ଶାଳଗାଁରେ ହାତୀ ଉପଦ୍ରବ

ଚୌଦ୍ୱାର,୧୮ା୧୨(ଡି.ଏନ୍‌.ଏ): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଶାଳଗାଁ ପଞ୍ଚାୟତ ଅଧୀନ ଶାଳଗାଁ ଗ୍ରାମରେ ଗୁରୁବାର ଭୋରରୁ ହାତୀ ଉପଦ୍ରବ ଦେଖିବାକୁ ମିଳିଥିଲା। ୧୬ଟିକିଆ ହାତୀପଲ ଧାନବିଲରେ ପଶି ଫସଲ ନଷ୍ଟ କରୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ। ଏ ସମ୍ପର୍କରେ ଖବରପାଇ ଚୌଦ୍ୱାର ଫରେଷ୍ଟ କାର୍ଯ୍ୟାଳୟର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ହାତୀଙ୍କୁ ଘଉଡାଇଥିଲେ। ଫଳରେ ହାତୀପଲ ନିକଟସ୍ଥ ହନୁମାନହୁଡା ଜଙ୍ଗଲକୁ ପଳାଇ ଯାଇଥିଲେ। ହାତୀଙ୍କ ଗତିବିଧି ଉପରେ ବନ କର୍ମଚାରୀମାନେ ଦିନତମାମ ନଜର ରଖିଥିଲେ।  ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ସେମାନଙ୍କୁ ଜଙ୍ଗଲାଭିମୁଖୀ କରାଯିବା ପାଇଁ ଉଦ୍ୟମ ଜାରି ରହିଥିବା ଚୌଦ୍ୱାର ଫରେଷ୍ଟର ପୁରୁଷୋତ୍ତମ ସାହୁ କହିଛନ୍ତି। ସୂଚନାଯୋଗ୍ୟ, କଟକ ବନଖଣ୍ଡ ଅନ୍ତର୍ଗତ ଡାଳିଯୋଡା ସଂରକ୍ଷିତ ବନାଞ୍ଚଳ ଓ ଏହାର ଆଖପାଖ ଗ୍ରାମାଞ୍ଚଳରେ ଚନ୍ଦକା ଜଙ୍ଗଲରୁ ଆସିଥିବା ଏହି ହାତୀପଲ କିଛିଦିନ ହେବ ଉପଦ୍ରବ ଚଳାଇଛନ୍ତି। ଗତ ୪ ତାରିଖରେ ଆଗ୍ରାହାଟ ପଞ୍ଚାୟତର କୁଜିବର ଭରାଣ୍ଡୀ ମୌଜାରେ ଜଣେ ବୃଦ୍ଧଚାଷୀଙ୍କୁ ହାତୀ ଦଳିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ହାତୀ ଉକ୍ତ ଅଞ୍ଚଳ ଛାଡି ଯାଉ ନ ଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଇପ ଲାଇନ ପାଇଁ ରାସ୍ତା ଖୋଳିଦେଲେ, ଲୋକେ ହୀନସ୍ତା

ଯୋଡ଼ା, ୧୮।୧(ଡି.ଏନ.ଏ.) – କେନ୍ଦୁଝର ଜିଲା ଯୋଡା ସହରରେ ଜନ ସ୍ବାସ୍ଥ୍ୟ ବିଭାଗର ମନମୁଖୀ ରାସ୍ତା ଖୋଳା ଯୋଗୁ କଂକ୍ରିଟ ରାସ୍ତା ଖରାପ ହେବା ସହିତ...

ଗରିବଙ୍କ ପାଇଁ ଆବାସ ଯୋଜନା ସ୍ୱପ୍ନ

କୋରେଇ,୧୪ା୨(ଡି.ଏନ.ଏ.):ଯାଜପୁର ଜିଲା କୋରେଇ ବ୍ଲକ୍‌ ଅନ୍ତର୍ଗତ ୨୮ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସକୁ ନେଇ ଦିନକୁ ଦିନ ଅସନ୍ତୋଷ ଘନୀଭୂତ ହେବାରେ ଲାଗିଛି । ଆବାସ ଯୋଜନାରେ...

ମହିଳାଙ୍କୁ ଯୌତୁକ ନିର୍ଯାତନା: ବନ୍ଧା ହେଲେ ଶାଶୁ-ଶ୍ୱଶୂର, ଦେଢଶୂର

ବଡବିଲ, ୨୯।୧: କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌତୁକ ଜନିତ ନିର୍ଯାତନା ଓ ତଣ୍ଟି ଚିପି ହତ୍ୟା ଉଦ୍ୟମ...

କେନ୍ଦୁଝରରେ ଥମୁନି କଳା ପଲ୍‌ସର ଆତଙ୍କ: ପାଟଣାରେ ଦୁର୍ବୃତ୍ତ ଲୁଟି ନେଲେ ୧ ଲକ୍ଷ ୯୩ ହଜାର ଟଙ୍କା, ଲୁଟେରାଙ୍କ ଟେର୍‌ ପାଉନି ପୋଲିସ

ପାଟଣା,୧୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ବିଭିନ୍ନ ଅଞ୍ଚଳରେ ଥମୁନି କଳା ପଲ୍‌ସର ଆତଙ୍କ। ବିଶେଷକରି ପର୍ବ ପର୍ବାଣୀ ସମୟରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇ ବିଭିନ୍ନ ଅଞ୍ଚଳରେ...

ବାମରାରେ ରେଳରୋକୋ: ଆରପିଏଫ୍‌ ପକ୍ଷରୁ କୁଚିଣ୍ଡା ବିଧାୟକଙ୍କୁ ସମନ

ସମ୍ବଲପୁର,୧୬।୧୦ (ବ୍ୟୁରୋ): ଫସଲ ବୀମା ଓ ବିଭିନ୍ନ ଦାବି ନେଇ ବାମରା ଷ୍ଟେଶନରେ ଚାଷୀମାନେ ରେଳରୋକୋ କରିଥିଲେ । ଏହାକୁ ନେଇ ବାମରା ରେଳ ଷ୍ଟେଶନ...

୨ ପରିବାର ମଧ୍ୟରେ ସଂଘର୍ଷ, ୬ ଆହତ

ଭଞ୍ଜନଗର,୧୦ା୧୦(ଡି.ଏନ୍‌.ଏ.)-ଭଞ୍ଜନଗର ଥାନା ତୁରୁମରେ ସୋମବାର ରାତିରେ ୨ ପରିବାର ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ସଂଘର୍ଷ ହୋଇଛି। ଏଥିରେ ଉଭୟ ପକ୍ଷର ୬ରୁ ଉର୍ଦ୍ଧ୍ୱ ଆହତ...

ଟ୍ରେନ୍‌ ଦୁର୍ଘଟଣାରେ ଭଦ୍ରକରୁ ୭ ମୃତ

ଭଦ୍ରକ ଅଫିସ,୩ା୬: ବାଲେଶ୍ୱର ଜିଲା ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ଭଦ୍ରକ ଜିଲାର ୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକମାନେ ହେଲେ ଭଣ୍ଡାରିପୋଖରୀ...

ବାଇକ୍‌ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ: ୨ ଗିରଫ, ୬ ଗାଡି ଜବତ

କୋରାପୁଟ,୧୬।୫(ସ୍ବପ୍ର ): କୋରାପୁଟ ସହରରୁ ୨ ଜଣିଆ ଆନ୍ତଃଜିଲା ଚୋରି ବାଇକ୍‌ ରାକେଟ୍‌ର ପର୍ଦ୍ଦାଫାଶ କରିଛି କୋରାପୁଟ ପୋଲିସ। ଅଭିଯୁକ୍ତଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି...

Advertisement
Archives

Model This Week