ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ୫ ଲୋକ ସଭା, ୩୫ ବିଧାନସଭା ଆସନ ଲାଗି ମତଦାନ ଜାରି; ଜାଣନ୍ତୁ LIVE UPDATES

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହେଉଛି। ସକାଳ ୭ଟାରୁ ଏହି ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୫ ଲୋକ ସଭା ଓ ୩୫ ବିଧାନସଭା ଆସନ ଲାଗି ୭୭ ଲକ୍ଷ ଭୋଟର ୨୭୯ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି। ବିଧାନସଭାରେ ୨୪୪ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ୩୫ ଲୋକ ସଭା ପ୍ରାର୍ଥୀ ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଭାଜପା ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ନବ ଦାସ, ସୁରେଶ ପୂଜାରୀ, ଜୁଏଲ ଓରାମ, ଜର୍ଜ ତିର୍କୀ, କିଶୋର ମହାନ୍ତିଙ୍କ ପର୍ଯ୍ୟନ୍ତ ଅନେକ ହେଭିଓ୍ବେଟ ନେତାଙ୍କ ଭାଗ୍ୟ ଲେଖୁଛନ୍ତି ଭୋଟର। ଏହାଛଡ଼ା ପ୍ରଥମ ପର୍ଯ୍ୟାୟରେ ବାତିଲ କରାଯାଇଥିବା ଦୁଇଟି ବୁଥ୍‌ରେ ମଧ୍ୟ ସାନି ମତଦାନ କରାଯାଉଛି। ସେଥିରେ ରହିଛି ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏମ୍‌ପିଭି-୬୫ ଓ ବ୍ରହ୍ମପୁର ସିଟି ହାଇସ୍କୁଲ-୨।

-ବିଭିନ୍ନ ସ୍ଥାନରେ ଇଭିଏମ୍‌ ଅଚଳ ଯୋଗୁ ଭୋଟଦାନରେ ବିଳମ୍ବ। ବଲାଙ୍ଗୀର ଲୋଇସିଂହାର ୨ଟି ବୁଥ୍‌ରେ ଇଭିଏମ୍‌ ଅଚଳ। କୁରୁଲ ଗାଁର ୨୭୮ନଂ ଓ ୧୫୫ନଂ ବୁଥରେ ଇଭିଏମ୍‌ ଅଚଳ ନେଇ ସୂଚନା।
ଆଗଲପୁର ଗାଁର ୫୧ନଂ ବୁଥ୍‌ରେ ମଧ୍ୟ ଇଭିଏମ୍‌ ଅଚଳ। ଏଥିସହ ୬୫,୧୫୦ନଂ ବୁଥରେ କାମ କରୁନି ଇଭିଏମ୍‌।
-ତୁରେକେଲା ମଡେଲ୍‌ ବୁଥ୍‌ ନଂ-୯ରେ ମତଦାନରେ ବିଳମ୍ବ। ଇଭିଏମ୍‌ କାମ କରୁ ନ ଥିବା ଯୋଗୁ ଭୋଟରଙ୍କ ମନରେ ଅଶାନ୍ତି। ୧୦୨ନଂ ବୁଥରେ ମତଦାନ ପ୍ରକ୍ରିୟା ଡେରିରେ ଆରମ୍ଭ।
– ବାଲିଗୁଡ଼ା ଡି.ଉଦୟଗିରି ୧୭୯ନଂ ବୁଥରେ ବିଳମ୍ବରେ ମତଦାନ। ବାଲିଗୁଡ଼ାର ୫୪,୧୦୮,୧୦୯ ନଂ ବୁଥ୍‌, ରାଇକିଆ ବ୍ଲକର ୧୦୫,୧୦୬ ଓ ୧୦୮ ବୁଥ୍‌ରେ ଇଭିଏମ୍‌ ଅଚଳ।
– ସୁନ୍ଦରଗଡ଼ ଲୋକ ସଭା ଅଧୀନ ୭୦ଟି ବୁଥ୍‌ରେ ମତଦାନରେ ବିଳମ୍ବ। କେନ୍ଦୁଡିହି ବୁଥ୍‌ରେ ବିଳମ୍ବରେ ଭୋଟଦାନ। ଜୁଏଲ ମଧ୍ୟ ଡେରିରେ ଭୋଟଦେଲେ।
-ସୁନ୍ଦରଗଡ଼ର ୭ନଂ ଓ ରାଜଗାଙ୍ଗପୁରର ୪ନଂ ବୁଥ୍‌ରେ ମଧ୍ୟ ବିଳମ୍ବରେ ଭୋଟଦାନ। ତଳସରାର ଅନେକ ବୁଥ୍‌ରେ ଇଭିଏମ୍‌ ଅଚଳ ନେଇ ସୂଚନା। ୧୭୧ନଂ,୨୦୬ ନଂବୁଥ୍‌ରେ ଇଭିଏମ୍‌ ଅଚଳ ନେଇ ସୂଚନା।
– ସୁନ୍ଦରଗଡ଼ ବଣାଇର ୬ ବୁଥରେ ମତଦାନ ବିଳମ୍ବ, ୧୨୯ଟି ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି।
-ଫୁଲବାଣୀରେ ୬୯ନଂ ବୁଥ ଆଗରେ ଡକାଙ୍ଗି ଗ୍ରାମବାସୀଙ୍କ ଧାରଣା ପୋଲ ଓ ରାସ୍ତା ନିର୍ମାଣ ଦାବି ପୂରଣ ନ ହୋଇଥିବାରୁ ଧାରଣାରେ ବସିଲେ।
-ଲୋଇସିଂହାରେ ୨ ବୁଥ୍‌ରେ ଭୋଟ ବର୍ଜନ। ମତଦାନ କେନ୍ଦ୍ର ଦୂର ହୋଇଥିବାରୁ ଭୋଟ ବର୍ଜନ କରିଥିବା ସୂଚନା।
-ସୋନପୁରର ୨ ବୁଥ୍‌ରେ ୨ ଘଣ୍ଟା ବିଳମ୍ବରେ ମତଦାନ। ସାଗରପାଲିର ୨୦୪,୨୦୫ନଂ ବୁଥ୍‌ରେ ବିଳମ୍ବରେ ମତଦାନ।
-ବରଗଡ଼ରେ ଇଭିଏମ୍‌ ଅଚଳ। ଅତାବିରା କତରପାଲି ୧୭ନଂ ବୁଥରେ ଇଭିଏମ୍‌ ଅଚଳ ନେଇ ସୂଚନା।
-ଟିଟଲାଗଡ଼ ବିଧାନସଭା ଅଧୀନ ସଇଁତଳା ବ୍ଲକ କୁଡ଼ାସିଂହା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମତଦାନ କେନ୍ଦ୍ରରେ ଲୋକ ସଭା କଣ୍ଟ୍ରୋଲିଂ ୟୁନିଟ୍‌ ଅଚଳ ଥିବା ଫଳରେ ମତଦାନ ଦେଢ଼ ଘଣ୍ଟା ବିଳମ୍ବରେ ଆରମ୍ଭ।
-ନୟାଗଡ଼ ଦଶପଲ୍ଲା ନିର୍ବାଚନମଣ୍ଡଳୀର ନୂଆଗାଁ ବ୍ଲକ ନଟି ଗ୍ରାମବାସୀମାନେ କଲେ ଭୋଟ ବର୍ଜନ। ଗ୍ରାମରେ ରାସ୍ତା ଓ ପାଣି ସମସ୍ୟା ଥିବାରୁ ଭୋଟ ବର୍ଜନ କଲେ ୫୮୮ ଭୋଟର।
-ଦିନ ୧୧ଟା ସୁଦ୍ଧା ୧୮% ମତଦାନ ନେଇ ସିଇଓଙ୍କ ସୂଚନା।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ ସହନିର୍ଦ୍ଦେଶକ,ଜଣାପଡ଼ିବା ପରେ ଘଟିଲା…

ଭୁବନେଶ୍ୱର,୧୬।୯ (ପ୍ରସନଜିତ ସାହୁ):ଧାରାବାହିକ ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଫଟୋ ଭାଇରାଲ ଘଟଣା ସାମ୍ନାକୁ ଆସିଛି। ଏନେଇ ସମ୍ପୃକ୍ତ ଅଭିନେତ୍ରୀ ଥାନାରେ ଅଭିଯୋଗ କରିବା ପରେ…

୬ଥର ପାଇଁ ଦାରା ସିଂଙ୍କ ମୁକ୍ତି ଆବେଦନ ଖାରଜ

ଭୁବନେଶ୍ୱର,୧୬ା୯(ସୁନିତ୍‌ ମିଶ୍ର): ଗ୍ରାହାମ୍‌ ଷ୍ଟେନ୍ସ ଏବଂ ତାଙ୍କ ୨ପୁଅ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କୁ ଜେଲରୁ ମୁକ୍ତି ଦେବାକୁ କରାଯାଇଥିବା କ୍ଷମା ପ୍ରାର୍ଥନା ଉପରେ…

ଡିଜିପି ଚୟନ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର, ୧୬।୯(ସୁନିତ୍‌ ମିଶ୍ର): ଓଡ଼ିଶାର ଡିଜିପି ଚୟନ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଏବଂ ଭି.ମୋହନଙ୍କ…

ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଝଡ଼ବର୍ଷା!ଏହି ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ): ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଖରାଦିନ ଭଳି ସକାଳୁ ଟାଇଁ ଟାଇଁ ଖରା ସାଧାରଣ…

ବିତ୍ତୀୟ ନିଅଣ୍ଟ ୨୩,୬୫୦ କୋଟିରୁ ଊର୍ଦ୍ଧ୍ୱ

ଭୁବନେଶ୍ୱର,୧୬।୯ (ରବିନାରାୟଣ ଜେନା): ରାଜ୍ୟର ଆର୍ଥିକ ପରିସ୍ଥିତିରେ ସୁଧାର ଆସୁନାହିଁ। କେନ୍ଦ୍ରୀୟ ଅନୁଦାନ ହାର ବର୍ଷକୁ ବର୍ଷ କମୁଥିବାବେଳେ ରାଜ୍ୟର ନିଜସ୍ବ ଉତ୍ସରୁ କମ୍‌ ପରିମାଣ ରାଜସ୍ବ…

ଆସାମ, ମିଜୋରାମ, ମହାରାଷ୍ଟ୍ର ଯିବ ଏସ୍‌ଟିଏଫ୍‌ ଟିମ୍‌

ଭୁବନେଶ୍ୱର,୧୬।୯(ତ୍ରିନାଥ ମହାନ୍ତି): ୨୦୨୨ ମସିହାରେ ଆସାମର କାଚାର ଜିଲାରୁ ୨ଟି ଶାବକ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା। ୨୦୨୩ ଅକ୍ଟୋବରରେ ମିଜୋରାମର ଆଇଜଲ ଜିଲାରୁ ଗୋଟିଏ ଓରାଙ୍ଗଉଟାନ ଉଦ୍ଧାର…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?