ହାତୀ ପହଞ୍ଚାଉଛି କ୍ଷତି

ବଇଣ୍ଡା,୧୯ା୮: ଐତିହ୍ୟ ପ୍ରାଣୀ ହାତୀ ପାଇଁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଞ୍ଚଳବାସୀ ବର୍ଷ ବର୍ଷ ଧରି କ୍ଷତି ସହୁଛନ୍ତି। ଗତ ୮ ବର୍ଷ ମଧ୍ୟରେ ହାତୀପଲ ୯ ଜଣଙ୍କ ଜୀବନ ନେଇଥିବାବେଳେ ୧୪୨ଟି ଚାଳ ଓ ଆଜବେଷ୍ଟସ ଘର ଭାଙ୍ଗି ଦେଇଛନ୍ତି। ଶତାଧିକ ହେକ୍ଟର ଜମିରେ ଧାନ ଓ ପରିବା ଫସଲ ନଷ୍ଟ କରିଛନ୍ତି। ଲୋକଙ୍କ ଧନଜୀବନକୁ ସୁରକ୍ଷିତ ରଖିବାକୁ ବନ ବିଭାଗ ପକ୍ଷରୁ ସ୍ଥାୟୀ ପ୍ରତିକାର କରାଯାଉ ନାହିଁ। ହେଉଥିବା ଫସଲ କ୍ଷତି ବାବଦ କ୍ଷତିପୂରଣ ପ୍ରଦାନ କରାଯାଉ ନାହିଁ। ଏହାକୁ ନେଇ ରେଞ୍ଜବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।
ହଣ୍ଡପା ରେଞ୍ଜ ଅଞ୍ଚଳରେ ୧୫ଟି ପଞ୍ଚାୟତ ରହିଛି। ଏହାର ଆକାର ୧୮ ହଜାର ୮୯୪ ହେକ୍ଟର। ଏହି ରେଞ୍ଜରେ ଥିବା ଅନେକ ଜଙ୍ଗଲ କାଠ ଚୋରଙ୍କ ଯୋଗୁ ପଦାହେବାକୁ ବସିଛି। ତେଣୁ ଖାଦ୍ୟାଭାବର ଶିକାର ହେଉଥିବା ହାତୀପଲ ଗ୍ରାମାଭିମୁଖୀ ହେଉଛନ୍ତି। ଅଧିକାଂଶ ସମୟରେ ଦେବଗଡ଼ ଜିଲା ଓ ରେଢ଼ାଖୋଲ ରେଞ୍ଜରୁ ହାତୀମାନେ ହଣ୍ଡପା ଚାଲିଆସୁଛନ୍ତି। ଗତବର୍ଷ ବହୁ ସଂଖ୍ୟକ ହାତୀ ବିଭିନ୍ନ ପଞ୍ଚାୟତରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିଲେ। ଗତ ସପ୍ତାହେ ହେଲା ୧୦ଟି ହାତୀ ଖଣ୍ଡବର, ପାର୍ବତୀପୁର, ଜାମୁନାଳୀ, ଅଁଳାବେରେଣି, କଣ୍ଟେଇକୋଳିଆ, ମଧପୁର, ବିଡିଶିଙ୍ଗି, ବାଦୀବାହାଳ, ଇଚ୍ଛାପୁର ଗ୍ରାମରେ ଉପଦ୍ରବ ଚଳାଇଛନ୍ତି। ଧାନ, ପନିପରିବା ଚାଷକୁ ଦଳିଚକଟି ଦେବା ସହ ବାଡ଼ିବଗିଚାରେ ଲଗାଯାଇଥିବା ଆମ୍ବ, ପଣସ, କଦଳୀ ଗଛ ଗୁଡିକୁ ଭାଙ୍ଗି ନଷ୍ଟ କରୁଛନ୍ତି। ଦଳ ଦଳ ହୋଇ ହାତୀ ଗ୍ରାମରେ ପ୍ରବେଶ କରୁଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। କଣ୍ଟେଇକୋଳିଆ ଗ୍ରାମର ବରଜୁ ସେଠୀ, ବାଙ୍ଗୁରୁ ସେଠୀ, ଜୟ ଦେହୁରୀ, ସାରୁ ଦେହୁରୀ, ଶାନ୍ତନୁ ପ୍ରଧାନ, ଗଣେଶ ବେହେରା, ଉମା ବେହେରା, ବିଡିଶିଙ୍ଗି ଗ୍ରାମର ଗିରିଧାରୀ ସାହୁ, ଗୋବର୍ଦ୍ଧନ ସାହୁ, ଅରୁଣ ସାହୁ, ଅଲେଖ ସାହୁ, ସଞ୍ଜୀବ ପ୍ରଧାନ, ଇଚ୍ଛାପୁର ଗ୍ରାମର ଉତ୍ତମ ମାଟିଆରୀ, ରାମଚନ୍ଦ୍ର ସାହୁ, ପ୍ରଶାନ୍ତ ସାହୁ, ସନ୍ତୋଷ ସାହୁ, ଭଗବାନ ପ୍ରଧାନ, ଅରୁଣ ସାହୁ, ପ୍ରଭାକର ସାହୁ, ଲୋକନାଥ ସାହୁ, ଗୌତମ ଦେହୁରୀ, ଅଁଳାବେରେଣି ଗ୍ରାମର ରାଧାକାନ୍ତ ସାହୁ, ଭୀମସେନ ଦେହୁରୀ, ପୀତାମ୍ବର ଦେହୁରୀଙ୍କ ୨୦ ଏକର ଧାନ ଚାଷ ଓ ୫ ହଜାର କୋବି ଗଛ ନଷ୍ଟ କରିଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବନ ବିଭାଗ ହାତୀ ଘଉଡ଼ାଉ ନାହିଁ। ଏପରି କି ଗ୍ରାମବାସୀଙ୍କୁ ବାଣ ମଧ୍ୟ ଯୋଗାଉ ନାହିଁ। ବାଧ୍ୟହୋଇ ଗ୍ରାମବାସୀ ନିଆଁ ହୁଳା ଧରି ରାତିରେ ଜଗି ରହୁଥିବା ବିଡିଶିଙ୍ଗିବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ବନ ବିଭାଗ ଉଚ୍ଚ ପଦାଧିକାରୀ ସମସ୍ୟା ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି।

କ୍ଷତିପୂରଣ ଯୋଗାଇ ଦିଆଯାଉ
ହାତୀ ଉପଦ୍ରବ ଲୋକଙ୍କ ନିଦ ହଜାଇ ଦେଇଛି। ଅଁଳାବେରେଣି ଗ୍ରାମରେ କିଛି ଦିନ ହେବ ହାତୀପଲ ପ୍ରବେଶ କରି କ୍ଷୟକ୍ଷତି ଘଟାଉଥିଲେ ମଧ୍ୟ ବନ ବିଭାଗ ଘଉଡ଼ାଉ ନାହିଁ। ଦଳ ଦଳ ହୋଇ ହାତୀ ଆସୁଥିବା ଦେଖି ଗ୍ରାମବାସୀ ଭୟଭୀତ ହୋଇପଡୁଛନ୍ତି। କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯାଇ କ୍ଷତିପୂରଣ ଯୋଗାଇ ଦିଆଯାଉ।
-ଅପି ଦେହୁରୀ, ଅଁଳାବେରେଣି

ଉଚିତ ପଦକ୍ଷେପ ନିଆଯାଉନି
ହାତୀପଲ କିପରି ଗଁା ମଧ୍ୟକୁ ପ୍ରବେଶ ନ କରିବେ, ସେ ଦିଗରେ ବନ ବିଭାଗ ପକ୍ଷରୁ ଠିକ୍‌ ଭାବେ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି। ବନ ବିଭାଗର ପାଟ୍ରୋଲିଂ ଅଭାବରୁ ହାତୀ ଉପଦ୍ରବ ବଢ଼ୁଥିବା ବେଳେ ଅଧିକାରୀମାନେ ଏହାକୁ ରୋକିବାରେ ବିଫଳ ହେଉଛନ୍ତି।
– ଅମାତ ସାହୁ, କଣ୍ଟେଇକୋଳିଆ

ବହୁ ଫସଲ ନଷ୍ଟ କରୁଛନ୍ତି
କରୋନା ସମୟ ଯୋଗୁ ବହୁ ଲୋକ ଆୟ ପାଇଁ ଚାଷ ଉପରେ ନିର୍ଭର କରୁଛନ୍ତି। ବିଶେଷକରି ଚାଷୀମାନେ ପରିବା ଫସଲ ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି। ଏପରି ସମୟରେ ହାତୀପଲ ଗଁାକୁ ଆସି ଚାଷ ନଷ୍ଟ କରୁଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଏହାର ସ୍ଥାୟୀ ପ୍ରତିକାର କରାଯାଉ।
-ଲଲିତ କୁମାର ସାହୁ, ବିଡିଶିଙ୍ଗି

କେବଳ ଅଭିଯୋଗ କରୁଛୁ
ହାତୀମାନଙ୍କ ଦ୍ୱାରା ଚାଷ କ୍ଷତିଗ୍ରସ୍ତ ହେଉଥିଲେ ବି ଚାଷୀମାନଙ୍କୁ କ୍ଷତିପୂରଣ ଯୋଗାଇ ଦେବାରେ ବନ ବିଭାଗ ବିଫଳ ହୋଇଛି। ୨୦୨୦ରେ ଖଣ୍ଡବର ଗ୍ରାମର ୧୫ ଜଣ ଚାଷୀଙ୍କ ଧାନ ଫସଲ ହାତୀ ନଷ୍ଟ କରିଥିଲା। ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସମ୍ପୃକ୍ତ ଚାଷୀମାନଙ୍କୁ କ୍ଷତିପୂରଣ ମିଳୁନାହିଁ।
– ପୁରନ୍ଦର ବିଶ୍ବାଳ, ଖଣ୍ଡବର

୨ଟି ଟିମ୍‌ ଗଠନ କରାଯାଇଛି
ହାତୀ ଉପଦ୍ରବ ରୋକିବା ପାଇଁ ୨ଟି ଟିମ୍‌ ଗଠନ କରାଯାଇଛି। ଖବର ଆସିଲା ମାତ୍ରେ ବନ ବିଭାଗ ପକ୍ଷରୁ ପଦେକ୍ଷେପ ନିଆଯାଉଛି। ଏଥିସହ କ୍ଷତିଗ୍ରସ୍ତମାନଙ୍କୁ ଚିହ୍ନଟ କରାଯାଇ କ୍ଷତିପୂରଣ ଯୋଗାଇ ଦିଆଯିବ। ଲୋକମାନେ ଜଙ୍ଗଲକୁ ନଷ୍ଟ କରନ୍ତୁ ନାହିଁ। ଏଥିଯୋଗୁ ଜୀବଜନ୍ତୁ ଗ୍ରାମାଭିମୁଖୀ ହେଉଛନ୍ତି।
-ଚୈତନ୍ୟ ବେହେରା, ରେଞ୍ଜର, ହଣ୍ଡପା


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri