ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ସତ୍ତ୍ୱେ ମିଳୁନି ସହାୟତା

ଖୋର୍ଦ୍ଧା ଅଫିସ,୧୩ା୧୨: ଗରିବ ଲୋକଙ୍କ ଚିକିତ୍ସା ସୁବିଧା ନିମନ୍ତେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (ସିଏମ୍‌ଆର୍‌ଏଫ୍‌) ବ୍ୟବସ୍ଥା କରିଛନ୍ତି। ତେବେ ଏହି ଯୋଜନା ଖୋର୍ଦ୍ଧା ଜିଲାରେ ଫେଲ୍‌ ମାରିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ସତ୍ତ୍ୱେ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁ ଜଣେ ରୋଗୀ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ବୋଲଗଡ଼ ତହସିଲ ଅଧୀନ ଗୋପୀନାଥପୁର ଗ୍ରାମର ବଂଶୀଧର ରାଉତଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ବଂଶୀଧର ଏକ କ୍ରନିକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସିଏମ୍‌ଆର୍‌ଏଫ୍‌ର ସହଯୋଗ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ବଂଶୀଧରଙ୍କ ଚିକିତ୍ସା ଲାଗି ୧ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି। ଏହି ଟଙ୍କା ବଂଶୀଧରଙ୍କୁ ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପତ୍ରାଙ୍କ ୨୨୭୯/୧୫।୭।୨୦ରେ ଖୋର୍ଦ୍ଧା ଜିଲା ପ୍ରଶାସନକୁ ଚିଠି ଲେଖିଥିଲେ। ଜିଲା ପ୍ରଶାସନର ଜରୁରିକାଳୀନ ବିଭାଗ(ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅନୁମୋଦନ କ୍ରମେ) ବଂଶୀଧରଙ୍କୁ ଏହି ଟଙ୍କା ପଇଠ ଲାଗି ବିଭାଗୀୟ ପତ୍ରାଙ୍କ ସଂଖ୍ୟା ୧୩୦୪୭/୨୪।୮।୨୦ରେ ରୋଗୀଙ୍କ ଠିକଣାରେ ବୋଲଗଡ଼ ତହସିଲଦାରଙ୍କ ପରିବର୍ତ୍ତେ ବେଗୁନିଆ ତହସିଲଦାରଙ୍କ ନିକଟକୁ ପଠାଇ ଦେଇଥିଲେ। ଫଳରେ ରୋଗୀ ଟଙ୍କା ପାଇବାରେ ବାଧା ଉପୁଜିଛି। ସିଏମ୍‌ଆର୍‌ଏଫ୍‌ରୁ ୧ ଲକ୍ଷ ଟଙ୍କା ମିଳିଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ନିକଟକୁ ପତ୍ର ଆସିଥିବା ସତ୍ତ୍ୱେ ତାଙ୍କୁ କୌଣସି ସହାୟତା ମିଳି ନ ଥିଲା। ଏନେଇ ବଂଶୀଧରଙ୍କ ସମ୍ପର୍କୀୟ ବୋଲଗଡ଼ ତହସିଲକୁ ବାରମ୍ବାର ଦୌଡି ନିରାଶ ହେବା ପରେ ଜିଲା ପ୍ରଶାସନ ଜରୁରିକାଳୀନ ବିଭାଗ ସହ ଯୋଗାଯୋଗ କରିଥିଲେ। ବିଭାଗୀୟ କର୍ତ୍ତୃପକ୍ଷ ବେଗୁନିଆ ତହସିଲରେ ଯୋଗାଯୋଗ କରିବାକୁ କହିଥିଲେ। ଡିସେମ୍ବର ୩ରେ ବଂଶୀଧରଙ୍କ ସମ୍ପର୍କୀୟ ବେଗୁନିଆ ତହସିଲଦାରଙ୍କୁ ଲିଖିତ ଭାବେ ଅନୁରୋଧ କରିଥିଲେ। ତେବେ ୯ଦିନ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଅନ୍ୟପଟେ ବିକାଶଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଛି। ସିଏମଆରଏଫରୁ ଆର୍ଥିିକ ସହାୟତା ସତ୍ତ୍ୱେ ସ୍ଥାନୀୟ ପ୍ରଶାସନର ଅବହେଳାରୁ ବଂଶୀଧର ଏଥିରୁ ବଞ୍ଚିତ ହୋଇଛନ୍ତି। ଏନେଇ ଜିଲାପାଳ ସନତ ମହାନ୍ତିଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri