ସମୁଦ୍ରରେ ୧୧ ଇଞ୍ଚ ବହଳ ବରଫ, ଅଟକି ରହିଛି ୨୪ ଜାହାଜ…

ମସ୍କୋ,୨୫।୧୧: ଆର୍କଟିକ ସାଗରରେ ଦେଇ ୟୁରୋପ ଏବଂ ଏସିଆରେ ପହଞ୍ଚିବା ଏବେ କଷ୍ଟକର ହେଉଛି। ରୁଷିଆର ଗଣମାଧ୍ୟମ ରିପୋର୍ଟ କରିଛି ଯେ ଅତି କମରେ ୨୪ ଟି ଜାହାଜ ବରଫରେ ଫସି ରହିଛନ୍ତି। ତୁଷାରପାତ ହେତୁ ସମଗ୍ର ଉତ୍ତର ସାଗର ମାର୍ଗ ବନ୍ଦ ହୋଇଯାଇଛି। ବର୍ତ୍ତମାନ ଅଟକି ରହିଥିବା ଜାହାଜଗୁଡ଼ିକୁ ହଟାଇବା ପାଇଁ ରୁଷିଆକୁ ବରଫ କାଟିବା ଜାହାଜ ପଠାଇବାକୁ ପଡିଛି।

ଉତ୍ତର ସାଗର ମାର୍ଗ ପାଇଁ ରୁଷିଆ ବହୁ ଟଙ୍କା ଖର୍ଚ୍ଚ କରିଛି। ଏହି ମାର୍ଗରେ ବ୍ୟବସାୟ ସୁବିଧା ହେବ ବୋଲି ରୁଷିଆ ଅନୁମାନ କରିଥିଲା। କିନ୍ତୁ ବରଫପାତ ଯୋଗୁ ମାର୍ଗ ବନ୍ଦ ହୋଇ ସମସ୍ତ ଆକଳନ ବିଫଳ ହୋଇଛି। ନଭେମ୍ବର ମାସ ସାରା ଏହି ରାସ୍ତା ଖୋଲା ରହିବ ବୋଲି ରୁଷିଆର ଅଧିକାରୀମାନେ ପୂର୍ବରୁ ଘୋଷଣା କରିଥିଲେ। ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ ୱାର୍ମିଂ ଯୋଗୁ ଗତ କିଛି ବର୍ଷ ମଧ୍ୟରେ ଆର୍କଟିକ୍‌ ସାଗରରେ ବରଫ ଜମିବାରେ ଅତ୍ୟଧିକ ବିଳମ୍ବ ହୋଇଯାଇଥିଲା। ତେଣୁ ବିଶେଷଜ୍ଞମାନେ ଏଭଳି କହିଥିଲେ। ଅକ୍ଟୋବର ଶେଷରେ ଲାପଟଓ୍ବେ ସାଗର ଏବଂ ପୂର୍ବ ସାଇବେରିଆ ସାଗରରେ ଏତେ ଶୀଘ୍ର ଅକ୍ଟୋବର ପରେପରେ ବରଫ ଜମିଥିବାରୁ ଉତ୍ତର ସାଗର ମାର୍ଗର ଅପରେଟରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଅଧିକାରୀମାନେ ବର୍ତ୍ତମାନ ରୁଷିଆର ରାଜଧାନୀ ମସ୍କୋରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ବରଫ କାଟିବା ପାଇଁ ଦୁଇଟି ପରମାଣୁ ଶକ୍ତିରେ ଚାଳିତ ଜାହାଜକୁ ପଠାଯାଇଛି। ତେବେ ବରଫରେ ଫସିଥିବା ଜାହାଜ ଆସନ୍ତା କିଛି ମାସ ପାଇଁ ସେଠାରେ ରହିବାକୁ ବାଧ୍ୟ ହେବେ।

ଅଧିକାରୀମାନେ କହିଛନ୍ତି ଯେ ଏହି ଅଞ୍ଚଳର ପାଣିପାଗ ଦ୍ରୁତ ଗତିରେ ବଦଳିଗଲା। ଭୁଲ ପାଣିପାଗ ରିପୋର୍ଟ ଯୋଗୁ ଜାହାଜଗୁଡ଼ିକ ବରଫରେ ଅଟକି ରହିଛନ୍ତି।

ଅଧିକାରୀ କହିଛନ୍ତି ଗତ ୭ ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ସମୁଦ୍ର ବରଫ ପାଲଟି ଯାଇଛି। ଅଟକି ରହିଥିବା ଜାହାଜଗୁଡ଼ିକ ମଧ୍ୟରେ କାର୍ଗୋ ଏବଂ ଦୁଇଟି ତେଲ ଟ୍ୟାଙ୍କର୍‌ ଅଛି। ୟୁରୋପ ଏବଂ ରୁଷିଆକୁ ସଂଯୋଗ କରିବାରେ ଉତ୍ତର ସାଗର ମାର୍ଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହି ମାର୍ଗରେ ସମୁଦ୍ର ଯାତ୍ରାର ପଥ ବହୁ କମି ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ଅକ୍ଟୋବର ୯ରେ ନକ୍ଷତ୍ର ବଦଳାଇବେ ଶନିଦେବ: ଚମକିବ ଏହି ୫ ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟ ଓ କର୍ମର କାରକ ଗ୍ରହ ଭାବେ ମାନ୍ୟତା ଦିଆଯାଇଛି। କୁହାଯାଏ, ଶନିଦେବ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି।…

ମୋଦି କ୍ୟାବିନେଟ୍‌ରେ ହେବ ଅଦଳବଦଳ! ଏହି ୨ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତ୍ରୀପଦ ଯିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୫।୧୦:ମୋଦି ସରକାରର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣିଥରେ ବଡ଼ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶରୁ ରାଜ୍ୟ ସଭା ନିର୍ବାଚନ ପାଇଁ ଭାଜପା ୮ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?