ଡୁନ୍‌ ସ୍କୁଲରେ ପାଠପଢ଼ା, ସଞ୍ଜୟ ଗାନ୍ଧୀ ଥିଲେ ସହପାଠୀ; କଳା-ସଂସ୍କୃତି ପ୍ରିୟ ନବୀନ ଏଭଳି ଗଢ଼ିଥିଲେ ରାଜନୀତିରେ ଭବିଷ୍ୟତ

ଭୁବନେଶ୍ୱର,୧୦।୫: ଓଡ଼ିଶାରେ ଲୋକ ସଭା ସହ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ନବୀନ ପଟ୍ଟନାୟକ ଦୁଇ ଦଶକରୁ ଅଧିକ ସମୟ ଧରି ରହିଛନ୍ତି। ଏବେ ୭୮ ବର୍ଷର ହୋଇଥିବା ନବୀନ ଯଦି ଆଗାମୀ ନିର୍ବାଚନ ଜିତି ଯାଆନ୍ତି ତେବେ ମୁଖ୍ୟମନ୍ତ୍ରୀ ଭାବେ ଏହା ତାଙ୍କର ଅନ୍ତିମ ଇନିଂସ ହୋଇପାରେ। ସେ ତାଙ୍କ ପରେ କୌଣସି ପାରିବାରିକ ଉତ୍ତରାଧିକାରୀ ରଖିନାହାନ୍ତି। ତେବେ ସେ ମୁଖ୍ୟମନ୍ତ୍ରୀ ହେଲେ ପବନ କୁମାର ଚାମଲିଂଙ୍କ ସବୁଠାରୁ ଅଧିକ ବର୍ଷ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡକୁ ଭାଙ୍ଗି ଦେବେ। ବିଗତ ବର୍ଷ ଦେଖିଲେ ରାଜନୀତିରେ ନବୀନଙ୍କ ପ୍ରବେଶ ଏକ ଦୁର୍ଘଟଣା ଭଳି। କାରଣ ସେ ରାଜନୀତିରୁ ଦୂରରେ ରହି ନିଜର କଳା-ସଂସ୍କୃତି ଏବଂ ଲିଖନରେ ନିଜର ପ୍ରତିଭା ଦେଖାଉଥିଲେ।

୧୯୯୭ ଏପ୍ରିଲ ୧୭ରେ ହୃଦଘାତରେ ବିଜୁ ପଟ୍ଟନାୟକଙ୍କ ପରଲୋକ ଘଟିଥିଲା। ତାଙ୍କ ଦେହାନ୍ତ ପରେ ଆସିକା ଲୋକ ସଭା ଆସନ ଖାଲି ପଡ଼ିଥିଲା। ଏହି ଆସନରେ ଉପନିର୍ବାଚନ ହେବାର ଥିଲା। ଯେଉଁଥିପାଇଁ ଜନତା ଦଳ ପ୍ରଥମେ ପଟ୍ଟନାୟକଙ୍କ ବ୍ୟବସାୟର ଏବଂ ବଡ଼ ପୁଅ ପ୍ରେମ ପଟ୍ଟନାୟକଙ୍କୁ ନିର୍ବାଚନ ଲଢ଼ିବାକୁ କହିଥିଲେ। ହେଲେ ସେ ବ୍ୟକ୍ତିଗତ କାରଣକୁ ନେଇ ମନା କରିଦେଇଥିଲେ। ଏହାପରେ ବିଜୁଙ୍କ ଝିଅ ଗୀତା ମେହେଟ୍ଟାଙ୍କ ନାମ ଉପରେ ବିଚାର କରାଯାଇଥିଲା। ହେଲେ ସେତେବେଳେ ସେ ଆମେରିକାରେ ଥିଲେ। ପରେ ତାଙ୍କ ସାନ ପୁଅ ନବୀନ ପଟ୍ଟନାୟକଙ୍କ ନାମ ଉପରେ ଚର୍ଚ୍ଚା ହୋଇଥିଲା।

ରାଜନୈତିକ ପରିବାରର ଥିଲେ ହେଁ ସେତେବେଳେ ନବୀନ କଳା, ସଂସ୍କୃତି ଏବଂ ଲିଖନ ପ୍ରତି ଆକର୍ଷିତ ଥିଲେ। ଜିନ୍ସ ଟିଶର୍ଟ ପିନ୍ଧୁଥିଲେ। ହେଲେ ରାଜନୀତିକୁ ଆସିବା ପରେ ତାଙ୍କର ପରିଧାନ ବଦଳିଥିଲା। ସେ କୁର୍ତ୍ତା ପାଇଜାମା ପିନ୍ଧିଥିଲେ। ବାପାଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ଆସନରୁ ସେ ନିର୍ବାଚନ ଲଢ଼ିଥିଲେ। ବିଜେତା ହୋଇଥିଲେ। ୧୯୯୭ରେ ସେ ଜନତା ଦଳରୁ ଅଲଗା ହୋଇ ବିଜୁ ଜନତା ଦଳ(ବିଜେଡି) ଗଠନ କରିଥିଲେ।

ନବୀନ ପଟ୍ଟନାୟକଙ୍କ ପ୍ରାରମ୍ଭିକ ଶିକ୍ଷା ଡୁନ୍‌ ସ୍କୁଲରୁ ହୋଇଥିଲା। ଇନ୍ଦିରା ଗାନ୍ଧୀଙ୍କ ସାନ ପୁଅ ସଞ୍ଜୟ ଗାନ୍ଧିଙ୍କ ସହ ସେ ପଢ଼ୁଥିଲେ। କଳା ପ୍ରତି ସେ ଏତେ ଆକୃଷ୍ଟ ଥିଲେ ଯେ ଓବରୟ ହୋଟେଲ୍‌ରେ ବୁଟିକ୍‌ ଚଳାଉଥିଲେ। ୨୦୦୦ରେ କଂଗ୍ରେସକୁ ଶାସନ କ୍ଷମତାରୁ ବାହାର କରିବା ପରେ ଲଗାତର ଭାବେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଓଡ଼ିଶାରେ ଏବେ ମୁଖ୍ୟ ନିର୍ବାଚନୀ ଟକ୍କର ବିଜେଡି ଏବଂ ଭାଜପା ମଧ୍ୟରେ ହେବ।

ନବୀନ ପଟ୍ଟନାୟକଙ୍କ ପିଲାଦିନ ଓଡ଼ିଶାଠାରୁ ଦୂରରେ ବିତିଥିଲା। ଡୁନ୍‌ ସ୍କୁଲରେ ପାଠପଢ଼ା ଯୋଗୁ ସେ ଘରଠାରୁ ଓଡ଼ିଆ ଖାଦ୍ୟପେୟ ଏବଂ ସଂସ୍କୃତିଠାରୁ ଦୂରରେ ରହିଥିଲା। ଏହାର ପ୍ରଭାବ ତାଙ୍କ ମାତୃଭାଷା ଉପରେ ପଡ଼ିଥିଲା। ସେ ଆଜି ବି ଠିକ୍‌ଭାବେ ଓଡ଼ିଆରେ କଥା କହିପାରୁ ନ ଥିବାରୁ ସମାଲୋଚିତ ହୁଅନ୍ତି। ସ୍କୁଲରେ ତାଙ୍କୁ ସହପାଠୀ ପପ୍ପୁ ବୋଲି ଡାକୁଥିଲେ। ଯୁବାବସ୍ଥା ତାଙ୍କର ନ୍ୟୁୟର୍କରେ ବିତିଥିଲା। ପାଶ୍ଚ୍ୟାତ୍ୟ ସଂସ୍କୃତିରେ ବଢ଼ିଥିଲେ ହେଁ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାରେ ରହିଥାଏ। ସେ ବେଶ ଭଲ ଇଂରାଜୀ କହିପାରନ୍ତି। ସେ ବିବାହ କରିନାହାନ୍ତି, ଅବିବାହିତ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶ୍ୱଶୁର ଘର ମାଡ଼ରେ ଜ୍ୱାଇଁଙ୍କ ଚାଲିଗଲା ଜୀବନ, ଏହି କାରଣରୁ…

ବଲାଙ୍ଗୀର,୨୧।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ। ତୁଳସୀନଗର ପଡାରେ ଯଦୁମଣି ବଗର୍ତ୍ତୀ ନାମକ ଜଣେ ବ୍ୟକ୍ତିଙ୍କୁ କୋଦାଳରେ ଲାଗିଥିବା ବାଡିରେ ପିଟି ହତ୍ୟା...

NASAରୁ ଅବସର ନେଲେ ସୁନିତା ୱିଲିୟମ୍ସ: ୨୭ ବର୍ଷ ସେବା, ମହାକାଶରେ ୬୦୮ ଦିନ…ଜାଣନ୍ତୁ ତାଙ୍କ ରେକର୍ଡ

ଓ୍ବାଶିଂଟନ୍‌,୨୧।୧: ଭାରତରେ ଜନ୍ମିତ ମହାକାଶଚାରୀ ସୁନିତା ୱିଲିୟମ୍ସ NASAରୁ ଅବସର ନେଇଛନ୍ତି। ସେ NASAରେ ୨୭ ବର୍ଷ କାମ କରିବା ପରେ ଅବସର ନେଇଛନ୍ତି। NASA...

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ

ପୁରୀ,୨୧।୧: ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ସୋଲ, କଦଳୀ ପାଟୁକା ଓ ଜମୱୁରାରେ କରାଯିବ ଏହି ବେଶ। ଆପାଦ ମସ୍ତକ ପଦ୍ମରେ ସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି।...

ପ୍ରାଥମିକ ଶିକ୍ଷା: ଖାଲିପଡ଼ିଛି ୧୬,୯୭୩ ଶିକ୍ଷକ ପଦବୀ

ଭୁବନେଶ୍ୱର,୨୧ା୧ (ସୁଚିସ୍ମିତା ସାହୁ):ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ପୁଣି ଥର୍‌ ଆତଙ୍କ: ଆସିଲା ବୁଲେଟ୍‌କୁ ପିଟିଲା , ଜଣେ ମୃତ…

ଭୁବନେଶ୍ୱର,୨୧।୧: ରାଜଧାନୀରେ ପୁଣି ଥର୍‌ ଆତଙ୍କ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ବୁଲେଟ୍‌କୁ ଧକ୍କା ଦେଇଛି ଥର୍‌। ଘଟଣାସ୍ଥଳରେ ଜଣେ ମୃତ, ୨ ଜଣ ଗୁରୁତର...

ମଣ୍ଡିରୁ ଧାନ ଚୋରି ଅଭିଯୋଗ ପ୍ରସଙ୍ଗ: ୨ ଅଧିକାରୀଙ୍କ କଥାରେ ତାଳମେଳ ନାହିଁ

ଅମରପାଲି,୨୧ା୧(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ମଣ୍ଡିରେ ଚାଷୀ ବିକ୍ରି ପାଇଁ ରଖିଥିବା ଧାନରୁ ଗତ ୧୬ ତାରିଖ ରାତିରେ ୧୮ ପ୍ୟାକେଟ...

୨୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି: ନେତାଜୀ ଜୟନ୍ତୀରେ ଯୋଗଦେବେ

ଭୁବନେଶ୍ୱର,୨୧ା୧(ରବିନାରାୟଣ ଜେନା):ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଜାନୁଆରୀ ୨୩ରେ ଓଡ଼ିଶା ଗସ୍ତରେ ଆସି କଟକରେ ହେବାକୁ ଥିବା ନେତାଜୀ ଜୟନ୍ତୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏସଂକ୍ରାନ୍ତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri