ଏଣିକି ATMରୁ ଟଙ୍କା ଉଠାଇବା ପଡିବ ମହଙ୍ଗା, ଏତେ ଟଙ୍କା ଲାଗିବ ଏକ୍ସଟ୍ରା ଚାର୍ଜ!

ନୂଆଦିଲ୍ଲୀ,୩।୯: ଏଣିକି ଏଟିଏମରୁ ଟଙ୍କା କାଢିବା ହେଲା ମହଙ୍ଗା। ଯଦି ଆପଣ କାନାରା ବ୍ୟାଙ୍କର ଏଟିଏମ (ATM) କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏବେ ଟଙ୍କା ଉଠାଇବା ପୂର୍ୱରୁ ନୂଆ ଚାର୍ଜ ବିଷୟରେ ଜାଣିନେବା ଆପଣଙ୍କ ପାଇଁ ଲାଭଦାୟକ ହେବ। ୧ ସେପ୍ଟେମ୍ୱର ୨୦୨୬ ରୁ ବ୍ୟାଙ୍କ ATM କାରବାରର କିଛି ନିୟମରେ ପରିବର୍ତ୍ତନ କରିଛି। ସେଭିଙ୍ଗ୍ସ ଆକାଉଣ୍ଟଧାରୀଙ୍କ ମାଗଣା କାରବାର (Free Transaction) ସୀମା କମିଯାଇଛି, ଅନ୍ୟପକ୍ଷରେ ସୀମା ଶେଷ ହେବା ପରେ ନଗଦ ଉଠାଣ ଏବଂ ଆକାଉଣ୍ଟରେ ପର୍ଯ୍ୟାପ୍ତ ଟଙ୍କା ନ ଥିବାରୁ ଟ୍ରାଞ୍ଜାକସନ Fail ହେବା ପୂର୍ୱ ଅପେକ୍ଷା ମହଙ୍ଗା ହୋଇଯାଇଛି।

କାନାରା ବ୍ୟାଙ୍କର ସେଭିଙ୍ଗ୍ସ ଆକାଉଣ୍ଟ ଗ୍ରାହକମାନଙ୍କୁ ଏବେ ଗୋଟିଏ ମାସରେ ମୋଟ ୫ଟି ମାଗଣା ATM କାରବାର ସୁବିଧା ମିଳିବ। ପୂର୍ୱରୁ ଏହି ସୀମା ୬ଟି ଟ୍ରାଞ୍ଜାକସନ ଥିଲା। ଏଥିରେ ଆର୍ଥିକ (Financial) ଏବଂ ଅଣ-ଆର୍ଥିକ (Non-Financial) ଉଭୟ ପ୍ରକାରର କାରବାର ଅନ୍ତର୍ଭୁକ୍ତ। ତେବେ ବରିଷ୍ଠ ନାଗରିକଙ୍କ ପାଇଁ ଥିବା ୮ଟି ମାଗଣା କାରବାର ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ମାଗଣା କାରବାରର ସୀମା ଶେଷ ହେବା ପରେ କାନାରା ବ୍ୟାଙ୍କର ATM ଏବଂ କ୍ୟାସ ରିସାଇକ୍ଲର୍‌ (Cash Recycler) ମାଧ୍ୟମରେ କରାଯାଇଥିବା କାରବାର ଉପରେ ସର୍ଭିସ ଚାର୍ଜ ଲାଗିବ। କିନ୍ତୁ ନଗଦ ଟଙ୍କା ଜମା କରିବା (Cash Deposit) କାରବାର ଉପରେ ଏହି ଚାର୍ଜ ଲାଗୁ ହେବ ନାହିଁ। ବ୍ୟାଙ୍କ ଏହା ମଧ୍ୟ କହିଛି ଯେ ଏହି ସର୍ଭିସ ଚାର୍ଜରେ ସମୟ ସମୟରେ ପରିବର୍ତ୍ତନ କରାଯାଇପାରେ।

ମାଗଣା ସୀମାଠାରୁ ଅଧିକ ନଗଦ ଟଙ୍କା ଉଠାଇବା ପାଇଁ ଏବେ ଗ୍ରାହକମାନଙ୍କୁ ପୂର୍ୱ ଅପେକ୍ଷା ଅଧିକ ଟଙ୍କା ଦେବାକୁ ପଡ଼ିବ। କାନାରା ବ୍ୟାଙ୍କର ATM ରୁ ନଗଦ ଟଙ୍କା ଉଠାଣ ଚାର୍ଜ ୨୦ ଟଙ୍କାରୁ ବୃଦ୍ଧି ପାଇ ଏବେ ୨୩ ଟଙ୍କା ହୋଇଛି। ଏହା ବ୍ୟତୀତ ଏଥିରେ GST ମଧ୍ୟ ଯୋଡ଼ାଯିବ। ଏଥିରେ UPI ମାଧ୍ୟମରେ ATM ରୁ ନଗଦ ଉଠାଣ ମଧ୍ୟ ସାମିଲ ରହିଛି।

ଯଦି ଆକାଉଣ୍ଟରେ ପର୍ଯ୍ୟାପ୍ତ ଟଙ୍କା ନ ଥିବା କାରଣରୁ ATM ରୁ କରାଯାଇଥିବା କାରବାର ସଫଳ ନ ହୁଏ, ତେବେ ଏଥିପାଇଁ ମଧ୍ୟ ଏବେ ଅଧିକ ଟଙ୍କା ଦେବାକୁ ପଡ଼ିବ। ଫ୍ରି ଟ୍ରାଞ୍ଜାକସନ ସୀମା ଶେଷ ହେବା ପରେ ଏପରି ବିଫଳ କାରବାର ଉପରେ ଲାଗୁଥିବା ଚାର୍ଜ ୧୭ ଟଙ୍କାରୁ ବଢ଼ାଇ ୨୩ ଟଙ୍କା କରାଯାଇଛି। ଏହା ଉପରେ GST ଅଲଗା ଭାବେ ଲାଗିବ। ଏହି ଚାର୍ଜ କାନାରା ବ୍ୟାଙ୍କ ସହିତ ଅନ୍ୟ ବ୍ୟାଙ୍କଗୁଡ଼ିକର ATM ରେ ହୋଇଥିବା ଏପରି କାରବାର ଉପରେ ମଧ୍ୟ ଲାଗୁ ହେବ।

ଅନ୍ୟପକ୍ଷରେ, ବ୍ୟାଙ୍କ ପୁନର୍ୱାର ଗ୍ରୀନ ପିନ (Green PIN) ପ୍ରସ୍ତୁତ କରିବାର ଚାର୍ଜ କମାଇ ଦେଇଛି। ମାଗଣା କାରବାର ସୀମା ପରେ ଗ୍ରୀନ ପିନ ପୁନର୍ୱାର ତିଆରି କରିବା ଚାର୍ଜ ୨୩ ଟଙ୍କାରୁ ହ୍ରାସ ପାଇ ଏବେ ୫ ଟଙ୍କା ହୋଇଛି। ଏହା କ୍ଲାସିକ, ଷ୍ଟାଣ୍ଡାର୍ଡ, ପ୍ଲାଟିନମ, ବିଜନେସ, ସିଲେକ୍ଟ ଏବଂ ୱାଲର୍‌ଡ କାର୍ଡ ଭଳି କାର୍ଡ ଭାରିଆଣ୍ଟଗୁଡ଼ିକ ଉପରେ ଲାଗୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri