ହାତୀ-ମଣିଷ ସଂଘର୍ଷରେ ଢେଙ୍କାନାଳ ଆଗରେ

ଢେଙ୍କାନାଳ ଅଫିସ,୮ା୧୦: ପ୍ରତିବର୍ଷ ଅକ୍ଟୋବର ପ୍ରଥମ ସପ୍ତାହରେ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଏ। କିନ୍ତୁ ସ୍ଥାୟୀ ପ୍ରତିକାର ବାହାରିପାରେ ନାହିଁ। ରାଜ୍ୟରେ ଚାଲିଥିବା ହାତୀ-ମଣିଷ ସଂଘର୍ଷରେ ପ୍ରତିବର୍ଷ ଅନେକ ହାତୀ ଓ ମଣିଷଙ୍କ ଜୀବନହାନି ହେଉଥିଲେ ମଧ୍ୟ ସମାଧାନ ଦିଗରେ ସେପରି ଦୃଢ଼ ପଦକ୍ଷେପ ନିଆଯାଉ ନାହିଁ।
ହାତୀ-ମଣିଷ ଲଢ଼େଇରେ ଢେଙ୍କାନାଳ ଜିଲା ଆଗରେ ରହିଛି। ଦିନକୁ ଦିନ ବୃଦ୍ଧି ପାଉଥିବା ହାତୀ ଉପଦ୍ରବ ବନବିଭାଗ ସମେତ ଜିଲାବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ୨୦୧୫-୧୬ରୁ ୨୦୨୦-୨୧ ମଧ୍ୟରେ ଢେଙ୍କାନାଳରେ ବିଭିନ୍ନ ଘଟଣାରେ ୭୪ଟି ହାତୀ ମରିଛନ୍ତି। ୧୧୨ ଜଣଙ୍କ ଜୀବନହାନି ଘଟିଛି। ସେହିପରି ଜିଲାର ପରଜଙ୍ଗ ଓ ମହାବିରୋଡ ରେଞ୍ଜ୍‌ରେ ଅକ୍ଟୋବରରୁ ମାସିକ କୋଟିଏ ଟଙ୍କାର ଫସଲ ହାତୀ ଯୋଗୁ ନଷ୍ଟ ହେଉଛି। ଉପଦ୍ରବ ରୋକିବାକୁ ବନବିଭାଗ ପକ୍ଷରୁ ଗତ ସପ୍ତାହରେ ପ୍ରଥମକରି ୨୧ ଲକ୍ଷ ଟଙ୍କା ବ୍ୟୟରେ ‘ଐରାବତ୍‌’ ନାମକ ଏକ ବସ୍‌ ଢେଙ୍କାନାଳ ଜିଲା ବନଖଣ୍ଡ ପାଇଁ ଅଣାଯାଇଛି। ଏଣିକି ଏହା ହାତୀ ଘଉଡାଇବାରେ ସହାୟକ ହେବ ବୋଲି ବନ ବିଭାଗ ଭରସା ରଖିଛି। ୨୦୧୭ ଗଣନା ଅନୁଯାୟୀ ଜିଲାରେ ୧୭୪ଟି ହାତୀ ରହିଥିଲେ। ପରବର୍ତ୍ତୀ ସମୟରେ ଝାଡ଼ଖଣ୍ଡ, ଚନ୍ଦକା, କେନ୍ଦୁଝର, ଯାଜପୁର ଆଦି ଅଞ୍ଚଳରୁ ହାତୀଙ୍କ ପ୍ରବେଶ ପରେ ଢେଙ୍କାନାଳ ଜିଲାରେ ଏହି ସଂଖ୍ୟା ୩୦୦ ଟପିଯାଇଛି। ଅକ୍ଟୋବରରେ ଧାନ ଫସଲ ହେଲେ ହାତୀପଲ ବ୍ରାହ୍ମଣୀ ନଦୀ ପାରହୋଇ ପରଜଙ୍ଗ ଓ ମହାବିରୋଡ ରେଞ୍ଜ ଅଞ୍ଚଳକୁ ଚାଲିଯାନ୍ତି। ସେଠାରେ ଡିସେମ୍ବର ଯାଏ ରହି ଫସଲ ଖାଇବା ସହ ନଷ୍ଟ କରିଥାନ୍ତି। ଜିଲାର ସଦର, ହିନ୍ଦୋଳ ଓ ପରଜଙ୍ଗ ରେଞ୍ଜ୍‌ ଅଞ୍ଚଳରେ ହାତୀ ଉପଦ୍ରବ ଅଧିକ ରହିଥିବା ବେଳେ ଆବଶ୍ୟକଠାରୁ କମ୍‌ ଅର୍ଥାତ୍‌ ମାତ୍ର ୨୬୮ଜଣ ଏଲିଫ୍ୟାଣ୍ଟ ସ୍କ୍ବାଡ୍‌ଙ୍କୁ ନେଇ ବନ ବିଭାଗ ଏହାର ମୁକାବିଲା କରିପାରୁ ନାହିଁ। ତେଣୁ ଫସଲ ଅମଳ ସମୟରେ ହାତୀ ଉପଦ୍ରବ ରୋକିବା ପାଇଁ ବନ ବିଭାଗକୁ ମିଳିଛି ବିଭିନ୍ନ ସରଞ୍ଜାମ ଖଜିତ ଐରାବତ୍‌ ବସ୍‌। ଏଥିରେ ୩୦ରୁ ୪୦ କର୍ମଚାରୀ ଯିବା ସହ ଜେନେରେଟର, ବଡ ଲାଇଟ୍‌, ଉଚ୍ଚ ଶବ୍ଦ ସୃଷ୍ଟିକାରୀ ସାଇରନ ଏବଂ ନାଲିବତୀ ଜଳିପାରିବାର ସୁବିଧା ରହିଛି। କିନ୍ତୁ ଏହି ବସ୍‌ ହାତୀ ଉପଦ୍ରବ କରୁଥିବା ଗ୍ରାମ ଓ ଜଙ୍ଗଲର ବିପଦସଙ୍କୁଳ ରାସ୍ତାରେ କିପରି ଗତି କରିବ ତାହାକୁ ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି।

ଛୋଟ ଗାଡ଼ି ଭଲ ହୋଇଥାନ୍ତା
ବନ ବିଭାଗକୁ ମିଳିଥିବା ‘ଐରାବତ୍‌’ ବସ୍‌ ନ ହୋଇ ଅନ୍ୟ ଛୋଟ ଗାଡି ହୋଇଥିଲେ ଭଲ ହୋଇଥାନ୍ତା। ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ପ୍ରତିକାର ହେଲାନାହିଁ ା
-ଅରବିନ୍ଦ ମାଝି, ବନ୍ୟପ୍ରାଣୀ ବିଶେଷଜ୍ଞ

ଫସଲ ନଷ୍ଟ ଭାରି ବାଧୁଛି
ପ୍ରତିବର୍ଷ ଧାନ ଓ ଆଖୁ ଫସଲ ହାତୀ ନଷ୍ଟ କରୁଛନ୍ତି। ଖବର ଦେଲେ ମଧ୍ୟ ଘଉଡ଼ାଇବା ପରିବର୍ତ୍ତେ ବନ କର୍ମଚାରୀ ଆସି କେବଳ ହାତୀଙ୍କ ଗତିବିଧିକୁ ଲକ୍ଷ୍ୟ କରୁଛନ୍ତି। ଋଣ ଅର୍ଥରେ କରିଥିବା ଫସଲ ନଷ୍ଟ ହେଉଥିବାରୁ ଭାରି ବାଧୁଛି। -ସର୍ବେଶ୍ୱର ବ୍ରହ୍ମ, ଚାଷୀ, ମଣ୍ଡାପାଳ

ସହାୟକ ହେବ ଐରାବତ
ହାତୀପଲ ସଦର, ହିନ୍ଦୋଳ, ପରଜଙ୍ଗ, ମହାବିରୋଡ ରେଞ୍ଜ୍‌ରେ ଫସଲ ନଷ୍ଟ କରୁଛନ୍ତି। ଏହି ସମୟରେ ପ୍ରତି ମାସରେ ୧ କୋଟି ଟଙ୍କା ଫସଲ କ୍ଷୟକ୍ଷତି ଦିଆଯାଉଛି। ଐରାବତ୍‌ ହାତୀ ଘଉଡାଇବାରେ ସହାୟକ ହେବ। ଆସନ୍ତା ବର୍ଷ ସୋଲାର ଫେନ୍ସିଂ କରାଯିବ।
-ପ୍ରକାଶଚାନ୍ଦ ଗୋଗିନେନି,
ଜିଲା ବନଖଣ୍ଡ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ମୁମ୍ବାଇର ‘ସବୁଠୁ ଧନୀ ଗଣେଶ’; ୬୬ କେଜି ସୁନାରେ ସଜ୍ଜିତ ଗଣପତି; ୭୦୩ କୋଟିରୁ ଅଧିକ ଟଙ୍କାର ବୀମା

ମୁମ୍ବାଇ,୧୪।୯: ମୁମ୍ବାଇର ଗଣେଶୋତ୍ସବ କଥା ଉଠିଲେ ଲାଲବାଗଚା ରାଜାଙ୍କ ନାଁ ନିଶ୍ଚିତ ଭାବେ ଆସେ। ତେବେ ମାୟାନଗରୀରେ ଆଉ ଜଣେ ଗଣପତି ଅଛନ୍ତି, ଯାହାଙ୍କ ଦରବାରରେ ଭକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?