୧୨ବର୍ଷରେ ୨୦ ଜୀବନ ନେଲାଣି ହାତୀ

ଖୋର୍ଦ୍ଧା ଅଫିସ,୫।୪: ଖୋର୍ଦ୍ଧା ବନଖଣ୍ଡ ଅଧୀନ ଖୋର୍ଦ୍ଧା ଓ ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ଖାଦ୍ୟ ଲାଲସାରେ ଗାଁ ମୁହାଁ ହେଉଛନ୍ତି ହାତୀପଲ। ଦୀର୍ଘ ମାସ ଧରି ହାତୀଙ୍କ ଉପଦ୍ରବ ଯୋଗୁ ଗ୍ରାମବାସୀଙ୍କ ଜୀନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି। ଶନିବାର ଖୋର୍ଦ୍ଧା ବନାଞ୍ଚଳ ରାମଚଣ୍ଡୀରେ ଏକ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଥିଲେ। ସେହିପରି ଟାଙ୍ଗୀ ବନାଞ୍ଚଳ ଡମଣଭୂଇଁରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ବନଖଣ୍ଡରେ ହାତୀ-ମଣିଷ ଲଢ଼େଇରେ ୨୦୦୯ରୁ ରବିବାର ସୁଦ୍ଧା ୨୦ଜଣଙ୍କ ଜୀବନ ଯାଇଛି। ଅନ୍ୟପଟେ ୨୦୦୬ରୁ ରବିବାର ସୁଦ୍ଧା ୧୨ଟି ହାତୀଙ୍କ ମୃତ୍ୟୁ ଘଟିଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।
ଯେ, ଚନ୍ଦକା ଅଞ୍ଚଳରୁ ଖସି ଆସିଥିବା ଏକ ୨୮ଟିକିଆ ହାତୀ ପଲ ଖୋର୍ଦ୍ଧା ଓ ଟାଙ୍ଗୀ ବନାଞ୍ଚଳର ଜରିପୁଟ, ଦଲେଇପୁଟ, ପାନବରଜ, ଦେଉଳଟାଙ୍ଗୀ, କାଇପଦର, ବେରୁଅଁା, ଶରଧାପୁର, ଛତିପୁର, ରାମେଶ୍ୱର ଗୟାବନ୍ଧ, ଡମଣଭୂଇଁ, ଜଙ୍କିଆ, ବାଲିଗାଡିଆ, ମୋଟା, ଗୋଳବାଇ, ହଜ, ନାରଗୋଦା, ଟାଙ୍କୋଳ, ସିକୋ
ଉପଦ୍ରବ କରୁଛନ୍ତି। ଲଘୁଚାପ ଜନିତ ବନ୍ୟା ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରବି ଫସଲ ଅମଳ ସମୟରେ ହାତୀପଲ ଦାଉ ସାଧୁଛନ୍ତି ବୋଲି ଜରିପୁଟ ଗ୍ରାମର ଚିତ୍ତରଞ୍ଜନ ସାମନ୍ତରାୟ, ମନୋରଞ୍ଜନ ସାମନ୍ତରାୟ, କାଶୀନାଥ ଜଗଦ୍ଦେବ, ନଳୀନିକାନ୍ତ ଛୋଟରାୟ, ଶିବଶଙ୍କର ଦାସ, ସୁକାନ୍ତ ଛୋଟରାୟ, ଶିବ ଚମ୍ପତି ପ୍ରମୁଖ କହିଛନ୍ତି। ଖୋର୍ଦ୍ଧା ସହରରେ ମଧ୍ୟ ୫ଥର ହାତୀ ପ୍ରବେଶ କରିଥିବା ଜଣାପଡିଛି। ହାତୀପଲ ଏହି ବନାଞ୍ଚଳରେ ଆଡ୍ଡା ଜମାଇ ରହିଛନ୍ତି। ଏନେଇ ବାରମ୍ବାର ବନ ବିଭାଗ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏମାନଙ୍କୁ ନିୟନ୍ତ୍ରଣ କରିବାରେ ବନ ବିଭାଗ ବିଫଳ ହୋଇଛି ବୋଲି ଗ୍ରାମବାସୀ କହିଛନ୍ତି। ହାତୀ-ମଣିଷ ଲଢେଇରେ ଖୋର୍ଦ୍ଧା ବନଖଣ୍ଡରେ ୨୦୦୬ରୁ ୨୦୨୧ ରବିବାର ସୁଦ୍ଧା ୧୨ଟି ହାତୀଙ୍କ ମୃତ୍ୟୁ ଘଟିଛି। ସେଥିରୁ ୨୦୦୬ରେ ୧, ୨୦୦୮ରେ ୨, ୨୦୧୦ରେ ୧, ୨୦୧୭ରେ ୧, ୨୦୧୯ରେ ୧, ୨୦୨୦ରେ ଏକ ମାଇହାତୀ(ଗର୍ଭସ୍ଥ ଶିଶୁ) ସହ ୫ ଏବଂ ୨୦୨୧ ଜାନୁୟାରୀରେ ଏକ ହାତୀର ମୃତ୍ୟୁ ଘଟିଛି। ସେହିପରି ୨୦୦୯ରୁ ରବିବାର ସୁଦ୍ଧା ୨୦ଜଣଙ୍କ ଜୀବନ ଯାଇଛି। ସେଥିରୁ ୨୦୦୯ରେ ୨, ୨୦୧୨ରେ ୨, ୨୦୧୩ରେ ୨, ୨୦୧୫ରେ ୨, ୨୦୧୭ରେ ୧, ୨୦୧୮ରେ ୨, ୨୦୧୯ରେ ୩, ୨୦୨୦ରେ ୫ ଏବଂ ୨୦୨୧ ଏପ୍ରିଲରେ ଜଣେ ମହିଳାଙ୍କ ମତ୍ୟୁ ଘଟିଛି। ଖୋର୍ଦ୍ଧା ବନଖଣ୍ଡରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାପଡିଛି। ୨୦୧୭-୧୮ରେ ୨୫୩୩ ଚାଷୀଙ୍କ ୫୫୮ଏକର ଫସଲ ନଷ୍ଟ କରିଛନ୍ତି। ୨୦୧୮-୧୯ରେ ୨୨୩୬ଚାଷୀଙ୍କ ୪୯୪ଏକର, ୨୦୧୯-୨୦ରେ ୧୪୨୬ଜଣ ଚାଷୀଙ୍କ ୨୪୩.୧୧ଏକର ଏବଂ ୨୦୨୦-୨୧ରେ ୨୦୭୫ ଚାଷୀଙ୍କ ପ୍ରାୟ ୫୫୩୨ଏକର ଫସଲ ନଷ୍ଟ କରିଥିବା ବନ ବିଭାଗ ସୂତ୍ରରୁ ଜଣାପଡିଛି। ଏ ସମ୍ପର୍କରେ ଏସିଏଫ୍‌ ଗୌରଗୋପାଳ ସ କହିଛନ୍ତି, ହାତୀଙ୍କ ଉପରେ ବନ ବିଭାଗ ପକ୍ଷରୁ ନଜର ରହିଛି। ହାତୀ ଆକ୍ରମଣରେ ମୃତକଙ୍କ ପରିବାର ଏବଂ ଫସଲ କ୍ଷତିପୂରଣ ଦିଆଯାଉଛି। ଏହି ଦୁଇ ବନାଞ୍ଚଳରେ ହାତୀଙ୍କ ଗତିବିଧି ଉପରେ ନଜର ଦିଆଯାଉଛି ବୋଲି କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri