ହର୍ପିସ ପଞ୍ଝାରେ ହାତୀ

ଢେଙ୍କାନାଳ ଅଫିସ, ୨୭।୬ – ଢେଙ୍କାନାଳ ଜିଲାର ସଂରକ୍ଷିତ ଜଙ୍ଗଲରେ ନିର୍ଭୟରେ ବିଚରଣ କରୁଥିବା ହାତୀଙ୍କ ପାଇଁ ଘାତକ ସାଜିଛି ମାରାତ୍ମକ ହର୍ପିସ୍‌। ବିଶେଷ କରି ହିନ୍ଦୋଳ ରେଞ୍ଜରେ ରହୁଥିବା ହାତୀଙ୍କ ଶରୀରରେ ଏହି ଭୂତାଣ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଗତ ଦେଢ଼ବର୍ଷ ମଧ୍ୟରେ ହର୍ପିସ୍‌ରେ ସଂକ୍ରମିତ ହୋଇ ୩ ହାତୀ ମୃତ୍ୟୁମୁଖରେ ପଡ଼ିଲେଣି। ବନ ବିଭାଗ ପକ୍ଷରୁ ଚିକିତ୍ସା ଲାଗି ଗୁରୁତ୍ୱ ଦିଆଯାଉ ନ ଥିବାରୁ ଏହି ଭୂତାଣୁ ହାତୀଙ୍କ ପାଇଁ କାଳ ସାଜିଥିବା ଅଭିଯୋଗ ହେଉଛି। ଅପରପକ୍ଷେ ହାତୀ ଭଳି ସାମାଜିକ ପ୍ରାଣୀ ପଲରେ ରହିବାକୁ ପସନ୍ଦ କରୁଥିବାବେଳେ ଭୂତାଣୁଜନିତ ଗଣସଂକ୍ରମଣ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଯଦି ଏପରି ହୁଏ ତେବେ ଢେଙ୍କାନାଳରୁ ହାତୀବଂଶ ବିଲୋପ ହୋଇଯିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
ହିନ୍ଦୋଳ ରେଞ୍ଜ୍‌ରେ ହର୍ପିସ୍‌ରେ ସଂକ୍ରମିତ ହୋଇ ୨୦୧୯ ଜାନୁୟାରୀରୁ ୨୦୨୦ ଜୁଲାଇ ମଧ୍ୟରେ ୩ ହାତୀଙ୍କ ମୃତ୍ୟୁ ଘଟିଛି। ସେଥିରୁ ଗୋଟିଏ ମାଈ ଏବଂ ଅନ୍ୟ ୨ଟି ଛୁଆ ହାତୀ। ସେହିପରି ବର୍ଷକ ତଳେ କପିଳାସ ହାତୀ ରେସକ୍ୟୁ ସେଣ୍ଟରରେ ମରିଥିବା ହାତୀ ଛୁଆ ମଧ୍ୟ ଏହି ଭୂତାଣୁ କବଳରେ ପଡ଼ିଥିବା ସନ୍ଦେହ କରାଯାଇଥିଲା। ହେଲେ ବନ ବିଭାଗ ଏହାକୁ ସ୍ପଷ୍ଟ ନ କରିବାରୁ ଏହା ଅଦ୍ୟାବଧି ରହସ୍ୟାବୃତ୍ତ ହୋଇ ରହିଛି। ଦୁଇଦିନ ତଳେ ହିନ୍ଦୋଳ ରେଞ୍ଜରେ ଏକ ମାଈ ହାତୀର ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ଉକ୍ତ ହାତୀଟି ହର୍ପିସ୍‌ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ୩ଦିନ ଧରି ଅସୁସ୍ଥ ହୋଇ ବୁଲିବା ପରେ ହାତୀଟି ମୃତ୍ୟୁବରଣ କରିଥିଲା। ଏ ସମ୍ପର୍କରେ ବନ ବିଭାଗ ପାଖରେ ସୂଚନା ଥିଲେ ମଧ୍ୟ ହାତୀଟିର ଚିକିତ୍ସା ଦିଗରେ ଗୁରୁତ୍ୱ ଦିଆଯାଇ ନ ଥିଲା। ସେହିପରି ଗତବର୍ଷ ଏକ ଅସୁସ୍ଥ ହାତୀ ଶାବକ ଜଙ୍ଗଲରୁ ରାସୋଳ ସେକ୍ସନ୍‌ ଅଞ୍ଚଳକୁ ପଳାଇ ଆସିଥିଲା। ଏହି ହାତୀ ଛୁଆ ମଧ୍ୟ ହର୍ପିସ୍‌ରେ ଆକ୍ରାନ୍ତ ହୋଇଥିଲା। ସେତେବେଳେ ମଧ୍ୟ ହାତୀଛୁଆର ଚିକିତ୍ସା ଲାଗି ବନ ବିଭାଗ ତତ୍ପରତା ଦେଖାଇ ନ ଥିଲା। ସାତକୋଶିଆରୁ ବରିଷ୍ଠ ଚିକିତ୍ସକମାନେ ପହଞ୍ଚତ୍ ହାତୀଛୁଆର ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇଥିଲା। ଫଳରେ ଉଦ୍ଧାର ହେବାର ଦିନକ ପରେ ମୃତ୍ୟୁମୁଖରେ ପଡ଼ିଥିଲା। ରୋଗର ପ୍ରତିକାର ଲାଗି ଥିବା ଆଣ୍ଟି ଭାଇରାଲ ଇଞ୍ଜେକ୍ସନର ଦାମ ୨୦ରୁ ୨୫ ହଜାର ଟଙ୍କା ଦେଇ କିଣିବାକୁ ପଡ଼େ। ଏତେ ଟଙ୍କା ଖର୍ଚ୍ଚ କରିବାକୁ ବନ ବିଭାଗ ପଛଘୁଞ୍ଚା ଦେଉଥିବାରୁ ଜିଲାରେ ହାର୍ପିସ ସଂକ୍ରମଣରେ ହାତୀମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିବା ଅଭିଯୋଗ ହୋଇଛି।
ଏ ସଂକ୍ରାନ୍ତରେ ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ କୁହନ୍ତି, ହିନ୍ଦୋଳ ରେଞ୍ଜ୍‌ରେ ମରିଥିବା ମାଈ ହାତୀଟି ହର୍ପିସ ଆକ୍ରାନ୍ତ ଥିବା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଜିଲା ବନଖଣ୍ଡ ଅଧିକାରୀଙ୍କର ନନ୍ଦନକାନନକୁ ଉପନିର୍ଦ୍ଦେଶକ ଭାବେ ବଦଳି ହୋଇଯାଇଥିବାରୁ ସେ ଏ ସମ୍ପର୍କରେ ଅଧିକ କିଛି ନ କହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ।

ବିପଜ୍ଜନକ କାହିଁକି

ଏଲିଫ୍ୟାଣ୍ଟ ଏଣ୍ଡୋଥେଲିଓଟ୍ରପିକ୍‌ ହର୍ପିସ୍‌ ଭାଇରସ୍‌ (ଇଇଏଚ୍‌ଭି) ଏବଂ ଏଲିଫ୍ୟାଣ୍ଟଇଡ୍‌ ବେଟା ହର୍ପିସ୍‌ ଭାଇରସ୍‌-୧ (ଇଏଲ୍‌ଏଚ୍‌ଭି-୧) ଭୂତାଣୁ ହାତୀଙ୍କ କ୍ଷେତ୍ରରେ ବେଶି ମାରାତ୍ମକ। ଏଥିରେ ସଂକ୍ରମିତ ହାତୀଙ୍କ ମୃତ୍ୟୁହାର ଅଧିକ। ତେବେ ସବୁଠାରୁ ଚିନ୍ତାର କଥା ଯେ, ଏହି ଭୂତାଣରୁ ସଂକ୍ରମଣ ଯୋଗୁ କମ୍‌ ବୟସ୍କ ତଥା ଯୁବ ହାତୀ ମୃତ୍ୟୁମୁଖରେ ପଡ଼ିବା ଆଶଙ୍କା ବେଶି। ବିଶେଷ କରି ଏସିଆନ ହାତୀ ପାଇଁ ଦୀର୍ଘଦିନ ଧରି ହର୍ପିସ୍‌ ଭୂତାଣୁ ଚିନ୍ତାର କାରଣ ହୋଇ ରହିଛି। ଏହି ଭୂତାଣୁ ସଂକ୍ରମଣ ହେଲେ ହାତୀଙ୍କ ଅନ୍ତଃସ୍ରାବୀ ଗ୍ରନ୍ଥି ସମେତ ଶରୀରରେ ଛୋଟ ଛୋଟ ଘା ହୋଇଥାଏ। ଏଥିରୁ ଅନବରତ ରକ୍ତସ୍ରାବ ହୋଇଥାଏ। ଯଦିଓ ଆଣ୍ଟିବାୟୋଟିକ୍‌ ଦ୍ୱାରା ଏହାର ଚିକିତ୍ସା ସମ୍ଭବ ତଥାପି ରୋଗ ଜଣାପଡ଼ିବା ବେଳକୁ ହାରାହାରି ୯୦% ହାତୀ ମୃତ୍ୟୁ ମୁଖରେ ପଡ଼ି ସାରିଥାନ୍ତି। ମାତ୍ର ଏକ ତୃତୀୟାଂଶ ହାତୀଙ୍କ କ୍ଷେତ୍ରରେ ଆଣ୍ଟିବାୟୋଟିକ୍‌ ଥେରାପୀ ପ୍ରଭାବୀ ସାବ୍ୟସ୍ତ ହେଉଥିବା ଏକ ଆକଳନରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ସାତକୋଶିଆ ଅଭୟାରଣ୍ୟର ବରିଷ୍ଠ ବନ୍ୟପ୍ରାଣୀ ଚିକିତ୍ସକ ଡା. କିଶୋର ସାହୁ କୁହନ୍ତି, ଏସିଆନ ଏଲିଫ୍ୟାଣ୍ଟ ହର୍ପିସ୍‌-୧ ଏବଂ ଆଫ୍ରିକାନ୍‌ ଏଲିଫ୍ୟାଣ୍ଟ ହର୍ପିସ-୨ରେ ସଂକ୍ରମିତ ହେବା ଦେଖାଯାଏ। ହାତୀଛୁଆଙ୍କ କ୍ଷେତ୍ରରେ ହର୍ପିସ୍‌-୧ ଘାତକ। ଏହି ଭୂତାଣୁ ସଂକ୍ରମଣ ହେଲେ ତଣ୍ଟି ଓ ମୁହଁରେ ଘା’ ହୋଇଯାଏ। ଜିଭ ଫୁଲିଯାଏ। ହାତୀ ଶାବକ ଖାଦ୍ୟ ଗ୍ରହଣ କରିପାରେ ନାହିଁ। ଧୀରେ ଧୀରେ ଦୁର୍ବଳ ହୋଇ ମୃତ୍ୟୁମୁଖରେ ପଡ଼େ। ସେହିପରି ଉପଯୁକ୍ତ ଚିକିତ୍ସା ନ ମିଳିଲେ ଏକ ହର୍ପିସ ଆକ୍ରାନ୍ତ ବଡ଼ହାତୀ ସର୍ବନିମ୍ନ ୨୪ ଘଣ୍ଟା ଏବଂ ସର୍ବାଧିକ ୨୦ଦିନ ମଧ୍ୟରେ ମୃତ୍ୟୁମୁଖରେ ପଡ଼ିଥାଏ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ହର୍ପିସ୍‌ର ଅନ୍ୟ ଏକ କାରଣ ସମ୍ପର୍କରେ ସେ କହିଛନ୍ତି ଯେ, ଦନ୍ତାହାତୀ ଶିକାର ବଢୁଥିବାରୁ ହାତୀପଲରେ ସନ୍ତୁଳନ ବିଗିଡ଼ି ଯାଉଛି। ମାଈ ହାତୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେମାନଙ୍କ ମଧ୍ୟରେ ଇମ୍ୟୁନିଟି ପାୱାର କମିଯାଉଛି, ଯାହା ଚିନ୍ତାଜନକ ବିଷୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri