‘ଗୁଣାତ୍ମକ ସେବାକୁ ଗୁରୁତ୍ୱାରୋପ’

ମ୍ୟାନେଜ୍‌ମେଣ୍ଟ ପାଠପଢ଼ା ସାରି ବାପା ସୁରେଶ ଚନ୍ଦ୍ର ଅଗ୍ରଓ୍ବାଲଙ୍କ ଦ୍ୱାରା ପ୍ରତିଷ୍ଠିତ ବ୍ୟବସାୟକୁ ସମ୍ଭାଳିବା ସହ ଉକ୍ତ ବ୍ୟବସାୟକୁ ଠିକ୍‌ଭାବେ ଚଳାଇ ଅନେକ ସଫଳତା ହାସଲ କରିଛନ୍ତି। ବିଶେଷକରି ରାଜ୍ୟର ପ୍ରମୁଖ ଆଉଟ୍‌ଡୋର ବିଜ୍ଞାପନ ସଂସ୍ଥା ‘ଅଜନ୍ତା ଆଡ୍‌ଭର୍ଟାଇଜର୍ସ’କୁ ଲୋକାଭିମୁଖୀ କରିବାରେ ତାଙ୍କର ଭୂମିକା ଅତୁଳନୀୟ। ଏପରିକି ବହୁ ଘାତ ପ୍ରତିଘାତ ପରେ ମଧ୍ୟ ସେ ବ୍ୟବସାୟକୁ ଏକ ଶିଖରରେ ପହଞ୍ଚାଇ ପାରିଛନ୍ତି। ସେହି ସଫଳ ବ୍ୟବସାୟୀ ତଥା ଅଜନ୍ତା ଆଡ୍‌ଭର୍ଟାଇଜର୍ସର ମନୀଷ ଅଗ୍ରଓ୍ବାଲଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଲୋଚନା…

ପ୍ର-୧: ଅଜନ୍ତା ଆଡ୍‌ଭର୍ଟାଇଜର୍ସର ଯାତ୍ରା କିଭଳି ରହିଛି?
ଉ- ଅଜନ୍ତା ଆଡ୍‌ଭର୍ଟାଇଜର୍ସର ଯାତ୍ରାରେ ଅନେକ ସ୍ମୃତି ଅବିସ୍ମରଣୀୟ। କାରଣ ମୋ ବାପା ସ୍ବର୍ଗତ ସୁରେଶ ଚନ୍ଦ୍ର ଅଗ୍ରଓ୍ବାଲଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରତିଷ୍ଠାନ ଦୀର୍ଘ ୪୦ବର୍ଷରୁ ଅଧିକ ସମୟ ହେବ ସାରା ରାଜ୍ୟରେ ଗୁଣାତ୍ମକ ସେବା ଯୋଗାଇ ଆସୁଛି। ସମୟକ୍ରମେ ବିଂଶ ଶତାବ୍ଦୀରେ ମୁଁ ମୋ ବାପାଙ୍କ କାନ୍ଧରେ କାନ୍ଧ ମିଳାଇ ସଂସ୍ଥାର ଉନ୍ନତି ପାଇଁ କଠିନ ପରିଶ୍ରମ ଓ ଉତ୍ତମ ସେବା ଦେଇଆସୁଛି। ଫଳରେ ସଂସ୍ଥା ଗ୍ରାହକଙ୍କ ବିଶ୍ୱାସଭାଜନ ହେବା ସହ ଲୋକପ୍ରିୟତା ହାସଲ କରିପାରିଛି।
ପ୍ର-୨ : ବର୍ତ୍ତମାନ ସମୟରେ ଆଉଟ୍‌ଡୋର ବିଜ୍ଞାପନର ଚାହିଦା କିଭଳି ରହିଛି ?
ଉ- ଆଉଟ୍‌ଡୋର ବିଜ୍ଞାପନର ଚାହିଦା ସବୁବେଳେ ଭଲ ରହିଛି। ସଂସ୍ଥାର କାର୍ଯ୍ୟଶୈଳୀ ଓ ସେବାକୁ ନେଇ ଗ୍ରାହକଙ୍କ ଚାହିଦା ମଧ୍ୟ ସେହି ଅନୁସାରେ ବଢ଼ିଛି। ଏପରିକି ଆଉଟ୍‌ଡୋର ବିଜ୍ଞାପନ ସେବା ବେଶ୍‌ ଆଖିଦୃଶିଆ ଓ ପ୍ରଭାବୀ ହୋଇପାରିଛି। ସେଥିପାଇଁ ସବୁ ବର୍ଗର ଗ୍ରାହକ ଆଉଟ୍‌ଡୋର ବିଜ୍ଞାପନକୁ ଅଧିକ ପସନ୍ଦ କରିଥାଆନ୍ତି।
ପ୍ର-୩: ପ୍ରତିଯୋଗିତାମୂଳକ ବ୍ୟବସାୟରେ ପ୍ରତିପକ୍ଷଙ୍କୁ କିଭଳି ସାମ୍ନା କରିଥାଆନ୍ତି?
ଉ- ପ୍ରତିଟି ବ୍ୟବସାୟରେ ପ୍ରତିଯୋଗିତା ଥାଏ, ସେହିଭଳି ଆମ ବ୍ୟବସାୟରେ ମଧ୍ୟ ରହିଛି। ବିଶେଷକରି ଆମେ ଗ୍ରାହକଙ୍କୁ ନୂତନ ପ୍ରକାର ଆଡ୍‌ଭର୍ଟାଇଜିଂ ବୋର୍ଡ ସହ ଉତ୍ତମ ସେବା ଯୋଗାଇ ଦେଇଥାଉ। ସେହିଭଳି ଗ୍ରାହକଙ୍କୁ ଗୁଣାତ୍ମକ ସେବା ଯୋଗାଇବା ସହ ସ୍ବଚ୍ଛତା ଏବଂ ସମୟାନୁବର୍ତ୍ତିତାକୁ ବେଶ୍‌ ଗୁରୁତ୍ୱ ଦେଇ କାର୍ଯ୍ୟ କରିଥାଉ। ଫଳରେ ଗ୍ରାହକକୈନ୍ଦ୍ରିକ ସେବା ପାଇଁ ସଂସ୍ଥା ସବୁସ୍ତରରେ ସୁନାମ ଅର୍ଜନ କରିପାରୁଛି।
ପ୍ର-୪: ବ୍ୟବସାୟ ସମ୍ପ୍ରସାରଣର ଯୋଜନା ରହିଛି କି ?
ଉ- ଚଳିତବର୍ଷ ବ୍ୟବସାୟ ସମ୍ପ୍ରସାରଣର ଯୋଜନା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ନ ଥିଲେ ମଧ୍ୟ ଆମେ ଆଉଟ୍‌ଡୋର ବ୍ୟବସାୟ ସହ ଡିଜିଟାଲ ପ୍ଲାଟ୍‌ଫର୍ମରେ ମଧ୍ୟ ପାଦଦେବକୁ ଯାଉଛୁ। ପ୍ର-୫: ଆଉଟ୍‌ଡୋର ବିଜ୍ଞାପନ ଗ୍ରାହକଙ୍କୁ କିଭଳି ଆକୃଷ୍ଟ କରିଥାଏ?
ଉ- ବିଜ୍ଞାପନ ବିଶେଷକରି ବ୍ୟବସାୟ କିମ୍ବା ସୂଚନାର ପ୍ରଚାରପ୍ରସାର କରିବାକୁ ବିଭିନ୍ନ ବିଜ୍ଞାପନଭିତ୍ତିକ ସଂସ୍ଥାକୁ ଦିଆଯାଇଥାଏ। ଆଉଟ୍‌ଡୋର ବିଜ୍ଞାପନ ଗ୍ରାହକଙ୍କର ଆବଶ୍ୟକତା ଅଧିକ ମାତ୍ରାରେ ପୂରଣ କରିଥାଏ। କାରଣ ଆଉଟ୍‌ଡୋର ବିଜ୍ଞାପନ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ମଧ୍ୟରେ ସୀମିତ ଥାଇ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିପାରେ। କାରଣ ବିଜ୍ଞାପନଦାତାଙ୍କ କ୍ଷେତ୍ର ମଧ୍ୟରେ ଉକ୍ତ ବିଜ୍ଞାପନ ପ୍ରଚାର ପ୍ରସାର ସହ ଗ୍ରାହକଙ୍କ ନଜରରେ ଅନେକଥର ପଡ଼ିଥାଏ। ଫଳରେ ଆଗ୍ରହୀ ଗ୍ରାହକ ଉକ୍ତ ବ୍ୟବସାୟ ସହ ଜଡ଼ିତ ହୋଇପାରିଥା’ନ୍ତି।
ପ୍ର-୬: ଜଣେ ସଫଳ ବ୍ୟବସାୟୀ ଭାବେ ଯୁବବର୍ଗଙ୍କ ପାଇଁ କ’ଣ କହିବେ?
