ହାତୀ ପହଞ୍ଚାଉଛି କ୍ଷତି

ବଇଣ୍ଡା,୧୯ା୮: ଐତିହ୍ୟ ପ୍ରାଣୀ ହାତୀ ପାଇଁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଞ୍ଚଳବାସୀ ବର୍ଷ ବର୍ଷ ଧରି କ୍ଷତି ସହୁଛନ୍ତି। ଗତ ୮ ବର୍ଷ ମଧ୍ୟରେ ହାତୀପଲ ୯ ଜଣଙ୍କ ଜୀବନ ନେଇଥିବାବେଳେ ୧୪୨ଟି ଚାଳ ଓ ଆଜବେଷ୍ଟସ ଘର ଭାଙ୍ଗି ଦେଇଛନ୍ତି। ଶତାଧିକ ହେକ୍ଟର ଜମିରେ ଧାନ ଓ ପରିବା ଫସଲ ନଷ୍ଟ କରିଛନ୍ତି। ଲୋକଙ୍କ ଧନଜୀବନକୁ ସୁରକ୍ଷିତ ରଖିବାକୁ ବନ ବିଭାଗ ପକ୍ଷରୁ ସ୍ଥାୟୀ ପ୍ରତିକାର କରାଯାଉ ନାହିଁ। ହେଉଥିବା ଫସଲ କ୍ଷତି ବାବଦ କ୍ଷତିପୂରଣ ପ୍ରଦାନ କରାଯାଉ ନାହିଁ। ଏହାକୁ ନେଇ ରେଞ୍ଜବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।
ହଣ୍ଡପା ରେଞ୍ଜ ଅଞ୍ଚଳରେ ୧୫ଟି ପଞ୍ଚାୟତ ରହିଛି। ଏହାର ଆକାର ୧୮ ହଜାର ୮୯୪ ହେକ୍ଟର। ଏହି ରେଞ୍ଜରେ ଥିବା ଅନେକ ଜଙ୍ଗଲ କାଠ ଚୋରଙ୍କ ଯୋଗୁ ପଦାହେବାକୁ ବସିଛି। ତେଣୁ ଖାଦ୍ୟାଭାବର ଶିକାର ହେଉଥିବା ହାତୀପଲ ଗ୍ରାମାଭିମୁଖୀ ହେଉଛନ୍ତି। ଅଧିକାଂଶ ସମୟରେ ଦେବଗଡ଼ ଜିଲା ଓ ରେଢ଼ାଖୋଲ ରେଞ୍ଜରୁ ହାତୀମାନେ ହଣ୍ଡପା ଚାଲିଆସୁଛନ୍ତି। ଗତବର୍ଷ ବହୁ ସଂଖ୍ୟକ ହାତୀ ବିଭିନ୍ନ ପଞ୍ଚାୟତରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିଲେ। ଗତ ସପ୍ତାହେ ହେଲା ୧୦ଟି ହାତୀ ଖଣ୍ଡବର, ପାର୍ବତୀପୁର, ଜାମୁନାଳୀ, ଅଁଳାବେରେଣି, କଣ୍ଟେଇକୋଳିଆ, ମଧପୁର, ବିଡିଶିଙ୍ଗି, ବାଦୀବାହାଳ, ଇଚ୍ଛାପୁର ଗ୍ରାମରେ ଉପଦ୍ରବ ଚଳାଇଛନ୍ତି। ଧାନ, ପନିପରିବା ଚାଷକୁ ଦଳିଚକଟି ଦେବା ସହ ବାଡ଼ିବଗିଚାରେ ଲଗାଯାଇଥିବା ଆମ୍ବ, ପଣସ, କଦଳୀ ଗଛ ଗୁଡିକୁ ଭାଙ୍ଗି ନଷ୍ଟ କରୁଛନ୍ତି। ଦଳ ଦଳ ହୋଇ ହାତୀ ଗ୍ରାମରେ ପ୍ରବେଶ କରୁଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। କଣ୍ଟେଇକୋଳିଆ ଗ୍ରାମର ବରଜୁ ସେଠୀ, ବାଙ୍ଗୁରୁ ସେଠୀ, ଜୟ ଦେହୁରୀ, ସାରୁ ଦେହୁରୀ, ଶାନ୍ତନୁ ପ୍ରଧାନ, ଗଣେଶ ବେହେରା, ଉମା ବେହେରା, ବିଡିଶିଙ୍ଗି ଗ୍ରାମର ଗିରିଧାରୀ ସାହୁ, ଗୋବର୍ଦ୍ଧନ ସାହୁ, ଅରୁଣ ସାହୁ, ଅଲେଖ ସାହୁ, ସଞ୍ଜୀବ ପ୍ରଧାନ, ଇଚ୍ଛାପୁର ଗ୍ରାମର ଉତ୍ତମ ମାଟିଆରୀ, ରାମଚନ୍ଦ୍ର ସାହୁ, ପ୍ରଶାନ୍ତ ସାହୁ, ସନ୍ତୋଷ ସାହୁ, ଭଗବାନ ପ୍ରଧାନ, ଅରୁଣ ସାହୁ, ପ୍ରଭାକର ସାହୁ, ଲୋକନାଥ ସାହୁ, ଗୌତମ ଦେହୁରୀ, ଅଁଳାବେରେଣି ଗ୍ରାମର ରାଧାକାନ୍ତ ସାହୁ, ଭୀମସେନ ଦେହୁରୀ, ପୀତାମ୍ବର ଦେହୁରୀଙ୍କ ୨୦ ଏକର ଧାନ ଚାଷ ଓ ୫ ହଜାର କୋବି ଗଛ ନଷ୍ଟ କରିଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବନ ବିଭାଗ ହାତୀ ଘଉଡ଼ାଉ ନାହିଁ। ଏପରି କି ଗ୍ରାମବାସୀଙ୍କୁ ବାଣ ମଧ୍ୟ ଯୋଗାଉ ନାହିଁ। ବାଧ୍ୟହୋଇ ଗ୍ରାମବାସୀ ନିଆଁ ହୁଳା ଧରି ରାତିରେ ଜଗି ରହୁଥିବା ବିଡିଶିଙ୍ଗିବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ବନ ବିଭାଗ ଉଚ୍ଚ ପଦାଧିକାରୀ ସମସ୍ୟା ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି।

କ୍ଷତିପୂରଣ ଯୋଗାଇ ଦିଆଯାଉ
ହାତୀ ଉପଦ୍ରବ ଲୋକଙ୍କ ନିଦ ହଜାଇ ଦେଇଛି। ଅଁଳାବେରେଣି ଗ୍ରାମରେ କିଛି ଦିନ ହେବ ହାତୀପଲ ପ୍ରବେଶ କରି କ୍ଷୟକ୍ଷତି ଘଟାଉଥିଲେ ମଧ୍ୟ ବନ ବିଭାଗ ଘଉଡ଼ାଉ ନାହିଁ। ଦଳ ଦଳ ହୋଇ ହାତୀ ଆସୁଥିବା ଦେଖି ଗ୍ରାମବାସୀ ଭୟଭୀତ ହୋଇପଡୁଛନ୍ତି। କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯାଇ କ୍ଷତିପୂରଣ ଯୋଗାଇ ଦିଆଯାଉ।
-ଅପି ଦେହୁରୀ, ଅଁଳାବେରେଣି

ଉଚିତ ପଦକ୍ଷେପ ନିଆଯାଉନି
ହାତୀପଲ କିପରି ଗଁା ମଧ୍ୟକୁ ପ୍ରବେଶ ନ କରିବେ, ସେ ଦିଗରେ ବନ ବିଭାଗ ପକ୍ଷରୁ ଠିକ୍‌ ଭାବେ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି। ବନ ବିଭାଗର ପାଟ୍ରୋଲିଂ ଅଭାବରୁ ହାତୀ ଉପଦ୍ରବ ବଢ଼ୁଥିବା ବେଳେ ଅଧିକାରୀମାନେ ଏହାକୁ ରୋକିବାରେ ବିଫଳ ହେଉଛନ୍ତି।
– ଅମାତ ସାହୁ, କଣ୍ଟେଇକୋଳିଆ

ବହୁ ଫସଲ ନଷ୍ଟ କରୁଛନ୍ତି
କରୋନା ସମୟ ଯୋଗୁ ବହୁ ଲୋକ ଆୟ ପାଇଁ ଚାଷ ଉପରେ ନିର୍ଭର କରୁଛନ୍ତି। ବିଶେଷକରି ଚାଷୀମାନେ ପରିବା ଫସଲ ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି। ଏପରି ସମୟରେ ହାତୀପଲ ଗଁାକୁ ଆସି ଚାଷ ନଷ୍ଟ କରୁଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଏହାର ସ୍ଥାୟୀ ପ୍ରତିକାର କରାଯାଉ।
-ଲଲିତ କୁମାର ସାହୁ, ବିଡିଶିଙ୍ଗି

କେବଳ ଅଭିଯୋଗ କରୁଛୁ
ହାତୀମାନଙ୍କ ଦ୍ୱାରା ଚାଷ କ୍ଷତିଗ୍ରସ୍ତ ହେଉଥିଲେ ବି ଚାଷୀମାନଙ୍କୁ କ୍ଷତିପୂରଣ ଯୋଗାଇ ଦେବାରେ ବନ ବିଭାଗ ବିଫଳ ହୋଇଛି। ୨୦୨୦ରେ ଖଣ୍ଡବର ଗ୍ରାମର ୧୫ ଜଣ ଚାଷୀଙ୍କ ଧାନ ଫସଲ ହାତୀ ନଷ୍ଟ କରିଥିଲା। ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସମ୍ପୃକ୍ତ ଚାଷୀମାନଙ୍କୁ କ୍ଷତିପୂରଣ ମିଳୁନାହିଁ।
– ପୁରନ୍ଦର ବିଶ୍ବାଳ, ଖଣ୍ଡବର

୨ଟି ଟିମ୍‌ ଗଠନ କରାଯାଇଛି
ହାତୀ ଉପଦ୍ରବ ରୋକିବା ପାଇଁ ୨ଟି ଟିମ୍‌ ଗଠନ କରାଯାଇଛି। ଖବର ଆସିଲା ମାତ୍ରେ ବନ ବିଭାଗ ପକ୍ଷରୁ ପଦେକ୍ଷେପ ନିଆଯାଉଛି। ଏଥିସହ କ୍ଷତିଗ୍ରସ୍ତମାନଙ୍କୁ ଚିହ୍ନଟ କରାଯାଇ କ୍ଷତିପୂରଣ ଯୋଗାଇ ଦିଆଯିବ। ଲୋକମାନେ ଜଙ୍ଗଲକୁ ନଷ୍ଟ କରନ୍ତୁ ନାହିଁ। ଏଥିଯୋଗୁ ଜୀବଜନ୍ତୁ ଗ୍ରାମାଭିମୁଖୀ ହେଉଛନ୍ତି।
-ଚୈତନ୍ୟ ବେହେରା, ରେଞ୍ଜର, ହଣ୍ଡପା


Enter your email to get our daily news in your inbox.

All Right Reserved By Dharitri.Com

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri