ସମୟସୀମା ମଧ୍ୟରେ ଉନ୍ନୟନ କାର୍ଯ୍ୟ ସାରିବା ଉପରେ ଗୁରୁତ୍ୱ

ନୂଆପଡ଼ା,୩୦।୪ (ମକାରୁ ବେମାଲ): ନୂଆପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ସୋମବାର ସନ୍ଧ୍ୟାରେ ଜିଲା ଉନ୍ନୟନ ସମନ୍ବୟ ଓ ପର୍ଯ୍ୟାଲୋଚନା କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ ଏଥିରେ ଅଧ୍ୟକ୍ଷତା କରି ସମୟସୀମା ମଧ୍ୟରେ ଜିଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସାରିବା ଉପରେ ଗୁରୁତ୍ୱ ଦେଇଥିଲେ। ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ବିଗତ ସଭାର ବିବରଣୀ ପାଠ କରିଥିଲେ। ଏହା ପରେ ଏମ୍‌ପି ଗୋଟି ଗୋଟି କରି ସମସ୍ତ ବିଭାଗର ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଥିଲେ। ବୈଠକରେ ଘରଡିହ, ବାସଗୃହ, ବିଦ୍ୟୁତ୍‌ ସମାସ୍ୟା, ପାନୀୟ ଜଳ, ରାସ୍ତାଘାଟ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଶ୍ରମିକଙ୍କ ପାଉଣା, ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା ମିଶନ, କୃଷି, ଶିଳ୍ପ, ଖାଦ୍ୟ ଯୋଗାଣ ଇତ୍ୟାଦି ଉପରେ ବିଶଦ ଆଲୋଚନା କରାଯାଇଥିଲା। ଏସବୁ କ୍ଷେତ୍ରରେ ଯାହାକିଛି ସମସ୍ୟା ରହିଛି ତା’ର ଶୀଘ୍ର ସମାଧାନ କରିବା ପାଇଁ ଏମ୍‌ପି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ସୁନାବେଡା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ମହାଦେବ ବୁଡାଇକ, ଜିଲା ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଯୋଗେଶ୍ୱର ଭୋଇ, ସମସ୍ତ ଜିଲା ଓ ବ୍ଲକସ୍ତରୀୟ ଅଧିକାରୀ, ଏନ୍‌ଏସି ନିର୍ବାହୀ ଅଧିକାରୀ, ବିଡିଓ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଜିଲା ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଯାତ୍ରୀଙ୍କୁ ଝଟ୍‌କା! ୨୨% ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୮ା୫: ଇନ୍ଧନ ମୂଲ୍ୟ ଅତ୍ୟଧିକ ବୃଦ୍ଧି ଯୋଗୁ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ଏହାର ଘରୋଇ ବିମାନ ଉଡ଼ାଣ ଅସ୍ଥାୟୀ ଭାବେ ୨୨ ପ୍ରତିଶତ ହ୍ରାସ କରିଛି।…

ରାସ୍ତା ନ ଥିବାରୁ ୩ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା: ପ୍ରଶଂସା ସାଉଁଟିଲେ ଆମ୍ବୁଲାନ୍ସ କର୍ମଚାରୀ

କେସିଙ୍ଗା/ଖପ୍ରାଖୋଲ,୨୮/୫(ତୁମେଶ୍ୱର ସାହୁ/ଅଭୟ ତ୍ରିପାଠୀ): ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଜାନିପଡା ପାହାଡ଼ ପାଖରେ ରହୁଥିବା ରୋହିତ ଧରୂଆଙ୍କ ସ୍ତ୍ରୀ ସୀମା ମାଝୀଙ୍କ ଗର୍ଭଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଡାକ୍ତରଖାନା ଆଣିବା…

୨ଦିନ ପରେ ପାଗ ବଦଳିବ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୨୮ା୫ (ସୌମ୍ୟରଞ୍ଜନ ରାଉତ):ପ୍ରବଳ ଗରମ ଓ ଗୁଳୁଗୁଳିରୁ ଓଡ଼ିଶାବାସୀଙ୍କୁ ଆଶ୍ବସ୍ତି ମିଳିଛି। ରାଜ୍ୟ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ବୁଧବାର ଦିନସାରା ଗୁଳୁଗୁଳି ଜାରି ରହିଥିଲା।…

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ପାଟଣାଗଡ଼ରେ ଘୋଷିତ ପାୱାର୍ କଟ୍‌: ପ୍ରତିବାଦରେ ବିଦ୍ୟୁତ୍ ଅଫିସ୍ ଘେରାଉ କରିବ ବିଜେଡି

ବଲାଙ୍ଗୀର,୨୭।୫(ସୁନୀଲ କୁମାର ମହାନ୍ତି): ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ଉଗ୍ର ରୂପ ନେଉଛି ବିଦ୍ୟୁତ ସମସ୍ୟା। ଅଘୋଷିତ ବିଦ୍ୟୁତ୍‌ କାଟ ପ୍ରତିବାଦରେ ଆଗାମୀ ଦିନରେ ବିଦ୍ୟୁତ ଅଫିସ ଘେରାଉ…

ବରଗଡ଼ରେ ଚଳିବନି ଅପରାଧୀଙ୍କ ଦାଦାଗିରି, ଦାୟିତ୍ୱ ନେଇ କଡ଼ା ଚେତାବନୀ ଦେଲେ ନୂତନ SP

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଉ ଚଳିବନି ଅପରାଧୀଙ୍କ ଦାଦାଗିରି କିମ୍ବା ବେଆଇନ ନିଶା କାରବାର। ବରଗଡ଼ର ନୂତନ ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ଭାବେ ବୁଧବାର ଦାୟିତ୍ୱ…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ; ଛିଣ୍ତିଲା ବିଦ୍ୟୁତ୍ ତାର, ଗଛ ପଡ଼ି ବୃଦ୍ଧା ଗୁରୁତର

କେନ୍ଦୁଝର,୨୭।୫ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକରେ ତାଣ୍ତବ ରଚିଛି କାଳବୈଶାଖୀ । ବୁଧବାର ସନ୍ଧ୍ୟାରେ ଜୋରରେ ପବନ ହେବାରୁ ପନିପରିବା ଫସଲ ସମେତ ଗଛ ଉପୁଡିଵା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri