ଡୁନ୍‌ ସ୍କୁଲରେ ପାଠପଢ଼ା, ସଞ୍ଜୟ ଗାନ୍ଧୀ ଥିଲେ ସହପାଠୀ; କଳା-ସଂସ୍କୃତି ପ୍ରିୟ ନବୀନ ଏଭଳି ଗଢ଼ିଥିଲେ ରାଜନୀତିରେ ଭବିଷ୍ୟତ

ଭୁବନେଶ୍ୱର,୧୦।୫: ଓଡ଼ିଶାରେ ଲୋକ ସଭା ସହ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ନବୀନ ପଟ୍ଟନାୟକ ଦୁଇ ଦଶକରୁ ଅଧିକ ସମୟ ଧରି ରହିଛନ୍ତି। ଏବେ ୭୮ ବର୍ଷର ହୋଇଥିବା ନବୀନ ଯଦି ଆଗାମୀ ନିର୍ବାଚନ ଜିତି ଯାଆନ୍ତି ତେବେ ମୁଖ୍ୟମନ୍ତ୍ରୀ ଭାବେ ଏହା ତାଙ୍କର ଅନ୍ତିମ ଇନିଂସ ହୋଇପାରେ। ସେ ତାଙ୍କ ପରେ କୌଣସି ପାରିବାରିକ ଉତ୍ତରାଧିକାରୀ ରଖିନାହାନ୍ତି। ତେବେ ସେ ମୁଖ୍ୟମନ୍ତ୍ରୀ ହେଲେ ପବନ କୁମାର ଚାମଲିଂଙ୍କ ସବୁଠାରୁ ଅଧିକ ବର୍ଷ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡକୁ ଭାଙ୍ଗି ଦେବେ। ବିଗତ ବର୍ଷ ଦେଖିଲେ ରାଜନୀତିରେ ନବୀନଙ୍କ ପ୍ରବେଶ ଏକ ଦୁର୍ଘଟଣା ଭଳି। କାରଣ ସେ ରାଜନୀତିରୁ ଦୂରରେ ରହି ନିଜର କଳା-ସଂସ୍କୃତି ଏବଂ ଲିଖନରେ ନିଜର ପ୍ରତିଭା ଦେଖାଉଥିଲେ।

୧୯୯୭ ଏପ୍ରିଲ ୧୭ରେ ହୃଦଘାତରେ ବିଜୁ ପଟ୍ଟନାୟକଙ୍କ ପରଲୋକ ଘଟିଥିଲା। ତାଙ୍କ ଦେହାନ୍ତ ପରେ ଆସିକା ଲୋକ ସଭା ଆସନ ଖାଲି ପଡ଼ିଥିଲା। ଏହି ଆସନରେ ଉପନିର୍ବାଚନ ହେବାର ଥିଲା। ଯେଉଁଥିପାଇଁ ଜନତା ଦଳ ପ୍ରଥମେ ପଟ୍ଟନାୟକଙ୍କ ବ୍ୟବସାୟର ଏବଂ ବଡ଼ ପୁଅ ପ୍ରେମ ପଟ୍ଟନାୟକଙ୍କୁ ନିର୍ବାଚନ ଲଢ଼ିବାକୁ କହିଥିଲେ। ହେଲେ ସେ ବ୍ୟକ୍ତିଗତ କାରଣକୁ ନେଇ ମନା କରିଦେଇଥିଲେ। ଏହାପରେ ବିଜୁଙ୍କ ଝିଅ ଗୀତା ମେହେଟ୍ଟାଙ୍କ ନାମ ଉପରେ ବିଚାର କରାଯାଇଥିଲା। ହେଲେ ସେତେବେଳେ ସେ ଆମେରିକାରେ ଥିଲେ। ପରେ ତାଙ୍କ ସାନ ପୁଅ ନବୀନ ପଟ୍ଟନାୟକଙ୍କ ନାମ ଉପରେ ଚର୍ଚ୍ଚା ହୋଇଥିଲା।

ରାଜନୈତିକ ପରିବାରର ଥିଲେ ହେଁ ସେତେବେଳେ ନବୀନ କଳା, ସଂସ୍କୃତି ଏବଂ ଲିଖନ ପ୍ରତି ଆକର୍ଷିତ ଥିଲେ। ଜିନ୍ସ ଟିଶର୍ଟ ପିନ୍ଧୁଥିଲେ। ହେଲେ ରାଜନୀତିକୁ ଆସିବା ପରେ ତାଙ୍କର ପରିଧାନ ବଦଳିଥିଲା। ସେ କୁର୍ତ୍ତା ପାଇଜାମା ପିନ୍ଧିଥିଲେ। ବାପାଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ଆସନରୁ ସେ ନିର୍ବାଚନ ଲଢ଼ିଥିଲେ। ବିଜେତା ହୋଇଥିଲେ। ୧୯୯୭ରେ ସେ ଜନତା ଦଳରୁ ଅଲଗା ହୋଇ ବିଜୁ ଜନତା ଦଳ(ବିଜେଡି) ଗଠନ କରିଥିଲେ।

ନବୀନ ପଟ୍ଟନାୟକଙ୍କ ପ୍ରାରମ୍ଭିକ ଶିକ୍ଷା ଡୁନ୍‌ ସ୍କୁଲରୁ ହୋଇଥିଲା। ଇନ୍ଦିରା ଗାନ୍ଧୀଙ୍କ ସାନ ପୁଅ ସଞ୍ଜୟ ଗାନ୍ଧିଙ୍କ ସହ ସେ ପଢ଼ୁଥିଲେ। କଳା ପ୍ରତି ସେ ଏତେ ଆକୃଷ୍ଟ ଥିଲେ ଯେ ଓବରୟ ହୋଟେଲ୍‌ରେ ବୁଟିକ୍‌ ଚଳାଉଥିଲେ। ୨୦୦୦ରେ କଂଗ୍ରେସକୁ ଶାସନ କ୍ଷମତାରୁ ବାହାର କରିବା ପରେ ଲଗାତର ଭାବେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଓଡ଼ିଶାରେ ଏବେ ମୁଖ୍ୟ ନିର୍ବାଚନୀ ଟକ୍କର ବିଜେଡି ଏବଂ ଭାଜପା ମଧ୍ୟରେ ହେବ।

ନବୀନ ପଟ୍ଟନାୟକଙ୍କ ପିଲାଦିନ ଓଡ଼ିଶାଠାରୁ ଦୂରରେ ବିତିଥିଲା। ଡୁନ୍‌ ସ୍କୁଲରେ ପାଠପଢ଼ା ଯୋଗୁ ସେ ଘରଠାରୁ ଓଡ଼ିଆ ଖାଦ୍ୟପେୟ ଏବଂ ସଂସ୍କୃତିଠାରୁ ଦୂରରେ ରହିଥିଲା। ଏହାର ପ୍ରଭାବ ତାଙ୍କ ମାତୃଭାଷା ଉପରେ ପଡ଼ିଥିଲା। ସେ ଆଜି ବି ଠିକ୍‌ଭାବେ ଓଡ଼ିଆରେ କଥା କହିପାରୁ ନ ଥିବାରୁ ସମାଲୋଚିତ ହୁଅନ୍ତି। ସ୍କୁଲରେ ତାଙ୍କୁ ସହପାଠୀ ପପ୍ପୁ ବୋଲି ଡାକୁଥିଲେ। ଯୁବାବସ୍ଥା ତାଙ୍କର ନ୍ୟୁୟର୍କରେ ବିତିଥିଲା। ପାଶ୍ଚ୍ୟାତ୍ୟ ସଂସ୍କୃତିରେ ବଢ଼ିଥିଲେ ହେଁ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାରେ ରହିଥାଏ। ସେ ବେଶ ଭଲ ଇଂରାଜୀ କହିପାରନ୍ତି। ସେ ବିବାହ କରିନାହାନ୍ତି, ଅବିବାହିତ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri