ଗ୍ରୀଷ୍ମ ପରେ ବର୍ଷାଦିନେ ବି ବିଜୁଳି କାଟ

ଜଗତ୍‌ସିଂହପୁର ଅଫିସ,୧୦।୮: ରାଜ୍ୟ ସରକାର ଟାଟା ପାୱାର (ଟିପିସିଓଡିଏଲ୍‌)କୁ ବିଜୁଳି ବିତରଣ ଦାୟିତ୍ୱ ଦେବା ପରେ ପୂର୍ବ ସମସ୍ୟା ଦୂର ହୋଇଯିବା ଆଶାରେ ଲୋକେ ଆଶ୍ୱସ୍ତ ଅନୁଭବ କରୁଥିଲେ। ଟିପିସିଓଡିଏଲ୍‌ ପକ୍ଷରୁ ମଧ୍ୟ ବିଜୁଳି ଯୋଗାଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଅଣାଯିବ ବୋଲି ଡେଙ୍ଗୁରା ପିଟା ଯାଇଥିଲା। ଯେହେତୁ ଦେଶର ରାଜଧାନୀ ଦିଲ୍ଲୀରେ ଟାଟା ପାୱାର ଭଲ କାମ କରି ସୁନାମ ଆଣିଥିଲା ତେଣୁ ଓଡ଼ିଶାରେ ବିଜୁଳି ସେବା କ୍ଷେତ୍ରରେ ବଡ ଧରଣର ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବାସ୍ତବ କ୍ଷେତ୍ରରେ ଟାଟା ପାୱାର ଲୋକଙ୍କୁ କେବଳ ନିରାଶ କରୁନି, ଶୋଷଣ କରୁଥିବା ଗୁରୁତର ଅଭିଯୋଗ ହୋଇଛି। ବିଶେଷକରି ଦୈନିକ କ୍ରମାଗତ ବିଜୁଳି କାଟ ଓ ଲୋ-ଭୋଲଟେଜ୍‌ ଲୋକଙ୍କୁ ଅତିଷ୍ଠ କରିଦେଲାଣି।
ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ଅନେକ ଲୋକ ପ୍ରତିକ୍ରିୟାରେ କହିଛନ୍ତି, ଖରାଦିନେ ପ୍ରବଳ ଗ୍ରୀଷ୍ମ ପ୍ରବାହ ବେଳେ ବିଜୁଳି ଅଭାବ ଦର୍ଶାଇ ଟାଟା ପାୱାର ଦୈନିକ ୨୦ରୁ୨୫ ଥର ଅଘୋଷିତ ବିଦ୍ୟୁତ୍‌ କାଟ କରୁଥିଲା। ଏଥିଯୋଗୁ ଲୋକେ ଆଉଟପାଉଟ ହେଉଥିଲେ। ଏ ସମ୍ପର୍କରେ ଲୋକେ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କୁ ପଚାରିଲେ ବିଭିନ୍ନ ସ୍ଥାନରେ ମରାମତି କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଦର୍ଶାଉଥିଲେ। ଏପରି କି ଥରେ ଶଟ୍‌ଡାଉନ୍‌ କରାଗଲେ ସମ୍ପୃକ୍ତ ଟ୍ରାନ୍ସଫର୍ମର ଅଞ୍ଚଳରେ ୨୦ ମିନିଟ୍‌ ବିଦ୍ୟୁତ ସେବା ବନ୍ଦ ରହୁଥିଲା। ବାସ୍ତବରେ କିନ୍ତୁ ଦୈନିକ ବିଭିନ୍ନ କାରଣରୁ ଜିଲାର ଅନେକ ଅଞ୍ଚଳରେ ୧୨ରୁ ୧୮ ଘଣ୍ଟା ପର୍ଯ୍ୟନ୍ତ ଅଘୋଷିତ ବିଦ୍ୟୁତ କାଟ କରାଯାଉଥିଲା। ଗ୍ରୀଷ୍ମ ପରେ ବର୍ଷା ଦିନ ଆସିବାରୁ ଲୋକେ ବିଦ୍ୟୁତ ସମସ୍ୟାରୁ ତ୍ରାହି ମିଳିବା ଆଶାରେ ନିଃଶ୍ୱାସ ମାରିଥିଲେ। କିନ୍ତୁ ଯଥା ପୂର୍ବ ତଥା ପର। ଅର୍ଥାତ୍‌ ଏବେ ବି ଅସରାଏ ବର୍ଷାରେ ବିଜୁଳି କାଟ କରାଯାଉଛି। ଆଉ ଯେତିକି ସମୟ ବିଦ୍ୟୁତ ସେବା ମିଳୁଛି ଲୋ-ଭୋଲଟେଜ୍‌ କାରଣରୁ ଅନେକ ବୈଦ୍ୟୁତିକ ସାମଗ୍ରୀ ଖରାପ ହେବାରେ ଲାଗିଛି। ଟାଟା ପାୱାର ପକ୍ଷରୁ ଲୋକଙ୍କୁ ସେବା ଯୋଗାଇବା ନାଁରେ ୧୯୧୨ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। କୌଣସି ଉପଭୋକ୍ତା ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଅସୁବିଧାରେ ପଡିଲେ ଏହି ନମ୍ବରକୁ ଫୋନ କରିବା ପାଇଁ ନିର୍ଦ୍ଦେଶ ରହଛିି । ଫୋନ କଲେ ଉପଭୋକ୍ତାଙ୍କ କଞ୍ଜ୍ୟୁମର ନମ୍ବର କିମ୍ବା କଷ୍ଟମର ଆଇଡି ସାଙ୍ଗକୁ ଅଭିଯୋଗକାରୀଙ୍କ ମୋବାଇଲ ନମ୍ବର ମଗାଯାଉଛି। ତା’ପରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଫୋନ କରି ଘରେ କିମ୍ବା ବ୍ୟବସାୟ ପ୍ରତିଷ୍ଠାନ ଆଦିରେ ପହଞ୍ଚତ୍ ପ୍ରତିକାର କରିବେ ବୋଲି କୁହାଯାଉଛି। ବାସ୍ତବରେ କିନ୍ତୁ ଏହା ପ୍ରହସନ ପାଲଟିଛି। ଦୁର୍ବଳ ତାର ସାଙ୍ଗକୁ ଅନ୍ୟାନ୍ୟ ଆବଶ୍ୟକ ମରାମତି ଅଭାବରୁ ସାମାନ୍ୟ ପବନରେ ବିଜୁଳି କଟିଯାଉଛି । ଏହିଭଳି ଅନେକ ସମସ୍ୟା କାରଣରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏ ସମ୍ପର୍କରେ ଆମ୍‌ ଆଦମୀ ପାର୍ଟି ଦଳର ଜିଲା ଆବାହକ ଅନୁପମା ସେଠୀ, ଜଗତ୍‌ସିଂହପୁର ବ୍ଲକ ଆବାହକ ଅକ୍ଷୟ କୁମାର ମହାନ୍ତି ପ୍ରମୁଖ କହିଛନ୍ତି, ଜିଲାର ବିଭିନ୍ନ ସ୍ଥାନରେ ମନଇଚ୍ଛା ବିଜୁଳି କାଟ ସାଙ୍ଗକୁ ଲୋ-ଭୋଲଟେଜ୍‌ ସମସ୍ୟା ସହ ବିଦ୍ୟୁତ ସରବରାହରେ ଅସ୍ଥିରତା ଅସନ୍ତୋଷକୁ ତୀବ୍ର କରିଛି। ଟାଟା ପାୱାର ବେଆଇନ ଭାବେ ମିଟର ବସାଇ ଚାଲିଛି। ନିୟମ ରହିଛି ସରକାରୀ ସ୍ବୀକୃତିପ୍ରାପ୍ତ ଲାବ୍‌ରେ ମିଟର ପରୀକ୍ଷା ପରେ ଲୋକଙ୍କ ଘରେ ବସିବା କଥା। କିନ୍ତୁ ଏଥିରେ ବ୍ୟତିକ୍ରମ କରାଯାଉଛି। ଫଳରେ ମିଟରରେ ରିଡିଂ ମନଇଚ୍ଛା ବଢୁଛି। ଗୋଟେପଟେ ଲୋକେ ବିଦ୍ୟୁତ ସଂଯୋଗ ନେଇ ଏହାର ସୁବିଧା ପାଉ ନ ଥିବାବେଳେ ଅନ୍ୟପଟେ ବିଜୁଳି କମ୍ପାନୀର ଶୋଷଣ ଚାଲିଛି। ବିଦ୍ୟୁତ ସମସ୍ୟା ଯୋଗୁ ମଟର ଚାଲୁ ନ ଥିବାରୁ ପାନୀୟ ଜଳ ଯୋଗାଣରେ ବାଧା ସୃଷ୍ଟି ହେଉଛି। ବୈଦ୍ୟୁତିକ ସରଞ୍ଜାମର ଯାନ୍ତ୍ରିକ ତ୍ରୁଟି ଘଟୁଛି। ଟାଟା ପାୱାର ଉପରେ ଅଙ୍କୁଶ ରହୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଆଗାମୀ ଦିନରେ ଦଳ ଜଗତ୍‌ସିଂହପୁର ଜିଲା ଶାଖା ପକ୍ଷରୁ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏସମ୍ପର୍କରେ ଟିପିସିଓଡିଏଲ୍‌ର ଜଗତ୍‌ସିଂହପୁର ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ଜେନା କହିଛନ୍ତି, ଦେଖା ଦେଇଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ଚେଷ୍ଟା ଚାଲିଛି। ପର୍ଯ୍ୟାୟକ୍ରମେ ଏହାର ସମାଧାନ ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ମିଟରରିଡିଂ ସମସ୍ୟା ସମ୍ପର୍କରେ ସେ ନୀରବ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri