ଉପଭୋକ୍ତାଙ୍କୁ ଲୁଟୁଛନ୍ତି ବିଦ୍ୟୁତ୍‌ କର୍ମଚାରୀ

ଖୋର୍ଦ୍ଧା ଅଫିସ,୧୩ା୧୨: ଖୋର୍ଦ୍ଧା ବିଦ୍ୟୁତ୍‌ ସବ୍‌ଡିଭିଜନ ଅଧୀନରେ କାର୍ଯ୍ୟରତ ଜଣେ କର୍ମଚାରୀ ଉପଭୋକ୍ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ଆସିଛି। ଉକ୍ତ କର୍ମଚାରୀ ଜଣଙ୍କ ଗରିବ, ଦିନ ମଜୁରିଆଙ୍କଠାରୁ ମିଟର ବସାଇବା ଲାଗି ଟଙ୍କା ଆଦାୟ କରିବା ସହ ବେଆଇନ ଭାବେ ଘରୋଇ କମ୍ପାନୀ ଏବଂ କ୍ରଶର ୟୁନିଟ୍‌କୁ ଲାଇନ ଦେଇ ଆସୁଛନ୍ତି। ଏହା ଜଣାପଡ଼ିବା ପରେ ଖୋର୍ଦ୍ଧା ବ୍ଲକ କୁରାଢ଼ମଲ୍ଲ ଗ୍ରାମର କେତେଜଣ ବ୍ୟକ୍ତି ରାଜ୍ୟ ଶକ୍ତି ସଚିବଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଗଲେ, ବହୁ ତଥ୍ୟ ପଦାକୁ ଆସିବ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି।

ଅଭିଯୋଗ ଅନୁଯାୟୀ, କୁରାଢ଼ମଲ୍ଲ ଗ୍ରାମର ମଙ୍ଗଳାସାହିର କେତେଜଣ ବ୍ୟକ୍ତିଙ୍କ ମିଟର ଖରାପ ଥିବା ଦର୍ଶାଇ ସମ୍ପୃକ୍ତ କର୍ମଚାରୀ ଜଣଙ୍କ ସେମାନଙ୍କଠାରୁ ଜଣ ପିଛା ୨ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରି ନେଇଛନ୍ତି। ବାରମ୍ବାର ଅଭିଯୋଗ ପରେ ସେସୁ ପକ୍ଷରୁ ମାଗଣାରେ ଦିଆଯାଇଥିବା ନୂଆ ମିଟର ବସାଇଛନ୍ତି। ଦଳେଇପୁଟ ଠାରେ ଜଣେ ବ୍ୟବସାୟୀଙ୍କୁ ଚୋରାରେ ଲାଇନ ଦିଆଯାଇଛି। ସେହିପରି ଦଳେଇପୁଟ ନିକଟରେ ଥିବା ଏକ ଆଜବେଷ୍ଟସ ଘରକୁ ହୁକ ପକାଇ ଲାଇନ ଦିଆଯାଇଛି। ଏଠାରେ ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିବା ସହ ଏସି, ହିଟର ଓ କୁଲର ଲାଗୁଛି। ତୋଟାପଡ଼ା ଛକରୁ କଦଳୀବାଡ଼ି ପର୍ଯ୍ୟନ୍ତ ଥିବା କେତେକ କ୍ରଶର ୟୁନିଟ୍‌ ମାଲିକଙ୍କ ଠାରୁ ମାସିକିଆ ଟଙ୍କା ନେଇ ଲାଇନ ଦିଆଯାଇଛି। ଫଳରେ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ଏଥିସହିତ ଦଳେଇପୁଟରେ କେତେଜଣ ବ୍ୟବସାୟୀଙ୍କ ଦୋକାନରେ ବିଦ୍ୟୁତ ବାଇପାସ କରାଯାଇଛି।

କେତକ ସ୍ଥାନରେ ଡିଫେକ୍ଟିିଭ ମିଟର ପରିବର୍ତ୍ତନ ଲାଗି ବିଭାଗୀୟ ନିର୍ଦ୍ଦେଶ ସତ୍ତ୍ୱେ ନୂଆ ମିଟର ଲଗାଯାଇନାହିଁ। ଡିଫେକ୍ଟିଭ ମିଟର ଲାଗିଥିଲେ ମଧ୍ୟ ସେମାନଙ୍କଠାରୁ ୧୦ହଜାର ଟଙ୍କା ପରିବର୍ତ୍ତେ ୩ ହଜାର ଟଙ୍କା ବିଲ୍‌ ଦିଆଯାଉଛି। ସମ୍ପୃକ୍ତ କର୍ମଚାରୀ ଜଣଙ୍କ ବେଆଇନ ଭାବେ ହୁକ ପକାଇ ରୋଷେଇ କରୁଛନ୍ତି। କୁରାଢମଲ୍ଲ ଅଞ୍ଚଳରେ ଚାଲିଥିବା କ୍ରଶର ୟୁନିଟ୍‌ ବିଦ୍ୟୁତ୍‌ କଟିଗଲେ, ତୁରନ୍ତ ମରାମତି କରାଯାଉଛି। ହେଲେ ସ୍ଥାନୀୟ ଲୋକଙ୍କ ଅଭିଯୋଗ କଲେ ଘଣ୍ଟା ଘଣ୍ଟା ଧରି ସଜଡ଼ାଯାଉନାହିଁ ବୋଲି ଉଲ୍ଲେଖ ରହିଛି। ଏ ସମ୍ପର୍କରେ ସବ୍‌ଡିଭିଜନ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ନାୟକ କହିଛନ୍ତି, ବିଦ୍ୟୁତ୍‌ ଶକ୍ତି ସଚିବଙ୍କ ନିକଟରେ ଅଭିଯୋଗ ହୋଇଥିବା ନେଇ ସୂଚନା ରହିଛି। ନିକଟରେ କ୍ରାଇମବ୍ରାଞ୍ଚ ଟିମ୍‌ ମଧ୍ୟ ଏହି ଅଭିଯୋଗ ଉପରେ ଯାଞ୍ଚ କରିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ମୋ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗ ଆସିଲେ, ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଅକ୍ଟୋବର ୧୪ରେ ଦଳେଇପୁଟ ଗ୍ରାମର ଜଣେ ବ୍ୟକ୍ତି କାର୍ଯ୍ୟନିର୍ବାହୀଙ୍କୁ ଘଟଣା ସମ୍ପର୍କରେ ରେଜିଷ୍ଟ୍ରି ପୋଷ୍ଟରେ ଅଭିଯୋଗ କରିଛନ୍ତି। ଏଭଳି କୌଣସି ଅଭିଯୋଗ ପାଇ ନ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri