ଏମରସନ ମଙ୍ଗାୱା ପୁଣି ଥରେ ଜିମ୍ବାୱେର ରାଷ୍ଟ୍ରପତି…

ହରାରେ,୨୭।୮: ଜିମ୍ବାୱେ ରାଷ୍ଟ୍ରପତି ଏମର୍ସନ ମଙ୍ଗାୱା ଶନିବାର ଦ୍ୱିତୀୟ ତଥା ଅନ୍ତିମ କାର୍ଯ୍ୟକାଳ ପାଇଁ ନିର୍ବାଚିତ ହୋଇଛନ୍ତି। ତେବେ ଶାସକ ଦଳ ଜେଡଏଏନଓ୍ବାଇ-ପିଏଫ ବିରୋଧରେ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ନ୍ୟୁୟର୍କ ଟାଇମ୍ସ ଏହି ସୂଚନା ଦେଇଛି ।

ରାଷ୍ଟ୍ରପତି ନିର୍ବାଚନରେ ଏମରସନ ମଙ୍ଗାୱା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ନେଲସନ ଚାମିସାଙ୍କୁ ପରାସ୍ତ କରିଛନ୍ତି। ମଙ୍ଗାୱାଙ୍କ ବିଜୟ ଜିମ୍ବାୱେରେ ଶାସକ ଦଳର କ୍ଷମତାକୁ ଦୃଢ଼ କରିଛି।

ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ୮୦ ବର୍ଷୀୟ ମଙ୍ଗାୱା ଅନେକ ଆହ୍ବାନର ସମ୍ମୁଖୀନ ହେବେ।ା ଜିମ୍ବାୱେ ଗତ ଦୁଇ ଦଶନ୍ଧି ଧରି ବିପର୍ଯ୍ୟସ୍ତ ଅର୍ଥନୈତିକ ନୀତିର ସମ୍ମୁଖୀନ ହୋଇଛି, ଯାହା ଦେଶରେ ଉଚ୍ଚ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ସୃଷ୍ଟି କରିଛି। ଦେଶରେ ଔଷଧ ଏବଂ ଯନ୍ତ୍ରପାତିର ଅଭାବ ମଧ୍ୟ ରହିଛି।

ମଙ୍ଗାୱାଙ୍କ ବିଜୟ ଯୋଗୁ ବର୍ତ୍ତମାନ ପାଶ୍ଚାତ୍ୟ ଦେଶମାନଙ୍କ ସହିତ ତିକ୍ତତା ବୃଦ୍ଧି ପାଇପାରେ, ଯାହା ଦ୍ୱାରା ୧୮ ବିଲିୟନ ଆମେରିକୀୟ ଡଲାରର ଋଣ ମିଳିବାରେ ସମସ୍ୟା ହୋଇପାରେ।

ଦ ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ ଜିମ୍ବାୱେର ଜନସଂଖ୍ୟା ଏକକୋଟି ୬୦ ଲକ୍ଷ। ନିର୍ବାଚନରେ ଦେଶରେ ଅନିୟମିତତାର ବହୁ ଇତିହାସ ରହିଛି । ଯାହା ପ୍ରାୟ ଚାରି ଦଶନ୍ଧି ଧରି ଜଣେ ସ୍ବାଧୀନତା ସଂଗ୍ରାମୀ ରବର୍ଟ ମୁଗାବେଙ୍କୁ କ୍ଷମତା ବଜାୟ ରଖିବାରେ ସାହାଯ୍ୟ କରିଥିଲା।

ମଙ୍ଗାୱା ଏବଂ ତାଙ୍କ ସହଯୋଗୀମାନେ ୨୦୧୭ରେ ମୁଗାବେଙ୍କୁ କ୍ଷମତାରୁ ବହିଷ୍କାର କରିଥିଲେ। ପରବର୍ତ୍ତୀ ବର୍ଷ, ମଙ୍ଗାୱା ଚାମିସାଙ୍କୁ ପରାସ୍ତ କରି ନିର୍ବାଚନରେ ଜିତିଥିଲେ। ସେ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri