ସିଂଘାଣି ଲଗାଇଦେଲେ Elon Muskଙ୍କ ପୁଅ, ଅଫିସରୁ ୧୪୫ବର୍ଷର ଡେସ୍କ ହଟାଇଲେ Trump, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସରକାରୀ ଅଫିସର ୧୪୫ବର୍ଷ ପୁରୁଣା ଟେବୁଲ ହଟାଇଦେଇଛନ୍ତି। ଏହା ପରିବର୍ତ୍ତେ ସେ ଏକ ଅସ୍ଥାୟୀ ଟେବୁଲ ଆଣିଛନ୍ତି। ତେବେ ଏକଥା ଆମେ କାହିଁକି କହୁଛିୁ ଏହାର କାରଣ ଜାଣିଲେ ମଧ୍ୟ ଆପଣ ତାଜୁବ ହୋଇଯିବେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ଏକ୍ସରେ ସୂଚନା ଦେଇଛନ୍ତି। ଏହି ୧୪୫ ବର୍ଷ ପୁରୁଣା C&O Desk ଅସ୍ଥାୟୀ ଭାବରେ ହଟାଯାଇଛି। କିଛିଦିନ ପରେ ପୁଣି ଏହାକୁ ଫିଟିଙ୍ଗ କରାଯିବ। କିନ୍ତୁ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଏବେ ସବୁଠି ଚର୍ଚ୍ଚାରେ ରହିଛି।

ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଘଟଣା ପଛର କାରଣ ହେଉଛି Elon Muskଙ୍କ ପୁଅ X A-Xii ଙ୍କ ଏକ ଭିଡିଓ ଭାଇରାଲ ହୋଇଛି।ଫେବୃଆରୀ ୧୧ରେ ଏଲନ ମସ୍କ ତାଙ୍କ ପୁଅଙ୍କ ସହ ସଯୁକ୍ତ ପ୍ରେସ କନଫରେନ୍ସରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଯୋଗ ଦେଇଥିଲେ। ଏହି ସମୟରେ ମସ୍କଙ୍କ ପୁଅ C&O Desk ରେ ନାକରୁ ସିଂଘାଣି କାଢି ପୋଛୁଥିବାର ଦେଖାଯାଇଥିଲା। ଯାହାକୁ ଦେଖିବା ପରେ ଟ୍ରମ୍ପ ପ୍ରଶାସନ ଏହି ୧୪୫ବର୍ଷ ପୁରୁଣା ଡେସ୍କ ହଟାଇବାକୁ ଘୋଷଣା କରିଥିଲେ। ତେବେ କୁହାଯାଉଛି ଏହି କାରଣ ଯୋଗୁ ଟ୍ରମ୍ପ ଏପରି ନିଷ୍ପତ୍ତି ନେଇଥାଇପାରନ୍ତି। କିନ୍ତୁ ଏନେଇ କୌଣସି ସରକାରୀ ସୂଚନା ମିଳିନାହିଁ।

ହ୍ବାଇଟ ହାଉସରେ ଥିବା C&O Desk ୧୯୨୦ରେ ଚେସୋପିକ ଆଣ୍‌ଡ ଓହୋୟା ରେଲସ୍ବେ ମାଲିକଙ୍କ ପାଇଁ ଡିଜାଇନ କରାଯାଇଥିଲା। ଯାହାକୁ ପରେ ହ୍ବାଇଟ ହାଉସକୁ ଦାନ କରାଯାଇଥିଲା। ଏହି ଡେସ୍କକୁ ପୂର୍ବ ରାଷ୍ଟ୍ରପତି ରୋନାଲ୍ଡ ରିଗନ, ଜିମି କାର୍ଟର ଓ ଗୋରାଲ୍ଡ ଫୋର୍ଡ, ଜର୍ଜ ଏଚ.ଡବ୍ଲୁ ନିଜ କାର୍ଯ୍ୟକାଳ ସମୟରେ ବ୍ୟବହାର କରିଥିଲେ। ଏହି ଡେସ୍କ ୧୪୫ବର୍ଷ ପୁରୁଣା ଐତିହାସିକ ଡେସ୍କ ଅଟେ। ୧୮୮୦ରେ ଏହାକୁ ମହାରାଣୀ ଭିକ୍ଟୋରିଆଙ୍କ ଦ୍ୱାରା ଆମେରିକାକୁ ଉପହାର ଦିଆଯାଇଥିଲା। ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତମ କାର୍ଯ୍ୟକାଳ, ଜୋ ବାଇଡେନ ଓ ବାରାକ ଓବାମା ମଧ୍ୟ ଏହି ଡେସ୍କ ବ୍ୟବହାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?