Posted inଫୁରସତ

ବ୍ରାଜିଲ ଆସିଲା ସମ୍ରାଟ ପେଡ୍ରୋଙ୍କ ହୃତ୍‌ପିଣ୍ଡ

ବ୍ରାସିଲିଆ: ପାର୍ତ୍ତୁଗାଲଠାରୁ ବ୍ରାଜିଲ୍‌ ସ୍ବାଧୀନ ହେବାର ୨୦୦ ବର୍ଷ ପୂର୍ତ୍ତି ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆୟୋଜିତ ହେବାକୁ ଥିବା ସମାରୋହରେ ବ୍ରାଜିଲ ସମ୍ରାଟ ଡୋମ୍‌ ପେଡ୍ରୋ ପ୍ରଥମଙ୍କ ହୃତ୍‌ପିଣ୍ଡ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା କରାଯାଇଛି। ପେଡ୍ରୋଙ୍କ ହୃତ୍‌ପିଣ୍ଡ ପର୍ତ୍ତୁଗାଲ୍‌ର ପୋରଟୋରୁ ବ୍ରାଜିଲ ଅଣାଯାଇଥିବାବେଳେ ଏହାକୁ ଏକ ସୁନାର ଅସ୍ଥି କଳସରେ ରଖାଯାଇଛି। ୧୮୩୪ରେ ଯେତେବେଳେ ପେଡ୍ରୋଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା ସେତେବେଳେ ଟିବିରେ ଆକ୍ରାନ୍ତ ହେବା କାରଣରୁ ତାଙ୍କ ମୃତ୍ୟୁ ହୋଇଥିଲା। ପର୍ତ୍ତୁଗାଲ୍‌ର ପୋରଟୋ ଚର୍ଚ୍ଚରେ ତାଙ୍କ ହାର୍ଟ ରଖାଯିବା ପେଟ୍ରୋଙ୍କ ଶେଷ ଇଚ୍ଛା ଥିଲା। ୧୯୭୨ରେ ବ୍ରାଜିଲ ନିଜର ୧୫୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ସମ୍ରାଟ ପେଟ୍ରୋଙ୍କ ଶରୀର ଅବଶେଷ ପର୍ତ୍ତୁଗାଲ୍‌ ସରକାର ବ୍ରାଜିଲ୍‌କୁ ହସ୍ତାନ୍ତର କରିଥିଲେ। ଏହାକୁ ରାସାୟନିକ ପ୍ରଲେପ ଦେଇ ସାଓ ପାଉଲୋରେ ସଂରକ୍ଷିତ ଭାବେ ରଖାଯାଇଛି। ୧୮୨୨ରେ ବ୍ରାଜିଲ୍‌କୁ ପର୍ତ୍ତୁଗାଲଠାରୁ ସ୍ବାଧୀନ ଘୋଷଣା କରିଥିଲେ ସମ୍ରାଟ ପେଡ୍ରୋ।
ତିନି ସପ୍ତାହ ପାଇଁ ଏହି ହାର୍ଟକୁ ପର୍ତ୍ତୁଗାଲ ସରକାର ବ୍ରାଜିଲ୍‌କୁ ହସ୍ତାନ୍ତର କରିଛନ୍ତି। ହୃତ୍‌ପିଣ୍ଡକୁ ଆଣିବା ପାଇଁ ବ୍ରାଜିଲ୍‌ ବାୟୁସେନାର ସ୍ବତନ୍ତ୍ର ଟିମ୍‌ ବ୍ରାସିଲିଆରେ ପହଞ୍ଚିଥିଲା। ସେଠାରେ ପେଡ୍ରୋଙ୍କ ହୃତ୍‌ପିଣ୍ଡକୁ ବ୍ରାଜିଲ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ସେପ୍ଟେମ୍ବର ୭ରେ ବ୍ରାଜିଲ୍‌ ନିଜର ୨୦୦ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଥିବାବେଳେ ରାଷ୍ଟ୍ରୀୟ ସମ୍ମାନ ସାଙ୍ଗକୁ ଗନ୍‌ ସାଲ୍ୟୁଟ ପରେ ଏହାକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
ଫ୍ରେନ୍‌ଚ ସେନାମୁଖ୍ୟ ନେପୋଲିୟନ୍‌ ବୋନାପାର୍ଟ ୧୮୦୭ରେ ଯେତେବେଳେ ପର୍ତ୍ତୁଗାଲ ଉପରେ ଆକ୍ରଣମ କରିଥିଲେ ସେତେବେଳେ ବ୍ରାଜିଲ ସମ୍ରାଟ ପେଡ୍ରୋ ବ୍ରିଟିଶ ନୌସେନା ସାହାଯ୍ୟରେ ପରିବାର ସହ ବ୍ରାଜିଲ ଆସିଥିଲେ। ସେତେବେଳେ ପେଡ୍ରୋଙ୍କୁ ୯ ବର୍ଷ ହୋଇଥିଲା । ବାପା ସମ୍ରାଟ ଜୋଆଓ ଷଷ୍ଠଙ୍କ ଇଚ୍ଛା ବିରୋଧରେ ଯାଇ ପେଡ୍ରୋ ୧୮୨୨ ସେପ୍ଟେମ୍ବର ୭ରେ ବ୍ରାଜିଲକୁ ସ୍ବାଧୀନ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ସେ ପୁଣି ପର୍ତ୍ତୁଗାଲ ଫେରିଥିଲେ। ସାନ ଭାଇ ଓ ପେଡ୍ରୋଙ୍କ ଭିତରେ ରାଜଗାଦିକୁ ନେଇ ସଂଘର୍ଷ ହୋଇଥିବାବେଳେ ଏଥିରେ ପେଡ୍ରୋଙ୍କ ବିଜୟ ହୋଇଥିଲା। ମାତ୍ର ୩୫ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri