Posted inଫୁରସତ

ବିଶିଷ୍ଟ ସମାଜ ସେବକ

ଯେମିତି କେହି ତାଙ୍କର ସ୍ବତନ୍ତ୍ର ଧରଣର ପରିଚୟ ଦେବାକୁ ଯାଇ ନଁା ପୂର୍ବରୁ ଡକ୍ଟର, ଅଧ୍ୟାପକ, ଇଞ୍ଜିନିୟର ଇତ୍ୟାଦି ଆପଣା ଯୋଗ୍ୟତା ବିଚାରରେ ଲେଖିଥାନ୍ତି, ସେମିତି ନିଆରା କବି ବୋଲି ଗୌରବ ବଢ଼ାଇବାକୁ ନାମ ପୂର୍ବରୁ ବିପ୍ଲବୀକବି, ବ୍ୟାଙ୍ଗକବି, ବିରହୀକବି, ପ୍ରକୃତିକବି, ଦରଦୀକବି ଯୋଡ଼ିଥାନ୍ତି l ସେଇକଥା ଭାବି ବିଲୁବାବୁ ତାଙ୍କ ଶୁଭନାମ ଆଗରୁ ଯେଉଁଦିନଠୁ ବିଶିଷ୍ଟ ବରିଷ୍ଠ ସମାଜସେବକ ବିଲାତି ବେହେରା ପରିଚୟ ଦେଇ ଲେଖେଇଲେ, ସେବେଠୁ ତାଙ୍କ ଛାତିକି କୁଣ୍ଢ ପାଉ ନ ଥିଲା l ଓଜନିଆ ସମାଜସେବୀ ଭାବରେ ମଞ୍ଚରେ ଚଢ଼ି ଗର୍ଜନକରି ଭାଷଣଦେବାକୁ ସାହସ ବଢ଼େଇଲେ l ଅନ୍ୟ ନିମନ୍ତ୍ରିତ ବକ୍ତା, ସମ୍ମାନିତ ଅତିଥିଙ୍କ ପରି ଉଚ୍ଚଶିକ୍ଷିତ ନ ହୋଇ ମାଇନସ ସପ୍ତମ କ୍ୱାଲିଫିକେଶନ ବିଲୁବାବୁଙ୍କ ଯୋଗ୍ୟତା ଥିଲେ ବି, ଏଇ ବିଶିଷ୍ଟ ବରିଷ୍ଠ ଜନସେବକ ବିଶେଷଣଯୁକ୍ତ ସମ୍ବୋଧନ ସାଙ୍ଗକୁ ସୁଟ୍‌ବୁଟ୍‌ ବ୍ଲେଜର ପିନ୍ଧି କଳାଚଷମା ଆଖିରେ ଲଗେଇ ନାଲିଆ ଟାଏ ଗଳାରେ ଭିଡ଼ିକି ଯେବେ ମଞ୍ଚରେ ବସନ୍ତି, ନିଜକୁ ସେ ଅନ୍ୟଠାରୁ ଅଧିକ ଜ୍ଞାନୀ, ପଣ୍ଡିତ, ଓଜନଦାର ବ୍ୟକ୍ତିତ୍ୱ ମନେକରି ନାକକୁ ଫୁଲେଇ ନିଃଶ୍ୱାସ ମାରନ୍ତି l ଅଳ୍ପ ଭାଷଣ ଦେଉ ଦେଉ ମଞ୍ଚ ତଳେ ବସିଥିବା ଶ୍ରୋତା-ଜନତାଙ୍କୁ ବେଶି ବେଶି ତାଳି ମାରିବାକୁ କୁହନ୍ତି l

ଭଲବେଳା ପଡ଼ିଲେ ତୁଠରେ ପଡ଼ିଥିବା ପଥର ଠାକୁରହୋଇ ମନ୍ଦିରରେ ପୂଜାପାଏ l ବେଳା ଖରାପ ପଡ଼ିଲେ ଆଚ୍ଛା ଆଚ୍ଛା ଜ୍ଞାନୀ ଗୁଣୀ ଜନ ବି ସାଧାରଣ ଜନତାଙ୍କ ଦ୍ୱାରା ଉପହସିତ ବା ଉପେକ୍ଷିତ ହୁଅନ୍ତି l ଅସଲକଥା ହେଲା ବିଧାତା ଜାଣ ବିଲାତି ବେହେରାଙ୍କ ଭାଗ୍ୟକୁ ଏମିତି କରେଇଛନ୍ତି। ଯୋଉଦିନ ସପ୍ତମଶ୍ରେଣୀ ହିଡ଼ ଡେଇଁ ନ ପାରିବାରୁ ବାପା ତାଙ୍କୁ ଗୋଗଛ ବଡ଼ିଆକରି ଦିହ ମୁଣ୍ଡ ହାତ ଗୋଡ଼ ଗାଲକୁ ପାତିମାଙ୍କଡ଼ ପଛ ପରି ରଙ୍ଗିନ କରେଇଦେଲେ, ସେଇଦିନଠୁ ବିଲୁବାବୁଙ୍କ ଭିତରେ ଏକରକମର ବୈରାଗ୍ୟ ଉତ୍ପନ୍ନ ହେଲା। ତେଣୁ ରାଗରୁ ବୈରାଗୀ ହୋଇ ଗାଁ ଗଣ୍ଡା, ସାଙ୍ଗସାଥୀ, ପ୍ରିୟଜନଙ୍କ ସହ ସମ୍ପର୍କ ଛିନ୍ନକରି ମୋହ ତୁଟେଇ ଲୁଚି ସହରକୁ ପଳେଇଆସିବାକୁ ବିବେକ ବାଧ୍ୟକଲା l ସହରରୁ ଗାଁକୁ ଆସିଥିବା ରଡ୍‌ ବୋଝେଇ ଟ୍ରକ୍‌ ଅନ୍‌ଲୋଡ୍‌ ହେଲାପରେ ଗାଡ଼ିବାଲା ଅଗୋଚରରେ ଡାଲାରେ ସେ ଲୋଡ୍‌ହୋଇ ମାଗଣାରେ ସହରକୁ ପଳେଇଆସିଲେ ସିନା, ହେଲେ ଏଠି ଖାଇବେ କ’ଣ, ରହିବେ କୋଉଠି ଭାବି ଭାବି ବସ୍‌ଷ୍ଟାଣ୍ଡରେ ପହଞ୍ଚିଗଲେ l ଯାତ୍ରୀମାନେ ଗାଡ଼ିକୁ ଅପେକ୍ଷାକରି ବିଶ୍ରାମ କରୁଥିବା ସ୍ଥାନରେ ଗାମୁଛାଟେ ପକେଇ, ଭୋକିଲା ପେଟରେ ହାଲିଆହୋଇ ଶୋଇବାର ବାହାନା କରୁଥିଲାବେଳେ ଚାରିଆଡ଼କୁ ନଜର ଥିଲା l ପାଠ ନ ହେଲେ କ’ଣ ହେଲା, ଚତୁରିଆ ଗୁଣ ଭିତରେ ଭର୍ତ୍ତିହୋଇ ରହିଥିଲା l ଦିନ ପାଖାପାଖି ୩ଟା ହେଲାଣି l ବାହାରେ ବୈଶାଖୀ ଖରାର ଉତ୍ତାପକୁ ପେଟରେ ଭୋକର ନିଆଁ ଜଳୁଥାଏ l ପାଖରେ ଜଣେ ସୁନ୍ଦରୀ ବଡ଼ଘର ସ୍ତ୍ରୀଲୋକ ପରି ଦିଶୁଥିବା ଭଦ୍ରମହିଳା ବସିଥିବା ବେଳେ ତାଙ୍କ ଭ୍ୟାନିଟିକୁ ଏଡ଼େ ବେଗି ଝାମ୍ପିନେଇ ଚମ୍ପଟ ମାରିଲେ ଯେ, ବିଚରା ଅପ୍ରସ୍ତୁତ ମହିଳା ବା ଆଉ କେହି ଧାଇଁଯାଇ ଧରିବା ସମ୍ଭବ ହେଲାନି l

ଗୋଟାଏ ନିଛାଟିଆ ଜାଗା ଗଛ ଛାଇରେ ବସି ବ୍ୟାଗ୍‌ ଉଣ୍ଡାଳିବାରୁ ଦେଖିଲେ ୫ଶହ ଟଙ୍କିଆ ୧୦ଖଣ୍ଡ l ମାନେ ପୂରା ୫ହଜାର ଟଙ୍କା l ତା’ ଛଡ଼ା କେଇଖଣ୍ଡ ୧୦୦ଟଙ୍କିଆ ସହ ଖୁଚୁରା ପଇସା, ଗୋଟେ ଓଜନିଆ ସୁନାମୁଦି, ଭଲ ସୁନାଚେନ୍‌ ବି ଅଛି l ବାସ୍‌ ! ହେଇଗଲା ଯୋଗାଡ଼ l ଗୋଟେ ଭଲ ହୋଟେଲରେ ପେଟେ ଖାଇଲା ପରେ ବିଲୁବାବୁଙ୍କୁ ଲାଗିଲା ଯେମିତି ବିଲରୁ ଅସୁମାରି ପାଚିଲା ଧାନ ଅମଳ କଲା ପରି l ମୁଣ୍ଡରୁ ବୁଦ୍ଧି କାଢ଼ି ଗୋଟେ ଗୋଦାମ ଦୋକାନରୁ କିଛି ଗୁଟୁଖା, ଜର୍ଦା, ଖଇନି, ଗୁଡ଼ାଖୁ, ବିଡି, ସିଗାରେଟ୍‌ ଭଳିଆ ଅତ୍ୟାବଶ୍ୟକ ଅଭ୍ୟାସଗତ ପୁଡିଆ ଖରିଦ କରିପକେଇଲେ ବାବୁ l

ରେଳଷ୍ଟେଶନ ବାହାରେ ବୁଲି ବୁଲି ବିକିବା ଆରମ୍ଭ ହେଇଗଲା l ନା ଥିଲା ଦୋକାନ, ନା ଥିଲା ଘରଭଡ଼ା ଟେନ୍‌ସନ l ବରଂ ଏମିତିରେ ବିଲୁବାବୁଙ୍କ ବୁଲାବେପାରରେ ହେଲା ଭଲ ଅର୍ଥ ଉପାର୍ଜନ l ମୋଟା ଟଙ୍କା ହାତରେ ହେଲାପରେ ବେପାର ତରିକା ବଦଳିଲା l ବିଲୁରୁ ବିଲୁବାବୁ.. ବିଲୁବାବୁରୁ ଧୀରେ ବିଲାତି ବେହେରାକୁ ନାମରେ ପ୍ରମୋସନ ହେଲା l ଏମିତି କମାଲ କଲେ ଯେ, ଅଳ୍ପ ମାଲ୍‌ ଧର, ଅଧିକ ଉପାର୍ଜନ କର ପଥକୁ ଆପଣେଇଲେ ବୁଦ୍ଧି ବଳରେ l ଠାକ ଠିକଣା ଜାଣି ଗଞ୍ଜେଇ, ଅଫିମ, ବ୍ରାଉନସୁଗାର ଭଳିଆ ଭଲ ଦାମିକା ଚିଜରେ ପୋଖତ ବେପାରୀ ବନିଗଲେ ବାବୁ ଆଦ୍ୟ ଯୌବନରେ l

ବୁଦ୍ଧି ଖଟେଇ ସ୍ଥାନ-କାଳ-ପାତ୍ର ଦେଖି ବେଶ୍‌ ଭାଷା ବଦଳେଇ ବେପାର ଚଳେଇଲେ l ବାହାର ରାଇଜ ବିହାର ହେଉ କି କଲିକାତା.. ଯୋଉଠି ଯୋଉ ବେଶକୁ ସେମିତିଆ କଥା l କେତେବେଳେ ଭିକାରୀ ବେଶ ତ କେତେବେଳେ ସାହେବ ଡ୍ରେସ୍‌ l ନିଜେ ରହୁଥିବା କଲୋନିରେ ତାଙ୍କ ବାବୁବେଶ ଚଷମା, ସୁନା ମୋଟା ଚେନ୍‌ ମୁଦିପିନ୍ଧା ଦେଖି ଲୋକେ ଖାନ୍‌ଦାନିଆ ସାହେବ ବୋଲି ଭାବନ୍ତି l ହାତୀର ୨ପ୍ରକାର ଦାନ୍ତ ପରି ବାବୁଙ୍କ ବେପାର l ଜନେ ଜାଣିବାକୁ ବାବୁ ସହରରେ ପଚାଶ ସରିକି କ୍ୟାବିନ ଗଳିକନ୍ଦିରେ ପକେଇ ଭଡ଼ା ଟଙ୍କାରେ ଚଳନ୍ତି l କେତୁଟା ଟ୍ୟାକ୍ସି କିଣି ଟ୍ରାଭେଲରକୁ ଦେଇ ଭଲ ରୋଜଗାର କରନ୍ତି l ମାତ୍ର ହାତୀର ଅସଲ ଚୋବେଇବା ଦାନ୍ତ ଅଦେଖାରେ ପାଟି ଭିତରେ ଥିଲା ପରି ବିଲାତିବାବୁ କେତେଜଣ ବିଶ୍ୱାସୀ ସହଯୋଗୀ ଯୁବବନ୍ଧୁଙ୍କ ଦ୍ୱାରା ବଢ଼ିଆ ନିଶା କାରବାରକରି ନିଶମୋଡ଼ି ଚାଲନ୍ତି l ଏମିତିକି ଚୋରାକାଠ, ଚୋରାବାଲି ବେପାରର ଠୋସ୍‌ ପ୍ରମାଣ କେହି ପାଇପାରନ୍ତି ନାହିଁ l

ସେ ଯାହାହେଉ, ବାବୁ ଜମା କୃପଣ ନୁହନ୍ତି l ଜାଗା ଦେଖି ଦାନକରନ୍ତି l ଶାବଳ ଚୋରିକରନ୍ତୁ ପଛକେ ଛୁଞ୍ଚି ଦାନଦେବାରେ କୁଣ୍ଠିତ ନୁହନ୍ତି l ବହୁ ଯୁବକ ସଂଘକୁ ଗୃହନିର୍ମାଣ ପାଇଁ ଦାନ, କ୍ରିକେଟ ଟିମ୍‌, କ୍ଲବ, ଅନେକ ଅନୁଷ୍ଠାନକୁ ଅକୁଣ୍ଠିତ ଦାନ ଅର୍ଥ ଦେଇ ଅନେକ ମାନପତ୍ର ପ୍ରାପ୍ତ ହୋଇଛନ୍ତି। ଆଜିକାଲିର ଆତ୍ମଘୋଷିତ ବାବା, ନେତା ପରି ଜମାରୁ ନୁହନ୍ତି l ତାଙ୍କୁ ଗରିବର ବନ୍ଧୁ, ମହାଦାନୀ, ଶ୍ରଦ୍ଧାବାନ୍‌ ବ୍ୟକ୍ତି, ବିଶିଷ୍ଟ ଜନସେବାକାରୀ ପରମ ସେବକ ଭଳି ପରିଚୟ ମାନ ସନମାନ ଏଇ ଉପରୋକ୍ତ ଅନୁଷ୍ଠାନ ତରଫରୁ ମଞ୍ଚରେ ମିଳିଛି l ସେଇସବୁ ସନମାନ ସମ୍ବୋଧିତ ପ୍ରଶଂସା ମାନପତ୍ରରେ ବାବୁ ରହୁଥିବା ଘର ଅଧାରୁ ଅଧିକ ସ୍ଥାନ ଭର୍ତ୍ତି ହେଇସାରିଲାଣି l

ତାଙ୍କ ଯୁକ୍ତିହେଲା… ଯେଉଁ ଜିନିଷ ଉପରେ ଲୋକେ ଅଧିକ ନିର୍ଭରଶୀଳ, ଅଥଚ ବଜାରରୁ ସହଜରେ ପାଇପାରୁନାହାନ୍ତି, ସେଇଭଳି ବହୁମୂଲ୍ୟ ଦୁର୍ମୂଲ୍ୟ ଦ୍ରବ୍ୟକୁ ହୋମ୍‌ ଡେଲିଭରି କରି ତାଙ୍କ ହାତ ପାହାନ୍ତାରେ ସହଜରେ ମନ ଜାଣି ପହଞ୍ଚେଇପାରିଲେ ହିଁ ତାଙ୍କ ମନ ଜିଣିହୁଏ l ସେ ନିଶା ହେଉ କି ନାରୀ l

ଆବଶ୍ୟକ କରୁଥିବା ଜନତାଙ୍କୁ ପ୍ରଦାନକରି, ଧନ ଅର୍ଜନେ ନାହିଁ ଦୋଷ l ସେପରି ସେବାରେ ସେମାନେ ଖୁସ୍‌.. ଧନ ସାଙ୍ଗେ ପୁଣ୍ୟ ମିଳେ ବରମାସ l ହେଲେ ଆଜି ଇଏ କ’ଣ ଆଖି ଦେଖୁଛି ! ବିଶିଷ୍ଟ ବରିଷ୍ଠ ଜନସେବକ ବିଲାତି ବେହେରାଙ୍କ ଭଳି ବ୍ୟକ୍ତିଙ୍କ ହାତରେ ହାତକଡ଼ି ପଡ଼ିଛି ! ମାଟିଆବେଶଧାରୀ ମାମୁମାନେ ସସନମାନେ ମାମୁଘର ନେଉଛନ୍ତି ଗାଡ଼ିରେ ବସେଇ ! ଶୁଣିବାକୁ ମିଳୁଛି, ବାବୁଙ୍କ ବହୁଦିନରୁ ଚାଲିଆସୁଥିବା ନିଶା କାରବାର, ନାରୀବେପାର ଚେର ଲମ୍ବିଛି କୁଆଡ଼େ ରାଇଜରୁ ରାଜ୍ୟ ବାହାର l ଏମିତି କର୍ତ୍ତବ୍ୟରତ ସେବାପରାୟଣ ସମାଜସେବୀଙ୍କ ପରିଚୟ ଜାଣିଲା ପରେ ମାମୁମାନେ କ’ଣ ଗାଡ଼ିରେ ନ ବସେଇ ଚଲେଇକି ନେଇ ଅପମାନିତ କରିଥାନ୍ତେ କି? କିନ୍ତୁ ଏଇ ଖବର ପ୍ରସାରଣ ପରେ ପରଦିନ ତାଙ୍କ ଅନୁଚରଗଣ ଏହାକୁ ସମାଜସେବୀଙ୍କ ପ୍ରତି ଘୋର ଷଡ଼ଯନ୍ତ୍ର, ସମାଜ ପାଇଁ ଅପମାନ ବୋଲି କହି ବାଦବିବାଦ ଭିତରେ ପ୍ରତିବାଦକରି ସାମ୍ବାଦିକଙ୍କୁ ଓ ପ୍ରଶାସନକୁ ମନଇଚ୍ଛା ଗାଳିଦେଇ, ତାଙ୍କୁ ଅତିଶୀଘ୍ର ମୁକ୍ତକର.. ନଇଲେ ରାସ୍ତା ଉପରେ ଲଢ଼େଇ ହେବ.. ନିଆଁ ଜଳିବ ନାରାବାଜି କରୁଥିବାର ଶୁଣାଯାଉଛି l ଦାବି ଏଇଆ ଯେ ତାଙ୍କ ଭଳି ପରୋପକାରୀ ଜନସେବକଙ୍କୁ ଜାତୀୟ ସ୍ତରରେ ସମ୍ମାନିତ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରାଯାଉ l
– ମଙ୍ଗରାଜପୁର, ପୁରୀ, ମୋ:୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri