ଟାଟା ପାଓ୍ବାରର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭।୪: ଦେଶର ସର୍ବବୃହତ୍‌ ସମନ୍ବିତ ବିଦ୍ୟୁତ୍‌ କମ୍ପାନୀ ଭାବେ ପରିଚିତ ଟାଟା ପାୱାର ବୈଦ୍ୟୁତିକ ଭେଇକିଲ (ଇଭି) ଚାର୍ଜିଂ ସମାଧାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏପରିକି କମ୍ପାନୀ ପ୍ରଥମ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀ ଭାବେ ଭାରତରେ ୧୦ କୋଟି ଗ୍ରୀନ୍‌ କିଲୋମିଟର (କି.ମି.)ର ରାସ୍ତା ଅତିକ୍ରମ କରିଛି। ବିଶେଷକରି ସାର୍ବଜନୀନ, ଅର୍ଦ୍ଧ-ସାର୍ବଜନୀନ, ବସ୍‌-ଫ୍ଲିଟ୍‌ ଓ ହୋମ୍‌ ଚାର୍ଜର ବର୍ଗ ପର୍ଯ୍ୟନ୍ତ ଏହି ସାମାଧନ ବ୍ୟାପିଛି ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିଭଳି ଜାତୀୟ ସ୍ତରରେ ସ୍ଥାୟୀ ଗମନାଗମନର ପ୍ରସାର କରିବାରେ କମ୍ପାନୀର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଏହି ମାଇଲଖୁଣ୍ଟ ଦର୍ଶାଉଛି। ୨୦୩୦ ସୁଦ୍ଧା ଦେଶରେ ବିକ୍ରି ହେଉଥିବା ୩୦% ଯାନ ଇଭି ହେଉ ବୋଲି ସରକାର ଲକ୍ଷ୍ୟ ରଖିଥିବାବେଳେ ସ୍ଥାୟୀ ପରିବହନ ଓ ଇ-ଗମନାଗମନର ପ୍ରସାର କରିବା ଲାଗି ଫେମ୍‌ ଓ ଜାତୀୟ ଇଲେକ୍ଟ୍ରିକ୍‌ ଗମନାଗମନ ମିଶନ ଭଳି ସ୍କିମ୍‌କୁ ମଧ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି। ଏହି ପରିବର୍ତ୍ତନରେ ଦୃଢ଼ ଇଭି ଚାର୍ଜିଂ ଭିତ୍ତିଭୂମି କ୍ଷେତ୍ର ପ୍ରମୁଖ ଭୂମିକା ଗ୍ରହଣ କରିବା ଲାଗି ଟାଟା ପାୱାର ତା’ର ନେଟ୍‌ୱର୍କକୁ ଇଜି ଚାର୍ଜ ନାମରେ ନାମିତ କରିବା ସହ ଦେଶର ୫୩୦ରୁ ଅଧିକ ସହର ଓ ନଗରରେ ୮୬,୦୦୦ହୋମ୍‌ ଚାର୍ଜର, ୫୩୦୦ ରୁ ଅଧିକ ସାର୍ବଜନୀନ, ଅର୍ଦ୍ଧ ସାର୍ବଜନୀନ ଓ ଫ୍ଲିଟ୍‌ ଚାର୍ଜିଂ ପଏଣ୍ଟ ଏବଂ ୮୫୦ରୁ ଅଧିକ ବସ୍‌ ଚାର୍ଜିଂ ଷ୍ଟେଶନକୁ ସମ୍ପ୍ରସାରଣ କରିଛି। ଏହି ଚାର୍ଜରଗୁଡ଼ିକୁ ରାଜପଥ, ହୋଟେଲ, ମଲ୍‌, ହସ୍ପିଟାଲ, କାର୍ଯ୍ୟାଳୟ, ଆବାସିକ ପରିସର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ଥାପନ କରାଯାଇଛି।
ଏକ ଆକଳନ ଅନୁଯାୟୀ ୨୦୩୦ସୁଦ୍ଧା ଭାରତରେ ବାର୍ଷିକ ଇଭି ବିକ୍ରି ୧କୋଟିରେ ପହଞ୍ଚତ୍ବାର ଆଶା କରାଯାଉଛି। ଏହି ରୂପାନ୍ତରିତ ଯାତ୍ରା ସାରା ଦେଶରେ ଉପସ୍ଥିତି ସହ ଟାଟା ପାୱାର ଅଗ୍ରଣୀ ସ୍ଥାନରେ ରହିଛି। ଇଲେକ୍ଟ୍ରିକ୍‌ ଯାନ ଓ ଇଭି ଚାର୍ଜିଂ ଭିତ୍ତିଭୂମି ଚାହିଦାରେ ବୃଦ୍ଧି ସହ ଟାଟା ପାୱାର ପକ୍ଷରୁ ଆର୍‌ଏଫ୍‌ଆଇଡି କାର୍ଡ ଭଳି ଗ୍ରାହକ କୈନ୍ଦ୍ରିକ ପ୍ରଯୁକ୍ତି ସମାଧାନ ଉପସ୍ଥାପନ କରାଯାଉଛି,ଯାହା ଇଭି ଗ୍ରାହକଙ୍କୁ ଓୟାରଲେସ୍‌ ପେମେଣ୍ଟ କରିବାରେ ସହାୟକ ହେଉଛି।
ଶୂନ ନିର୍ଗମନ ଗମନାଗମନ ପ୍ରତି ଅତୁଟ ପ୍ରତିବଦ୍ଧତା ଲାଗି ଟାଟା ପାୱାର ସମ୍ମାନଜନକ ‘ଶୂନ୍ୟ ଭିତ୍ତିଭୂମି ଚାମ୍ପିୟନ’ ସମ୍ମାନ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?