ନିର୍ବାଚନୀ ହିଂସା ଥମୁନି

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ଟି ପର୍ଯ୍ୟାୟ ଭୋଟ ଗ୍ରହଣ ମଙ୍ଗଳବାର ଶେଷ ହୋଇଛି। ତେବେ ହିଂସାକାଣ୍ଡ ନିର୍ବାଚନ ପିଛା ଛାଡୁନାହିଁ। ଗତ ୩ଟି ପର୍ଯ୍ୟାୟ ନିର୍ବାଚନରେ ଭାଟ ବାକ୍ସ ନେଇଯିବା, ବାଲଟ ପେପର ଚିରିବା, ବୁଥ୍‌ ଜବରଦଖଲ କରିବା, ଭୋଟ ବାକ୍ସକୁ ପୋଖରୀକୁ ଫିଙ୍ଗି ଦେବା, ମାରପିଟ, ଗୋଷ୍ଠୀ ସଂଘର୍ଷ, ଖବରଦାତା, ବିଡିଓ, ପୋଲିସକୁ ମାରପିଟି ଭଳି ଘଟଣା ଘଟିଥିବା ବେଳେ ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ଅନେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଯଦିଓ ଗତ ପର୍ଯ୍ୟାୟ ନିର୍ବାଚନ ଗଣ୍ଡଗୋଳକାରୀଙ୍କୁ କିଛି ମାତ୍ରାରେ ପୋଲିସ ଗିରଫ କରିବାରେ ସଫଳ ହୋଇଛି ତେବେ ଏହାର ପ୍ରଭାବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଦେଖିବାକୁ ମିଳିନାହିଁ। ବେଳକୁ ବେଳ ନିର୍ବାଚନ ହିଂସା ଭୟଙ୍କର ହେଉଛି। ଭଦ୍ରକର ଧାମନଗର ଅଞ୍ଚଳରେ ଭୟଙ୍କର ନିର୍ବାଚନ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ପ୍ରତାପ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁହୋଇଥିବା ଅଭିଯୋଗ ହୋଇଛି।
ଜଗତସିଂହପୁର ଜିଲା ପାରାଦୀପ ଗଡ଼ରେ ଭୋଟ୍‌ବାକ୍ସ ସିଲ୍‌ ଚାଲିଥିବା ବେଳେ ବିଜେଡି ସମର୍ଥିତ ଜିଲା ପରିଷଦ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ହାତରେ ଷ୍ଟାମ୍ପ ଧରି ପୋଲିଂ ବୁଥ୍‌ ଭିତରେ ପଶିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏଥିଯୋଗୁ ଗଁା ଲୋକେ ପ୍ରାୟ ୨ଘଣ୍ଟା ଧରି ପୋଲିଂ କର୍ମଚାରୀଙ୍କୁ ଅଟକ ରଖିଥିଲେ।
କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ବାଲାଗୋଡ଼ା ପଞ୍ଚାୟତ ୨୩ ଓ ୨୫ ନମ୍ବର ବୁଥ୍‌ରେ ପୋଲିସ ଉପସ୍ଥିତିରେ ବାହାର ଲୋକ ଜୋରଜବରଦସ୍ତି ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ଏପରିକି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା ହୋଇଥିଲେ ହେଁ ପୋଲିସ୍‌ ନୀରବଦ୍ରଷ୍ଟା ସାଜିଥିଲା। ଏଥିଯୋଗୁ ଉଭୟ ବୁଥ୍‌ରେ ପ୍ରବଳ ହୋହଲ୍ଲା ହୋଇଥିଲା। ଫଳରେ ଘଣ୍ଟାଏ କାଳ ଭୋଟ ଗ୍ରହଣ ବନ୍ଦ ରହିଥିଲା। ଖବର ପାଇ କେନ୍ଦୁଝର ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ।
କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ବଙ୍ଗାଳପୁର ନୂଆ ଶାସନରେ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବାଲଟ ପେପର ଫୋଲ୍ଡିଂରେ ତ୍ରୁଟି ଦେଖାଦେବାରୁ ସେଠାରେ ମତଦାନ ବନ୍ଦ ହୋଇଛି।
କଟକ ଜିଲା ଆଠଗଡ଼ ଅଞ୍ଚଳରେ ଅର୍ଗସ ନ୍ୟୁଜ୍‌ର ଖବରଦାତା ସୁଶାନ୍ତ ସାହୁଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆଠଗଡ଼ ବ୍ଲକ ଅନନ୍ତପୁର ପଞ୍ଚାୟତର ୪ଟି ବୁଥରେ କେତେଜଣ ଏଜେଣ୍ଟଙ୍କୁ ପୂରାଇ ନ ଦେବାରୁ ଉତ୍ତେଜନା ହୋଇଥିଲା। ଏନେଇ ଖବର ସଂଗ୍ରହ ବେଳେ ଖବରଦାତା ସାହୁଙ୍କୁ ଠେଲାପେଲା କରାଯାଇଥିଲା।
ଚତୁର୍ଥ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧ଟାରେ ଶେଷ ହୋଇଥିଲା। ରାଜ୍ୟର ବିଭିନ୍ନ ବୁଥରେ ଲୋକମାନଙ୍କ ମଧ୍ୟରେ ମତଦାନକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସକାଳୁ ମତଦାନ ସାମାନ୍ୟ ଧୀମା ଥିବା ବେଳେ ପୂର୍ବାହ୍ନ ୧୦ଟା ପରେ ବୁଥ୍‌ଗୁଡିକରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ତେବେ କେତେକ ସ୍ଥାନରେ ନିର୍ବଚାନ ହିଂସାକାଣ୍ଡ ଏବଂ ପୋଲିଂ ଅଧିକାରୀଙ୍କ ଭୁଲ୍‌ ଯୋଗୁ ନିର୍ବାଚନକୁ ବାତିଲ କରାଯାଇଛି। ଜିଲାପାଳଙ୍କ ରିପୋର୍ଟ ପରେ ସେସବୁ ସ୍ଥାନରେ ପୁନଃ ନିର୍ବାଚନ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନିର୍ବାଚନ ଶେଷ ହେବା ପରେ ଭୋଟ ବାକ୍ସଗୁଡିକୁ କଡ଼ା ସୁରକ୍ଷା ମଧ୍ୟରେ ବ୍ଲକ ସଦର ମହକୁମାରେ ଥିବା ଷ୍ଟ୍ରଙ୍ଗ୍‌ ରୁମ୍‌ରେ ରଖାଯାଇଛି। ଏହି ପର୍ଯ୍ୟାୟରେ ୨୭ ଜିଲାର ୬୪ ବ୍ଲକର ୧୬୩ ଜିଲା ପରିଷଦ ଜୋନ୍‌ର ୧୨୫୪ ପଞ୍ଚାୟତରେ ଭୋଟଗ୍ରହଣ କରାଯାଇଛି। ଏଥିପାଇଁ ୧୭,୦୮୯ ବୁଥ୍‌ରେ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ୧୬୩ ଜିଲା ପରିଷଦ ଜୋନରେ ମୋଟ ୬୬୭ ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରାର୍ଥୀମାନଙ୍କର ଭାଗ୍ୟ ବାଲଟ ବକ୍ସ ଭିତରେ ସିଲ୍‌ ହୋଇଯାଇଛି। ଆସନ୍ତା ୨୬ ତାରିଖରୁ ୩ ଦିନ ବ୍ୟାପୀ ଭୋଟ ଗଣତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri