ଚିନ୍ତା ବଢ଼ାଇଛନ୍ତି ୧୯ଟିକିଆ ହାତୀପଲ

ଖୁଣ୍ଟୁଣୀ/ଚୌଦ୍ୱାର,୧୯l୧୧(ଡି.ଏନ୍‌.ଏ): ଚନ୍ଦକାରୁ ୧୫ଦିନ ହେଲା ପଳାଇ ଆସିଥିବା ୧୯ଟିକିଆ ହାତୀପଲ ଖୁଣ୍ଟୁଣୀ ବନାଞ୍ଚଳର ସୁନିଆଁମୁହଁ ସଂରକ୍ଷିତ ଜଙ୍ଗଲରେ ବିଚରଣ କରୁଥିତ୍ଲା ବେଳେ ଶୁକ୍ରବାର ଭୋର ସମୟରେ କୁଶପଙ୍ଗି ଦେଇ ୫୫ନଂ ଜାତୀୟ ରାଜପଥ ପାର୍ଶ୍ୱ ଡିହସାହିକୁ ଚାଲି ଆସିଛନ୍ତି। ସେମାନେ ସକାଳ ହୋଇଯିବାରୁ ଜଙ୍ଗଲମୁହଁl ହୋଇ ନପାରି ଦିନତମାମ ଚୌଦ୍ୱାର ଥାନା କୟଳପଡ଼ା-ଡିହସାହିଗଡ଼ାଠାରେ ଅଟକି ରହିଛନ୍ତି। ହାତୀପଲ ରାଜପଥ ପାରହୋଇ ଛତିଶାପାଟ ଅଭିମୁଖେ ଯିବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ଘଟଣାସ୍ଥଳରେ ବହୁ ଲୋକ ଓ ଗାଡ଼ିମୋଟର ଯୋଗୁ ହାତୀ ଘଉଡ଼ାଇବାରେ ବନ କର୍ମଚାରୀ ଅସମର୍ଥ ହୋଇଛନ୍ତି। କାରଣ ଗୋଟିଏ ପଟେ ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ହାତୀଙ୍କୁ ରାଜପଥ ପାର କରାଇ ଡାଲିଯୋଡ଼ା ଜଙ୍ଗଲମୁହାଁ କରିବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ଡାଲିଜୋଡା ଜଙ୍ଗଲ ବିଭାଗ କର୍ମଚାରୀମାନେ ହାତୀଙ୍କୁ ସେପଟକୁ ନେବାକୁ ଚାହୁଁ ନଥିବା କାରଣରୁ ଏବେ ସମସ୍ତ ହାତୀପଲ ସେମାନଙ୍କ ଗନ୍ତବ୍ୟ ପଥରେ ଯାଇ ନପାରି ରାସ୍ତା ପାର୍ଶ ଗହୀର ବିଲରେ ଶୁକ୍ରବାର ଦିନତମାମ ଠିଆ ହୋଇ ରହିଛନ୍ତି ।
ଚନ୍ଦକା ହାତୀପଲ ନଭେମ୍ବର ୪ରୁ ଆଠଗଡ଼ ରେଞ୍ଜରୁ ଆସି ଖୁଣ୍ଟୁଣୀ ବନାଞ୍ଚଳରେ ପ୍ରବେଶ କରିଥିଲେ। ଗୁରୁବାର ସାରେ ହାତୀପଲ ସୁନିଆଁମୁହଁରୁ ବାହାରି କୁଷପଙ୍ଗି ଇଟାଙ୍ଗ ପାହାଡ଼ ଦେଇ ଗହୀର ବିଲରେ ପ୍ରବେଶ କରିଥିଲେ। ରାତି ସାରା କୁଶପଙ୍ଗି ଓ ଡିହସାହି ଗ୍ରାମର କେତେଜଣ ଚାଷୀଙ୍କ କ୍ଷେତରେ ଧାନ ଫସଲ ନଷ୍ଟ କରି ଭୋର ସମୟରେ କୁଶପଙ୍ଗି ନିକଟରେ ଜାତୀୟ ରାଜପଥ ଅତିକ୍ରମ କରି ଛତିଶାପାଟ ଦେଇ ଡାଳିଯୋଡ଼ା ରେଞ୍ଜ ଅଭିମୁଖେ ଯିବା ପାଇଁ ଉଦ୍ୟମ କରିଥିଲେ। ହେଲେ ଯାଇନପାରି ଶେଷରେ ଦିନତମାମ ଗହୀର ମଧ୍ୟରେ ଠିଆ ହୋଇଥିବା ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ କହିଛନ୍ତି। କାଳେ ହାତୀପଲ ଜନବସତି ମୁହଁl ହେବେ ସେଥିପାଇଁ ଉଭୟ ଡାଳିଯୋଡ଼ା ଓ ଖୁଣ୍ଟୁଣୀ ଫରେଷ୍ଟ ରେଞ୍ଜ କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ସେମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି । ଏହି ହାତୀପଲ ମଧ୍ୟରେ ୩ଟି ଦନ୍ତା, ୧୦ଟି ମାଈ ଓ ୬ଟି ଛୁଆ ହାତୀଥିବା ବନାଞ୍ଚଳ ଅଧିକାରୀ ସାହୁ ସୂଚନା ଦେଇଛି। ବିଳମ୍ବିତ ରାତିରେ ଜନଗହଳି କମିଲେ ହାତୀମାନଙ୍କୁ ଘଉଡ଼ାଇ ପୁଣି ଚନ୍ଦକା ଜଙ୍ଗଲମୁହଁା କରାଯିବ ବୋଲି ଚୌଦ୍ୱାର ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।