ଉ- ବ୍ୟବସାୟ ପାଇଁ ଶିକ୍ଷା ଯେତିକି ଆବଶ୍ୟକ, ସେହି ପରିମାଣର ସାଧୁତା, ପ୍ରତିଶ୍ରୁତିବଦ୍ଧତା, ଧୈର୍ଯ୍ୟ ଏବଂ ପରିଶ୍ରମର ଆବଶ୍ୟକତା ରହିଛି। ଏପରିକି ପରିଶ୍ରମ କଲେ ସଫଳତା ସାଙ୍ଗକୁ ପରିଚୟ ମିଳିଥାଏ। ସେଥିପାଇଁ ବର୍ତ୍ତମାନର ଯୁବସମାଜ ନିଜ ଦକ୍ଷତାର ବିକାଶ ପାଇଁ ଠିକ୍‌ ଦିଗ ନିର୍ଣ୍ଣୟକରି ଶିଖିବା ଆବଶ୍ୟକ। ବିଶେଷକରି ଦିଗ ନିର୍ଣ୍ଣୟ କରିପାରିଲେ କ୍ଷେତ୍ର ମଧ୍ୟ ଆପେ ଆପେ ପ୍ରସ୍ତୁତ ହୋଇଯିବ। କାରଣ ବ୍ୟବସାୟ ପାଇଁ ସରକାର, ଅର୍ଥ ଯୋଗାଣକାରୀ ସଂସ୍ଥା ଏବଂ ବ୍ୟାଙ୍କ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି।
ପ୍ର-୭ : ଅବସର ସମୟରେ କ’ଣ କରିବାକୁ ଭଲପାଆନ୍ତି?
ଉ- ବ୍ୟବସାୟ ସାଙ୍ଗଙ୍କୁ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଅବସର ପାଇଁ ସମୟ ମିଳି ନ ଥାଏ। ହେଲେ ତାହାରି ମଧ୍ୟରୁ ଯେଉଁ କିଛି ସମୟ ମିଳେ, ସେହି ସମୟ ପରିବାର ସହ କାଟିବା ଏବଂ ବନ୍ଧୁ ପରିଜନଙ୍କ ସହ ବିଭିନ୍ନ ବିଷୟରେ ଚର୍ଚ୍ଚା ଓ ଆଲୋଚନାରେ ବିତିଯାଇଥାଏ। ବିଶେଷ ସମୟରେ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଭଲ ଲାଗେ
ପ୍ର-୮ : ବ୍ୟବସାୟରେ ଆଦର୍ଶ ବୋଲି କାହାକୁ ମାନିଥାନ୍ତି?
ଉ- ମୁଁ ମୋ ବାପା ମାଆଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ପାରିବାରିକ ବ୍ୟବସାୟରେ ପ୍ରବେଶ କରିଥିଲି। ବାପାଙ୍କ ନୀତିନିୟମ ଓ ବ୍ୟବସାୟର କଳାକୌଶଳ ଗ୍ରହଣକରି ଆଗକୁ ବଢ଼ୁଛି। ବିଶେଷକରି ଭଗବାନଙ୍କ ଆଶୀର୍ବାଦ ବାପାମାଆଙ୍କ ଆଦର୍ଶ ଓ ପ୍ରେରଣା ଏବଂ ପରିବାର ସଦସ୍ୟଙ୍କ ସହଯୋଗରୁ ଆଜି ମୁଁ ଜଣେ ଜଣାଶୁଣା ବ୍ୟବସାୟୀ ଭାବେ ପରିଚିତ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri