ଋଷିଆରେ ନିର୍ବାଚନ: କେରଳରେ ହେଉଛି ଭୋଟିଂ! ଜାଣନ୍ତୁ କାହିଁକି

ଥିରୁଭାନନ୍ତପୁରମ୍‌,୧୫।୩: କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଏବର୍ଷ ନିର୍ବାଚନୀ ବର୍ଷ। ଭାରତରେ ଆଉ ମାସକ ପରେ ନିର୍ବାଚନ ହେବାକୁ ଥିବାବେଳେ ଦେଶର ବନ୍ଧୁରାଷ୍ଟ୍ର ଋଷିଆରେ ନିର୍ବାଚନ ଆରମ୍ଭ ହୋଇଛି। ଋଷିଆ ଜନସାଧାରଣ ବୁଥ୍‌କୁ ଯାଇ ଭୋଟିଂ କରୁଛନ୍ତି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଋଷିଆରେ ନିର୍ବାଚନ ପାଇଁ କେରଳରେ ଭୋଟିଂ ହେଉଛି। ଜାଣି ଆଶ୍ଚର୍ଯ୍ୟ ହେଲେ ବି ଏହା ସତ।

କେରଳର ଥିରୁଭାନନ୍ତପୁରମରେ ଏନେଇ ମତଦାନ ହେଉଛି। ବହୁ ମତଦାତା ଏଥିରେ ଭାଗ ନେଇ ଭୋଟିଂ କରୁଛନ୍ତି। ତେବେ କହିରଖୁଛୁ କି, ଭାରତରେ ରହୁଥିବା ଋଷୀୟ ନାଗରିକ ଓ ପର୍ଯ୍ୟଟକଙ୍କ ପାଇଁ ଋଷିଆ ଏହି ବନ୍ଦୋବସ୍ତ କରିଛି। ଋଷିଆର ବାଣିଜ୍ୟ ଦୂତବାସ ଏହାକୁ ପରିଚାଳନା କରୁଛି। ଥିରୁଭାନନ୍ତପୁରମରେ ଥିବା ଋଷିଆନ ସଦନରେ ଏହି ଭୋଟିଂ ପାଇଁ ବୁଥ୍‌ ପ୍ରତିଷ୍ଠା ହୋଇଛି। ଏହା ତୃତୀୟ ଥର ପାଇଁ ହେଉଛି ଯେଉଁଥିରେ ଦେଶରେ ଋଷିଆ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ଋଷିଆର ୧୧ଟି କ୍ଷେତ୍ର ପାଇଁ ତିନି ପର୍ଯ୍ୟାୟ ଧରି ଥିରୁଭାନନ୍ତପୁରମରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଭୋଟିଂରେ ଋଷିଆ ଅକ୍ତିଆର କରିଥିବା ୟୁକ୍ରେନର କେତେକ କ୍ଷେତ୍ର ମଧ୍ୟ ସାମିଲ ରହିଛି।

ସୂଚନାଯୋଗ୍ୟ, ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ କାର୍ଯ୍ୟକାଳ ୬ବର୍ଷ ଆହୁରି ବଢିବାର ଆଶଙ୍କା ରହିଛି। କାରଣ ପୁଟିନ ର୍ନିବିରୋଧ ନିର୍ବାଚନ ଲଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ଭାରତୀୟ ମସଲାକୁ ଆମେରିକାର ସନ୍ଦେହ

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ...

ବିଶ୍ୱର ୧୫ ଉତ୍ତପ୍ତ ସହର ମଧ୍ୟରେ ଅନୁଗୋଳ, ଭୁବନେଶ୍ୱର

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri