ଏମ୍‌ଏସ୍‌ଏମ୍‌ଇ ଲାଗି ଏସ୍‌ବିଆଇର ସ୍ବତନ୍ତ୍ର ପଦକ୍ଷେପ

ଭୁବନେଶ୍ୱର,୨୭।୬(ବ୍ୟୁରୋ) : ଦେଶର ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟିରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ଗୁଡିକର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ କୋଭିଡ୍‌-୧୯ ଜନିତ ଲକ୍‌ଡାଉନ ଲାଗି ଏହି ଶିଳ୍ପର ଅବସ୍ଥା ବିଗିଡ଼ିଯାଇଛି। ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଏମ୍‌ଏସ୍‌ଏମ୍‌ଇଗୁଡିକୁ ସହାୟତା ଲାଗି କେନ୍ଦ୍ର ସରକାର ଋଣ ଗ୍ୟାରେଣ୍ଟି ଯୋଜନା ଘୋଷଣା କରିଛନ୍ତି। ଏଭଳି ସ୍ଥିତିରେ ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ନିଜର ଯୋଗଦାନ ଜାରି ରଖିଛି। ବ୍ୟାଙ୍କ ଓଡ଼ିଶାରେ ୨୦,୧୮୨ ଋଣ ମଞ୍ଜରୀ ପତ୍ର ପ୍ରଦାନ କରିଛି। ଏମ୍‌ଏସ୍‌ଏମ୍‌ଇଗୁଡିକୁ ସହାୟତା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ଏହା ଦ୍ୱାରା ମୋଟ ୬୪୫ କୋଟି ଟଙ୍କାର ଋଣ ଅଦ୍ୟାବଧି ଯୋଗାଇ ଦିଆଯାଇଥିବା ବ୍ୟାଙ୍କର ଭୁବନେଶ୍ୱର ସର୍କଲ ମୁଖ୍ୟ ମହାପ୍ରବନ୍ଧକ ରୁମା ଦେ ଶୁକ୍ରବାର ସୂଚନା ଦେଇଛନ୍ତି।
ବ୍ୟାଙ୍କ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇ ଲାଗି ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଦେ କହିଛନ୍ତି ଯେ, ଓଡ଼ିଶାରେ ଏମ୍‌ଏସ୍‌ଏମ୍‌ଇଗୁଡିକର ବିକାଶକୁ ବ୍ୟାଙ୍କ ସର୍ବଦା ଗୁରୁତ୍ୱ ଦେଇ ଆସିଛି। ଏହି ଧାରାକୁ ଆହୁରି ତ୍ୱରାନ୍ବିତ କରିବା ଲାଗି ନୂଆ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏମ୍‌ଏସ୍‌ଏମ୍‌ଇ ଫୋକସ୍‌ କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ କ୍ଷୁଦ୍ରଶିଳ୍ପ ଲାଗି ଅଧିକ ସୁବିଧା ଯୋଗାଣକୁ ଉତ୍ସାହିତ କରାଯାଉଛି। ଏଥି ଲାଗି ଜୋନ ସ୍ତରରେ ୪ ଅତିରିକ୍ତ ଏଜିଏମ୍‌ ସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ୱ ଭାର ପ୍ରଦାନ କରାଯାଇଛି। ତୃଣମୂଳ ସ୍ତରରୁ ଏମ୍‌ଏସ୍‌ଏମ୍‌ଇଗୁଡିକୁ ପ୍ରୋତ୍ସାହିତ କରିବା ଲାଗି ଏହି ଅଧିକାରୀମାନେ କାର୍ଯ୍ୟ କରିବେ। କ୍ଷୁଦ୍ରଶିଳ୍ପକୁ ପୁଞ୍ଜି ଯୋଗାଣ, ଆସେଟ୍‌ କ୍ୱାଲିଟି ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ ଦିଗକୁ ଅଧିକାରୀ ତଦାରଖ କରିବେ ବୋଲି ଦେ ମତବ୍ୟକ୍ତ କରିଛନ୍ତି।
ସେ ପୁଣି କହିଛନ୍ତି ଯେ, ଏମ୍‌ଏସ୍‌ଏମ୍‌ଇ ଯୋଜନାରେ ଋଣ ସୁବିଧାର ଲାଭ ଉଠାଇବା ଲାଗି ଗ୍ରାହକଙ୍କୁ ବ୍ୟାଙ୍କ ପକ୍ଷରୁ ସମ୍ପର୍କ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୪୮,୧୬୮ ହିତାଧିକାରୀଙ୍କୁ ଚିଠି ଲେଖାଯାଇଛି। ଭଲ ଟ୍ରାକ୍‌ ରେକର୍ଡ ରହିଥିବା ଗ୍ରାହକଙ୍କୁ ପ୍ରାଥମିକତା ଦିଆଯାଉଛି। ଏହାଦ୍ୱାରା ପ୍ରାଥମିକ ପର୍ଯ୍ୟାୟରେ ୨୦,୧୮୨ ହିତାଧିକାରୀ ଲାଭବାନ ହୋଇଛନ୍ତି। ପୁଞ୍ଜି ଆବଶ୍ୟକ କରୁଥିବା ଲୋକମାନେ ବ୍ୟାଙ୍କ ଦ୍ୱାରା କାର୍ଯ୍ୟକାରୀ ଯୋଜନାର ଲାଭ ଉଠାଇପାରିବେ। ସେହିଭଳି ଇ-ମୁଦ୍ରା ଯୋଜନାରେ ବ୍ୟାଙ୍କର ପରଫରମାନ୍ସ ଉନ୍ନତ ରହିଛି। ଏଥିରେ ୧୪,୬୦୩ ହିତାଧିକାରୀଙ୍କୁ ପ୍ରାୟ ୭୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି। ୨୭ ଜୁନରେ ଏମ୍‌ଏସ୍‌ଏମ୍‌ଇ ଦିବସ ପଡୁଥିବାରୁ ବ୍ୟାଙ୍କ ପକ୍ଷରୁ ରାଜ୍ୟରେ ୬ ଇ-ଟାଉନ ହଲ୍‌ ବୈଠକ ଆୟୋଜନ କରାଯାଇଛି। ଭୁବନେଶ୍ୱରରେ ୨, ସମ୍ବଲପୁର ଏବଂ ବ୍ରହ୍ମପୁର ଭଳି ସ୍ଥାନରେ ଏହା ଅନୁଷ୍ଠିତ ହୋଇଯାଇଛି। ସେହିଭଳି ଲୋକଙ୍କୁ ଏମ୍‌ଏସ୍‌ଏମ୍‌ଇ ଋଣ ଯୋଜନା ସହ ଅନ୍ୟ ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଇବା ଲାଗି ୨୧ଟି ଓ୍ବେବିନାର ଗୁରୁବାର ଆୟୋଜନ କରାଯାଇଥିଲା। ଏଥିରେ ପ୍ରାୟ ୪୦୦ ଲୋକ ଭାଗନେଇଛନ୍ତି। ହିତାଧିକାରୀ ଏମ୍‌ଏସ୍‌ଏମ୍‌ଇ ଋଣର ଲାଭ ଉଠାଇ ନିଜ କାରବାରକୁ ବଢାଇବାକୁ ଦେ ଆହ୍ବାନ ଜଣାଇଛନ୍ତି। ବର୍ତ୍ତମାନର ବଜାର ସ୍ଥିତି ସମ୍ପକରେ ସେ କହିଛନ୍ତି ଯେ, କରୋନା ଘରୋଇ ବଜାର ଲାଗି ବଡ ଆହ୍ବାନ ସୃଷ୍ଟି କରିଛି। ଲୋକଙ୍କ ମନରେ ବର୍ତ୍ତମାନ ଭୟ ରହିଥିବାରୁ ଏହା ଚାହିଦା ଉପରେ ପ୍ରଭାବ ପକାଇଛି। କରୋନା ସ୍ଥିତି ସୁଧୁରିଲେ ଚାହିଦା ପୁଣି ଫେରିବା ନେଇ ଆଶାବାଦୀ ଥିବା ସେ କହିଛନ୍ତି। ବର୍ତ୍ତମାନ ସ୍ଥିତିରେ ଶିଳ୍ପଗୁଡିକୁ ଟିକସ ସୁବିଧା, ଟାକ୍ସ ବ୍ରେକ୍‌ ଏବଂ ପ୍ରୋତ୍ସାହନ ପ୍ରଦାନର ଆବଶ୍ୟକତା ରହିଛି । ଏହା ହେଲେ ଶିଳ୍ପଗୁଡିକ ଅଣ୍ଟା ସଳଖି ପୁଣି ଥରେ ଛିଡାହେବାରେ ସକ୍ଷମ ହେବେ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

ପେମେଣ୍ଟ ଲିଙ୍କ୍‌ ସହ ସ୍ଥାନୀୟ ମୁଦ୍ରାରେ କାରବାର କର

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟାପାର ଏବଂ ସେମାନଙ୍କର ତତ୍କାଳୀନ ପେମେଣ୍ଟ ସିଷ୍ଟମର ସଂଯୋଗୀକରଣ ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ…

Bank Strike Update: ୧୪ ଯାଏ ବ୍ୟାଙ୍କ ବନ୍ଦ! ଜରୁରୀ କାମ ଥିଲେ କଣ କରିବେ?

ନୂଆଦିଲ୍ଲୀ,୧୨।୯: ଯଦି ଆପଣଙ୍କ ବ୍ୟାଙ୍କରେ ଚେକ୍ କ୍ଲିୟରାନ୍ସ, କ୍ୟାସ, ଜମା କିମ୍ୱା ଉଠାଣ, ପାସବୁକ୍ ଅପଡେଟ୍ ଭଳି କୌଣସି ଜରୁରୀ କାମ ବାକି ଅଛି, ତେବେ ଆପଣଙ୍କୁ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା! କରିବାକୁ ହେବ କେବଳ ଏହି କାମ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି,…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?