ଧିମେଇଛି ଗଜ ସୁରକ୍ଷା ପ୍ରକଳ୍ପ

ରତନ ନାୟାର
ଢେଙ୍କାନାଳ ଅଫିସ୍‌, ୮।୧୦: ସାଇରନ୍‌ ବଜାଇ ବୁଲୁଛି ‘ଐରାବତ’। ନିଯୁକ୍ତ ହୋଇଛନ୍ତି ‘ଗଜବନ୍ଧୁ’। ଅଭୟାରଣ୍ୟ ନିକଟବର୍ତ୍ତୀ ଗ୍ରାମରେ କରାଯାଇଛି ‘ସୋଲାର ଫ୍ୟାନ୍ସିଂ’ ବ୍ୟବସ୍ଥା। ଆରମ୍ଭ ହୋଇଛି ‘ରି-ହାବ୍‌’ (ରିଡ୍ୟୁସିଂ ଏଲିଫ୍ୟାଣ୍ଟ-ହ୍ୟୁମାନ ଆଟାକ୍ସ ୟୁଜିଂ ବିଇଜ୍‌) । ଜାତୀୟ ରାଜପଥରେ ଲଗାଯାଇଛି ନାଲିବତୀ। ସ୍ବତନ୍ତ୍ର ଧ୍ୱନି ସଙ୍କେତ ମାଧ୍ୟମରେ ପଥଚାରୀଙ୍କୁ କରାଯାଉଛି ସତର୍କ। ଏହାକୁ ବାଦ୍‌ଦେଲେ ରେଲଓ୍ବେ ଓଭରପାସ୍‌, ଅଣ୍ଡରପାସ୍‌ ଭଳି ଅଧଡଜନରୁ ଊର୍ଦ୍ଧ୍ୱ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଅପେକ୍ଷାରେ। ଏହାସତ୍ତ୍ୱେ ଓଡ଼ିଶାର ମୟୂରଭଞ୍ଜର ଶିମିଳିପାଳ ପରେ ଦ୍ୱିତୀୟ ହାତୀବହୁଳ ଜିଲା ଢେଙ୍କାନାଳରେ କମୁନାହିଁ ହାତୀ-ମଣିଷ ବିବାଦ। ଅଦ୍ୟାବଧି କାର୍ଯ୍ୟକାରୀ ହୋଇଥିବା କୌଣସି ଗୋଟିଏ ବି ପାଇଲଟ୍‌ ପ୍ରୋଜେକ୍ଟ ଶତପ୍ରତିଶତ ସଫଳ ହୋଇପାରୁ ନ ଥିବାବେଳେ ଜଙ୍ଗଲ ଛାଡ଼ି ଜନବସତିରେ ପଶୁଛନ୍ତି ହାତୀ। ଏଥିରେ ଯେ କେବଳ ଧନଜୀବନ କିମ୍ବା ଫସଲ ହାନି ହେଉଛି ତାହା ନୁହେଁ, ଐତିହ୍ୟ ମାନ୍ୟତାପ୍ରାପ୍ତ ଏହି ବିଶାଳକାୟ ବନ୍ୟପ୍ରାଣୀ ମଧ୍ୟ ନିଜ ଅସ୍ତିତ୍ୱ ରକ୍ଷା ଲାଗି କରୁଛନ୍ତି ସଂଘର୍ଷ।
ହାତୀଙ୍କୁ ଘଉଡ଼ାଇବାରେ ଅତ୍ୟାଧୁନିକ ‘ଐରାବତ’ ଯାନ ଫେଲ୍‌ ମାରୁଛି। ଏକା ସମୟରେ ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ କଲେ ବନ ବିଭାଗ ଯୋଜନାର ଫସରଫାଟୁଛି। ସେହିପରି ଉପଦ୍ରୁତ ଅଞ୍ଚଳରେ ସ୍ଥାନୀୟ ବନ ସଂରକ୍ଷଣ ସମିତି (ଭିଏସ୍‌ଏସ୍‌) ସଦସ୍ୟଙ୍କୁ ‘ଗଜବନ୍ଧୁ’ ଭାବେ ନିଯୁକ୍ତି ଦିଆଯାଉଛି। ତେବେ ଏଥିଲାଗି ସ୍ବତନ୍ତ୍ର ପାଣ୍ଠି ନାହିଁ। ଫଳରେ ଗଜବନ୍ଧୁମାନେ ଜୀବନକୁ ବିପଦରେ ପକାଇ ହାତୀ ସୁରକ୍ଷା ଲାଗି ଆଗଭର ହେଉନାହାନ୍ତି। ଅନୁରୂପ ଭାବେ ପରିଚାଳନା ଓ ସମନ୍ବୟ ଅଭାବରୁ ସୋଲାର ତାରବାଡ଼ ଏବଂ ମହୁବାକ୍ସ ପ୍ରକଳ୍ପ ଦୀର୍ଘଦିନ ଫଳପ୍ରସୂ ହୋଇପାରୁନାହିଁ। ସୋଲାର ବାଡ଼ର ହାଲୁକା କରେଣ୍ଟ ଝଟ୍‌କା ହାତୀଙ୍କୁ କାଟୁ କରୁ ନ ଥିବାବେଳେ ମହୁମାଛିଙ୍କୁ ବ୍ୟବହାର କରି ହାତୀ ଘଉଡ଼ାଇବା ପ୍ରକଳ୍ପ ଦକ୍ଷ ମାନବସମ୍ବଳ ଅଭାବରୁ ଫେଲ୍‌ ମାରିଛି। କେବଳ ଏତିକି ନୁହେଁ, ୫୫ନଂ. ଜାତୀୟ ରାଜପଥରେ ହାତୀ ଚଲାପଥ ସ୍ଥାନଗୁଡ଼ିକରେ ପଥଚାରୀଙ୍କୁ ସତର୍କ କରାଇବାକୁ ସେନ୍‌ସରଯୁକ୍ତ ସାଇରନ୍‌ ଏବଂ ନାଲିବତୀ ବ୍ୟବସ୍ଥା କରାଯାଇଥିବାବେଳେ ଅଧିକାଂଶ ସମୟରେ ସେସବୁ ଅଚଳ ହୋଇପଡୁଛି। ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ଥିବାବେଳେ ଢେଙ୍କାନାଳ-ଅନୁଗୋଳ ମଧ୍ୟରେ ୫ ଅଣ୍ଡରପାସ୍‌ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇପାରୁନାହିଁ। ହାତୀଙ୍କ ସୁରକ୍ଷା ପାଇଁ ଢେଙ୍କାନାଳରେ ଦେଶର ପ୍ରଥମ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ୧୦୦ ମିଟର ବିଶିଷ୍ଟ ରେଲଓ୍ବେ ଓଭରପାସ୍‌ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି। କଟକ ଜିଲା ରାଜ ଆଠଗଡ଼ ଓ ଢେଙ୍କାନାଳ ଜିଲାର ଯୋରନ୍ଦା ରୋଡ୍‌ ରେଳଷ୍ଟେଶନ ମଧ୍ୟରେ ଏହାକୁ ନିର୍ମାଣ କରାଯିବ। ଏହାର ଡିଜାଇନ୍‌ ଶେଷ ହୋଇଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ କପିଳାସ ଅଭୟାରଣ୍ୟରୁ ଆଠଗଡ଼ ଏବଂ ଆଠଗଡ଼ରୁ କପିଳାସ ଅଭୟାରଣ୍ୟକୁ ହାତୀପଲ ବିନା ବାଧାରେ ସୁରକ୍ଷିତ ଭାବେ ଯାତାୟାତ କରିପାରିବେ। ତେବେ ଅନ୍ୟ ଦୁଇଯୋଡ଼ା ରେଳପଥ ସମ୍ପ୍ରସାରଣ ହେବାକୁ ଥିବାରୁ ହାତୀଙ୍କ ସୁରକ୍ଷା ଲାଗି ପ୍ରସ୍ତାବିତ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ କାମକୁ ଦିଗ ମିଳୁନାହିଁ। କାରଣ ରେଳପଥ ସମ୍ପ୍ରସାରଣ କାର୍ଯ୍ୟ ସରିବା ପରେ ହିଁ ଓଭରପାସ୍‌ର ଲମ୍ବ ନିର୍ଦ୍ଧାରିତ ହେବ। ଏହାବାଦ୍‌ ହାତୀଙ୍କ ସୁରକ୍ଷା ଦାୟିତ୍ୱ ମୁଣ୍ଡାଇଥିବା ବନ ବିଭାଗରେ କର୍ମଚାରୀ ଅଭାବ ମୁଖ୍ୟ ସମସ୍ୟା ହୋଇଛି। ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଖାଲି ପଡ଼ିଥିବାବେଳେ ମାତ୍ର ୫୦% କର୍ମଚାରୀରେ କାମ ଚାଲିଛି। ଜୀବନକୁ ବିପଦରେ ପକାଇ ହାତୀ ଘଉଡ଼ାଇବା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ପ୍ରଶିକ୍ଷଣ ତ ଦୂରର କଥା ଆନୁଷଙ୍ଗିକ ଉପକରଣ ମଧ୍ୟ ପ୍ରଦାନ କରାଯାଉନାହିଁ। ଅନଭିଜ୍ଞ କର୍ମଚାରୀଙ୍କ ପକ୍ଷେ ଏକାସଙ୍ଗରେ କାଠମାଫିଆଙ୍କ କବଳରୁ ଜଙ୍ଗଲକୁ ସୁରକ୍ଷା ଦେବା ଏବଂ ହାତୀ ଘଉଡ଼ାଇବା କାର୍ଯ୍ୟ କାଠିକର ପାଠ ହୋଇପଡୁଛି। ହାତୀଙ୍କ ଦ୍ୱାରା ବ୍ୟାପକ ଫସଲ ନଷ୍ଟ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଥିବାବେଳେ ଦିନକୁ ଦିନ ପୁଞ୍ଜୀଭୂତ ଅସନ୍ତୋଷ ତୀବ୍ର ରୂପ ନେବାରେ ଲାଗିଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ ) ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ହାତୀ-ମଣିଷ ବିବାଦରେ ଢେଙ୍କାନାଳ ସମଗ୍ର ରାଜ୍ୟରେ ଆଗରେ ରହିଛି। ଏହା ପଛକୁ ସୁନ୍ଦରଗଡ, ରାଉରକେଲା ଏବଂ ବାରିପଦା ରହିଛି। ସୁନ୍ଦରଗଡ଼, ରାଉରକେଲା, ବାରିପଦାରେ ଝାଡ଼ଖଣ୍ଡୀ ହାତୀ ଉପଦ୍ରବ କରୁଛନ୍ତି। ଢେଙ୍କାନାଳରେ ପ୍ରଚୁର ଖାଦ୍ୟ, ପାଣି ମିଳୁଥିବାରୁ ହାତୀପଲ ଅଞ୍ଚଳ ଛାଡ଼ି ଯାଉନାହାନ୍ତି। ବିଦ୍ୟୁତ୍‌ ଆଘାତଜନିତ ହାତୀମୃତ୍ୟୁ ରୋକିବାକୁ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ତାର କେବୁଲିଂ କରାଯାଉଛି। ପ୍ରାୟ ୨୦୦ କି.ମି. ତାର କେବୁଲିଂ ହେବ। ଡିସେମ୍ବର ସୁଦ୍ଧା ୭୦ କି.ମି. କେବୁଲିଂ କାର୍ଯ୍ୟ ସରିବ। ଜଙ୍ଗଲ ଜଗିବା ଏବଂ ହାତୀକୁ ସୁରକ୍ଷା ଦେବା ଭଳି ୨୪ ଘଣ୍ଟିଆ କାର୍ଯ୍ୟ କରିବା ଲାଗି ବିଭିନ୍ନ ପଦବୀରେ ହେଉଥିବା ନିଯୁକ୍ତି ପ୍ରକ୍ରିୟାରେ ଅଧିକ ଆବେଦନ ହେଉନାହିଁ। ଫଳରେ କର୍ମଚାରୀ ଅଭାବ ସମସ୍ୟାର ସମାଧାନ ହୋଇପାରୁ ନ ଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri