ଯାଜପୁରରେ ନିର୍ବାଚନୀ ହିଂସା : ବନ୍ଧା ହେଲେଣି ୯୮

ଯାଜପୁର ଅଫିସ, ୨୨।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ତେବେ ଯାଜପୁର ଜିଲାରେ ଏହା ପୂର୍ବରୁ ହୋଇଥିବା ଅନ୍ୟ ତିନୋଟି ପର୍ଯ୍ୟାୟ ମତଦାନ ବେଳେ ବ୍ୟାପକ ହିଂସା ଦେଖାଦେଇଥିଲା। କେଉଁଠି ଖବରଦାତାଙ୍କୁ ଆକ୍ରମଣ ହୋଇଥିଲା ବେଳେ କେଉଁଠି ଗାଡି ଭଙ୍ଗାରୁଜା ହୋଇଥିଲା। ସେହିପରି ଆଉ କେଉଁଠି ବୁଥ୍‌ରୁ ବାଲାଟ ବକ୍ସ ନେଇ ଯିବା ଭଳି ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା। ଏ ସମସ୍ତ ନିର୍ବାଚନୀ ହିଂସା ମାମଲାରେ ବର୍ତ୍ତମାନ ସୁଦ୍ଧ ୯୮ ଜଣଙ୍କୁ ଗିରଫ କରାଯାଇଛି। ଏ ନେଇ ଯାଜପୁର ଏସ୍‌ପି ରାହୁଲ ପିଆର୍‌ ସୂଚନା ଦେଇଛନ୍ତି।
ସୂଚନା ମୁତାବକ ନିର୍ବାଚନୀ ହିଂସା ମାମଲାରେ ରବିବାର ୬୯ ଜଣଙ୍କ ସମେତ ମୋଟ ୯୮ଜଣଙ୍କୁ ଗିରଫ କରାଯାଇଛି। ସେହିପରି ବିଞ୍ଝାରପୁର ବାଛୋଳରେ ଖବରଦାତାଙ୍କୁ ଆକ୍ରମଣ ଘଟଣାରେ ଏଯାଏ ୧୨ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛି। ସେପଟେ ଜିଲାରେ ରାଜନୈତିକ ହିଂସା ଓ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଯିଏ ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯାଜପୁର ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଥ୍‌ ସାର୍ଟିଫିକେଟ ପିଛା ୬୦୦ ଟଙ୍କା ଦାବି କରୁଥିଲେ କିରାଣି

ବରଗଡ଼ ଅଫିସ୍‌,୪।୩: ବରଗଡ଼ ବ୍ଲକ ଅଧୀନ କଟାପାଲି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ରେ ଭି.ଏସ୍‌(ଭାଇଟାଲ ଷ୍ଟାଟିଷ୍ଟିକ୍‌) କିରାଣି ଭାବେ କାର୍ଯ୍ୟରତ ମନୋଜ କୁମାର ସ୍ବାଇଁ ଗୁରୁବାର ଲାଞ୍ଚ...

ପାରଳା ମୁଖ୍ୟରାସ୍ତା ଜବରଦଖଲ ଉଚ୍ଛେଦ

ପାରଳାଖେମୁଣ୍ଡି, ୧୯।୪(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱକୁ ଲାଗି ରହିଥିବା ସ୍ଥାନଗୁଡିକରେ ଜବରଦଖଲ ଉଚ୍ଛେଦ କରାଯାଇଛି ।...

ଥାନା ଭିତରେ ଯୁବକଙ୍କୁ ଗୋଇଠା ବିଧା: ପାଟଣା ଆଇଆଇସିଙ୍କ ମାଡ଼ ଭିଡିଓ ଭାଇରାଲ

ପାଟଣା,୧୮।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଆଇଆଇସି ସନ୍ଧ୍ୟାରାଣୀ ଜେନା ଜଣେ ଯୁବକଙ୍କୁ ଥାନା ଭିତରେ ଲାଠି ଓ ଗୋଇଠା ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।...

ଲିଜ୍‌ଧାରୀଙ୍କୁ ୧୦ କୋଟି ଜରିମାନା

ଯାଜପୁର ଅଫିସ,୧୯।୧: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବହୁଚର୍ଚ୍ଚିତ ଆରୁହା ପାହାଡ଼ରୁ କଳାପଥର ଲୁଟ୍‌ ଓ ଜାଲିଆତି ଅଭିଯୋଗର ଲୋକାୟୁକ୍ତ ମାମଲା ଭିନ୍ନମୋଡ ନେଇଛି।...

ଏକତରଫା ପ୍ରେମର କରୁଣ ପରିଣତି: ନାବାଳିକାଙ୍କୁ ପେଟ୍ରୋଲ ଢାଳି ପୋଡ଼ି ଦେବାକୁ ଉଦ୍ୟମ

ବାସୁଦେବପୁର,୨୨।୮(ଡି.ଏନ.ଏ.)-ଏକତରଫା ପ୍ରେମର କରୁଣ ପରିଣତି କେତେ ଭୟାନକ ହୋଇପାରେ ତାହା ଭଦ୍ରକ ଜିଲା ବାସୁଦେବପୁର ଥାନା ଅଞ୍ଚଳରେ ବୁଧବାର ଦେଖିବାକୁ ମିଳିଛି । ଜଣେ ବିଫଳ...

ସାପ୍ତାହିକ ହାଟରେ ମାକ୍ସ, ସାବୁନ ବଣ୍ଟନ

ବନ୍ତ, ୧୩।୪(ଡି.ଏନ.ଏ.)-କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସାରା ଦେଶକୁ ଲକଡାଉନ୍‌ କରିବା ସହ ସଚେତନ କରାଉଛନ୍ତି। ଏହି ପରିପେକ୍ଷୀରେ...

ପତଳା ହେଉଛି ଗରୁଡ଼ ସ୍ତମ୍ଭ

ପୁରୀ ଅଫିସ,୧୯।୧୧: ପୁରୀ ଶ୍ରୀମନ୍ଦିର ଗରୁଡ଼ ସ୍ତମ୍ଭ ପତଳା ହେଉଛି । ଏ ନେଇ ମନ୍ଦିର ନାଟମଣ୍ଡପସ୍ଥିତ ଗରୁଡ଼ ସ୍ତମ୍ଭକୁ ରୁପା ଚାଦରରେ ଆଚ୍ଛାଦନ କରାଯିବ।...

ମହାରାଷ୍ଟ୍ର, ଗୁଜରାଟରୁ ୮ ବସ୍‌ରେ ଆସିଲେ ପ୍ରବାସୀ

ଭଞ୍ଜନଗର,୨୬।୫(ଡି.ଏନ.ଏ)-ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ପ୍ରବାସୀଙ୍କୁ ନେଇ ସ୍ବତନ୍ତ୍ର ଟ୍ରେନ ଆସୁଥିଲେ ମଧ୍ୟ ଏବେ ବି ଗଞ୍ଜାମ ଜିଲାକୁ ବସ୍‌, କାର ଓ ବାଇକ୍‌ ଯୋଗେ ପ୍ରବାସୀ...

Advertisement
Archives

Model This Week