ରେଳଧାରଣା ପାର୍‌ ହୋଇ ଗାଁରେ ପଶିଲା ହାତୀ: ଦେଢ଼ ଘଣ୍ଟା ଟ୍ରେନ୍‌ ଚଳାଚଳ ବନ୍ଦ

ରୂପସା, ୨୬।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ଗଡ଼ପଦା ପଞ୍ଚାୟତକୁ ଶୁକ୍ରବାର ରାତିରେ ଏକ ଦନ୍ତା ହାତୀ ପଶି ଆସି ତାଣ୍ଡବ ରଚିଛି। ହାତୀଟି ବାରମ୍ବାର ରେଳଧାରଣା ପାର୍‌ ହେଉଥିବାରୁ ବନବିଭାଗ ପକ୍ଷରୁ ଷ୍ଟେଶନ ମ୍ୟାନେଜରଙ୍କୁ ଅବଗତ କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଦୀର୍ଘ ଦେଢ଼ଘଣ୍ଟା ଧରି ଟ୍ରେନ ଚଳାଚଳ ବନ୍ଦ ରଖାଯାଇଥିଲା। ରୂପସା ଅଞ୍ଚଳରେ ମଧ୍ୟ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯାଇଥିଲା। ଶନିବାର ଦିନଯାକ ବନବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ ନଜର ରଖାଯାଇଥିଲା।
ମୟୂରଭଞ୍ଜ ପଟରୁ ବଡ଼ଗୁମା ଦେଇ ରାତିରେ ହାତୀଟି ଲଛମନଖୁଣ୍ଟା ଗାଁରେ ପଶିଥିଲା। ଏହି ଗାଁର ପଇଁତିରି ସିଂ, କୁନି ସିଂ, ଗୋବିନ୍ଦ ସିଂ, ଆଦିକନ୍ଦ ସିଂ, ରାମ ସିଂ, ଅନାଦି ମହାନ୍ତ ଓ ରାମେଶ୍ୱର ମହାନ୍ତଙ୍କ ଘର ଛପର ଓ କାନ୍ଥ ଭାଙ୍ଗି ଜହତା ଗ୍ରାମକୁ ପଶିଥିଲା। ସେଠାରେ ଅକ୍ଷୟ ପଲେଇଙ୍କ ଘର ଭାଙ୍ଗି ଖାଣ୍ଡିଆ ଘାଇ ପୋଲ ଦେଇ ହୀରାପୁର ନାଗାଖଣି ଗାଁରେ ଉତ୍ପାତ ଦେଖାଇଥିଲା। ସୀମାଲ ଟୁଡୁ ଓ ଛୁଟା ମାଝିଙ୍କ ଘର ନଷ୍ଟ କରି ରୂପସା ଉତ୍ତର କେବିନ ଓ ବାଖରାବାଦ ଫାଟକ ମଝି ରେଳଧାରଣା ପାରି ହୋଇ ବୁଧଖଣ୍ଡି ଗାଁରେ ପଶି ବାବୁ ମଲିକଙ୍କ ଘର ଭାଙ୍ଗିଥିଲା। ପୁଣି ରେଳ ଧାରଣା ପାରିହୋଇ ହାତୀଟି ମୟୂରଭଞ୍ଜର ଭଗବାନପୁର ଗାଁ ନିକଟ ଜଙ୍ଗଲରେ ରହିଥିଲା। ଏହିପରି ହାତୀ ମୋଟ ୧୧ଜଣଙ୍କ ଘର ଭାଙ୍ଗିବା ସହ ବହୁ ଆସବାବପତ୍ର, ଧାନଚାଉଳ ଓ ଚାଷଜମିକୁ ଦଳିମକଚି ନଷ୍ଟ କରିଛି। ଗ୍ରାମବାସୀଙ୍କ ସହାୟତାରେ ବନବିଭାଗ ଅଧିକାରୀ ବିବେକାନନ୍ଦ ଜେନା, ଫରେଷ୍ଟଗାର୍ଡ ମୀନାରାଣୀ ବେହେରା ଓ ଶଶୀଧର ମହାନ୍ତି ପ୍ରମୁଖ ବନ କର୍ମଚାରୀଙ୍କ ସହ ପହଞ୍ଚତ୍ ବାଣ ଫୁଟାଇ ରାତିତମାମ୍‌ ହାତୀ ଘଉଡ଼ାଇବା ପାଇଁ ଉଜାଗର ରହି ନାକେଦମ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri