୧୪ ସନ୍ତାନର ବାପା ହେଲେ ମସ୍କ, ନିଜେ ସୋସିଆଲ ମିଡିଆରେ କଲେ ଖୁଲାସା

ଓ୍ବାଶିଂଟନ୍‌,୧।୩: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ପୁଣି ଥରେ ବାପା ହୋଇଛନ୍ତି। ଏଲନ ମସ୍କ ୧୪ ସନ୍ତାନର ବାପା ହୋଇଛନ୍ତି। ଆଜ୍ଞା ହଁ, ମସ୍କ ଏକ ଭିନ୍ନ ରେକର୍ଡ ସୃଷ୍ଟି କରିଛନ୍ତି। ନବଜାତ ଶିଶୁର ଜନ୍ମ ବିଷୟରେ ସୂଚନା ତାଙ୍କ ପାର୍ଟନର ଶିବନ ଜିଲିସ ଇନଷ୍ଟାଗ୍ରାମରେ ତାଙ୍କ ପୋଷ୍ଟରେ ଦେଇଛନ୍ତି। ଯାହାକୁ ମସ୍କ ମଧ୍ୟ ନିଶ୍ଚିତ କରିଛନ୍ତି। ସେମାନେ ଏହି ପିଲାଟିର ନାମ ସେଲଡନ ଲାଇକର୍ଗସ ରଖିଛନ୍ତି। କହି ରଖୁଛୁ ଯେ, ତାଙ୍କ ପାର୍ଟନର ତାଙ୍କ କମ୍ପାନୀ ନ୍ୟୁରାଲିଙ୍କର ଏକଜିକ୍ୟୁଟିଭ୍‌। ମସ୍କଙ୍କର ପୂର୍ବରୁ ତିନୋଟି ସନ୍ତାନ ଅଛନ୍ତି।

ଜିଲିସ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁଁ ଏବଂ ମସ୍କ ଆମ ଝିଅ ଆର୍କାଡିଆଙ୍କ ଜନ୍ମଦିନ ଅବସରରେ
ନିଷ୍ପତ୍ତି ନେଇଛୁ ଯେ ଆମେ ସମସ୍ତଙ୍କୁ ଆମର ସୁନ୍ଦର ପୁଅ ସେଲଡନ ଲାଇକର୍ଗସ ବିଷୟରେ ମଧ୍ୟ କହିବା ଉଚିତ୍‌। ହେଲେ ପିଲାଟି କେବେ ଜନ୍ମ ହୋଇଥିଲା ତାହା ଜିଲିସ ପ୍ରକାଶ କରି ନାହାନ୍ତି। ମସ୍କ ତାଙ୍କ ପୋଷ୍ଟର ଜବାବରେ ଏକ ହାର୍ଟ ଇମୋଜି ଦେଇଛନ୍ତି।

କହି ରଖୁଛୁ ଯେ ୨୦୨୧ରେ ମସ୍କ ଏବଂ ଜିଲିସ ଯମଜ ସନ୍ତାନର ମାତାପିତା ହୋଇଥିବା ଖବର ଆସିଥିଲା। ୨୦୨୪ରେ, ଜିଲିସ ତାଙ୍କର ତୃତୀୟ ସନ୍ତାନକୁ ଜନ୍ମ ଦେଇଥିଲେ। ଜିଲିସଙ୍କ ପୋଷ୍ଟକୁ ନେଇ ଇନଫ୍ଲୁଏନସର ସେଣ୍ଟ କ୍ଲେୟାରଙ୍କ ଦାବି କରିଥିଲେ ଯେ ସେ ମସ୍କଙ୍କ ୧୩ତମ ସନ୍ତାନକୁ ଜନ୍ମ ଦେଇଛନ୍ତି। ତଥାପି, ମସ୍କ ଏପର୍ଯ୍ୟନ୍ତ ସାର୍ବଜନୀନ ଭାବରେ ତାଙ୍କ ଦାବିକୁ ସ୍ବୀକାର କରିନାହାଁନ୍ତି। ସେଣ୍ଟ କ୍ଲେୟାର କହିଛନ୍ତି ଯେ ସେ ଏବଂ ମସ୍କ ଜାନୁଆରୀ ୨୦୨୪ରେ ସେଣ୍ଟ ବାର୍ଥସ ଯାତ୍ରା ସମୟରେ ଏକ ପିଲାକୁ ସାଙ୍ଗରେ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri