ବିଦ୍ୟୁତ୍‌ ବିଭାଗର ଟାଳଟୁଳ ନୀତି, ସେବାରୁ ବଞ୍ଚିତ ଗ୍ରାମବାସୀ

ଅତାବିରା,୫ା୬(ଯୁଧିଷ୍ଠିର ମହାପାତ୍ର):ଗ୍ରୀଷ୍ମ ସମୟରେ ବିଦ୍ୟୁତ କାଟ ହେବ ନାହିଁ ବୋଲି ସରକାର କହୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବରଗଡ ଜିଲା ସରଣ୍ଡା ଅଞ୍ଚଳରେ l ସରଣ୍ଡାରେ ବାରମ୍ବାର ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଉଛି। ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଗୁରୁବାର ବିଦ୍ୟୁତ ବିଭ୍ରାଟ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି l
ପ୍ରକାଶ ଯେ, ଭୋଇପାଲି ଭୁଲିଆ ଛକ ପାଖରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରରୁ ସରଣ୍ଡା ଅଞ୍ଚଳର ମହାପାତ୍ର ପଡ଼ା, ଗୌରପଡା, ମନ୍ଦିର ଛକ, ଭୁଲିଆଘର ଛକ ଆଦି ଅଞ୍ଚଳକୁ ବିଦ୍ୟୁତ ସଂଚାରଣ ହୋଇଥାଏ l ଏହି ୧୦୦ କିଲୋୱାଟ ଟ୍ରାନ୍ସଫର୍ମର ଉପରେ ୧୫୦ରୁ ଅଧିକ ଉପଭୋକ୍ତା ଗତ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ନିର୍ଭର କରି ଆସୁଥିଲେ। ଏଣୁ ଏହି ଅଞ୍ଚଳରେ ଅଧିକ କିଲୋୱାଟ ଟ୍ରାନ୍ସଫର୍ମର ଲଗାଇବାକୁ ଦାବି ହୋଇ ଆସୁଥିଲା l ଗତ ଜାନୁୟାରୀ ମାସରେ ସରଣ୍ଡାର ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ମନ୍ଦିର ପ୍ରତିଷ୍ଠା ସମୟରେ ଆଉ ଏକ ଟ୍ରାନ୍ସଫର୍ମର ମନ୍ଦିର ପାଖ ଜାତୀୟ ରାଜପଥ କଡ଼ରେ ବସାଯାଇଥିଲା l ଫଳରେ ଦୁର୍ଦ୍ଦଶା ଦୂର ହେଲା ବୋଲି ଲୋକେ ଭାବି ନେଇଥିଲେ l ତେବେ ଗତ ମାର୍ଚ୍ଚ ମାସ ୨୦ ତାରିଖ ଦିନ ସେହି ନୂତନ ଟ୍ରାନ୍ସଫର୍ମରକୁ ଏକ ହାଇୱା ଧକ୍କା ଦେବାରୁ ତାହା ଭାଙ୍ଗି ଯାଇଥିଲା। ସେହିଠାରେ ପୂର୍ବରୁ ଥିବା ଅନ୍ୟ ଏକ ୨୫ କେଭିଏର ଟ୍ରାନ୍ସଫର୍ମର ବି ଭାଙ୍ଗି ଯାଇଥିଲା l ଦୁର୍ଘଟଣା ପରେ ପୁରୁଣା ୧୦୦ କେଭିଏ ଟ୍ରାନ୍ସଫର୍ମର ଉପରେ ସମସ୍ତ ଲୋଡ଼ ଦିଆଯାଇଛି। ସେହି ଦିନରୁ ଅଞ୍ଚଳର ଉପଭୋକ୍ତା ବାରମ୍ବାର ବିଦ୍ୟୁତ ସେବାରୁ ବଞ୍ଚତ୍ତ ହୋଇ ଡହଳବିକଳ ହେଉଛନ୍ତି l ଏପରି କି ସରଣ୍ଡା ମନ୍ଦିର ଛକରେ ଲାଗିଥିବା କେବୁଲ ଲୋଡ଼ କଣ୍ଟ୍ରୋଲ କରି ନ ପାରି ଗୁରୁବାର ପୋଡ଼ି ନଷ୍ଟ ହୋଇଯାଇଛି l ଗ୍ରାମବାସୀ ୨୫୦ କେଭିଏର ଟ୍ରାନ୍ସଫର୍ମର ଦେବାକୁ ଦାବି କରୁଥିବା ବେଳେ କେହି କର୍ଣ୍ଣପାତ କରୁ ନ ଥିବାରୁ ଗରମରେ ଆଉଟୁପାଉଟୁ ହେବାକୁ ପଡୁଛି ା ଏନେଇ ଅତାବିରା ବିଦ୍ୟୁତ ବିଭାଗ ଏସଡ଼ିଓଙ୍କୁ ପଚାରିବାରେ, ସରଣ୍ଡା ଅଞ୍ଚଳରେ ଥିବା ଟ୍ରାନ୍ସଫର୍ମରକୁ ପୁନଃ ୨୫୦ କେଭିଏ ଦେବାକୁ ପ୍ରସ୍ତାବ ଦିଆଯାଇଛି ବୋଲି କହିଥିଲେ l

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ଧମକ ଦେଇ ଟଙ୍କା ଆଦାୟ ପଡ଼ିଲା ଭାରି: ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ ଥାନା ASI ସୁଜିତ୍‌ ପାଣିଗ୍ରାହୀ

ଖଲ୍ଲିକୋଟ,୧୧।୯(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାରେ ଶୁକ୍ରବାର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା…

ଆମକୁ ଶତ୍ରୁ ନୁହେଁ, ପଡ଼ୋଶୀ ଭାବନ୍ତୁ: ମୋଦି-ଜିନପିଙ୍ଗ୍‌ ଭେଟ ପୂର୍ବରୁ ବଦଳିଲା ଚାଇନାର ସ୍ବର, ଭାରତ ସହ…

ନୂଆଦିଲ୍ଲୀ/ବେଜିଂ,୧୧।୯: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ଶ ବ୍ରିକ୍ସ (BRICS) ଶିଖର ସମ୍ମିଳନୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା…

ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର : ଜାତିଆଣ ମନ୍ତବ୍ୟ…

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଆସିକା ବ୍ଲକ ଅନ୍ତର୍ଗତ ହରିପଦପୁର ଗ୍ରାମପଞ୍ଚାୟତର ସମସ୍ୟା ନେଇ ବ୍ଲକରେ ଅନୁଷ୍ଠିତ ସମିତି ବୈଠକରେ ବିଧାୟକଙ୍କ ସମ୍ମୁଖରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଆର୍ଯ୍ୟପଲ୍ଲୀ ଫିସିଂ ହାର୍ବର କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଛତ୍ରପୁର, ୧୧ା୯ (ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି…

ଶାଗୁଆନ କାଠ ବୋଝେଇ ପିକ୍ଅପ ଭ୍ୟାନ ଜବତ: ମାମଲା ରୁଜୁ କଲା ବନ ବିଭାଗ               

ଦିଗପହଣ୍ଡି/ମୋହନା,୧୧|୯(ଅଶେଷ ନାଥ ମିଶ୍ର/ ମନ୍ମଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ବନ ବିଭାଗ ଚନ୍ଦ୍ରଗିରି ରେଞ୍ଜ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ଗଜପତି…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ଚଳିତ ବର୍ଷର ଅଧିକ ପାଣି ବଂଶଧାରାରେ

ଗୁଡ଼ାରି, ୧୧।୯ (ପ୍ରମୋଦ କୁମାର ପତି): ଗୁଡ଼ାରି ବଂଶଧାରା ନଦୀରେ ଶୁକ୍ରବାର ଚଳିତ ବର୍ଷର ସର୍ବାଧିକ ଜଳ ପ୍ରବାହ ଦେଖିବାକୁ ମିଳିଛି। ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?