୫୦ ଲକ୍ଷ ଜବତ ନେଇ ନିର୍ବାଚନୀ ଚର୍ଚ୍ଚା

ପିପିଲି,୬।୪ (ଡି.ଏନ୍‌.ଏ./ସ୍ବ.ପ୍ର.):ପିପିଲିର ତରାକାଜ ଓଭରବ୍ରିଜ୍‌ଠାରେ ସୋମବାର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ମିଳିତ ଭାବେ ଚଢ଼ାଉ କରି ଏକ ବାଇକ ସମେତ ନଗଦ ୫୦ଲକ୍ଷ ଟଙ୍କା ଜବତ କରିଛନ୍ତି। ଏହି ଘଟଣାରେ ଧରାପଡ଼ିଥିବା ୨ଜଣ ଯୁବକଙ୍କୁ ପିପିଲି ଥାନାରେ ଅଟକ ରଖାଯାଇଛି। ସେମାନେ ଡେଲାଙ୍ଗ ଅଞ୍ଚଳର ବୋଲି ପୋଲିସ କହିଛି। ସମ୍ପୃକ୍ତ ଯୁବକ ଦ୍ୱୟ ଏତେ ଟଙ୍କା କେଉଁଠୁ ଆଣିଲେ, କୁଆଡ଼େ ନେଉଥିଲେ ଆଦି ବିଭିନ୍ନ ବିଷୟରେ ପୋଲିସ ସେମାନଙ୍କୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ପିପିଲି ଉପନିର୍ବାଚନରେ ଭୋଟରଙ୍କୁ ଏହି ଟଙ୍କା ବଣ୍ଟାଯିବାକୁ ଅଣାଯାଉଥିଲା ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।
ସୂଚନା ମୁତାବକ, ପିପିଲି ଉପନିର୍ବାଚନକୁ ଦୃଷ୍ଟିରେ ରଖି ମଧ୍ୟାହ୍ନରେ ସ୍ଥାନୀୟ ଟୋଲ୍‌ପ୍ଲାଜା ନିକଟରେ ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ ଚାଲିଥିଲା। ଏହି ସମୟରେ ଦୁଇଜଣ ଯୁବକ ଏକ ନୀଳରଙ୍ଗର ପଲସର ବାଇକ୍‌ (ଓଆର୍‌ ୧୩ ଜି-୬୬୭୨) ଯୋଗେ ଭୁବନେଶ୍ୱର ଆଡୁ ପିପିଲି ଅଭିମୁଖେ ଆସୁଥିଲେ। ସେମାନେ ପୋଲିସକୁ ଦେଖି ଦ୍ରୁତଗତିରେ ଟୋଲପ୍ଲାଜା ଅତିକ୍ରମ କରି ଚାଲିଯାଉଥିଲେ। ତେବେ ପୋଲିସର ସନ୍ଦେହ ହେବାରୁ ଉକ୍ତ ବାଇକର ପିଛା କରି ତରାକାଜ ଓଭରବ୍ରିଜ ନିକଟରେ ଅଟକାଇବା ସହ ୨ଯୁବକଙ୍କୁ କାବୁ କରିଥିଲା। ପୋଲିସ ସେମାନଙ୍କୁ ତଲାସି କରିବାରୁ ଏକ ବ୍ୟାଗରେ ୨୦ଟି ବଣ୍ଡଲ ହୋଇରହିଥିବା ୫୦ ଲକ୍ଷ ଟଙ୍କା ମିଳିଥିଲା। ପୋଲିସ ଉକ୍ତ ଟଙ୍କା ଓ ବାଇକ୍‌ ଜବତ କରିବା ସହ ଯୁବକ ଦ୍ୱୟଙ୍କୁ ଧରି ଥାନାକୁ ଆଣିଥିଲା। ଖବର ପାଇ ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ, ପିପିଲି ଥାନା ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ଏବଂ ତହସିଲଦାର ସପନ କୁମାର ନନ୍ଦ ପହଞ୍ଚିଥିଲେ। ଏହି ଟଙ୍କା କେଉଁଠୁ ଓ କାହାପାଖରୁ ଆସିଛି ଏବଂ କେଉଁଠିକୁ ନିଆଯାଉଥିଲା ସେ ନେଇ ଅନୁସନ୍ଧାନ କରାଯାଉଛି ବୋଲି ଏସ୍‌ଡିପିଓ ବରାଳ କହିଛନ୍ତି। ତେବେ ତଦନ୍ତ ଜାରି ରହିଥିବାରୁ ଅଧିକ କିଛି ତଥ୍ୟ ଦେବାକୁ ସେ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri