ଏମ୍‌ଏସ୍‌ଏମ୍‌ଇ ଲାଗି ଏସ୍‌ବିଆଇର ସ୍ବତନ୍ତ୍ର ପଦକ୍ଷେପ

ଭୁବନେଶ୍ୱର,୨୭।୬(ବ୍ୟୁରୋ) : ଦେଶର ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟିରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡିକର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ କୋଭିଡ୍‌-୧୯ ଜନିତ ଲକ୍‌ଡାଉନ ଲାଗି ଏହି ଶିଳ୍ପର ଅବସ୍ଥା ବିଗିଡ଼ିଯାଇଛି। ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଏମ୍‌ଏସ୍‌ଏମ୍‌ଇଗୁଡିକୁ ସହାୟତା ଲାଗି କେନ୍ଦ୍ର ସରକାର ଋଣ ଗ୍ୟାରେଣ୍ଟି ଯୋଜନା ଘୋଷଣା କରିଛନ୍ତି। ଏଭଳି ସ୍ଥିତିରେ ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ନିଜର ଯୋଗଦାନ ଜାରି ରଖିଛି। ବ୍ୟାଙ୍କ ଓଡ଼ିଶାରେ ୨୦,୧୮୨ ଋଣ ମଞ୍ଜରୀ ପତ୍ର ପ୍ରଦାନ କରିଛି। ଏମ୍‌ଏସ୍‌ଏମ୍‌ଇଗୁଡିକୁ ସହାୟତା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ଏହା ଦ୍ୱାରା ମୋଟ ୬୪୫ କୋଟି ଟଙ୍କାର ଋଣ ଅଦ୍ୟାବଧି ଯୋଗାଇ ଦିଆଯାଇଥିବା ବ୍ୟାଙ୍କର ଭୁବନେଶ୍ୱର ସର୍କଲ ମୁଖ୍ୟ ମହାପ୍ରବନ୍ଧକ ରୁମା ଦେ ଶୁକ୍ରବାର ସୂଚନା ଦେଇଛନ୍ତି।
ବ୍ୟାଙ୍କ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇ ଲାଗି ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଦେ କହିଛନ୍ତି ଯେ, ଓଡ଼ିଶାରେ ଏମ୍‌ଏସ୍‌ଏମ୍‌ଇଗୁଡିକର ବିକାଶକୁ ବ୍ୟାଙ୍କ ସର୍ବଦା ଗୁରୁତ୍ୱ ଦେଇ ଆସିଛି। ଏହି ଧାରାକୁ ଆହୁରି ତ୍ୱରାନ୍ବିତ କରିବା ଲାଗି ନୂଆ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏମ୍‌ଏସ୍‌ଏମ୍‌ଇ ଫୋକସ୍‌ କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ କ୍ଷୁଦ୍ରଶିଳ୍ପ ଲାଗି ଅଧିକ ସୁବିଧା ଯୋଗାଣକୁ ଉତ୍ସାହିତ କରାଯାଉଛି। ଏଥି ଲାଗି ଜୋନ ସ୍ତରରେ ୪ ଅତିରିକ୍ତ ଏଜିଏମ୍‌ ସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ୱ ଭାର ପ୍ରଦାନ କରାଯାଇଛି। ତୃଣମୂଳ ସ୍ତରରୁ ଏମ୍‌ଏସ୍‌ଏମ୍‌ଇଗୁଡିକୁ ପ୍ରୋତ୍ସାହିତ କରିବା ଲାଗି ଏହି ଅଧିକାରୀମାନେ କାର୍ଯ୍ୟ କରିବେ। କ୍ଷୁଦ୍ରଶିଳ୍ପକୁ ପୁଞ୍ଜି ଯୋଗାଣ, ଆସେଟ୍‌ କ୍ୱାଲିଟି ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ ଦିଗକୁ ଅଧିକାରୀ ତଦାରଖ କରିବେ ବୋଲି ଦେ ମତବ୍ୟକ୍ତ କରିଛନ୍ତି।
ସେ ପୁଣି କହିଛନ୍ତି ଯେ, ଏମ୍‌ଏସ୍‌ଏମ୍‌ଇ ଯୋଜନାରେ ଋଣ ସୁବିଧାର ଲାଭ ଉଠାଇବା ଲାଗି ଗ୍ରାହକଙ୍କୁ ବ୍ୟାଙ୍କ ପକ୍ଷରୁ ସମ୍ପର୍କ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୪୮,୧୬୮ ହିତାଧିକାରୀଙ୍କୁ ଚିଠି ଲେଖାଯାଇଛି। ଭଲ ଟ୍ରାକ୍‌ ରେକର୍ଡ ରହିଥିବା ଗ୍ରାହକଙ୍କୁ ପ୍ରାଥମିକତା ଦିଆଯାଉଛି। ଏହାଦ୍ୱାରା ପ୍ରାଥମିକ ପର୍ଯ୍ୟାୟରେ ୨୦,୧୮୨ ହିତାଧିକାରୀ ଲାଭବାନ ହୋଇଛନ୍ତି। ପୁଞ୍ଜି ଆବଶ୍ୟକ କରୁଥିବା ଲୋକମାନେ ବ୍ୟାଙ୍କ ଦ୍ୱାରା କାର୍ଯ୍ୟକାରୀ ଯୋଜନାର ଲାଭ ଉଠାଇପାରିବେ। ସେହିଭଳି ଇ-ମୁଦ୍ରା ଯୋଜନାରେ ବ୍ୟାଙ୍କର ପରଫରମାନ୍ସ ଉନ୍ନତ ରହିଛି। ଏଥିରେ ୧୪,୬୦୩ ହିତାଧିକାରୀଙ୍କୁ ପ୍ରାୟ ୭୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି। ୨୭ ଜୁନରେ ଏମ୍‌ଏସ୍‌ଏମ୍‌ଇ ଦିବସ ପଡୁଥିବାରୁ ବ୍ୟାଙ୍କ ପକ୍ଷରୁ ରାଜ୍ୟରେ ୬ ଇ-ଟାଉନ ହଲ୍‌ ବୈଠକ ଆୟୋଜନ କରାଯାଇଛି। ଭୁବନେଶ୍ୱରରେ ୨, ସମ୍ବଲପୁର ଏବଂ ବ୍ରହ୍ମପୁର ଭଳି ସ୍ଥାନରେ ଏହା ଅନୁଷ୍ଠିତ ହୋଇଯାଇଛି। ସେହିଭଳି ଲୋକଙ୍କୁ ଏମ୍‌ଏସ୍‌ଏମ୍‌ଇ ଋଣ ଯୋଜନା ସହ ଅନ୍ୟ ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଇବା ଲାଗି ୨୧ଟି ଓ୍ବେବିନାର ଗୁରୁବାର ଆୟୋଜନ କରାଯାଇଥିଲା। ଏଥିରେ ପ୍ରାୟ ୪୦୦ ଲୋକ ଭାଗନେଇଛନ୍ତି। ହିତାଧିକାରୀ ଏମ୍‌ଏସ୍‌ଏମ୍‌ଇ ଋଣର ଲାଭ ଉଠାଇ ନିଜ କାରବାରକୁ ବଢାଇବାକୁ ଦେ ଆହ୍ବାନ ଜଣାଇଛନ୍ତି। ବର୍ତ୍ତମାନର ବଜାର ସ୍ଥିତି ସମ୍ପକରେ ସେ କହିଛନ୍ତି ଯେ, କରୋନା ଘରୋଇ ବଜାର ଲାଗି ବଡ ଆହ୍ବାନ ସୃଷ୍ଟି କରିଛି। ଲୋକଙ୍କ ମନରେ ବର୍ତ୍ତମାନ ଭୟ ରହିଥିବାରୁ ଏହା ଚାହିଦା ଉପରେ ପ୍ରଭାବ ପକାଇଛି। କରୋନା ସ୍ଥିତି ସୁଧୁରିଲେ ଚାହିଦା ପୁଣି ଫେରିବା ନେଇ ଆଶାବାଦୀ ଥିବା ସେ କହିଛନ୍ତି। ବର୍ତ୍ତମାନ ସ୍ଥିତିରେ ଶିଳ୍ପଗୁଡିକୁ ଟିକସ ସୁବିଧା, ଟାକ୍ସ ବ୍ରେକ୍‌ ଏବଂ ପ୍ରୋତ୍ସାହନ ପ୍ରଦାନର ଆବଶ୍ୟକତା ରହିଛି । ଏହା ହେଲେ ଶିଳ୍ପଗୁଡିକ ଅଣ୍ଟା ସଳଖି ପୁଣି ଥରେ ଛିଡାହେବାରେ ସକ୍ଷମ ହେବେ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri