Posted inଜାତୀୟ

ଜମ୍ମୁ କଶ୍ମୀରରେ ନିର୍ବାଚନ: ଜାତୀୟ ରାଜନୀତିରେ ହଲଚଲ, ଏହି ଦଳରୁ ନିର୍ବାଚନ ଲଢ଼ିବେ ଗୁଲାମ ନବୀ ଆଜାଦ!

ଶ୍ରୀନଗର,୧୬।୮: ଜମ୍ମୁରେ ବଢୁଥିବା ଆତଙ୍କବାଦୀ ଘଟଣାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ନିର୍ବାଚନ କରିବା କଷ୍ଟକର ହେବ ବୋଲି କଳ୍ପନାଜଳ୍ପନା କରାଯାଉଥିଲା। କିନ୍ତୁ ଏସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି। ଧାରା ୩୭୦ ହଟାଇବା ପରେ ଏତେ ବର୍ଷ ପରେ ଆଜି ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି । ୧୦ବର୍ଷ ପରେ ଏଠାରେ ନିର୍ବାଚନ ହେବାକୁ ଯାଉଛି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଶୁକ୍ରବାର ପ୍ରେସ୍ କନଫରେନ୍ସ କରି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି।

ଜମ୍ମୁ କଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଜମ୍ମୁ କଶ୍ମୀରରେ ତିନିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୨୫ରେ ଅନୁଷ୍ଠିତ ହେବ। ତୃତୀୟ ପର୍ଯ୍ୟାୟ ଭୋଟ ଅକ୍ଟୋବର ୧ରେ ଅନୁଷ୍ଠିତ ହେବ ଏବଂ ଭୋଟ ଗଣନା ଅକ୍ଟୋବର ୪ରେ କରାଯିବ। ଏଠାରେ ସମସ୍ତ ପ୍ରାର୍ଥୀଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ। ଏହା ସହିତ ସମସ୍ତ ମତଦାନ କେନ୍ଦ୍ରଗୁଡ଼ିକ ମଧ୍ୟ ସିସିଟିଭି କ୍ୟାମେରା ଦ୍ୱାରା ତଦାରଖ କରାଯିବ।

୩୭୦ ହଟିବା ପରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମିଳିଛି। ଏହା ପୂର୍ବରୁ ରାଜ୍ୟର ଆସନ ସଂଖ୍ୟା ସ୍ଥିର ହୋଇଛି। ୮୬ ଲକ୍ଷ ଭୋଟର ମୋଟ ୯୦ଟି ଆସନ ପାଇଁ ଭୋଟ ଦେବାକୁ ଯାଉଛନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ରାଜ୍ୟ ରାଜନୀତିରେ ହସ୍ତକ୍ଷେପ କରୁଥିବା ତୁଙ୍ଗନେତାମାନେ କ’ଣ କରିବେ ତାକୁ ନେଇ ପ୍ରଶ୍ନ ଉଠୁଛି।

ବିଚ୍ଛିନ୍ନତାବାଦୀଙ୍କ ସହ ଜଡିତ ଅନେକ ନେତା ଦୋଷୀ ସାବ୍ୟସ୍ତ ହେବା ପରେ ନିର୍ବାଚନ ଲଢେଇରୁ ଦୂରେଇ ରହିଥିବାବେଳେ ଅନେକ ନେତା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। କିଛିଜଣ ନିର୍ବାଚନରେ ପାଦ ଦେବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ଘୋଷଣା କରିଛନ୍ତି। ସମ୍ପ୍ରତି ଲୋକ ସଭା ନିର୍ବାଚନରେ ବାରାମୁଲ୍ଲା ଆସନରୁ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ହରାଇଥିଲେ। ପୂର୍ବତନ ସିଏମ ମେହବୁବା ମୁଫତି ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ଘୋଷଣା କରିଛନ୍ତି। ମେହବୁବା କହିଥିଲେ ଯେ ଯେପର୍ଯ୍ୟନ୍ତ କଶ୍ମୀରରେ ଧାରା ୩୭୦ ଏବଂ ପୂର୍ଣ୍ଣ ରାଜ୍ୟର ମାନ୍ୟତା ନ ଆସିବ ସେ ପର୍ଯ୍ୟନ୍ତ ସେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ।

ଗୋଟିଏ ପଟେ ଏହି ଦୁଇ ବଡ ନେତା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ଘୋଷଣା କରିଥିବାବେଳେ ଅନ୍ୟ ପଟେ ଅନେକ ନେତା ଅଛନ୍ତି ଯେଉଁମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। ଏମାନଙ୍କ ମଧ୍ୟରେ ବଡ ନାମ ହେଉଛି ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକଙ୍କ ନାମ। ୨୦୨୨ରେ, ୟାସିନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ଜମ୍ମୁ-କଶ୍ମୀର ନିର୍ବାଚନରେ ବିଚ୍ଛିନ୍ନତାବାଦୀ ନେତା ଶବବୀର ଶାହାଙ୍କ ଦଳ ଜମ୍ମୁ-କଶ୍ମୀର ଫ୍ରିଡମ ପାର୍ଟି ଏବଂ ନାଏମ ଖାନଙ୍କ ଦଳ ଜମ୍ମୁ-କଶ୍ମୀର ନ୍ୟାସନାଲ ଫ୍ରଣ୍ଟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ। ୨୦୨୩ରେ ଉଭୟ ଦଳ କେନ୍ଦ୍ର ସରକାରଙ୍କ ଦ୍ୱାରା ବ୍ୟାନ ହୋଇଛନ୍ତି। ଗୃହ ମନ୍ତ୍ରଣାଳୟ ଦ୍ୱାରା ଏହି ପ୍ରତିବନ୍ଧକ ଘୋଷଣା କରାଯାଇଛି। ଏହି ଦଳଗୁଡିକ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ୧୯୯୮ରେ ଶବବୀର ଶାହା ତାଙ୍କ ଦଳ ଗଠନ କରିଥିଲେ। ଧାରା ୩୭୦ ହଟାଯିବା ପରଠାରୁ ଶବବୀର ଜେଲରେ ଅଛନ୍ତି। ତାଙ୍କ ବିରୋଧରେ UAPA ଅଧୀନରେ ଏକ ମାମଲା ରୁଜୁ ହୋଇଛି।
ସେହିପରି ନାଏମ ଖାନ ମଧ୍ୟ ବର୍ତ୍ତମାନ ଜେଲରେ ଅଛନ୍ତି। ନିକଟରେ ଲୋକ ସଭା ନିର୍ବାଚନରେ ନାଏମଙ୍କ ଭାଇ ମୁନିର ବାରାମୁଲ୍ଲା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ମାତ୍ର ତାଙ୍କୁ ମାତ୍ର ଦୁଇ ହଜାର ଭୋଟ ମିଳିଥିଲା। ନାଜିର ଅହମ୍ମଦ ଖାନ ବାରାମୁଲାର ଗୁରେଜରୁ ତିନିଥର ବିଧାୟକ ହୋଇଛନ୍ତି। ବର୍ତ୍ତମାନ ସେ ଏହି ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। କମିଶନର ଏହି ଆସନଗୁଡ଼ିକୁ ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ବୋଲି ଘୋଷଣା କରିଛନ୍ତି। ଏଠାରେ ଥିବା ନେତାମାନେ ବର୍ତ୍ତମାନ ନିଜ ପାଇଁ ଏକ ସୁରକ୍ଷିତ ଆସନ ଖୋଜିବା ଆରମ୍ଭ କରିଛନ୍ତି। କୌତୁହଳର ବିଷୟ, ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ଅଧିକାଂଶ ସିଟ ୨୦୧୪ରେ ଜାତୀୟ ସମ୍ମିଳନୀ ଏବଂ ପିଡିପି ଜିତିଥିଲା।

କହିରଖୁଛୁ କି, ଉମର ଅବଦୁଲ୍ଲା ନିଜେ ଘୋଷଣା କରିଛନ୍ତି ଯେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ, କିନ୍ତୁ ଜାତୀୟ ସମ୍ମିଳନୀର ଚେହେରା ହୋଇ ସେ ପ୍ରଚାର କରିପାରିବେ। ଉମରଙ୍କ ପାର୍ଟି ଉପତ୍ୟକାର ୩୭-୪୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ। କଂଗ୍ରେସ ସହିତ ଦଳର ଏକ ମେଣ୍ଟ ରହିଛି।

ମେହବୁବା ମୁଫତି ଜମ୍ମୁ-କଶ୍ମୀରରେ ଧାରା ୩୭୦ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ଶପଥ ନେଇଛନ୍ତି। ତେବେ ସେ ଅତୀତରେ ମଧ୍ୟ ଅନେକ ପ୍ରତିଜ୍ଞା ଭାଙ୍ଗିଛନ୍ତି। ଏଭଳି ପରିସ୍ଥିତିରେ ଏଥର ଅନୁମାନ କରାଯାଉଛି ଯେ ମେହବୁବା ଏହି ଶପଥ ଭାଙ୍ଗି ନିର୍ବାଚନ ମଇଦାନକୁ ଓହ୍ଲାଇବେ।

ଗୁଲାମ ନବୀ ଆଜାଦ ପୂର୍ବରୁ ସେ କଂଗ୍ରେସରେ ଥିଲେ ଏବଂ ବର୍ତ୍ତମାନ ସେ ନିଜର ଦଳ ଗଠନ କରିଛନ୍ତି। ତେବେ ସେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ନ ଥିଲେ। ବିଧାନସଭାରେ କ’ଣ କରିବେ ସେନେଇ ସନ୍ଦେହ ଘେରରେ ରହିଛନ୍ତି।

ଶବବୀର ଶାହା ବର୍ତ୍ତମାନ ଜେଲରେ, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା କମ। କିନ୍ତୁ ଲୋକ ସଭାରେ ପ୍ରତିଦ୍ୱନ୍ଦ୍ୱିତା କରିନାହାନ୍ତି। ତେବେ ବିଧାନସଭା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଘୋଷଣା କରି ନାହାନ୍ତି।

ଫାରୁକ ଅବଦୁଲ୍ଲା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ, ଏଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ଫାରୁକ କହିଛନ୍ତି, ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି ଏବଂ ଯଦି ଜିତେ ତେବେ ମୁଁ ମୁଖ୍ୟମନ୍ତ୍ରୀ ହେବି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

ନନ୍ଦୀଗ୍ରାମ ଉପନିର୍ବାଚନରେ ହାଇଡ୍ରାମା: ମମତାଙ୍କ ସମର୍ଥନ ମିଳିବାର କିଛି ଘଣ୍ଟା ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଗିରଫ

କୋଲକାତା,୧୮।୯: ପଶ୍ଚିମବଙ୍ଗର ଚର୍ଚ୍ଚିତ ନନ୍ଦୀଗ୍ରାମ ବିଧାନସଭା ଆସନର ଉପନିର୍ବାଚନ ପୂର୍ବରୁ ରାଜନୈତିକ ପାରଦ ବୃଦ୍ଧି ପାଇବାରେ ଲାଗିଛି। ତୃଣମୂଳ କଂଗ୍ରେସ (TMC) ପ୍ରାର୍ଥୀ ନାମପତ୍ର ପ୍ରତ୍ୟାହାର କରିବା,…

୩୩ ଫିଲ୍ମକୁ ପଛରେ ପକାଇ ଓସ୍କାର ଗଲା ‘ଗୋନ୍ଧଳ’; ମିଳିଲା ଅଫିସିଆଲ୍ ଟିକେଟ୍!

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର ୨୦୨୭) ପାଇଁ ଭାରତରୁ ଅଫିସିଆଲ ଏଣ୍ଟ୍ରି କରିଛି ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏବଂ ଇମ୍ପାର…

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?