ଇଲେକ୍‌ଟ୍ରିକ୍‌ ଏୟାରକ୍ରାଫ୍ଟ

ମହାକାଶରେ ପ୍ରଯୁକ୍ତି ଦୌଡ଼ ଶୀର୍ଷରେ ପହଞ୍ଚତ୍ଛି। ଯାତ୍ରୀ ଓ ପଣ୍ୟବାହୀ ବିମାନ, ଜେଟ୍‌, ଯୁଦ୍ଧବିମାନ, କୃତ୍ରିମ ଉପଗ୍ରହ ଓ ରକେଟ୍‌ ପ୍ରେରଣ ଆଦି ସବୁଥିରେ ପ୍ରତିଯୋଗିତା ଚାଲିଛି। ଏସବୁରେ ଜୀବାଶ୍ମ ଓ ରାସାୟନିକ ଇନ୍ଧନ ବ୍ୟବହାର ହେଉଥିବାରୁ ବାୟୁ ପ୍ରଦୂଷଣ ହେଉଛି। ଭୂପୃଷ୍ଠରେ ଯାତାୟାତ କରୁଥିବା ଗାଡ଼ିମୋଟର ଓ ରେଳଗାଡ଼ିଗୁଡ଼ିକୁ ଇଲେକ୍‌ଟ୍ରିକ୍‌ ଚାଳିତ ଯାନରେ ପରିଣତ କରି ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଦିଗରେ ବହୁବିଧ ପଦକ୍ଷେପ ନିଆଗଲାଣି। କେତେକାଂଶରେ ଏହା ସଫଳ ହୋଇଛି। ଏବେ ଏକ ନୂଆ ଦିଗ ଫିଟିଛି। ଆମେରିକାର ଭର୍ମୋଣ୍ଟ ପ୍ରଦେଶର ସାଉଥ୍‌ ବର୍ଲିଂଟନ୍‌ସ୍ଥିତ ଇଲେକ୍‌ଟ୍ରିକ୍‌ ଏରୋସ୍ପେଶ୍‌ କମ୍ପାନୀ ବିଟା ଟେକ୍ନୋଲୋଜି ନିର୍ମିତ ଅଲିଆ ସି-୩୦୦ ପ୍ରଥମ ଥର ବିଦ୍ୟୁତ୍‌ଚାଳିତ ଏୟାରକ୍ରାଫ୍ଟ ଉଡ଼ାଇ ଇତିହାସ ସୃଷ୍ଟି କରିଛି। ନ୍ୟୁୟର୍କର ଇଷ୍ଟ ହାମ୍ପଟନଠାରୁ ଜନ୍‌ ଏଫ୍‌ କେନେଡି ବିମାନବନ୍ଦର ପର୍ଯ୍ୟନ୍ତ ପ୍ରାୟ ୧୩୦ କିଲୋମିଟର ଦୂରତାକୁ ୩୦ ମିନିଟରେ ଉଡ଼ିଥିବା ଇଲେକ୍‌ଟ୍ରିକ୍‌ ଏୟାରକ୍ରାଫ୍ଟରେ ୪ ଜଣ ଯାତ୍ରୀ ଥିଲେ। ଏହାର ଚାର୍ଜିଂ ପାଇଁ ମାତ୍ର ୮ ଆମେରିକୀୟ ଡଲାର ବା ଭାରତୀୟ ମୁଦ୍ରାରେ ୬୯୪ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି। ପାଇଲଟ ଓ ଏୟାରକ୍ରାଫ୍ଟ ପାଇଁ ଯାତ୍ରୀଙ୍କୁ କିଛି ଅର୍ଥ ଦେବାକୁ ପଡ଼ିବ, ଯାହା ଇନ୍ଧନଚାଳିତ ବିମାନଠାରୁ ବହୁତ କମ୍‌ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ସାଧାରଣତଃ ସମାନ ଦୂରତାକୁ ହେଲିକପ୍ଟର ଯାତ୍ରା କଲେ ପାରମ୍ପରିକ ଇନ୍ଧନ ଖର୍ଚ୍ଚ ୧୬୦ ଆମେରିକୀୟ ଡଲାର ବା ୧୩ ହଜାରରୁ ଅଧିକ ଟଙ୍କା ଲାଗିଥାଏ। ଇଲେକ୍‌ଟ୍ରିକ୍‌ ଏୟାରକ୍ରାଫ୍ଟ ଉଡ଼ାଣ ଶସ୍ତା ଓ ପରିବେଶ ଉପଯୋଗୀ ବୋଲି ସମ୍ପୃକ୍ତ ବିଟା ଟେକ୍ନୋଲୋଜିର ପ୍ରତିଷ୍ଠାତା ତଥା ସିଇଓ କେଲି କ୍ଲାର୍କ କହିଛନ୍ତି। ୨୦୧୭ରେ ପ୍ରତିଷ୍ଠା କରାଯାଇଥିବା ଏହି କମ୍ପାନୀର ବିଦ୍ୟୁତ୍‌ଚାଳିତ ଏୟାରକ୍ରାପ୍ଟର ଉଡ଼ାଣ ସଫଳତାର ସହ ପରୀକ୍ଷା କରାଯାଇଥିଲା। ତେବେ ୨୩ ଜୁନ୍‌ରେ ଏହାର ପ୍ରଥମ ଯାତ୍ରୀବାହୀ ଉଡ଼ାଣ ହେବା ପରେ ଆଗକୁ ଅନ୍ୟ କମ୍ପାନୀମାନେ ବିଦ୍ୟୁତ୍‌ଚାଳିତ ଏୟାରକ୍ରାଫ୍ଟ ନିର୍ମାଣ କରିବାକୁ ଆଗଭର ହେବେ ବୋଲି ଆଲୋଚନା ହେଲାଣି।
ନିକଟରେ ଅହମଦାବାଦଠାରେ ଘଟିଯାଇଥିବା ଏୟାର ଇଣ୍ଡିଆର ଉଡ଼ାଜାହାଜ ଦୁର୍ଘଟଣା ବିଷୟ ସମସ୍ତଙ୍କ ମନରେ ତାଜା ହୋଇ ରହିଛି। ବିମାନଟି କେଉଁ ସ୍ଥିତିରେ ବିପଦର ସମ୍ମୁଖୀନ ହେଲା ସେହି ବିଷୟରେ ଅଧିକ ତଥ୍ୟ ଆସିପାରି ନାହିଁ। କିନ୍ତୁ ଜଣାପଡ଼ିଥିଲା ଯେ, ସେହି ବିମାନରେ ଅଧିକ ଇନ୍ଧନ ଥିଲା। ଯେତେବେଳେ ସେଥିରେ ବୈଷୟିକ ତ୍ରୁଟିକୁ ପାଇଲଟ ଅନୁଭବ କଲେ ଓ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲରଙ୍କ ସହ ଯୋଗାଯୋଗ ସମସ୍ୟା ଉପୁଜୁଥିବା ଜଣାଇଲେ, ଠିକ୍‌ ସେହି ସମୟରେ ବିମାନ ଜଳଗିଲା। ଖବର ଆସିଲା ସେଥିରେ ପର୍ଯ୍ୟାପ୍ତ ତୈଳ ଭରିଦିଆଯାଇଥିବାରୁ ତାହା ଅସ୍ବାଭାବିକ ସ୍ଥିତି ସୃଷ୍ଟି କଲା। ଏପଟେ ଏହି ମର୍ମନ୍ତୁଦ ଦୁର୍ଘଟଣାର ୮ ଦିନ ପରେ ଏୟାର ଇଣ୍ଡିଆର କେତେକ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏକ ପାର୍ଟିରେ ନାଚୁଥିବାର ଦୃଶ୍ୟ ଏବେ ଭାଇରାଲ ହୋଇଛି। ଟାଟା କମ୍ପାନୀର ଏୟାର ଇଣ୍ଡିଆ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଏ ପ୍ରକାର ବ୍ୟବହାର ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।
ଏବର ସ୍ଥିତିରେ ଇଲେକ୍‌ଟ୍ରିକ୍‌ ଏୟାରକ୍ରାଫ୍ଟ ଆକାଶରେ ଉଡ଼ୁଥିବା ବ୍ୟକ୍ତିଙ୍କ ଚାହିଦାକୁ ସହସା ମେଣ୍ଟାଇବ ବୋଲି କହି ହେଉନାହିଁ। ଏହାସହ ଏହାର ସୁରକ୍ଷା ଓ ଦକ୍ଷତା ମଧ୍ୟ ସମ୍ପୂର୍ଣ୍ଣ ପରଖାଯାଇ ପାରିନାହିଁ। ୨୦୧୭ରେ ନିର୍ମିତ କମ୍ପାନୀର ଉତ୍ପାଦ ଏବେ ପ୍ରାରମ୍ଭିକ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ଲା। ପୁଣି ତା’ର ବେଗକୁ ଦେଖିଲେ ଗନ୍ତବ୍ୟସ୍ଥଳରେ ଶୀଘ୍ର ପହଞ୍ଚତ୍ବା ଲାଗି ଆହୁରି ଗବେଷଣାର ଆବଶ୍ୟକତା ରହିଛି। ତେଣୁ ଏକ ମିଶନ ନେଇ ପ୍ରତ୍ୟେକ ରାଷ୍ଟ୍ର ଓ ଘରୋଇ ଏରୋସ୍ପେସ୍‌ କମ୍ପାନୀ ନିଜ ସ୍ତରରେ ଏ ଦିଗରେ ଉଦ୍ୟମ କଲେ ବିଦ୍ୟୁତ୍‌ଚାଳିତ ଏୟାରକ୍ରାଫ୍ଟ ଅଧିକ ବିକଶିତ ହୋଇପାରନ୍ତା। ଏରୋସ୍ପେସ୍‌ କମ୍ପାନୀଗୁଡ଼ିକ ଏ ଦିଗରେ ସେମାନଙ୍କ ଗବେଷଣା ଓ ବିକାଶ (ଆର୍‌ ଆଣ୍ଡ୍‌ ଡି) ବିଭାଗକୁ ଅଧିକ ତ୍ୱରାନ୍ବିତ କରିବା ଦରକାର। ସବୁ ବଡ଼ ବିମାନ ଚଳାଚଳ କମ୍ପାନୀ କେବଳ ଲାଭ ପଛରେ ଧାଇଁଛନ୍ତି। ସ୍ପେସ୍‌ ମିଶନଠାରୁ ଆରମ୍ଭ କରି ମହାକାଶ ପର୍ଯ୍ୟଟନ ପର୍ଯ୍ୟନ୍ତ ବିପୁଳ ଅର୍ଥ ବିନିଯୋଗ କରାଯାଉଛି। ତେବେ ଏହି ଦୌଡ଼ରେ ଯାତ୍ରୀଙ୍କ ସୁରକ୍ଷା ଦିଗ ଯେଭଳି ପଛରେ ନ ପଡ଼ିଯାଉ ତାହା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri