୭ମ ଥର ବାପା ହେଲେ ବିଶ୍ୱର ୧ ନମ୍ବର ଧନୀ ବ୍ୟକ୍ତି

ନ୍ୟୁୟର୍କ,୧୧।୩: ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ଏଲୋନ ମସ୍କ ଏବଂ ହଲିଉଡ୍‌ର ପ୍ରସିଦ୍ଧ ଗାୟିକା ଗ୍ରିମସ ପୁଣି ଥରେ ମାତାପିତା ହୋଇଛନ୍ତି। ସରୋଗେସି ମାଧ୍ୟମରେ ଡିସେମ୍ବର ୨୦୨୧ରେ ସେମାନଙ୍କର ଦ୍ୱିତୀୟ ଶିଶୁକୁ ଗୁପ୍ତ ଭାବରେ ସ୍ବାଗତ କରିଛନ୍ତି। ଶିଶୁର ସମ୍ପୂର୍ଣ୍ଣ ନାମ ହେଉଛି ଏକ୍ସା ଡାର୍କ ସିଡେରାଏଲ (Exa Dark Siderael) ଏବଂ ଡାକ ନାମ ଓ୍ବାଇ ରହିଛି।
୩୩ ବର୍ଷୀୟ ଗ୍ରିମସ ପିପୁଲ୍ସ ମାଗାଜିନ ପକ୍ଷରୁ ଏକ ସାକ୍ଷାତକାରରେ ଏହାର ଖୁଲାସା କରିଛନ୍ତି। ପୂର୍ବରୁ ତାଙ୍କର ଏକ ପୁଅ ଅଛି। ତିନି ବର୍ଷ ଏକାଠି ରହିବା ପରେ ସେପ୍ଟେମ୍ବର ୨୦୨୧ରେ ଏହି ଯୋଡି ଅଲଗା ହେବା ବିଷୟରେ ଘୋଷଣା କରିଥିଲେ। କିନ୍ତୁ ଦେଖାଯାଉଛି ଯେ ଦୁହେଁ ଏବେ ପୁଣିଥରେ ଏକାଠି ହୋଇଛନ୍ତି। ଗ୍ରିମସ କହିଛନ୍ତି, ଆମେ ଦୁହେଁ ଉତ୍ତମ ବନ୍ଧୁ। ଅଲଗା ଅଲଗା ଘରେ ରହୁଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ବୁଝାମଣା ରହିଛି। ଆମେ ଅଧିକାଂଶ ସମୟରେ ପରସ୍ପରକୁ ଭେଟିଥାଉ। ମୁଁ ମସ୍କଙ୍କ ସହ ଖୁସି ଅଛି। ଏଲୋନ ମସ୍କଙ୍କ ଏହା ୭ମ ସନ୍ତାନ। ପୂର୍ବରୁ ତାଙ୍କ ପ୍ରଥମ ସ୍ତ୍ରୀ ଜଷ୍ଟିନ୍‌ ଓ୍ବିଲସନ୍‌ ୫ ପୁଅ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟନସ୍ଥଳରେ ଏମିତି ଲଜ୍ଜାଜନକ କାମ କଲେ ପ୍ରେମୀଯୁଗଳ, ଆଉ ତା’ ପରେ…

ବ୍ରାସିଲିଆ,୮ା୧୨: ବ୍ରାଜିଲର ବ୍ୟସ୍ତବହୁଳ ସମୁଦ୍ର କୂଳ ବୁଲିବାକୁ ଯାଇଥିଲେ ପ୍ରେମୀଯୁଗଳ। ଏହି ଯୋଡ଼ି ସମୁଦ୍ର କୂଳରେ ଏମିତି କିଛି ଲଜ୍ଜାଜନକ କାମ କରିଛନ୍ତି, ଯାହା କ୍ୟାମେରାରେ...

ୟୁକ୍ରେନ-ରୁଷିଆ ବିବାଦ ଶେଷ ହେବାର ସଙ୍କେତ

କ୍ୱିଭ୍‌,୧୬ା୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା କଥାବାର୍ତ୍ତା ଏହି ବିବାଦର ସମାପ୍ତ ହେବାର ସଙ୍କେତ ଦେଉଛି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଦୁଇ ଦେଶ...

ପୁଣିଥରେ କରୋନା ସଂକ୍ରମିତ ହେଲେ ବାଇଡେନ

ୱାଶିଂଟନ,୩୧ ।୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ରିପୋର୍ଟ ପୁଣିଥରେ ପଜିଟିଭ ଆସିଛି । ଦ୍ୱିତୀୟ ଥର ଲାଗି ସେ କରୋନାରେ ସଂକ୍ରମିତ ହୋଇଥିବ ଜଣାପଡିଛି...

ଏନ୍‌-୯୫ ମାସ୍କ-ଫେସ୍‌ଶିଲ୍ଡ୍‌ ବି ଦେଉନି ସୁରକ୍ଷା: ଲୋକେ ହେଉଛନ୍ତି ଆକ୍ରାନ୍ତ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୩।୯: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ସୁରକ୍ଷା ପାଇଁ ଲୋକଙ୍କୁ ଏନ୍‌-୯୫ ମାସ୍କ ଏବଂ ଫେସ୍‌ ଶିଲ୍ଡ ବ୍ୟବହାର କରାଯିବା ଉପରେ ବିଶ୍ୱ...

ପଦ୍ମଫୁଲ ଚୋରାଇବାରୁ ବନ୍ଦ କରିଦିଆଗଲା ଚାଇନାର ଇକୋ ପାର୍କ

ବେଜିଂ,୪।୭: ଚାଇନାର ସିଂଚୁଆନ ଅଞ୍ଚଳରେ ତିଆରି ହୋଇଥିବା ଇକୋ ପାର୍କ ଏଠାରେ ଫୁଟୁଥିବା ପଦ୍ମଫୁଲ ପାଇଁ ବେଶ୍‌ ପ୍ରସିଦ୍ଧ। ଦିନକୁ ଅତିକମ୍‌ରେ ୨ଶହରୁ ୩ଶହ ପର୍ଯ୍ୟଟକ...

କରୋନା ଆତଙ୍କ: ଭାରତୀୟଙ୍କ ସ୍କ୍ରିନିଂ ପାଇଁ ମ୍ୟାନମାର୍‌ ସୀମାରେ ଲାଗିଲା ଇନଫ୍ରାରେଡ୍‌ ଥର୍ମୋମିଟର

ଇମ୍ଫାଲ୍‌/ନାପିତ୍ୱ,୨୮।୧: ଏବେ କରୋନା ଭୁତାଣୁ ସଂକ୍ରମଣ ନେଇ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଆତଙ୍କ ଦେଖାଦେଇଛି। ଏହାକୁ ନେଇ ଭିନ୍ନ ଭିନ୍ନ ରାଷ୍ଟ୍ର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼...

ଫିନଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବ୍ରେକଫାଷ୍ଟ ବିଲର ତଦନ୍ତ ହେବ

ହେଲସିନ୍‌କି,୨୮।୫: ଟିକସଦାତାଙ୍କ ଟଙ୍କାରେ ଫିନଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ବ୍ରେକଫାଷ୍ଟରେ ରିହାତି ଦିଆଯାଉଥିବା ଅଭିଯୋଗ ଆସିଛି। ଏହାର ତଦନ୍ତ କରାଯିବ ବୋଲି ପୋଲିସ ଶୁକ୍ରବାର ଘୋଷଣା କରାଯାଇଛି। କେସାରାଣ୍ଟା...

ଚିଡ଼ିଆଖାନାରେ ୪ ସିଂହଙ୍କୁ କରୋନା

ବାର୍ସିଲୋନା, ୯।୧୨: ସ୍ପେନ୍‌ର ବାର୍ସିଲୋନା ଚିଡ଼ିଆଖାନାରେ ୪ଟି ସିଂହ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସିଂହଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିବା ଏହା ଦ୍ୱିତୀୟ ଘଟଣା।...

Advertisement
Archives

Model This Week