‘ଗଡ଼ ଜଗ, କର୍ମୀଙ୍କୁ ଏକାଠି କର’

ଖୋର୍ଦ୍ଧା ଅଫିସ,୨୩ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସରିଛି। ପ୍ରାର୍ଥୀପତ୍ର ଯାଞ୍ଚ, ପ୍ରତ୍ୟାହାର ପରେ ଚଡ଼ାନ୍ତ ତାଲିକା ପ୍ରକାଶ ପାଇବ। କରୋନା କଟକଣା ଯୋଗୁ ଚଳିତ ବର୍ଷ ରାଜ୍ୟ ନିର୍ବାଚନ କମିଶନର ପ୍ରଚାର, ରାଲି, ରାଜନୈତିକ ସମାବେଶ ଉପରେ କଟକଣା ଜାରି କରିଛନ୍ତି। ପ୍ରାର୍ଥୀଙ୍କ ସହ ୫ଜଣ ସମର୍ଥକ ପ୍ରଚାରରେ ଯାଇପାରିବେ। କଟକଣା ଯୋଗୁ ସମସ୍ତ ପ୍ରାର୍ଥୀ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର ଅଭିଯାନକୁ ଓହ୍ଳାଇବାକୁ ରଣନୀତି ଚଳାଇଛନ୍ତି। ଓ୍ବାର୍ଡମେମ୍ବର, ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ବିନା କୌଣସି ଦଳୀୟ ଚିହ୍ନରେ ଲଢୁଥିବା ବେଳେ ଜିଲା ପରିଷଦ ପ୍ରାର୍ଥୀମାନେ ଦଳୀୟ ଚିହ୍ନରେ ଲଢୁଛନ୍ତି। ଜିଲା ପରିଷଦ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସବୁ ଦଳ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଛି। ବିଜେଡି ପଞ୍ଚାୟତ ନିର୍ବାଚନର ମାସକ ପୂର୍ବରୁ ତୃଣମୂଳ ସ୍ତରରେ କର୍ମୀଙ୍କୁ ନେଇ ଭୋଟରଙ୍କ ସ୍ଥିତି, କେଉଁ ପଞ୍ଚାୟତରେ କଣ ମାହୋଲ ରହିଛି ତାହାର ସର୍ଭେ କରିଛି। ଦଳ ପକ୍ଷରୁ ନିୟୋଜିତ ପର୍ଯ୍ୟବେକ୍ଷକମାନେ ବ୍ଲକ ଏବଂ ପଞ୍ଚାୟତ ସ୍ତରକୁ ଗସ୍ତ କରି ବିଭିନ୍ନ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିସହ ଦଳୀୟ ବିଧାୟକ, ନେତା, କର୍ମୀଙ୍କ ସମାବେଶ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କ ଅବଗତ କରାଇବା ସହ ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ କର୍ଣ୍ଣମନ୍ତ୍ର ଦେଇଛନ୍ତି।

ସେହି ଅନୁସାରେ ବିଜେଡି ପକ୍ଷରୁ ସବୁ ପଞ୍ଚାୟତରେ କର୍ମୀଙ୍କୁ ନେଇ ଗଠିତ ଟିମ, ନିଜ ଅଞ୍ଚଳରେ ଲୋକଙ୍କୁ ଏକାଠି କରିବାରେ ଲାଗି ପଡିଛନ୍ତି। ବିଜେଡି ଛାତ୍ର ଏବଂ ଯୁବ ବିଜେଡି କର୍ମୀଙ୍କୁ ବିଶେଷ ଗୁରୁତ୍ୱ ଦେଇଛି। ପଞ୍ଚାୟତ ନିର୍ବାଚନରେ ଏମାନଙ୍କୁ ଗୁରୁତ୍ୱ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାର କରୋନା ସମୟରେ ମହିଳା ଏସଏଚଜି ଗ୍ରୁପଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ସହ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ସହ ଗ୍ରାମାଞ୍ଚଳର ବିକାଶରେ ମହିଳାଙ୍କ ସହଭାଗିତାକୁ ଗୁରୁତ୍ୱ ଦେଇଛନ୍ତି। ଚଳିତ ନିର୍ବାଚନରେ ମହିଳାମାନେ ବିଜେଡି ପାଇଁ ବରଦାନ ସଦୃଶ୍ୟ କାର୍ଯ୍ୟ କରିବେ ବୋଲି ଦଳ ଆକଳନ କରିଛି। ବିଜେଡିର ସମସ୍ତ ଆସନରେ ୫୦ପ୍ରତିଶତ ମହିଳାଙ୍କୁ ସ୍ଥାନ ଦେଇଛି। ଫଳରେ ବିଜେଡି ପାଇଁ ମହିଳାମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ଆକଳନ କରୁଛନ୍ତି। ଟିକେଟକୁ ନେଇ ବହୁ ଆଶାୟୀଙ୍କୁ ନିରାଶ ହେବାକୁ ପଡିଛି। ନିର୍ବାଚନରେ ଏହାର ପ୍ରଭାବ ପଡିବା ନେଇ ଆଶଙ୍କା କରିଛି। ଅସନ୍ତୁଷ୍ଟଙ୍କୁ ମନାଇବା ପାଇଁ ହାଇକମାଣ୍ଡ ଦଳୀୟ ବିଧାୟକଙ୍କୁ ତାଗିଦ୍‌ କରିଥିବା ଜଣାପଡିଛି। ସମସ୍ତ ପ୍ରାର୍ଥୀ ବିଜୟ ଲାଭ କରିବା ନେଇ ଦଳୀୟ ବିଧାୟକମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟପଟେ ବିରୋଧୀ କଂଗ୍ରେସ ଏବଂ ଭାଜପା ଦଳରେ ସେଭଳି କୌଣସି ଉତ୍ସାହ ଦେଖିବାକୁ ମିଳୁନାହିଁ। ନିର୍ବାଚନ ପୂର୍ବରୁ ବହୁ ବିରୋଧୀ ନେତା, କର୍ମୀ ଏବେ ବିଜେଡିରେ ଯୋଗ ଦେଇଛନ୍ତି। ଫଳରେ ହାତଗଣତି କର୍ମୀ, ନେତାଙ୍କୁ ନେଇ ଉଭୟ ଦଳ ନିର୍ବାଚନ ଲଢିବାକୁ ପ୍ରଚେଷ୍ଟା ଜାରି ରଖିଛି। କଂଗ୍ରେସରେ ଗୋଟିଏ ପଟେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବେଗୁନିଆରୁ ପୃଥିବଲ୍ଲଭ ପଟ୍ଟନାୟକ ଏବଂ ଚିଲିକାରୁ ପ୍ରଦୀପ ସ୍ବାଇଁ କଂଗ୍ରେସର ମଙ୍ଗ ଧରିଛନ୍ତି। ଭାଜପା କେବଳ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ନିର୍ଭର କରୁଥିବା ଜଣାପଡ଼ିଛି। ରଷଭ ନନ୍ଦ ଏବଂ ପ୍ରସାଦ ହରିଚନ୍ଦନଙ୍କ ପଞ୍ଚାୟତ ନିର୍ବାଚନରେ ଦେଖା ମିଳୁ ନାହିଁ। ତେବେ ଚଳିତ ନିର୍ବାଚନରେ ୩୦ଟି ଜୋନରେ ତିନି ପ୍ରମୁଖ ଦଳ ମଧ୍ୟରେ ଯୋରଦାର ଟକ୍କର ହେବା ନେଇ ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri