ଗୁଣାତ୍ମକ ରୋଗୀ ସେବାକୁ ଗୁରୁତ୍ୱ

ଭୁବନେଶ୍ୱର,୨୫।୯ (ଅଭୟ ଦାଶ): ବାଲ୍‌କୋ ମେଡିକାଲ ସେଣ୍ଟର (ବିଏମ୍‌ସି) ରାୟପୁର ଛତିଶଗଡ ପକ୍ଷରୁ ବିଶ୍ୱ ଗୋଲାପ ଦିବସ (ଓ୍ବାର୍ଲଡ ରୋଜ୍‌ ଡେ) ପାଳିତ ହୋଇଯାଇଛି। ବିଶେଷ କରି କ୍ୟାନସର ରୋଗୀଙ୍କ ମନରେ ଉତ୍ସାହ ଭରିଦେବା ଲାଗି ଏହି ଦିବସ ପାଳନ କରାଯାଇଥାଏ। ଏପରିକି ଏହି ଅବସରରେ ବିଏମସି ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଓ କ୍ୟାନସର ସଚେତନତା ସୃଷ୍ଟି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥାଏ। ଏହାଦ୍ୱାରା କ୍ୟାନସର ବିରୋଧରେ ସଂଗ୍ରାମ କରୁଥିବା ଲୋକଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ ହୋଇଥିଲା।

ସେହିଭଳି ବିଶ୍ୱ ଗୋଲାପ ଦିବସ ଅନ୍ତର୍ଜାତୀୟସ୍ତରରେ ପାଳନ କରାଯାଇଥାଏ, ଯାହା ଆଜି ରୋଗୀମାନଙ୍କ ଭିତରେ ଅନ୍ୟତମ ଉତ୍ସାହ ବୋଲି କୁହାଯାଉଛି। କ୍ୟାନସର ରୋଗକୁ ରୋକିବା ଓ ସଫଳତାର ସହ ହ୍ରାସ କରିବା ଲାଗି ଗୁଣାତ୍ମକ ଓ ଉଚ୍ଚମାନର ଚିକିତ୍ସା ଦ୍ୱାରା ଏହା ସମ୍ଭବ ହୋଇପାରେ। ଏ ସମ୍ପର୍କରେ ବିଏମ୍‌ସିର ଅଧ୍ୟକ୍ଷା ଜ୍ୟୋତି ଅଗ୍ରୱାଲ କହିଛନ୍ତି, ଆମେ ସମାଜରେ ଏକ ପରିବର୍ତ୍ତନ ଆଣିବା ପାଇଁ କାର୍ଯ୍ୟ କରୁଛୁ। ଏପରିକି ଆମେ ଏହା ବିଶ୍ୱାସ କରୁ ସୁସ୍ଥ ସମାଜ ଓ ରାଷ୍ଟ୍ର ବିକାଶ ସହଯୋଗର ଅଂଶୀଦାର।

କ୍ୟାନସର ରୋଗ ପାଇଁ ଗୁଣାତ୍ମକ ସେବା ଯୋଗାଇବା ଓ ସମାଜକୁ ସୁସ୍ଥ ରଖିବାରେ ଏକ ସକ୍ରିୟ ଆଭିମୁଖ୍ୟକୁ ପ୍ରୋତ୍ସାହିତ କରିବା ଆମର ମୂଳ ଉଦ୍ଦେଶ୍ୟ। ସେହିଭଳି ବିଏମସି ମେଡିକାଲ ଡାଇରେକ୍ଟର ଡା. ଭାବନା ଶିରୋହୀ କହିଛନ୍ତି, ବିଶ୍ୱରେ କ୍ୟାନସର ରୋଗୀଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରୋଜ ଡେ ପାଳନ କରାଯାଇଥାଏ। ବାଲ୍‌କୋ ମେଡିକାଲ ସେଣ୍ଟରରେ ବିଶେଷଜ୍ଞ ଓ ଡାକ୍ତର ତଥା କର୍ମଚାରୀଙ୍କ ଉଦ୍ୟମ ଓ ପ୍ରଚେଷ୍ଟା ସୁସ୍ଥ ସମାଜ ଗଠନ ଉଦ୍ଦେଶ୍ୟରେ ପରିଚାଳିତ ହୋଇଥାଏ। ଏଠାରେ ବିଶ୍ୱଶ୍ରେଣୀୟ ଚିକିତ୍ସା ସେବା ଓ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri