ଏହିସବୁ ହିଟ୍‌ ଟ୍ରାକ୍‌ରେ ଚାଲିଛି ନିର୍ବାଚନୀ ଗୀତ ରେକର୍ଡିଂ

କଟକ,୧୭ା୪ (କାର୍ତ୍ତିକ ସାହୁ):ଜିନ୍ଦାବାଦ୍‌, ଜିନ୍ଦାବାଦ୍‌…, ଆମର ଭାଇ, ତମର ଭାଇ…, ଭୋଟ ଦବ କୋଉଠି… ଆଦି ଚିର ପରିଚିତ ସ୍ଲୋଗାନ। ଡାକବାଜି ଯନ୍ତ୍ରରେ ମନମତାଣିଆ ଗୀତର ତାଳରେ ଜିନ୍ଦାବାଦ୍‌ ଧ୍ୱନି ବାଜି ଉଠିଲେ ଲୋକେ କାନ ପାରି ଶୁଣନ୍ତି। ପଚାରିବାକୁ ପଡ଼େନା ଇଏ କେଉଁ ଦଳର ବୋଲି। ଆଉ କିଛିଦିନ ପରେ ଦୁଲୁକିବ ଗଁାଠୁ ସହର। ଡାକବାଜି ଯନ୍ତ୍ରରେ ବାଜିବ ନିର୍ବାଚନୀ ଗୀତ ଓ ପ୍ରାର୍ଥୀଙ୍କ ଜିନ୍ଦାବାଦ ଧ୍ୱନି। ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଏକ ଅମୋଘ ଅସ୍ତ୍ର। ଏହି ନିର୍ବାଚନୀ ସଙ୍ଗୀତ ପ୍ରସ୍ତୁତି ପାଇଁ କଟକର ବିଭିନ୍ନ ରେକର୍ଡିଂ ଷ୍ଟୁଡିଓରେ ଭିଡ଼ ଜମିଲାଣି। ହିଟ୍‌ ହୋଇଥିବା ନୂଆ ସିନେମା ବା ଆଲବମ୍‌ ସଙ୍ଗୀତର ଧୂନ୍‌କୁ ଅଗ୍ରାଧିକାର ଦିଆଯାଉଛି।
ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ପ୍ରାର୍ଥୀମାନେ ପ୍ରଚାର ପାଇଁ ପୂରାଦମ୍‌ରେ ପ୍ରସ୍ତୁତ ହେଲେଣି। ପ୍ରାର୍ଥୀଙ୍କ ଅପେକ୍ଷା ଦଳୀୟ କର୍ମୀମାନେ ନିଜ ଅଞ୍ଚଳ ତଥା ଭୋଟରଙ୍କ ମାନସିକତାକୁ ଦେଖି କେଉଁଭଳି ସଙ୍ଗୀତ ଉପଯୁକ୍ତ ହେବ ତାହା ଚୟନ କରୁଛନ୍ତି। ଜଣେ ପ୍ରାର୍ଥୀ ପାଇଁ ୫ଟି ସଙ୍ଗୀତର ପ୍ୟାକେଜ୍‌ ରହୁଛି। ସଙ୍ଗୀତ ମଝିରେ ଜିନ୍ଦାବାଦ ସହ ପ୍ରାର୍ଥୀଙ୍କ ଜୟ ଜୟକାର ବି ରହୁଛି। ସାଧାରଣ ଭାବେ ଏଭଳି ପ୍ୟାକେଜ୍‌ ପାଇଁ ୪୦ ହଜାର ଟଙ୍କା ଷ୍ଟୁଡିଓମାନେ ଦାବି କରୁଛନ୍ତି। ଆଗଧାଡ଼ିର ପ୍ରଚ୍ଛଦପଟ ଗାୟିକା, ଗାୟକଙ୍କ ସାଙ୍ଗକୁ ଅନ୍ୟ କଣ୍ଠଶିଳ୍ପୀଙ୍କୁ ସାମିଲ କରାଯାଉଛି। ପ୍ରଚ୍ଛଦପଟ ଗାୟିକା, ଗାୟକମାନେ ଅଧିକ ପ୍ରାପ୍ୟ ନେଉଥିବାବେଳେ ଅନ୍ୟମାନଙ୍କୁ କମ୍‌ ଦେଲେ ଗୋଟିଏ ପ୍ୟାକେଜ୍‌ର ବଜେଟ୍‌ ଠିକ୍‌ ହୋଇଯାଉଛି। ଏହି ନିର୍ବାଚନ ସଙ୍ଗୀତ ପ୍ରସ୍ତୁତି ପାଇଁ ଗୀତିକାର, କଣ୍ଠଶିଳ୍ପୀ, ରେକର୍ଡିଷ୍ଟ ଓ ଷ୍ଟୁଡିଓ ଦେୟ ଭିନ୍ନ ଭିନ୍ନ ରହୁଛି। ପୁଣି ଜିନ୍ଦାବାଦ୍‌ ପକାଇବା ଅଥବା ପ୍ରାର୍ଥୀଙ୍କ ନିର୍ବାଚନୀ ଇସ୍ତାହାର ବଖାଣିବା ପାଇଁ ଆଉ କେଇ ଜଣଙ୍କର ଆବଶ୍ୟକତା ପଡ଼ୁଛି। ଏଭଳି ମୋଟାମୋଟି ୧୮ରୁ ୨୦ ଜଣକୁ ନେଇ ଷ୍ଟୁଡିଓରେ କାମ ଚାଲୁଛି। କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ପୁରୀ, ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଆଦି ଜିଲାରୁ ପ୍ରାର୍ଥୀମାନେ କଟକରେ ଆସି ଗୀତ ରେକର୍ଡିଂ କରାଉଛନ୍ତି। ଅକ୍ଷୟ ମହାନ୍ତିଙ୍କ ଗୀତ ସକାଳୁ ଉଠି ସାହିର ପିଲେ କରିଲେ କବାଟ ଖଟ୍‌, ତୁ କାହାକୁ ଦେବୁ ଭୋଟ୍‌… ଭଳି ପୁରୁଣା ଗୀତ ବି ବେଳେବେଳେ ଏଥିରେ ସାମିଲ କରାଯାଉଛି।
ବିଶେଷକରି ହୁନୁହୁନୁ, ଚାଙ୍ଗୁମାଡ଼, ଚକୋବାର, ଝଲମଲ, କୁଟୁକୁଟା, ରସିଆ ଆଦି ହିଟ୍‌ ଗୀତର ଟ୍ରାକ୍‌ରେ ନିର୍ବାଚନ ସଙ୍ଗୀତ ପ୍ରସ୍ତୁତ ହେଉଛି। କଟକ ଲିଙ୍କ୍‌ରୋଡ୍‌ର ପି.ଏମ୍‌. ଷ୍ଟୁଡିଓ, ବାଦାମବାଡ଼ିର ପବିତ୍ର ଷ୍ଟୁଡିଓ, ମହତାବ ରୋଡ୍‌ର ମା’ ଷ୍ଟୁଡିଓ, ସିଡିଏ ସେକ୍ଟର-୯ରେ ଥିବା ପ୍ରତିଭା ଷ୍ଟୁଡିଓ ନିର୍ବାଚନ ଗୀତ ରେକର୍ଡିଂ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତିି। ଏନେଇ ମା’ ଷ୍ଟୁଡିଓର ସ୍ବତ୍ୱାଧିକାରୀ ଦିଲୀପ ଜେନା କହିଛନ୍ତି, ଗୋଟିଏ ପ୍ୟାକେଜ ଗୀତ ଲେଖାଠାରୁ ରେକର୍ଡିଂ ପର୍ଯ୍ୟନ୍ତ ଅନୂ୍ୟନ ୨ ଦିନ ସମୟ ଲାଗିଯାଏ। ଡୁଏଟ୍‌, ଏକକ ଗୀତ ଆଦି ପ୍ରସ୍ତୁତ ହେଉଛି। ଗୋଟିଏ ଗୀତ ଲେଖିବା ପାଇଁ ପ୍ରାୟ ୪ରୁ ୫ଘଣ୍ଟା ସମୟ ଲାଗିଥାଏ। ଗୀତଟି ଲେଖା ସରିବା ପରେ ନିର୍ଦ୍ଧାରିତ ଟ୍ରାକ୍‌ରେ ତାକୁ କଣ୍ଠଶିଳ୍ପୀ ଗାଇବା ପରେ ରେକର୍ଡିଂ କରାଯାଏ। ବର୍ତ୍ତମାନ ଅଳ୍ପ ଅଳ୍ପ ଗୀତ ରେକର୍ଡିଂ ହେଉଛି। ପ୍ରାର୍ଥିପତ୍ର ଦାଖଲ ପରେ ଗୀତ ରେକର୍ଡିଂ ଜୋରସୋର୍‌ରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?