ଉପଭୋକ୍ତାଙ୍କୁ ଲୁଟୁଛନ୍ତି ବିଦ୍ୟୁତ୍‌ କର୍ମଚାରୀ

ଖୋର୍ଦ୍ଧା ଅଫିସ,୧୩ା୧୨: ଖୋର୍ଦ୍ଧା ବିଦ୍ୟୁତ୍‌ ସବ୍‌ଡିଭିଜନ ଅଧୀନରେ କାର୍ଯ୍ୟରତ ଜଣେ କର୍ମଚାରୀ ଉପଭୋକ୍ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ଆସିଛି। ଉକ୍ତ କର୍ମଚାରୀ ଜଣଙ୍କ ଗରିବ, ଦିନ ମଜୁରିଆଙ୍କଠାରୁ ମିଟର ବସାଇବା ଲାଗି ଟଙ୍କା ଆଦାୟ କରିବା ସହ ବେଆଇନ ଭାବେ ଘରୋଇ କମ୍ପାନୀ ଏବଂ କ୍ରଶର ୟୁନିଟ୍‌କୁ ଲାଇନ ଦେଇ ଆସୁଛନ୍ତି। ଏହା ଜଣାପଡ଼ିବା ପରେ ଖୋର୍ଦ୍ଧା ବ୍ଲକ କୁରାଢ଼ମଲ୍ଲ ଗ୍ରାମର କେତେଜଣ ବ୍ୟକ୍ତି ରାଜ୍ୟ ଶକ୍ତି ସଚିବଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଗଲେ, ବହୁ ତଥ୍ୟ ପଦାକୁ ଆସିବ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି।

ଅଭିଯୋଗ ଅନୁଯାୟୀ, କୁରାଢ଼ମଲ୍ଲ ଗ୍ରାମର ମଙ୍ଗଳାସାହିର କେତେଜଣ ବ୍ୟକ୍ତିଙ୍କ ମିଟର ଖରାପ ଥିବା ଦର୍ଶାଇ ସମ୍ପୃକ୍ତ କର୍ମଚାରୀ ଜଣଙ୍କ ସେମାନଙ୍କଠାରୁ ଜଣ ପିଛା ୨ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରି ନେଇଛନ୍ତି। ବାରମ୍ବାର ଅଭିଯୋଗ ପରେ ସେସୁ ପକ୍ଷରୁ ମାଗଣାରେ ଦିଆଯାଇଥିବା ନୂଆ ମିଟର ବସାଇଛନ୍ତି। ଦଳେଇପୁଟ ଠାରେ ଜଣେ ବ୍ୟବସାୟୀଙ୍କୁ ଚୋରାରେ ଲାଇନ ଦିଆଯାଇଛି। ସେହିପରି ଦଳେଇପୁଟ ନିକଟରେ ଥିବା ଏକ ଆଜବେଷ୍ଟସ ଘରକୁ ହୁକ ପକାଇ ଲାଇନ ଦିଆଯାଇଛି। ଏଠାରେ ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିବା ସହ ଏସି, ହିଟର ଓ କୁଲର ଲାଗୁଛି। ତୋଟାପଡ଼ା ଛକରୁ କଦଳୀବାଡ଼ି ପର୍ଯ୍ୟନ୍ତ ଥିବା କେତେକ କ୍ରଶର ୟୁନିଟ୍‌ ମାଲିକଙ୍କ ଠାରୁ ମାସିକିଆ ଟଙ୍କା ନେଇ ଲାଇନ ଦିଆଯାଇଛି। ଫଳରେ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ଏଥିସହିତ ଦଳେଇପୁଟରେ କେତେଜଣ ବ୍ୟବସାୟୀଙ୍କ ଦୋକାନରେ ବିଦ୍ୟୁତ ବାଇପାସ କରାଯାଇଛି।

କେତକ ସ୍ଥାନରେ ଡିଫେକ୍ଟିିଭ ମିଟର ପରିବର୍ତ୍ତନ ଲାଗି ବିଭାଗୀୟ ନିର୍ଦ୍ଦେଶ ସତ୍ତ୍ୱେ ନୂଆ ମିଟର ଲଗାଯାଇନାହିଁ। ଡିଫେକ୍ଟିଭ ମିଟର ଲାଗିଥିଲେ ମଧ୍ୟ ସେମାନଙ୍କଠାରୁ ୧୦ହଜାର ଟଙ୍କା ପରିବର୍ତ୍ତେ ୩ ହଜାର ଟଙ୍କା ବିଲ୍‌ ଦିଆଯାଉଛି। ସମ୍ପୃକ୍ତ କର୍ମଚାରୀ ଜଣଙ୍କ ବେଆଇନ ଭାବେ ହୁକ ପକାଇ ରୋଷେଇ କରୁଛନ୍ତି। କୁରାଢମଲ୍ଲ ଅଞ୍ଚଳରେ ଚାଲିଥିବା କ୍ରଶର ୟୁନିଟ୍‌ ବିଦ୍ୟୁତ୍‌ କଟିଗଲେ, ତୁରନ୍ତ ମରାମତି କରାଯାଉଛି। ହେଲେ ସ୍ଥାନୀୟ ଲୋକଙ୍କ ଅଭିଯୋଗ କଲେ ଘଣ୍ଟା ଘଣ୍ଟା ଧରି ସଜଡ଼ାଯାଉନାହିଁ ବୋଲି ଉଲ୍ଲେଖ ରହିଛି। ଏ ସମ୍ପର୍କରେ ସବ୍‌ଡିଭିଜନ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ନାୟକ କହିଛନ୍ତି, ବିଦ୍ୟୁତ୍‌ ଶକ୍ତି ସଚିବଙ୍କ ନିକଟରେ ଅଭିଯୋଗ ହୋଇଥିବା ନେଇ ସୂଚନା ରହିଛି। ନିକଟରେ କ୍ରାଇମବ୍ରାଞ୍ଚ ଟିମ୍‌ ମଧ୍ୟ ଏହି ଅଭିଯୋଗ ଉପରେ ଯାଞ୍ଚ କରିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ମୋ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗ ଆସିଲେ, ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଅକ୍ଟୋବର ୧୪ରେ ଦଳେଇପୁଟ ଗ୍ରାମର ଜଣେ ବ୍ୟକ୍ତି କାର୍ଯ୍ୟନିର୍ବାହୀଙ୍କୁ ଘଟଣା ସମ୍ପର୍କରେ ରେଜିଷ୍ଟ୍ରି ପୋଷ୍ଟରେ ଅଭିଯୋଗ କରିଛନ୍ତି। ଏଭଳି କୌଣସି ଅଭିଯୋଗ ପାଇ ନ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri