‘ଏମର୍ଜେନ୍ସି’ ଟ୍ରେଲର ୨ ଜାରି

ମୁମ୍ବାଇ: ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମର୍ଜେନ୍ସି’ର ଦ୍ୱିତୀୟ ଟ୍ରେଲରକୁ ସୋମବାର ଜାରି କରାଯାଇଛି। ପ୍ରଥମ ଟ୍ରେଲର ତୁଳନାରେ ଦ୍ୱିତୀୟ ଟ୍ରେଲରରେ ବିରୋଧୀ ନେତାଙ୍କ ସହ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ରାଜନୈତିକ ତିକ୍ତତାକୁ ଅଧିକ ତୀବ୍ରତର ସହ ଦେଖିବାକୁ ମିଳିଛି। ୧୯୭୫ରେ ‘ଏମର୍ଜେନ୍ସି’ ଲାଗିବା ପରେ ଦେଶ ମଧ୍ୟରେ ଲାଗି ରହିଥିବା ଅଶାନ୍ତ ସ୍ଥିତି ଓ ବିଭିନ୍ନ ଘଟଣାକ୍ରମ ସହ ଇନ୍ଦିରା ଗାନ୍ଧୀଙ୍କ ଉକ୍ତି ‘ଇନ୍ଦିରା ଇଜ୍‌ ଇଣ୍ଡିଆ’କୁ ମଧ୍ୟ ଏହି ଟ୍ରେଲରରେ ସ୍ଥାନ ମିଳିଛି।
ତାଙ୍କ ସୋସିଆଲ ମିଡିଆରେ ‘ଏମର୍ଜେନ୍ସି’ର ଦ୍ୱିତୀୟ ଟ୍ରେଲରକୁ ଶେୟାର କରି ଲେଖିଛନ୍ତି, ‘ଏମର୍ଜେନ୍ସି’ର କାହାଣୀ କେବଳ ଇନ୍ଦିରାଙ୍କୁ ନେଇ ରହିଥିବା ବିଭିନ୍ନ ବିବାଦ ସମ୍ପର୍କରେ ନୁହେଁ, ବରଂ ଏହା କିଛି ଏପରି ପ୍ରସଙ୍ଗ ଉପରେ ଆଧାରିତ ଯାହାର ପ୍ରାସଙ୍ଗିକତା ଏବେ ମଧ୍ୟ ରହିଛି। ଅନେକ ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ଥିବା ଏହି ଫିଲ୍ମ ପରିଶେଷରେ ଆସନ୍ତା ୧୭ରେ ମୁକ୍ତିଲାଭ କରିବାକୁ ଯାଉଛି। ସାଧାରଣତନ୍ତ୍ର ଦିବସର ଠିକ୍‌ ସପ୍ତାହେ ପୂର୍ବରୁ ମୁକ୍ତିଲାଭ କରୁଥିବା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକମାନେ ଭାରତୀୟ ସମ୍ବିଧାନର ପ୍ରକୃତ ଶକ୍ତି ଓ ସାମର୍ଥ୍ୟ ବିଷୟରେ ଜାଣିବାକୁ ପାଇବେ। ତେଣୁ ନିଜ ପ୍ରିୟଜନଙ୍କ ସହ ‘ଏମର୍ଜେନ୍ସି’କୁ ଦେଖିବା ପାଇଁ କଙ୍ଗନା ତାଙ୍କ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି। ‘ଏମର୍ଜେନ୍ସି’ ଫିଲ୍ମର ନିର୍ମାତା ଉମେଶ କେ.ଆର୍‌ ବନ୍‌ସଲ କହିଛନ୍ତି, ଫିଲ୍ମରେ ଭାରତୀୟ ଗଣତନ୍ତ୍ରର ଶକ୍ତି ଓ ସ୍ବାଧୀନତାର ମୂଲ୍ୟବୋଧକୁ ଦର୍ଶାଯାଇଛି। ଦର୍ଶକଙ୍କୁ ନିଶ୍ଚିତ ଏହା ପସନ୍ଦ ଆସିବ। କଙ୍ଗନା ଖୋଦ୍‌ ‘ଏମର୍ଜେନ୍ସି’ ଫିଲ୍ମର ସହ ନିର୍ମାତା ଓ ନିର୍ଦ୍ଦେଶକ ହୋଇଥିବାବେଳେ ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ସେହିପରି ଏହି ଫିଲ୍ମରେ ଅଭିନେତା ଅନୁପମ ଖେର୍‌, ମିଲିନ୍ଦ ସୋମନ, ଶ୍ରେୟାସ ତଲପଡ଼େ, ଅଭିନେତ୍ରୀ ମହିମା ଚୌଧୁରୀ ଏବଂ ସ୍ବର୍ଗତ ଅଭିନେତା ସତୀଶ କୌଶିକଙ୍କୁ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିବ। ‘ଜି ଷ୍ଟୁଡିଓ’ ଏବଂ ‘ମଣିକର୍ନିକା ଫିଲ୍ମସ୍‌’ର ବ୍ୟାନରରେ ‘ଏମର୍ଜେନ୍ସି’ ଚଳଚ୍ଚିତ୍ରକୁ ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?