Posted inକଟକ

ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ପୁଣି ହାତୀ ଉପଦ୍ରବ

ଚୌଦ୍ୱାର, ୨୮ା୧୨(ଡି.ଏନ.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ରବିବାର ରାତିରେ ପୁଣିଥରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଶନିବାର ରାତିରେ ଏହି ବ୍ଲକ ଅଧୀନ ଦେବୀନଗର ଗ୍ରାମରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଥିବାବେଳେ ରବିବାର ରାତିରେ ଶାଳଗଁା ପଞ୍ଚାୟତର ଦାମୋଦରପୁର ଗ୍ରାମରେ ୩ ଟିକିଆ ହାତୀ ଉପଦ୍ରବ କରିଛନ୍ତି। ରବିବାର ରାତି ପ୍ରାୟ ୨ଟାରେ ଦାମୋଦରପୁର ଗ୍ରାମର ଫୁଲ ପ୍ରଧାନଙ୍କ ଖଳାରେ ହାତୀ ପଶି ଅମଳ ହୋଇ ରଖାଯାଇଥିବା ଧାନ ଖାଇବା ସହ ନଷ୍ଟ କରିଥିଲେ। ସେହିପରି ଆଉ କେତେଜଣ ଚାଷୀଙ୍କ ଅମଳ ଫସଲ ନଷ୍ଟ କରିବା ସହିତ ବସ୍ତା ଭିତରେ ରଖା ଯାଇଥିବା ଧାନକୁ ଫିଙ୍ଗି ଦେଇଛନ୍ତି। କେତେକ ଚାଷୀ କରଜରେ ଟଙ୍କା ଆଣି ଧାନଚାଷ କରିଥିଲେ। ଏବେ ହାତୀ ଦ୍ୱାରା ଫସଲ ନଷ୍ଟ ହେବା ପରେ କରଜ ଟଙ୍କା କେମିତି ଶୁଝିବେ, ତାହାକୁ ନେଇ ସେମାନେ ଚିନ୍ତାରେ ପଡିଛନ୍ତି। ସେହିପରି ଏହି ଗ୍ରାମର ଶିଶିର ପଣ୍ଡା, ଭରତ ରାଉତ, ଅନୀତା ରାଉତଙ୍କ ସମେତ କେତେଜଣ ଲୋକଙ୍କ ବାଡିବଗିଚାରେ ହାତୀ ପଶି ପନିପରିବା ଓ କଦଳୀ ଗଛ ନଷ୍ଟ କରିବା ପରେ ପାହାନ୍ତାରେ ଜଙ୍ଗଲ ଆଡେ ପଳାଇଛନ୍ତି। ଖବରପାଇ ଚୌଦ୍ୱାର ଫରେଷ୍ଟର ପୁରୁଷୋତ୍ତମ ସାହୁ ବନକର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡିଛି। ରବିବାର ସ୍ଥାନୀୟ ଦେବୀନଗର ଗ୍ରାମରୁ ୧୬ ଟିକିଆ ହାତୀପଲଙ୍କୁ ସାରକୋଳୀ ଜଙ୍ଗଲ ମୁହଁା କରାଯାଇଥିବା ବନବିଭାଗ ସ୍ପଷ୍ଟ କରିଥିବାବେଳେ ଉକ୍ତ ଘଟଣାକୁ ନେଇ ବିଭାଗ ହାତୀଙ୍କ ଗତିପଥ ଉପରେ କେତେ ନଜର ରଖୁଛି ତାହା ଆଲୋଚନାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ଏସ୍‌ସିବିରେ ଚତୁର୍ଥ କରୋନା ପଜିଟିଭ୍‌

କଟକ ଅଫିସ, ୨।୪: ଭଦ୍ରକର ଜଣେ ୨୯ ବର୍ଷୀୟ ଯୁବକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ମଙ୍ଗଳବାର ରାତିରେ ଜଣାପଡ଼ିଥିଲା। ଭୁବନେଶ୍ୱର ଏମ୍‌ସରେ ତାଙ୍କ ନମୁନା...

୧୫% ଛାଡ଼ ପାଇଁ ଘରୋଇ ବିଦ୍ୟାଳୟ ସଂଘର ପ୍ରସ୍ତାବ

କଟକ ଅଫିସ,୨।୭: ଲକ୍‌ଡାଉନ୍‌ ଯୋଗୁ ଘରୋଇ ସ୍କୁଲଗୁଡ଼ିକ ଫି’ ଛାଡ଼ ପାଇଁ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ ବୁଧବାର ଘରୋଇ ବିଦ୍ୟାଳୟ ସଂଘ ପକ୍ଷ ରଖିଛି।...

ମହିଳା ପୋଲିସଙ୍କୁ ମିଳୁଛି କର୍ମକ୍ଷେତ୍ରରେ ନିର୍ଯାତନା

କଟକ ଅଫିସ, ୭ା୩: କଟକସ୍ଥିତ ଓଏସ୍‌ଏପି ଷଷ୍ଠ ବାଟାଲିୟନ୍‌ ପରିସରରେ ରାଜ୍ୟସ୍ତରୀୟ ମହିଳା ପୋଲିସ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ପୋଲିସ ପକ୍ଷରୁ ଆୟୋଜିତ...

ଡିଜିପିଙ୍କ ଦ୍ୱାରସ୍ଥ ହେଲେ ପୋଲିସ କର୍ମଚାରୀଙ୍କ ସ୍ତ୍ରୀ

କଟକ ଅଫିସ, ୨ା୩:ପୋଲିସ ବିଭାଗରେ କାମ କରୁଛନ୍ତି। ନା ମିଳୁଛି ଦରମା ନା ମିଳୁଛି ଛୁଟି। ଦୂରରେ ଥିବା ସ୍ବାମୀଙ୍କ ବିନା ଏକୁଟିଆ ସଂସାର ଜାଲରେ...

ଜଳିଗଲା ମେଟାଲ୍‌ ବୋଝେଇ ହାଇଓ୍ବା

ଖୁଣ୍ଟୁଣୀ,୧୮।୫(ଡି.ଏନ୍‌.ଏ.): ଖୁଣ୍ଟୁଣୀସ୍ଥିତ ରାଜା ଆଠଗଡ଼ ରେଳ ଷ୍ଟେଶନ ପାର୍ଶ୍ୱ ରେଲଓ୍ବ ସାଇଡିଂ ଉପରେ ସୋମବାର ଏକ ମେଟାଲ ବୋଝେଇ ୧୮ଚକିଆ ହାଇଓ୍ବା ବିଦ୍ୟୁତ୍‌ କରେଣ୍ଟ ଲାଗି...

ଚୌଦ୍ୱାର ସହରର ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବେ ସ୍ବାଧୀନତା ଦିବସ ପାଳିତ

ଚୌଦ୍ୱାର,୧୫।(ଡି.ଏନ୍‌.ଏ): କଟକ ଜିଲା ଚୌଦ୍ୱାର ସହରର ବିଭିନ୍ନ ସ୍ଥାନରେ କରୋନା କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଚୌଦ୍ୱାର...

କରୋନା ସହାୟତା: ସ୍ବେଚ୍ଛାସେବୀ ସଂଗଠନ ‘ହିନ୍ଦ ସେବକ ସଂଘ’ ପକ୍ଷରୁ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ଚୌଦ୍ୱାର,୨୨ା୪(ଡି.ଏନ୍‌.ଏ): ଲକ୍‌ଡାଉନ୍‌ ଯୋଗୁ ଗରିବା ତଥା ଖଟିଖିଆ ଲୋକମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। ସେମାନେ ଦୁଇ ଓଳି ଖାଇବା ପାଇଁ ପାଉ ନାହାନ୍ତି। ଏହି...

ଭିକ୍ଷାବୃତ୍ତି କରୁଥିଲେ ପୂର୍ବତନ ହୋମଗାର୍ଡ: ସିଏମ୍‌ସି ଅର୍ବାନ ସେଲ୍‌ଟର ହୋମ୍‌ରେ ରହିଲେ

କଟକ ଅଫିସ,୧୬।୧: କଟକ ଚଣ୍ଡୀମନ୍ଦିର ନିକଟରେ ଭିକ୍ଷାବୃତ୍ତି କରୁଥିବା ଜଣେ ପୂର୍ବତନ ହୋମଗାର୍ଡଙ୍କୁ ଶୁକ୍ରବାର ସେଲ୍‌ଟର ଛକସ୍ଥିତ ସିଏମ୍‌ସି ଅର୍ବାନ ସେଲ୍‌ଟର ହୋମ୍‌ରେ ପ୍ରଶାସନ ପକ୍ଷରୁ...

Advertisement

BGU

Archives

Model This Week

Why Dharitri