫର ଲେଟର ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଏଥିରେ ୨୦ରୁ ଅଧିକ ଆଇଟି କମ୍ପାନୀ ସହ ଏଲ୍‌ ଆଣ୍ଡ ଟି ଫାଇନାନ୍ସ, ରିଲାଏନ୍ସ ଜିଓ ଆଦି ୫୦ରୁ ଅଧିକ ନିଯୁକ୍ତିଦାତା ଯୋଗଦେବେ। ଖବରଦାତା ସମ୍ମିଳନୀରେ ଏନ୍‌ଏସ୍‌ଡିସିର ରାଜ୍ୟ ନିଯୁକ୍ତି ସଂଯୋଜକ ଦେବୀପ୍ରସାଦ ମହାନ୍ତି ଓ ରାଜ୍ୟ ନିଯୁକ୍ତି ଅଧିକାରୀ ସ୍ମୃତିରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ନା ଫର୍ମ? କାହିଁକି ସଂନ୍ୟାସ ନେବାକୁ ଚାହୁଁନାହାନ୍ତି ରୋହିତ, ଶାମି-ଭୁବନେଶ୍ୱର; ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଦାବି!

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍‌ର ଅଭିଜ୍ଞ ଖେଳାଳି ରୋହିତ ଶର୍ମା, ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାରଙ୍କ କ୍ୟାରିୟର ଶେଷ ହେବାକୁ ଯାଉଛି ଏବଂ ଚୟନକର୍ତ୍ତାମାନେ ସେମାନଙ୍କଠାରୁ ଆଗକୁ…

ଭ୍ୟାନ୍‌ରେ ଆସି ପୋଷା କୁକୁରକୁ ଲୁହାଛଡ଼ରେ ଆକ୍ରମଣ କରି ଚୋରି ଘଟଣାର ପର୍ଦ୍ଦାଫାଶ: ସିସିଟିଭି ଫୁଟେଜ୍‌ରୁ…

ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଗଡ଼ ଚୈତନ୍ୟପୁର ଶାସନ ସାହିସ୍ଥିତ ନୀଳମାଧବ ମିଶ୍ରଙ୍କ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମରାମତି ଦୋକାନରୁ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ…

ICCର ବଡ଼ ଘୋଷଣା; ଭାରତରେ ହେବ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି! ଏହି ୨ ସହରରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ,୨।୯: ମହିଳା କ୍ରିକେଟ୍‌କୁ ନେଇ ICC ବଡ଼ ଘୋଷଣା କରିଛି । ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିବ ଭାରତ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ…

ସୁନା ଦେଇ ଟଙ୍କା ନେଲେ, ମୂଳଧନ ଫେରାଇ ମାଗିବାରୁ ମିଳିଲାନି ଅଳଙ୍କାର: ୭୧ ବର୍ଷୀୟ ବୃଦ୍ଧଙ୍କ ଅଭିଯୋଗ ପରେ…

ପାରଳାଖେମୁଣ୍ଡି,୨ା୯(ଗିରିଧାରୀ ପରିଛା): ସୁନା ଅଳଙ୍କାର ବନ୍ଧକ ରଖି ୫ ଲକ୍ଷ ଟଙ୍କା ଋଣ ନେବା ପରେ, ସୁଧ ଓ ମୂଳଧନ ଟଙ୍କା ଫେରସ୍ତ କରିବାରୁ ଅଳଙ୍କାର ଫେରାଇବାକୁ…

କୋର୍ଟଙ୍କ ଜାମିନବିହୀନ ୱାରେଣ୍ଟ ପରେ ଆକ୍ସନ: ଅଭିଯୁକ୍ତ ବଳିଆଙ୍କୁ…

ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ରାମଚନ୍ଦ୍ରପୁର ଗ୍ରାମର ଜଣେ ୱାରେଣ୍ଟି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟପୁର ଥାନା ପୋଲିସ।…

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକା ପତ୍ନୀଙ୍କ ସହ ସମ୍ପର୍କ…

ଥିରୁଭାନନ୍ତପୁରମ,୨।୯: ନାବାଳିକାଙ୍କ ସୁରକ୍ଷା ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଓ ଶିଶୁଙ୍କ ସୁରକ୍ଷାଠାରୁ କୌଣସି ଧାର୍ମିକ…

ସାଇକେଲରେ ସାର ବସ୍ତା ଲଦି ରାସ୍ତା ପାର ହେଉଥିଲେ, ଧକ୍କା ଦେଲା କାର୍‌; ଚାଲିଗଲା ଚାଷୀଙ୍କ…

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥର ମଳାଭଞ୍ଜା ବ୍ରିଜ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। କାର୍ (ନଂ.…

ଜୀବନରେ ଥରେ ସରପଞ୍ଚ ପଦବୀ ପାଇଁ ଲଢ଼ିବି: ଜିଲା ସରପଞ୍ଚ ମହାସଂଘର ଚତୁର୍ଥ ବାର୍ଷିକ ସମ୍ମିଳନୀରେ ବିଧାୟକ…

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସରପଞ୍ଚ ମହାସଂଘର ଚତୁର୍ଥ ଜିଲା ସମ୍ମିଳନୀ ବୁଧବାର ଦିଗପହଣ୍ଡି ସ୍ଥିତ ଷୋହଳ ଖଣ୍ଡ ଗୋପାଳ ସମାଜ ଗୃହ ପରିସରରେ ଆଡ଼ମ୍ବରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri