ରୁପାବଳିଆରେ ହାତୀ ଆତଙ୍କ

ଢେଙ୍କାନାଳ ଅଫିସ, ୪।୭ – କିଛି ଦିନର ବ୍ୟବଧାନ ପରେ ଢେଙ୍କାନାଳ ଜିଲାରେ ପୁଣିଥରେ ହାତୀ ଉପଦ୍ରବ ଆରମ୍ଭ ହୋଇଛି। ଷଡ଼ଙ୍ଗୀ ରେଞ୍ଜ୍‌ ଯୋରନ୍ଦା ସେକ୍ସନ ଅଧୀନ ରୁପାବଳିଆ ଜଙ୍ଗଲ ତଳି ଅଞ୍ଚଳରେ ୫ଦିନ ହେଲା ଏକ ହାତୀପଲ ଆତଙ୍କ ସୃଷ୍ଟି କରି ଚାଲିଛନ୍ତି। ସେମାନଙ୍କ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ ହୋଇଥିବାବେଳେ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଅଞ୍ଚଳବାସୀଙ୍କ କହିବା କଥା, ଗୋଟିଏ ପଲରେ ୫ ହାତୀ କିଛିଦିନ ହେଲା ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ ଚଲାବୁଲା କରୁଛନ୍ତି। ସେଥିରୁ ଗୋଟିଏ ହାତୀ ମହାପଦା ଗ୍ରାମର ହିମାଦ୍ରୀ ନାଥଙ୍କ ୧ ଏକର ଜମିରେ ହୋଇଥିବା ପରିବା ଫସଲ ନଷ୍ଟ କରିଦେଇଛି। ବନ କର୍ମଚାରୀ ପହଞ୍ଚତ୍ ହାତୀ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଏ ସଂକ୍ରାନ୍ତରେ ରେଞ୍ଜର ଗୌତମ ପ୍ରଧାନ କୁହନ୍ତି, ଯୋରନ୍ଦା ସେକ୍ସନର ବନ କର୍ମଚାରୀ ଉପଦ୍ରୁତ ଅଞ୍ଚଳକୁ ଯାଇ ହାତୀଙ୍କୁ ଘଉଡ଼ାଇବା ଜାରି ରଖିଛନ୍ତି। କ୍ଷତିଗ୍ରସ୍ତ ଚାଷୀ ଅଭିଯୋଗ କଲେ ତଦନୁଯାୟୀ ରିପୋର୍ଟକୁ ଡିଭିଜନ କାର୍ଯ୍ୟାଳୟକୁ ପଠାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାହିଦା ଥାଇ ମିଳୁନି ପ୍ରୋତ୍ସାହନ

କେନ୍ଦୁଝର,୨ା୧(ସ୍ବ.ପ୍ର.)-କେନ୍ଦୁଝର ଜିଲାର ବଣପାହାଡରୁ ମିଳୁଥିବା ଖାଦ୍ୟଶସ୍ୟ ଫଳମୂଳ, ପନିପରିବା ଆଦିର ଚାହିଦା ସହରାଞ୍ଚଳରେ ଅଧିକ ରହିଛି । କିନ୍ତୁ ଉପଯୁକ୍ତ ସହାୟତା ଓ ବଜାରର ଅଭାବ...

ବ୍ରହ୍ମପୁର ରେଳ ଷ୍ଟେସନରେ ଖୋଲିଲା ସଂରକ୍ଷିତ ଟିକଟ୍‌ ବୁକିଂ କାଉଣ୍ଟର: ଜୁନ ପହିଲାରୁ ବ୍ରହ୍ମପୁର ଦେଇ ଚାଲିବ ୨ ଟ୍ରେନ

ବ୍ରହ୍ମପୁର ଅଫିସ,୨୨ା୫-ବ୍ରହ୍ମପୁର ରେଳଷ୍ଟେସନ ପରିସରରେ ଥିବା ସଂରକ୍ଷିତ ଟିକଟ କାଉଣ୍ଟର(ରିଜର୍ଭେସନ ଟିକଟ କାଉଣ୍ଟର) ଶୁକ୍ରବାରଠାରୁ ପୁଣି ଖୋଲିଛି। ରେଳ ବିଭାଗ ପକ୍ଷରୁ ଜୁନ ପହିଲାରୁ ଟ୍ରେନ...

ଶହୀଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ବାଲିଗୁଡା,୯ା୮(ଡି.ଏନ.ଏ.)-କନ୍ଧମାଳ ଜିଲା ବାଲିଗୁଡା ନୂଆସାହିରର ଜଣେ ବିଏସ୍‌ଏଫ୍‌ ଯବାନ ପଶ୍ଚିମବଙ୍ଗର ଶାନ୍ତିନଗର ବାଲାଂଦେଶ ବର୍ଡରରେ କର୍ତ୍ତବ୍ୟରତ ସମୟରେ ସହୀଦ ହୋଇଛନ୍ତି। ସେ ହେଲେ ନୂଆସାହିର ବିଜୟ...

ମହାଶିବରାତ୍ରି ଆଜି: ୨ ବର୍ଷ ପରେ ହେବ ଯାତ୍ରା

ନୟାଗଡ଼ ଅଫିସ,୧।୩ – ରାତି ପାହିଲେ ମହାଶିବରାତ୍ରି। କରୋନା ଯୋଗୁ ୨ ବର୍ଷ ହେଲା ଜାଗର ଯାତ୍ରା ବନ୍ଦ ହୋଇଯାଇଥିଲା। ଏଣୁ ଚଳିତବର୍ଷ ଜାଗର ଯାତ୍ରା...

ଆଜି ସରିବ ଶଟ୍‌ଡାଉନ୍‌, ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି ପାଳିବାକୁ ନିର୍ଦ୍ଦେଶ

ଯାଜପୁର ଟାଉନ, ୬।୪ ( ଡି.ଏନଏ)-ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ବ୍ରହ୍ମବରଦାରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ...

ଓଡ଼ଗାଁ ଏନ୍‌ଏସିକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲେ ଜିଲାପାଳ

ଓଡ଼ଗାଁ,୧ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କୁରାଳ ଓ ସୁନାମୁହିଁ ପଞ୍ଚାୟତରୁ ବାହ୍ୟ ଓ ସଙ୍ଗରୋଧ କେନ୍ଦ୍ରରୁ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ...

୨୧ ନୁହେଁ ୨୫ରେ ନଗଡ଼ା ଆସିବେ ଲୋକାୟୁକ୍ତ ପ୍ରତିନିଧିଦଳ

ଯାଜପୁର ଅଫିସ, ୪।୩: ଯାଜପୁର ଜିଲା ନଗଡ଼ାର ବିକାଶରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏନେଇ ଏଲ୍‌ଓ୍ବାଇ କେସ୍‌...

କରୋନା ସଚେତନତା ପାଇଁ ବାଇକ ଶୋଭାଯାତ୍ରା

ବୌଦ୍ଧ,୩୦ା୫(ସ୍ବ.ପ୍ର.)-ବୌଦ୍ଧ ଜିଲାରେ କରୋନା ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ଜିଲାରୁ ଚିହ୍ନଟ ହୋଇଥିବା ସମସ୍ତ ପଜିଟିଭ ସୁସ୍ଥ ହୋଇ ଶନିବାର ଘରକୁ ଫେରିଛନ୍ତି। ଏହା କରୋନା...

Advertisement
Archives

Model This Week