ଧାନକ୍ଷେତରେ ହାତୀପଲ

ବାରିପଦା ଅଫିସ/ଠାକୁରମୁଣ୍ଡା, ୩୧।୧୦ଡି.ଏନ.ଏ.)  ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନରେ ଥିବା ଦୁଧିଆଣୀ ଓ କରଞ୍ଜିଆ ରେଞ୍ଜରେ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି ଚଳାଇଛନ୍ତି। ଖାଦ୍ୟ ଅନ୍ବେଷଣରେ ଆସିଥିବା ୫୮ଟି ହାତୀ ବିଭିନ୍ନ ଦଳରେ ବିଭକ୍ତ ହୋଇ ଫସଲ ନଷ୍ଟ କରିବା ସହିତ ଗାଁ ଗଣ୍ଡାରେ ପଶି ଉପତ୍ାତ କରୁଛନ୍ତି। ଫଳରେ ୨୦ରୁ ଉର୍ଦ୍ଧ୍ୱ ଗ୍ରାମର ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଦୀର୍ଘ ଦିନ ଧରି ଝାଡ଼ଖଣ୍ଡ ଓ ଶିମିଳିପାଳରୁ ଆସିଥିବା ହାତୀମାନେ ଧାନ କ୍ଷେତରେ ପଶି ପାଚିଲା ଧାନ ଖାଇବା ସହିତ କ୍ଷେତ ଗୁଡିକ ଜଗି ରହୁଛନ୍ତି।
ପାଚିଲା ଧାନକୁ ବଞ୍ଚାଇବା ପାଇଁ ମଣିଷ ଓ ହାତୀ ମଧ୍ୟରେ ଲଢେଇ ହେଉଛି।
ସୂଚନା ମୁତାବକ, ଝାଡଖଣ୍ଡରୁ ଆସିଥିବା ୪୭ଟି ହାତୀ ମଧ୍ୟରୁ ଦୁଧିଆଣୀ ରେଞ୍ଜ ମନୋହରପୁର ଅଞ୍ଚଳରେ ୨୫ଟି, ବୁଢୀପାଟରେ ୨୦ଟି ଓ ଟଙ୍ଗାବିଲାରେ ୨ଟି ହାତୀ ଥିବା ବେଳେ ଠାକୁରମୁଣ୍ଡା ଅଞ୍ଚଳରେ ଶିମିଳିପାଳରୁ ଆସିଥିବା ୧୧ଟି ହାତୀ ବିଭିନ୍ନ ସ୍ଥାନରେ ରହିଛନ୍ତି। ଦିନ ତମାମ ଜଙ୍ଗଲରେ ରହିବା ପରେ ସଞ୍ଜ ନଇଁଲେ ହାତୀମାନେ ଚଳପ୍ରଚଳ କରି ଶୁକୃଳୀ ବ୍ଳକର ଘର୍ମାବେଡା, ସୁନାପୋଷି, ହଳଦିଆ, କାଞ୍ଜିଆମ, ପୋଖରିଆ, ବାରିଆ, ଶିରମଣିପୁର, ଚତୁରାଞ୍ଜଳୀ ଓ ଯଶିପୁର ବ୍ଳକର ବୁଢୀପାଳ, ପାହାଡିପୁରା, ଧାତିକିଆ, ଯାମକେଶର, ବାଉଁଶନଳୀ, ଠାକୁରମୁଣ୍ଡା ବ୍ଳକର କେଶିଡିହା, ଚମ୍ପାଝର, ମିଟୁଆଣି ଆଦି ଗ୍ରାମରେ ପ୍ରବେଶ କରୁଛନ୍ତି। ଶିମିଳିପାଳ ଜଙ୍ଗଲ ଭିତରୁ ଚାଲି ଆସିଥିବା ୭ ଟିକିଆ ହାତୀ ପଲ ଶୁକ୍ରବାର ବିଳମ୍ବିତ ରାତିରେ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ କେଶଡ଼ିହା ଗ୍ରାମର ବୁରୁ ସାହିରେ ପଶି ଚାଷୀଙ୍କ ଧନ ଫସଲ ନଷ୍ଟ କରିଦେଇଛନ୍ତି। ଲୋକମାନେ ହାତୀକୁ ଦେଖି ଭୟଭୀତ ହେଉଥିବା ବେଳେ ଧାନ କ୍ଷେତକୁ ବଞ୍ଚାଇବାକୁ ଯାଇ ହାତୀ ଓ ମଣିଷ ମୁହାଁମୁହିଁ ହେବାକୁ ପଡିଛି। ହାତୀ ପାଇଁ ରାତି ତମାମ ବିଦ୍ୟୁତକାଟ୍‌ କରାଯାଉଥିବାରୁ ଲୋକମାନେ ଅନ୍ଧାରରେ ରହିବାକୁ ସୁରକ୍ଷିତ ମଣୁନାହାନ୍ତି। ଏପରିକି ହାତୀ ପାଇଁ ରାତି ହେଲେ ଘରୁ ବାହାରିବା ନିରାପଦ ବୋଲି ଅଞ୍ଚଳର ମଦନ ମହାନ୍ତ, ସୁରେଶ ମହାନ୍ତ କହିଛନ୍ତି। ତେବେ ହାତୀର ଗତିବିଧି ଉପରେ ନଜର ରଖିବା ପାଇଁ ଆବଶ୍ୟକ କର୍ମଚାରୀ ଅଭାବ ସହିତ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ନ ଥିବାରୁ ହାତୀ ପାଇଁ ବିଭିନ୍ନ ସମସ୍ୟା ଉପୁଜୁଛି। ହାତୀ ଘଉଡାଇବା ପାଇଁ ନିୟମ ନ ଥିବାରୁ ବନବିଭାଗ କେବଳ ଗତିପଥ ବଦଳାଇବାକୁ ଚେଷ୍ଟା ଜାରି ରଖିଛି ା ହାତୀ ଗତବିଧିକୁ ଲକ୍ଷ୍ୟ କରି ବିଭାଗ ପକ୍ଷରୁ ଗାଁ ଗୁଡିକରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି। ତେବେ ବର୍ଷ ତମାମ ଏହି ଅଞ୍ଚଳରେ ହାତୀମାନେ ରହୁଥିବା ବେଳେ ଜଙ୍ଗଲକୁ ଫେରୁ ନାହାନ୍ତି। ବିଭାଗ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ କଲେ ହାତୀ ଓ ମଣିଷ ଲଢେଇରେ ସାମାନ୍ୟତମ ସୁଧାର ଆସିପାରନ୍ତା ବୋଲି ପରିବେଶବିତ୍‌ ମାନେ ମତପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି: ଧାରଣାରେ ବସିଲେ ଛାତ୍ରୀଛାତ୍ର

ବାରିପଦା ଅଫିସ,୮ା୧୧- ମୟୂରଭଞ୍ଜ ଜିଲା ବାରିପଦାର ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପରିଚାଳନାଗତ ତ୍ରୁଟି ଯୋଗୁ କିଛିଦିନ ହେବ ଛାତ୍ର ଅଶାନ୍ତି ଲାଗି ରହିଛି।...

ଡମ୍ପିଂୟାର୍ଡକୁ ବିରୋଧ, ଆବର୍ଜନା ବୋଝେଇ ଗାଡ଼ି ଅଟକ

ଉଦଳା,୬ା୩(ଡ଼ି.ଏନ୍‌.ଏ.)- ଉଦଳା ଏନଏସିରେ ଡମ୍ପିଂୟାର୍ଡକୁ ନେଇ ଦୀର୍ଘ ଦିନରୁ ବିବାଦ ଲାଗି ରହିଛି। ଫଳରେ ୧୨ଟି ୱାର୍ଡର ଆବର୍ଜନା କେଉଁଠି ପଡ଼ିବ ତାହାକୁ ନେଇ ବାରମ୍ବାର...

୬ବର୍ଷର ପୁଅକୁ କଚାଡି ମାରିଲେ ବାପା

କପ୍ତିିପଦା,୩।୯(ଡି.ଏନ.ଏ.):ମୟୁରଭଞ୍ଜ ଜିଲା ଶରତ ଥାନା ଲାବଣ୍ୟଦେଇପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ମାନସିକ ବିକୃତ ବାପା ନିଜର ୬ ବର୍ଷର ପୁଅକୁ କଚାଡି ମାରିଦେଇଛନ୍ତି।...

ସରିଲା କୁନ୍ଦୁଳିଆ ମହୋତ୍ସବ

ବିଶୋଇ,୨୩ା୧(ଡ଼ି.ଏନ୍‌.ଏ.)- ବିଶୋଇ ଅଞ୍ଚଳର କୁନ୍ଦୁଳିଆଠାରେ ଦିଗବିଜୟ ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୩୧ ତମ ବାର୍ଷିକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ‘କୁନ୍ଦୁଳିଆ ମହୋତ୍ସବ- ୨୦୨୦’...

ରାଷ୍ଟ୍ରପତିଙ୍କ ଘର ଆଗରେ ରାସ୍ତାରୋକୋ

ରାଇରଙ୍ଗପୁର,୨୮ା୧(ଡି.ଏନ.ଏ.): ପାନୀୟ ଜଳ ସମସ୍ୟା ନେଇ ଉତ୍ତ୍ୟକ୍ତ ବସ୍ତି ବାସିନ୍ଦା ରାଷ୍ଟ୍ରପତି ଦ୍ରୌପଦୀ ମୁୁର୍ମୁଙ୍କ ମୟୂରଭଞ୍ଜ ଜିଲା ରାଇରଙ୍ଗପୁରସ୍ଥିତ ବାସଗୃହ ସମ୍ମୁଖ ରାସ୍ତା ଅବରୋଧ କରିବା...

ଦରମା ଦାବିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ବାରିପଦା ଅଫିସ,୧୩ା୧୧- ବାରିପଦା ପୌର ପରିଷଦରେ ନିର୍ବାଚିତ ବୋର୍ଡର କାର୍ଯ୍ୟକାଳ ଗତ ଫେବୃୟାରୀରୁ ସରିଯାଇଥିବା ବେଳେ ବର୍ତ୍ତମାନ ଏହା ଜିଲା ପ୍ରଶାସନ ଦ୍ୱାରା ପରିଚାଳିତ ହେଉଛି।...

ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ଟୁଇଟ୍‌: ରାମ ଗୋପାଳ ବର୍ମାଙ୍କ ନାମରେ ମାମଲା

ବାରିପଦା ଅଫିସ,୨୮।୫(ବ୍ୟୁରୋ): ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏକ ବିବାଦୀୟ ଟୁଇଟ୍‌ କରିଥିଲେ। ଏହାକୁ ନେଇ...

ଯୁକ୍ତ୨ ପରୀକ୍ଷା କେନ୍ଦ୍ର ନିର୍ଣ୍ଣୟରେ ନିୟମ ଉଲ୍ଲଂଘନ

ବାରିପଦା ଅଫିସ,୨୪।୫ ମୟୂରଭଞ୍ଜ ଜିଲା ବାରିପଦା ସହରରେ ଥିବା ଏକ ଘରୋଇ କଲେଜର ପରୀକ୍ଷା କେନ୍ଦ୍ର ନିର୍ଣ୍ଣୟକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।...

Advertisement
Archives

Model This Week