ରେଳଧାରଣା ପାର୍‌ ହୋଇ ଗାଁରେ ପଶିଲା ହାତୀ: ଦେଢ଼ ଘଣ୍ଟା ଟ୍ରେନ୍‌ ଚଳାଚଳ ବନ୍ଦ

ରୂପସା, ୨୬।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ଗଡ଼ପଦା ପଞ୍ଚାୟତକୁ ଶୁକ୍ରବାର ରାତିରେ ଏକ ଦନ୍ତା ହାତୀ ପଶି ଆସି ତାଣ୍ଡବ ରଚିଛି। ହାତୀଟି ବାରମ୍ବାର ରେଳଧାରଣା ପାର୍‌ ହେଉଥିବାରୁ ବନବିଭାଗ ପକ୍ଷରୁ ଷ୍ଟେଶନ ମ୍ୟାନେଜରଙ୍କୁ ଅବଗତ କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଦୀର୍ଘ ଦେଢ଼ଘଣ୍ଟା ଧରି ଟ୍ରେନ ଚଳାଚଳ ବନ୍ଦ ରଖାଯାଇଥିଲା। ରୂପସା ଅଞ୍ଚଳରେ ମଧ୍ୟ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯାଇଥିଲା। ଶନିବାର ଦିନଯାକ ବନବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ ନଜର ରଖାଯାଇଥିଲା।
ମୟୂରଭଞ୍ଜ ପଟରୁ ବଡ଼ଗୁମା ଦେଇ ରାତିରେ ହାତୀଟି ଲଛମନଖୁଣ୍ଟା ଗାଁରେ ପଶିଥିଲା। ଏହି ଗାଁର ପଇଁତିରି ସିଂ, କୁନି ସିଂ, ଗୋବିନ୍ଦ ସିଂ, ଆଦିକନ୍ଦ ସିଂ, ରାମ ସିଂ, ଅନାଦି ମହାନ୍ତ ଓ ରାମେଶ୍ୱର ମହାନ୍ତଙ୍କ ଘର ଛପର ଓ କାନ୍ଥ ଭାଙ୍ଗି ଜହତା ଗ୍ରାମକୁ ପଶିଥିଲା। ସେଠାରେ ଅକ୍ଷୟ ପଲେଇଙ୍କ ଘର ଭାଙ୍ଗି ଖାଣ୍ଡିଆ ଘାଇ ପୋଲ ଦେଇ ହୀରାପୁର ନାଗାଖଣି ଗାଁରେ ଉତ୍ପାତ ଦେଖାଇଥିଲା। ସୀମାଲ ଟୁଡୁ ଓ ଛୁଟା ମାଝିଙ୍କ ଘର ନଷ୍ଟ କରି ରୂପସା ଉତ୍ତର କେବିନ ଓ ବାଖରାବାଦ ଫାଟକ ମଝି ରେଳଧାରଣା ପାରି ହୋଇ ବୁଧଖଣ୍ଡି ଗାଁରେ ପଶି ବାବୁ ମଲିକଙ୍କ ଘର ଭାଙ୍ଗିଥିଲା। ପୁଣି ରେଳ ଧାରଣା ପାରିହୋଇ ହାତୀଟି ମୟୂରଭଞ୍ଜର ଭଗବାନପୁର ଗାଁ ନିକଟ ଜଙ୍ଗଲରେ ରହିଥିଲା। ଏହିପରି ହାତୀ ମୋଟ ୧୧ଜଣଙ୍କ ଘର ଭାଙ୍ଗିବା ସହ ବହୁ ଆସବାବପତ୍ର, ଧାନଚାଉଳ ଓ ଚାଷଜମିକୁ ଦଳିମକଚି ନଷ୍ଟ କରିଛି। ଗ୍ରାମବାସୀଙ୍କ ସହାୟତାରେ ବନବିଭାଗ ଅଧିକାରୀ ବିବେକାନନ୍ଦ ଜେନା, ଫରେଷ୍ଟଗାର୍ଡ ମୀନାରାଣୀ ବେହେରା ଓ ଶଶୀଧର ମହାନ୍ତି ପ୍ରମୁଖ ବନ କର୍ମଚାରୀଙ୍କ ସହ ପହଞ୍ଚତ୍ ବାଣ ଫୁଟାଇ ରାତିତମାମ୍‌ ହାତୀ ଘଉଡ଼ାଇବା ପାଇଁ ଉଜାଗର ରହି ନାକେଦମ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri