ଧାନକ୍ଷେତରେ ହାତୀପଲ

ବାରିପଦା ଅଫିସ/ଠାକୁରମୁଣ୍ଡା, ୩୧।୧୦ଡି.ଏନ.ଏ.)  ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନରେ ଥିବା ଦୁଧିଆଣୀ ଓ କରଞ୍ଜିଆ ରେଞ୍ଜରେ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି ଚଳାଇଛନ୍ତି। ଖାଦ୍ୟ ଅନ୍ବେଷଣରେ ଆସିଥିବା ୫୮ଟି ହାତୀ ବିଭିନ୍ନ ଦଳରେ ବିଭକ୍ତ ହୋଇ ଫସଲ ନଷ୍ଟ କରିବା ସହିତ ଗାଁ ଗଣ୍ଡାରେ ପଶି ଉପତ୍ାତ କରୁଛନ୍ତି। ଫଳରେ ୨୦ରୁ ଉର୍ଦ୍ଧ୍ୱ ଗ୍ରାମର ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଦୀର୍ଘ ଦିନ ଧରି ଝାଡ଼ଖଣ୍ଡ ଓ ଶିମିଳିପାଳରୁ ଆସିଥିବା ହାତୀମାନେ ଧାନ କ୍ଷେତରେ ପଶି ପାଚିଲା ଧାନ ଖାଇବା ସହିତ କ୍ଷେତ ଗୁଡିକ ଜଗି ରହୁଛନ୍ତି।
ପାଚିଲା ଧାନକୁ ବଞ୍ଚାଇବା ପାଇଁ ମଣିଷ ଓ ହାତୀ ମଧ୍ୟରେ ଲଢେଇ ହେଉଛି।
ସୂଚନା ମୁତାବକ, ଝାଡଖଣ୍ଡରୁ ଆସିଥିବା ୪୭ଟି ହାତୀ ମଧ୍ୟରୁ ଦୁଧିଆଣୀ ରେଞ୍ଜ ମନୋହରପୁର ଅଞ୍ଚଳରେ ୨୫ଟି, ବୁଢୀପାଟରେ ୨୦ଟି ଓ ଟଙ୍ଗାବିଲାରେ ୨ଟି ହାତୀ ଥିବା ବେଳେ ଠାକୁରମୁଣ୍ଡା ଅଞ୍ଚଳରେ ଶିମିଳିପାଳରୁ ଆସିଥିବା ୧୧ଟି ହାତୀ ବିଭିନ୍ନ ସ୍ଥାନରେ ରହିଛନ୍ତି। ଦିନ ତମାମ ଜଙ୍ଗଲରେ ରହିବା ପରେ ସଞ୍ଜ ନଇଁଲେ ହାତୀମାନେ ଚଳପ୍ରଚଳ କରି ଶୁକୃଳୀ ବ୍ଳକର ଘର୍ମାବେଡା, ସୁନାପୋଷି, ହଳଦିଆ, କାଞ୍ଜିଆମ, ପୋଖରିଆ, ବାରିଆ, ଶିରମଣିପୁର, ଚତୁରାଞ୍ଜଳୀ ଓ ଯଶିପୁର ବ୍ଳକର ବୁଢୀପାଳ, ପାହାଡିପୁରା, ଧାତିକିଆ, ଯାମକେଶର, ବାଉଁଶନଳୀ, ଠାକୁରମୁଣ୍ଡା ବ୍ଳକର କେଶିଡିହା, ଚମ୍ପାଝର, ମିଟୁଆଣି ଆଦି ଗ୍ରାମରେ ପ୍ରବେଶ କରୁଛନ୍ତି। ଶିମିଳିପାଳ ଜଙ୍ଗଲ ଭିତରୁ ଚାଲି ଆସିଥିବା ୭ ଟିକିଆ ହାତୀ ପଲ ଶୁକ୍ରବାର ବିଳମ୍ବିତ ରାତିରେ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ କେଶଡ଼ିହା ଗ୍ରାମର ବୁରୁ ସାହିରେ ପଶି ଚାଷୀଙ୍କ ଧନ ଫସଲ ନଷ୍ଟ କରିଦେଇଛନ୍ତି। ଲୋକମାନେ ହାତୀକୁ ଦେଖି ଭୟଭୀତ ହେଉଥିବା ବେଳେ ଧାନ କ୍ଷେତକୁ ବଞ୍ଚାଇବାକୁ ଯାଇ ହାତୀ ଓ ମଣିଷ ମୁହାଁମୁହିଁ ହେବାକୁ ପଡିଛି। ହାତୀ ପାଇଁ ରାତି ତମାମ ବିଦ୍ୟୁତକାଟ୍‌ କରାଯାଉଥିବାରୁ ଲୋକମାନେ ଅନ୍ଧାରରେ ରହିବାକୁ ସୁରକ୍ଷିତ ମଣୁନାହାନ୍ତି। ଏପରିକି ହାତୀ ପାଇଁ ରାତି ହେଲେ ଘରୁ ବାହାରିବା ନିରାପଦ ବୋଲି ଅଞ୍ଚଳର ମଦନ ମହାନ୍ତ, ସୁରେଶ ମହାନ୍ତ କହିଛନ୍ତି। ତେବେ ହାତୀର ଗତିବିଧି ଉପରେ ନଜର ରଖିବା ପାଇଁ ଆବଶ୍ୟକ କର୍ମଚାରୀ ଅଭାବ ସହିତ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ନ ଥିବାରୁ ହାତୀ ପାଇଁ ବିଭିନ୍ନ ସମସ୍ୟା ଉପୁଜୁଛି। ହାତୀ ଘଉଡାଇବା ପାଇଁ ନିୟମ ନ ଥିବାରୁ ବନବିଭାଗ କେବଳ ଗତିପଥ ବଦଳାଇବାକୁ ଚେଷ୍ଟା ଜାରି ରଖିଛି ା ହାତୀ ଗତବିଧିକୁ ଲକ୍ଷ୍ୟ କରି ବିଭାଗ ପକ୍ଷରୁ ଗାଁ ଗୁଡିକରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି। ତେବେ ବର୍ଷ ତମାମ ଏହି ଅଞ୍ଚଳରେ ହାତୀମାନେ ରହୁଥିବା ବେଳେ ଜଙ୍ଗଲକୁ ଫେରୁ ନାହାନ୍ତି। ବିଭାଗ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ କଲେ ହାତୀ ଓ ମଣିଷ ଲଢେଇରେ ସାମାନ୍ୟତମ ସୁଧାର ଆସିପାରନ୍ତା ବୋଲି ପରିବେଶବିତ୍‌ ମାନେ ମତପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…

ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…

ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ, ଯୁବକଙ୍କୁ ଗଛରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ

ଉଦଳା,୧୨ା୫(ସନ୍ତୋଷ କୁମାର ବାଚ୍ଛିନୀ): ରାତିରେ ଗ୍ରାମରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା। ଯୁବକଙ୍କୁ ଗଛରେ ବାନ୍ଧି ଗ୍ରାମବାସୀ ଦେଲେ ଉତ୍ତମ ମଧ୍ୟମ। ଉଦଳା…

ଗୋତସ୍କରଙ୍କ ଗୁଳିମାଡ଼ ଘଟଣା, ପୋଖରୀ ଭିତରୁ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ

ବୈଶିଙ୍ଗା,୮।୫(ରତନ ଦାଶ ): ମୟୂରଭଞ୍ଜ-ବାଲେଶ୍ୱର ସୀମାବର୍ତ୍ତୀ ବୈଶିଙ୍ଗା ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ଗୋମାଫିଆଙ୍କ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି…

ଗାଁରେ ପଶି ମହିଳାଙ୍କ ଉପରେ ଆକ୍ରମଣ କଲା ଭାଲୁ, ଆଖି ତାଡି….

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଉଦଳା ବନାଞ୍ଚଳ କୁଶଳଦା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଭାଲୁଟି…

ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ ଦୁର୍ବୃତ୍ତ, ସାଇରନ ବାଜିବା ଡରରେ ଭାଙ୍ଗିଦେଲେ…

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଏଟିଏମ ଲୁଟିନେଲେ ଦୁର୍ବୃତ୍ତ । ଏକ ନୂଆ ଫଣ୍ଡାରେ ଲୁଟ୍ କରିଛନ୍ତି । ନିଜ ଚେହେରାକୁ ସିସିଟିଭିରୁ ବଞ୍ଚାଇବା ପାଇଁ ସିସିଟିଭିରେ ଲାଲ…

ଗୋରକ୍ଷକଙ୍କ ଉପରକୁ ଗୁଳି ଚଳାଇଲେ ଗୋତସ୍କର, ଭ୍ୟାନ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବୈଶିଙ୍ଗା,୨୯।୪(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ଦିନକୁ ଦିନ ଗୋରୁ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଏହି ଗ୍ୟାଙ୍ଗ ସହ ଜଡ଼ିତ ଅସାମାଜିକ ବ୍ୟକ୍ତିମାନଙ୍କର…

ସ୍ବାମୀଙ୍କ ମୃତ୍ୟୁକୁ ୧୫ବର୍ଷ ପୂରିଲେବି ମହିଳାଙ୍କୁ ମିଳୁନି ଭତ୍ତା

ମୋରଡ଼ା,୨୮ା୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ପଳାସମୁଣ୍ଡୁଳି ପଞ୍ଚାୟତର କୁସୁମକୁଟି ଗ୍ରାମ ୧୪ ନମ୍ବର ୱାର୍ଡର ବିଧବା ମହିଳା ବୁଧୁ ହେମ୍ବ୍ରମ ଭତ୍ତା ପାଇବାରୁ…

ବାଇକ୍‌କୁ ପିଟିଲା ସ୍କର୍ପିଓ, ବସ୍‌ ସହ ମୁହାଁମୁହିଁ ହେଲା କାର୍‌, ଚାଲିଗଲା ୪ ଜୀବନ

କରଞ୍ଜିଆ,୨୭ା୪(କବିତା ମହାନ୍ତ) : ମୟୂରଭଞ୍ଜ କରଞ୍ଜିଆ ଥାନା ଅଞ୍ଚଳରେ ସିରିଜ୍‌ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ସ୍କର୍ପିଓ ପିଟିଥିବାରୁ ବାଇକ୍‌ରେ ଯାଉଥିବା ସ୍ବାମୀ-ସ୍ତ୍ରୀଙ୍କ ଜୀବନ ଯାଇଛି। ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri