ଇଲେକ୍‌ଟ୍ରିକ୍‌ ଏୟାରକ୍ରାଫ୍ଟ

ମହାକାଶରେ ପ୍ରଯୁକ୍ତି ଦୌଡ଼ ଶୀର୍ଷରେ ପହଞ୍ଚତ୍ଛି। ଯାତ୍ରୀ ଓ ପଣ୍ୟବାହୀ ବିମାନ, ଜେଟ୍‌, ଯୁଦ୍ଧବିମାନ, କୃତ୍ରିମ ଉପଗ୍ରହ ଓ ରକେଟ୍‌ ପ୍ରେରଣ ଆଦି ସବୁଥିରେ ପ୍ରତିଯୋଗିତା ଚାଲିଛି। ଏସବୁରେ ଜୀବାଶ୍ମ ଓ ରାସାୟନିକ ଇନ୍ଧନ ବ୍ୟବହାର ହେଉଥିବାରୁ ବାୟୁ ପ୍ରଦୂଷଣ ହେଉଛି। ଭୂପୃଷ୍ଠରେ ଯାତାୟାତ କରୁଥିବା ଗାଡ଼ିମୋଟର ଓ ରେଳଗାଡ଼ିଗୁଡ଼ିକୁ ଇଲେକ୍‌ଟ୍ରିକ୍‌ ଚାଳିତ ଯାନରେ ପରିଣତ କରି ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଦିଗରେ ବହୁବିଧ ପଦକ୍ଷେପ ନିଆଗଲାଣି। କେତେକାଂଶରେ ଏହା ସଫଳ ହୋଇଛି। ଏବେ ଏକ ନୂଆ ଦିଗ ଫିଟିଛି। ଆମେରିକାର ଭର୍ମୋଣ୍ଟ ପ୍ରଦେଶର ସାଉଥ୍‌ ବର୍ଲିଂଟନ୍‌ସ୍ଥିତ ଇଲେକ୍‌ଟ୍ରିକ୍‌ ଏରୋସ୍ପେଶ୍‌ କମ୍ପାନୀ ବିଟା ଟେକ୍ନୋଲୋଜି ନିର୍ମିତ ଅଲିଆ ସି-୩୦୦ ପ୍ରଥମ ଥର ବିଦ୍ୟୁତ୍‌ଚାଳିତ ଏୟାରକ୍ରାଫ୍ଟ ଉଡ଼ାଇ ଇତିହାସ ସୃଷ୍ଟି କରିଛି। ନ୍ୟୁୟର୍କର ଇଷ୍ଟ ହାମ୍ପଟନଠାରୁ ଜନ୍‌ ଏଫ୍‌ କେନେଡି ବିମାନବନ୍ଦର ପର୍ଯ୍ୟନ୍ତ ପ୍ରାୟ ୧୩୦ କିଲୋମିଟର ଦୂରତାକୁ ୩୦ ମିନିଟରେ ଉଡ଼ିଥିବା ଇଲେକ୍‌ଟ୍ରିକ୍‌ ଏୟାରକ୍ରାଫ୍ଟରେ ୪ ଜଣ ଯାତ୍ରୀ ଥିଲେ। ଏହାର ଚାର୍ଜିଂ ପାଇଁ ମାତ୍ର ୮ ଆମେରିକୀୟ ଡଲାର ବା ଭାରତୀୟ ମୁଦ୍ରାରେ ୬୯୪ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି। ପାଇଲଟ ଓ ଏୟାରକ୍ରାଫ୍ଟ ପାଇଁ ଯାତ୍ରୀଙ୍କୁ କିଛି ଅର୍ଥ ଦେବାକୁ ପଡ଼ିବ, ଯାହା ଇନ୍ଧନଚାଳିତ ବିମାନଠାରୁ ବହୁତ କମ୍‌ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ସାଧାରଣତଃ ସମାନ ଦୂରତାକୁ ହେଲିକପ୍ଟର ଯାତ୍ରା କଲେ ପାରମ୍ପରିକ ଇନ୍ଧନ ଖର୍ଚ୍ଚ ୧୬୦ ଆମେରିକୀୟ ଡଲାର ବା ୧୩ ହଜାରରୁ ଅଧିକ ଟଙ୍କା ଲାଗିଥାଏ। ଇଲେକ୍‌ଟ୍ରିକ୍‌ ଏୟାରକ୍ରାଫ୍ଟ ଉଡ଼ାଣ ଶସ୍ତା ଓ ପରିବେଶ ଉପଯୋଗୀ ବୋଲି ସମ୍ପୃକ୍ତ ବିଟା ଟେକ୍ନୋଲୋଜିର ପ୍ରତିଷ୍ଠାତା ତଥା ସିଇଓ କେଲି କ୍ଲାର୍କ କହିଛନ୍ତି। ୨୦୧୭ରେ ପ୍ରତିଷ୍ଠା କରାଯାଇଥିବା ଏହି କମ୍ପାନୀର ବିଦ୍ୟୁତ୍‌ଚାଳିତ ଏୟାରକ୍ରାପ୍ଟର ଉଡ଼ାଣ ସଫଳତାର ସହ ପରୀକ୍ଷା କରାଯାଇଥିଲା। ତେବେ ୨୩ ଜୁନ୍‌ରେ ଏହାର ପ୍ରଥମ ଯାତ୍ରୀବାହୀ ଉଡ଼ାଣ ହେବା ପରେ ଆଗକୁ ଅନ୍ୟ କମ୍ପାନୀମାନେ ବିଦ୍ୟୁତ୍‌ଚାଳିତ ଏୟାରକ୍ରାଫ୍ଟ ନିର୍ମାଣ କରିବାକୁ ଆଗଭର ହେବେ ବୋଲି ଆଲୋଚନା ହେଲାଣି।
ନିକଟରେ ଅହମଦାବାଦଠାରେ ଘଟିଯାଇଥିବା ଏୟାର ଇଣ୍ଡିଆର ଉଡ଼ାଜାହାଜ ଦୁର୍ଘଟଣା ବିଷୟ ସମସ୍ତଙ୍କ ମନରେ ତାଜା ହୋଇ ରହିଛି। ବିମାନଟି କେଉଁ ସ୍ଥିତିରେ ବିପଦର ସମ୍ମୁଖୀନ ହେଲା ସେହି ବିଷୟରେ ଅଧିକ ତଥ୍ୟ ଆସିପାରି ନାହିଁ। କିନ୍ତୁ ଜଣାପଡ଼ିଥିଲା ଯେ, ସେହି ବିମାନରେ ଅଧିକ ଇନ୍ଧନ ଥିଲା। ଯେତେବେଳେ ସେଥିରେ ବୈଷୟିକ ତ୍ରୁଟିକୁ ପାଇଲଟ ଅନୁଭବ କଲେ ଓ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲରଙ୍କ ସହ ଯୋଗାଯୋଗ ସମସ୍ୟା ଉପୁଜୁଥିବା ଜଣାଇଲେ, ଠିକ୍‌ ସେହି ସମୟରେ ବିମାନ ଜଳଗିଲା। ଖବର ଆସିଲା ସେଥିରେ ପର୍ଯ୍ୟାପ୍ତ ତୈଳ ଭରିଦିଆଯାଇଥିବାରୁ ତାହା ଅସ୍ବାଭାବିକ ସ୍ଥିତି ସୃଷ୍ଟି କଲା। ଏପଟେ ଏହି ମର୍ମନ୍ତୁଦ ଦୁର୍ଘଟଣାର ୮ ଦିନ ପରେ ଏୟାର ଇଣ୍ଡିଆର କେତେକ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏକ ପାର୍ଟିରେ ନାଚୁଥିବାର ଦୃଶ୍ୟ ଏବେ ଭାଇରାଲ ହୋଇଛି। ଟାଟା କମ୍ପାନୀର ଏୟାର ଇଣ୍ଡିଆ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଏ ପ୍ରକାର ବ୍ୟବହାର ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।
ଏବର ସ୍ଥିତିରେ ଇଲେକ୍‌ଟ୍ରିକ୍‌ ଏୟାରକ୍ରାଫ୍ଟ ଆକାଶରେ ଉଡ଼ୁଥିବା ବ୍ୟକ୍ତିଙ୍କ ଚାହିଦାକୁ ସହସା ମେଣ୍ଟାଇବ ବୋଲି କହି ହେଉନାହିଁ। ଏହାସହ ଏହାର ସୁରକ୍ଷା ଓ ଦକ୍ଷତା ମଧ୍ୟ ସମ୍ପୂର୍ଣ୍ଣ ପରଖାଯାଇ ପାରିନାହିଁ। ୨୦୧୭ରେ ନିର୍ମିତ କମ୍ପାନୀର ଉତ୍ପାଦ ଏବେ ପ୍ରାରମ୍ଭିକ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ଲା। ପୁଣି ତା’ର ବେଗକୁ ଦେଖିଲେ ଗନ୍ତବ୍ୟସ୍ଥଳରେ ଶୀଘ୍ର ପହଞ୍ଚତ୍ବା ଲାଗି ଆହୁରି ଗବେଷଣାର ଆବଶ୍ୟକତା ରହିଛି। ତେଣୁ ଏକ ମିଶନ ନେଇ ପ୍ରତ୍ୟେକ ରାଷ୍ଟ୍ର ଓ ଘରୋଇ ଏରୋସ୍ପେସ୍‌ କମ୍ପାନୀ ନିଜ ସ୍ତରରେ ଏ ଦିଗରେ ଉଦ୍ୟମ କଲେ ବିଦ୍ୟୁତ୍‌ଚାଳିତ ଏୟାରକ୍ରାଫ୍ଟ ଅଧିକ ବିକଶିତ ହୋଇପାରନ୍ତା। ଏରୋସ୍ପେସ୍‌ କମ୍ପାନୀଗୁଡ଼ିକ ଏ ଦିଗରେ ସେମାନଙ୍କ ଗବେଷଣା ଓ ବିକାଶ (ଆର୍‌ ଆଣ୍ଡ୍‌ ଡି) ବିଭାଗକୁ ଅଧିକ ତ୍ୱରାନ୍ବିତ କରିବା ଦରକାର। ସବୁ ବଡ଼ ବିମାନ ଚଳାଚଳ କମ୍ପାନୀ କେବଳ ଲାଭ ପଛରେ ଧାଇଁଛନ୍ତି। ସ୍ପେସ୍‌ ମିଶନଠାରୁ ଆରମ୍ଭ କରି ମହାକାଶ ପର୍ଯ୍ୟଟନ ପର୍ଯ୍ୟନ୍ତ ବିପୁଳ ଅର୍ଥ ବିନିଯୋଗ କରାଯାଉଛି। ତେବେ ଏହି ଦୌଡ଼ରେ ଯାତ୍ରୀଙ୍କ ସୁରକ୍ଷା ଦିଗ ଯେଭଳି ପଛରେ ନ ପଡ଼ିଯାଉ ତାହା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଗଞ୍ଜାମ-ଗଜପତି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ….

ଭୁବନେଶ୍ୱର/ଛତ୍ରପୁର, ୨୯।୧୦(ସୁନିତ୍‌ ମିଶ୍ର/ଦିଲ୍ଲୀପ ସାମଲ): ସ୍ପେଶାଲ ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟସ୍ଥିତ ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷଠାରେ ଗୁରୁବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ଅର୍ଣ୍ଣବକୁ…

କାଲି ମିଳିବ ୨୪ତମ ପିଏମ୍‌ କିଷାନ କିସ୍ତି, ରାଜ୍ୟର ୩୫.୩୯ ଲକ୍ଷ ଚାଷୀଙ୍କ…

ଭୁବନେଶ୍ୱର, ୨୯।୧୦(ସୁନିତ୍‌ ମିଶ୍ର): ପିଏମ୍‌ କିଷାନ ଉତ୍ସବ ଦିବସ ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍‌ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି…

ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଭୟଙ୍କର ଦୁର୍ଘଟଣା: ବ୍ୟାରିକେଡ଼ରେ ପିଟିହୋଇ ହୁତୁହୁତୁ ହୋଇ ଜଳିଗଲା କାର୍, ୨ ଯାତ୍ରୀ…

ଜୁନାଗଡ଼, ୨୯।୧୦ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ମୋଟର…

ଚିକେନ୍ କିଣିବାକୁ ଯାଇ ବିବାହିତ ଯୁବକ ନିଖୋଜ: ସୁଇଚ୍ ଅଫ୍ ଅଛି ମୋବାଇଲ୍ ଫୋନ୍, ପାଟଣା ଥାନାର ଦ୍ୱାରସ୍ଥ…

ପାଟଣା, ୨୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ାରେ ଭଡ଼ାଘରେ ରହୁଥିବା ଜଣେ ବିବାହିତ ଯୁବକ ଚିକେନ୍ କିଣିବାକୁ ବଜାରକୁ ଯାଇ…

ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କାର ସରକାରୀ ଅର୍ଥ ହଡ଼ପ: ସଦର ଥାନାରେ ବିଡ଼ିଓଙ୍କ ଏତଲା, ବରିଷ୍ଠ କିରାଣୀ ଫେରାର

ଡେରାବିଶ, ୨୯।୧୦ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଶଶିକାନ୍ତ ରଣା ଚଞ୍ଚକତା କରି ୧ କୋଟି ୬ ଲକ୍ଷ…

ନୀତୀଶଙ୍କ ଘନିଷ୍ଠ ସହଯୋଗୀ ଏବେ ହୋଇପାରନ୍ତି ସମ୍ରାଟଙ୍କ ପ୍ରମୁଖ ସଚିବ; ବିହାରକୁ ଫେରିବାକୁ ଯାଉଛନ୍ତି ଓଡ଼ିଶା କ୍ୟାଡରର ଆଇଏଏସ!

ପାଟନା,୨୯।୧୦: ଓଡ଼ିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ସଞ୍ଜୟ କୁମାର ସିଂହ, ଯିଏ ମୂଳତଃ ବିହାରର ବାସିନ୍ଦା, ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପ୍ରମୁଖ…

ତପ୍ତପାଣି ଘାଟିରେ ପ୍ରଳୟଙ୍କରୀ ରୂପ: ପାହାଡ଼ ଧସି ଭାସିଗଲା କଲଭର୍ଟ, ୩୨୬ ନମ୍ବର NHରେ ଗାଡ଼ି ଚଳାଚଳ ଠପ୍

ଦିଗପହଣ୍ଡି, ୨୯।୧୦ (ଅଶେଷ ନାଥ ମିଶ୍ର): ଲଗାଣ ବର୍ଷା ଯୋଗୁ ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ବେଲଗଡ଼ ନିକଟରେ ଥିବା ଏକ କଲଭର୍ଟ ପାହାଡ଼ିଆ ପାଣିର ପ୍ରବଳ…

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ୟୁସୁଫ ପଠାନ

ନୂଆଦିଲ୍ଲୀ,୨୯।୧୦: ପଶ୍ଚିମବଙ୍ଗର ମୁର୍ସିଦାବାଦରେ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଏନସିପି ସାଂସଦ ୟୁସୁଫ ପଠାନ କହିଛନ୍ତି ଯେ ଏହି ଦେଶର ଯୁବକ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?