ହାତୀ-ମଣିଷ ସଂଘର୍ଷରେ ଢେଙ୍କାନାଳ ଆଗରେ

ଢେଙ୍କାନାଳ ଅଫିସ,୮ା୧୦: ପ୍ରତିବର୍ଷ ଅକ୍ଟୋବର ପ୍ରଥମ ସପ୍ତାହରେ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଏ। କିନ୍ତୁ ସ୍ଥାୟୀ ପ୍ରତିକାର ବାହାରିପାରେ ନାହିଁ। ରାଜ୍ୟରେ ଚାଲିଥିବା ହାତୀ-ମଣିଷ ସଂଘର୍ଷରେ ପ୍ରତିବର୍ଷ ଅନେକ ହାତୀ ଓ ମଣିଷଙ୍କ ଜୀବନହାନି ହେଉଥିଲେ ମଧ୍ୟ ସମାଧାନ ଦିଗରେ ସେପରି ଦୃଢ଼ ପଦକ୍ଷେପ ନିଆଯାଉ ନାହିଁ।
ହାତୀ-ମଣିଷ ଲଢ଼େଇରେ ଢେଙ୍କାନାଳ ଜିଲା ଆଗରେ ରହିଛି। ଦିନକୁ ଦିନ ବୃଦ୍ଧି ପାଉଥିବା ହାତୀ ଉପଦ୍ରବ ବନବିଭାଗ ସମେତ ଜିଲାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ୨୦୧୫-୧୬ରୁ ୨୦୨୦-୨୧ ମଧ୍ୟରେ ଢେଙ୍କାନାଳରେ ବିଭିନ୍ନ ଘଟଣାରେ ୭୪ଟି ହାତୀ ମରିଛନ୍ତି। ୧୧୨ ଜଣଙ୍କ ଜୀବନହାନି ଘଟିଛି। ସେହିପରି ଜିଲାର ପରଜଙ୍ଗ ଓ ମହାବିରୋଡ ରେଞ୍ଜ୍‌ରେ ଅକ୍ଟୋବରରୁ ମାସିକ କୋଟିଏ ଟଙ୍କାର ଫସଲ ହାତୀ ଯୋଗୁ ନଷ୍ଟ ହେଉଛି। ଉପଦ୍ରବ ରୋକିବାକୁ ବନବିଭାଗ ପକ୍ଷରୁ ଗତ ସପ୍ତାହରେ ପ୍ରଥମକରି ୨୧ ଲକ୍ଷ ଟଙ୍କା ବ୍ୟୟରେ ‘ଐରାବତ୍‌’ ନାମକ ଏକ ବସ୍‌ ଢେଙ୍କାନାଳ ଜିଲା ବନଖଣ୍ଡ ପାଇଁ ଅଣାଯାଇଛି। ଏଣିକି ଏହା ହାତୀ ଘଉଡାଇବାରେ ସହାୟକ ହେବ ବୋଲି ବନ ବିଭାଗ ଭରସା ରଖିଛି। ୨୦୧୭ ଗଣନା ଅନୁଯାୟୀ ଜିଲାରେ ୧୭୪ଟି ହାତୀ ରହିଥିଲେ। ପରବର୍ତ୍ତୀ ସମୟରେ ଝାଡ଼ଖଣ୍ଡ, ଚନ୍ଦକା, କେନ୍ଦୁଝର, ଯାଜପୁର ଆଦି ଅଞ୍ଚଳରୁ ହାତୀଙ୍କ ପ୍ରବେଶ ପରେ ଢେଙ୍କାନାଳ ଜିଲାରେ ଏହି ସଂଖ୍ୟା ୩୦୦ ଟପିଯାଇଛି। ଅକ୍ଟୋବରରେ ଧାନ ଫସଲ ହେଲେ ହାତୀପଲ ବ୍ରାହ୍ମଣୀ ନଦୀ ପାରହୋଇ ପରଜଙ୍ଗ ଓ ମହାବିରୋଡ ରେଞ୍ଜ ଅଞ୍ଚଳକୁ ଚାଲିଯାନ୍ତି। ସେଠାରେ ଡିସେମ୍ବର ଯାଏ ରହି ଫସଲ ଖାଇବା ସହ ନଷ୍ଟ କରିଥାନ୍ତି। ଜିଲାର ସଦର, ହିନ୍ଦୋଳ ଓ ପରଜଙ୍ଗ ରେଞ୍ଜ୍‌ ଅଞ୍ଚଳରେ ହାତୀ ଉପଦ୍ରବ ଅଧିକ ରହିଥିବା ବେଳେ ଆବଶ୍ୟକଠାରୁ କମ୍‌ ଅର୍ଥାତ୍‌ ମାତ୍ର ୨୬୮ଜଣ ଏଲିଫ୍ୟାଣ୍ଟ ସ୍କ୍ବାଡ୍‌ଙ୍କୁ ନେଇ ବନ ବିଭାଗ ଏହାର ମୁକାବିଲା କରିପାରୁ ନାହିଁ। ତେଣୁ ଫସଲ ଅମଳ ସମୟରେ ହାତୀ ଉପଦ୍ରବ ରୋକିବା ପାଇଁ ବନ ବିଭାଗକୁ ମିଳିଛି ବିଭିନ୍ନ ସରଞ୍ଜାମ ଖଜିତ ଐରାବତ୍‌ ବସ୍‌। ଏଥିରେ ୩୦ରୁ ୪୦ କର୍ମଚାରୀ ଯିବା ସହ ଜେନେରେଟର, ବଡ ଲାଇଟ୍‌, ଉଚ୍ଚ ଶବ୍ଦ ସୃଷ୍ଟିକାରୀ ସାଇରନ ଏବଂ ନାଲିବତୀ ଜଳିପାରିବାର ସୁବିଧା ରହିଛି। କିନ୍ତୁ ଏହି ବସ୍‌ ହାତୀ ଉପଦ୍ରବ କରୁଥିବା ଗ୍ରାମ ଓ ଜଙ୍ଗଲର ବିପଦସଙ୍କୁଳ ରାସ୍ତାରେ କିପରି ଗତି କରିବ ତାହାକୁ ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି।

ଛୋଟ ଗାଡ଼ି ଭଲ ହୋଇଥାନ୍ତା
ବନ ବିଭାଗକୁ ମିଳିଥିବା ‘ଐରାବତ୍‌’ ବସ୍‌ ନ ହୋଇ ଅନ୍ୟ ଛୋଟ ଗାଡି ହୋଇଥିଲେ ଭଲ ହୋଇଥାନ୍ତା। ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ପ୍ରତିକାର ହେଲାନାହିଁ ା
-ଅରବିନ୍ଦ ମାଝି, ବନ୍ୟପ୍ରାଣୀ ବିଶେଷଜ୍ଞ

ଫସଲ ନଷ୍ଟ ଭାରି ବାଧୁଛି
ପ୍ରତିବର୍ଷ ଧାନ ଓ ଆଖୁ ଫସଲ ହାତୀ ନଷ୍ଟ କରୁଛନ୍ତି। ଖବର ଦେଲେ ମଧ୍ୟ ଘଉଡ଼ାଇବା ପରିବର୍ତ୍ତେ ବନ କର୍ମଚାରୀ ଆସି କେବଳ ହାତୀଙ୍କ ଗତିବିଧିକୁ ଲକ୍ଷ୍ୟ କରୁଛନ୍ତି। ଋଣ ଅର୍ଥରେ କରିଥିବା ଫସଲ ନଷ୍ଟ ହେଉଥିବାରୁ ଭାରି ବାଧୁଛି। -ସର୍ବେଶ୍ୱର ବ୍ରହ୍ମ, ଚାଷୀ, ମଣ୍ଡାପାଳ

ସହାୟକ ହେବ ଐରାବତ
ହାତୀପଲ ସଦର, ହିନ୍ଦୋଳ, ପରଜଙ୍ଗ, ମହାବିରୋଡ ରେଞ୍ଜ୍‌ରେ ଫସଲ ନଷ୍ଟ କରୁଛନ୍ତି। ଏହି ସମୟରେ ପ୍ରତି ମାସରେ ୧ କୋଟି ଟଙ୍କା ଫସଲ କ୍ଷୟକ୍ଷତି ଦିଆଯାଉଛି। ଐରାବତ୍‌ ହାତୀ ଘଉଡାଇବାରେ ସହାୟକ ହେବ। ଆସନ୍ତା ବର୍ଷ ସୋଲାର ଫେନ୍ସିଂ କରାଯିବ।
-ପ୍ରକାଶଚାନ୍ଦ ଗୋଗିନେନି,
ଜିଲା ବନଖଣ୍ଡ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri