ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ୫ ଲୋକ ସଭା, ୩୫ ବିଧାନସଭା ଆସନ ଲାଗି ମତଦାନ ଜାରି; ଜାଣନ୍ତୁ LIVE UPDATES

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହେଉଛି। ସକାଳ ୭ଟାରୁ ଏହି ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୫ ଲୋକ ସଭା ଓ ୩୫ ବିଧାନସଭା ଆସନ ଲାଗି ୭୭ ଲକ୍ଷ ଭୋଟର ୨୭୯ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି। ବିଧାନସଭାରେ ୨୪୪ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ୩୫ ଲୋକ ସଭା ପ୍ରାର୍ଥୀ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଭାଜପା ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ନବ ଦାସ, ସୁରେଶ ପୂଜାରୀ, ଜୁଏଲ ଓରାମ, ଜର୍ଜ ତିର୍କୀ, କିଶୋର ମହାନ୍ତିଙ୍କ ପର୍ଯ୍ୟନ୍ତ ଅନେକ ହେଭିଓ୍ବେଟ ନେତାଙ୍କ ଭାଗ୍ୟ ଲେଖୁଛନ୍ତି ଭୋଟର। ଏହାଛଡ଼ା ପ୍ରଥମ ପର୍ଯ୍ୟାୟରେ ବାତିଲ କରାଯାଇଥିବା ଦୁଇଟି ବୁଥ୍‌ରେ ମଧ୍ୟ ସାନି ମତଦାନ କରାଯାଉଛି। ସେଥିରେ ରହିଛି ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏମ୍‌ପିଭି-୬୫ ଓ ବ୍ରହ୍ମପୁର ସିଟି ହାଇସ୍କୁଲ-୨।

-ବିଭିନ୍ନ ସ୍ଥାନରେ ଇଭିଏମ୍‌ ଅଚଳ ଯୋଗୁ ଭୋଟଦାନରେ ବିଳମ୍ବ। ବଲାଙ୍ଗୀର ଲୋଇସିଂହାର ୨ଟି ବୁଥ୍‌ରେ ଇଭିଏମ୍‌ ଅଚଳ। କୁରୁଲ ଗାଁର ୨୭୮ନଂ ଓ ୧୫୫ନଂ ବୁଥରେ ଇଭିଏମ୍‌ ଅଚଳ ନେଇ ସୂଚନା।
ଆଗଲପୁର ଗାଁର ୫୧ନଂ ବୁଥ୍‌ରେ ମଧ୍ୟ ଇଭିଏମ୍‌ ଅଚଳ। ଏଥିସହ ୬୫,୧୫୦ନଂ ବୁଥରେ କାମ କରୁନି ଇଭିଏମ୍‌।
-ତୁରେକେଲା ମଡେଲ୍‌ ବୁଥ୍‌ ନଂ-୯ରେ ମତଦାନରେ ବିଳମ୍ବ। ଇଭିଏମ୍‌ କାମ କରୁ ନ ଥିବା ଯୋଗୁ ଭୋଟରଙ୍କ ମନରେ ଅଶାନ୍ତି। ୧୦୨ନଂ ବୁଥରେ ମତଦାନ ପ୍ରକ୍ରିୟା ଡେରିରେ ଆରମ୍ଭ।
– ବାଲିଗୁଡ଼ା ଡି.ଉଦୟଗିରି ୧୭୯ନଂ ବୁଥରେ ବିଳମ୍ବରେ ମତଦାନ। ବାଲିଗୁଡ଼ାର ୫୪,୧୦୮,୧୦୯ ନଂ ବୁଥ୍‌, ରାଇକିଆ ବ୍ଲକର ୧୦୫,୧୦୬ ଓ ୧୦୮ ବୁଥ୍‌ରେ ଇଭିଏମ୍‌ ଅଚଳ।
– ସୁନ୍ଦରଗଡ଼ ଲୋକ ସଭା ଅଧୀନ ୭୦ଟି ବୁଥ୍‌ରେ ମତଦାନରେ ବିଳମ୍ବ। କେନ୍ଦୁଡିହି ବୁଥ୍‌ରେ ବିଳମ୍ବରେ ଭୋଟଦାନ। ଜୁଏଲ ମଧ୍ୟ ଡେରିରେ ଭୋଟଦେଲେ।
-ସୁନ୍ଦରଗଡ଼ର ୭ନଂ ଓ ରାଜଗାଙ୍ଗପୁରର ୪ନଂ ବୁଥ୍‌ରେ ମଧ୍ୟ ବିଳମ୍ବରେ ଭୋଟଦାନ। ତଳସରାର ଅନେକ ବୁଥ୍‌ରେ ଇଭିଏମ୍‌ ଅଚଳ ନେଇ ସୂଚନା। ୧୭୧ନଂ,୨୦୬ ନଂବୁଥ୍‌ରେ ଇଭିଏମ୍‌ ଅଚଳ ନେଇ ସୂଚନା।
– ସୁନ୍ଦରଗଡ଼ ବଣାଇର ୬ ବୁଥରେ ମତଦାନ ବିଳମ୍ବ, ୧୨୯ଟି ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି।
-ଫୁଲବାଣୀରେ ୬୯ନଂ ବୁଥ ଆଗରେ ଡକାଙ୍ଗି ଗ୍ରାମବାସୀଙ୍କ ଧାରଣା ପୋଲ ଓ ରାସ୍ତା ନିର୍ମାଣ ଦାବି ପୂରଣ ନ ହୋଇଥିବାରୁ ଧାରଣାରେ ବସିଲେ।
-ଲୋଇସିଂହାରେ ୨ ବୁଥ୍‌ରେ ଭୋଟ ବର୍ଜନ। ମତଦାନ କେନ୍ଦ୍ର ଦୂର ହୋଇଥିବାରୁ ଭୋଟ ବର୍ଜନ କରିଥିବା ସୂଚନା।
-ସୋନପୁରର ୨ ବୁଥ୍‌ରେ ୨ ଘଣ୍ଟା ବିଳମ୍ବରେ ମତଦାନ। ସାଗରପାଲିର ୨୦୪,୨୦୫ନଂ ବୁଥ୍‌ରେ ବିଳମ୍ବରେ ମତଦାନ।
-ବରଗଡ଼ରେ ଇଭିଏମ୍‌ ଅଚଳ। ଅତାବିରା କତରପାଲି ୧୭ନଂ ବୁଥରେ ଇଭିଏମ୍‌ ଅଚଳ ନେଇ ସୂଚନା।
-ଟିଟଲାଗଡ଼ ବିଧାନସଭା ଅଧୀନ ସଇଁତଳା ବ୍ଲକ କୁଡ଼ାସିଂହା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମତଦାନ କେନ୍ଦ୍ରରେ ଲୋକ ସଭା କଣ୍ଟ୍ରୋଲିଂ ୟୁନିଟ୍‌ ଅଚଳ ଥିବା ଫଳରେ ମତଦାନ ଦେଢ଼ ଘଣ୍ଟା ବିଳମ୍ବରେ ଆରମ୍ଭ।
-ନୟାଗଡ଼ ଦଶପଲ୍ଲା ନିର୍ବାଚନମଣ୍ଡଳୀର ନୂଆଗାଁ ବ୍ଲକ ନଟି ଗ୍ରାମବାସୀମାନେ କଲେ ଭୋଟ ବର୍ଜନ। ଗ୍ରାମରେ ରାସ୍ତା ଓ ପାଣି ସମସ୍ୟା ଥିବାରୁ ଭୋଟ ବର୍ଜନ କଲେ ୫୮୮ ଭୋଟର।
-ଦିନ ୧୧ଟା ସୁଦ୍ଧା ୧୮% ମତଦାନ ନେଇ ସିଇଓଙ୍କ ସୂଚନା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?