ଏହିସବୁ ହିଟ୍‌ ଟ୍ରାକ୍‌ରେ ଚାଲିଛି ନିର୍ବାଚନୀ ଗୀତ ରେକର୍ଡିଂ

କଟକ,୧୭ା୪ (କାର୍ତ୍ତିକ ସାହୁ):ଜିନ୍ଦାବାଦ୍‌, ଜିନ୍ଦାବାଦ୍‌…, ଆମର ଭାଇ, ତମର ଭାଇ…, ଭୋଟ ଦବ କୋଉଠି… ଆଦି ଚିର ପରିଚିତ ସ୍ଲୋଗାନ। ଡାକବାଜି ଯନ୍ତ୍ରରେ ମନମତାଣିଆ ଗୀତର ତାଳରେ ଜିନ୍ଦାବାଦ୍‌ ଧ୍ୱନି ବାଜି ଉଠିଲେ ଲୋକେ କାନ ପାରି ଶୁଣନ୍ତି। ପଚାରିବାକୁ ପଡ଼େନା ଇଏ କେଉଁ ଦଳର ବୋଲି। ଆଉ କିଛିଦିନ ପରେ ଦୁଲୁକିବ ଗଁାଠୁ ସହର। ଡାକବାଜି ଯନ୍ତ୍ରରେ ବାଜିବ ନିର୍ବାଚନୀ ଗୀତ ଓ ପ୍ରାର୍ଥୀଙ୍କ ଜିନ୍ଦାବାଦ ଧ୍ୱନି। ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ପ୍ରାର୍ଥୀଙ୍କ ପ୍ରଚାର ଏକ ଅମୋଘ ଅସ୍ତ୍ର। ଏହି ନିର୍ବାଚନୀ ସଙ୍ଗୀତ ପ୍ରସ୍ତୁତି ପାଇଁ କଟକର ବିଭିନ୍ନ ରେକର୍ଡିଂ ଷ୍ଟୁଡିଓରେ ଭିଡ଼ ଜମିଲାଣି। ହିଟ୍‌ ହୋଇଥିବା ନୂଆ ସିନେମା ବା ଆଲବମ୍‌ ସଙ୍ଗୀତର ଧୂନ୍‌କୁ ଅଗ୍ରାଧିକାର ଦିଆଯାଉଛି।
ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ପ୍ରାର୍ଥୀମାନେ ପ୍ରଚାର ପାଇଁ ପୂରାଦମ୍‌ରେ ପ୍ରସ୍ତୁତ ହେଲେଣି। ପ୍ରାର୍ଥୀଙ୍କ ଅପେକ୍ଷା ଦଳୀୟ କର୍ମୀମାନେ ନିଜ ଅଞ୍ଚଳ ତଥା ଭୋଟରଙ୍କ ମାନସିକତାକୁ ଦେଖି କେଉଁଭଳି ସଙ୍ଗୀତ ଉପଯୁକ୍ତ ହେବ ତାହା ଚୟନ କରୁଛନ୍ତି। ଜଣେ ପ୍ରାର୍ଥୀ ପାଇଁ ୫ଟି ସଙ୍ଗୀତର ପ୍ୟାକେଜ୍‌ ରହୁଛି। ସଙ୍ଗୀତ ମଝିରେ ଜିନ୍ଦାବାଦ ସହ ପ୍ରାର୍ଥୀଙ୍କ ଜୟ ଜୟକାର ବି ରହୁଛି। ସାଧାରଣ ଭାବେ ଏଭଳି ପ୍ୟାକେଜ୍‌ ପାଇଁ ୪୦ ହଜାର ଟଙ୍କା ଷ୍ଟୁଡିଓମାନେ ଦାବି କରୁଛନ୍ତି। ଆଗଧାଡ଼ିର ପ୍ରଚ୍ଛଦପଟ ଗାୟିକା, ଗାୟକଙ୍କ ସାଙ୍ଗକୁ ଅନ୍ୟ କଣ୍ଠଶିଳ୍ପୀଙ୍କୁ ସାମିଲ କରାଯାଉଛି। ପ୍ରଚ୍ଛଦପଟ ଗାୟିକା, ଗାୟକମାନେ ଅଧିକ ପ୍ରାପ୍ୟ ନେଉଥିବାବେଳେ ଅନ୍ୟମାନଙ୍କୁ କମ୍‌ ଦେଲେ ଗୋଟିଏ ପ୍ୟାକେଜ୍‌ର ବଜେଟ୍‌ ଠିକ୍‌ ହୋଇଯାଉଛି। ଏହି ନିର୍ବାଚନ ସଙ୍ଗୀତ ପ୍ରସ୍ତୁତି ପାଇଁ ଗୀତିକାର, କଣ୍ଠଶିଳ୍ପୀ, ରେକର୍ଡିଷ୍ଟ ଓ ଷ୍ଟୁଡିଓ ଦେୟ ଭିନ୍ନ ଭିନ୍ନ ରହୁଛି। ପୁଣି ଜିନ୍ଦାବାଦ୍‌ ପକାଇବା ଅଥବା ପ୍ରାର୍ଥୀଙ୍କ ନିର୍ବାଚନୀ ଇସ୍ତାହାର ବଖାଣିବା ପାଇଁ ଆଉ କେଇ ଜଣଙ୍କର ଆବଶ୍ୟକତା ପଡ଼ୁଛି। ଏଭଳି ମୋଟାମୋଟି ୧୮ରୁ ୨୦ ଜଣକୁ ନେଇ ଷ୍ଟୁଡିଓରେ କାମ ଚାଲୁଛି। କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ପୁରୀ, ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଆଦି ଜିଲାରୁ ପ୍ରାର୍ଥୀମାନେ କଟକରେ ଆସି ଗୀତ ରେକର୍ଡିଂ କରାଉଛନ୍ତି। ଅକ୍ଷୟ ମହାନ୍ତିଙ୍କ ଗୀତ ସକାଳୁ ଉଠି ସାହିର ପିଲେ କରିଲେ କବାଟ ଖଟ୍‌, ତୁ କାହାକୁ ଦେବୁ ଭୋଟ୍‌… ଭଳି ପୁରୁଣା ଗୀତ ବି ବେଳେବେଳେ ଏଥିରେ ସାମିଲ କରାଯାଉଛି।
ବିଶେଷକରି ହୁନୁହୁନୁ, ଚାଙ୍ଗୁମାଡ଼, ଚକୋବାର, ଝଲମଲ, କୁଟୁକୁଟା, ରସିଆ ଆଦି ହିଟ୍‌ ଗୀତର ଟ୍ରାକ୍‌ରେ ନିର୍ବାଚନ ସଙ୍ଗୀତ ପ୍ରସ୍ତୁତ ହେଉଛି। କଟକ ଲିଙ୍କ୍‌ରୋଡ୍‌ର ପି.ଏମ୍‌. ଷ୍ଟୁଡିଓ, ବାଦାମବାଡ଼ିର ପବିତ୍ର ଷ୍ଟୁଡିଓ, ମହତାବ ରୋଡ୍‌ର ମା’ ଷ୍ଟୁଡିଓ, ସିଡିଏ ସେକ୍ଟର-୯ରେ ଥିବା ପ୍ରତିଭା ଷ୍ଟୁଡିଓ ନିର୍ବାଚନ ଗୀତ ରେକର୍ଡିଂ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତିି। ଏନେଇ ମା’ ଷ୍ଟୁଡିଓର ସ୍ବତ୍ୱାଧିକାରୀ ଦିଲୀପ ଜେନା କହିଛନ୍ତି, ଗୋଟିଏ ପ୍ୟାକେଜ ଗୀତ ଲେଖାଠାରୁ ରେକର୍ଡିଂ ପର୍ଯ୍ୟନ୍ତ ଅନୂ୍ୟନ ୨ ଦିନ ସମୟ ଲାଗିଯାଏ। ଡୁଏଟ୍‌, ଏକକ ଗୀତ ଆଦି ପ୍ରସ୍ତୁତ ହେଉଛି। ଗୋଟିଏ ଗୀତ ଲେଖିବା ପାଇଁ ପ୍ରାୟ ୪ରୁ ୫ଘଣ୍ଟା ସମୟ ଲାଗିଥାଏ। ଗୀତଟି ଲେଖା ସରିବା ପରେ ନିର୍ଦ୍ଧାରିତ ଟ୍ରାକ୍‌ରେ ତାକୁ କଣ୍ଠଶିଳ୍ପୀ ଗାଇବା ପରେ ରେକର୍ଡିଂ କରାଯାଏ। ବର୍ତ୍ତମାନ ଅଳ୍ପ ଅଳ୍ପ ଗୀତ ରେକର୍ଡିଂ ହେଉଛି। ପ୍ରାର୍ଥିପତ୍ର ଦାଖଲ ପରେ ଗୀତ ରେକର୍ଡିଂ ଜୋରସୋର୍‌ରେ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା

କଟକ,୩୦।୪(ଶିଳ୍ପା ପ୍ରିୟଦର୍ଶିନୀ):କଟକ ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢେଇ ହେବା ନେଇ ଆଲୋଚନା ହେଉଛି। ଲୋକ ସଭା ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର, ଭାଜପା ଭର୍ତ୍ତୃହରି...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

କୋଣାର୍କ,୩୦।୪(ଜ୍ୟୋତିରାଜ ମହାନ୍ତି):ସମୁଦ୍ରର ନୀଳ ଢ଼େଉରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ, ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ...

ମଉଳିଯାଇଛି କୁଳ ବେଉସାର ନିଶା

ପଟ୍ଟାମୁଣ୍ଡାଇ,୩୦।୪(କଳ୍ପତରୁ ନାୟକ):ସମୟର ପରିବର୍ତନର ସୁଅରେ ବଦଳି ଯାଇଛି କୂଳ ବେଉସାର ନିଶା। ଧାତବ ବାସନର ବହୁଳ ବ୍ୟବହାର ଫଳରେ ମାଟିରେ ତିଆରି ଜିନିଷ ତାର ସତା...

୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦...

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ):ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା ଆତ୍ମସାତ୍‌...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ଏକାଠି ହେଲେ ଗୌତମ, ପୁଲିନ

ଝୁମ୍ପୁରୀ,୩୦ା୪(ସରୋଜ ନାୟକ):ଧୀରେ ଧୀରେ ଯାଜପୁର ରାଜନୀତି ରୋଚକ ମୋଡ଼ ଧରିଛି ା ସୋମବାର ଭାଜପାର ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ସହ ହାତ ମିଳାଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri